Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସପ୍ତମ ଭାରତ- ଇଣ୍ଡୋନେସିଆ ଯୁଗ୍ମ ପ୍ରତିରକ୍ଷା ସହଯୋଗ ସମିତି ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ
ଆଜିର ଖବର

ସପ୍ତମ ଭାରତ- ଇଣ୍ଡୋନେସିଆ ଯୁଗ୍ମ ପ୍ରତିରକ୍ଷା ସହଯୋଗ ସମିତି ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ

May 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ଏବଂ ଇଣ୍ଡୋନେସିଆର ପ୍ରତିରକ୍ଷାମନ୍ତ୍ରଣାଳୟର ମହାସଚିବ ଏୟାର ମାର୍ଶାଲ ଡୋନି ଏର୍ମାୱାନ୍ ତୌଫାଣ୍ଟୋ, ଏମଡିଏସଙ୍କ ସହ ଅଧ୍ୟକ୍ଷତାରେ ୩ ମେ’ ୨୦୨୪ରେ ନୂଆଦିଲ୍ଲୀ ଠାରେ ସପ୍ତମଭାରତ – ଇଣ୍ଡୋନେସିଆ ଯୁଗ୍ମ ପ୍ରତିରକ୍ଷା ସହଯୋଗ ସମିତି (ଜେଡିସିସି) ବୈଠକଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉଭୟ ପକ୍ଷ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷାକ୍ଷେତ୍ରରେ ସହଯୋଗର ବ୍ୟାପକ ପରିସରକୁ ନେଇ  ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରତିରକ୍ଷା ସହଯୋଗର କାର୍ଯ୍ୟକାରୀ ଗୋଷ୍ଠୀ ଏବଂ ପ୍ରତିରକ୍ଷା ଉଦ୍ୟୋଗ ସହଯୋଗବୈଠକରେ ବିଚାରବିମର୍ଶ ହୋଇଥିବା ବିଭିନ୍ନ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗପଦକ୍ଷେପର ଅଗ୍ରଗତି ଉପରେ ମଧ୍ୟ ସହ- ଅଧ୍ୟକ୍ଷମାନେ ସମୀକ୍ଷା କରିଥିଲେ।

ଏହା ସହିତ, ବିଶେଷ କରି ପ୍ରତିରକ୍ଷା ଉଦ୍ୟୋଗ ସମ୍ପର୍କ, ସାମୁଦ୍ରିକ ନିରାପତ୍ତା ଏବଂବହୁପାକ୍ଷିକ ସହଯୋଗ କ୍ଷେତ୍ରରେ ସହଯୋଗର ବିଦ୍ୟମାନ କ୍ଷେତ୍ରଗୁଡ଼ିକୁ ବୃଦ୍ଧି କରିବାପାଇଁ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଉପାୟ ଚିହ୍ନଟ କରିଥିଲେ।

ଏହି ଗସ୍ତ ସମୟରେ , ମହାସଚିବ ନୂଆଦିଲ୍ଲୀସ୍ଥିତ ଡିଆରଡିଓ ମୁଖ୍ୟାଳୟ ସହପୁଣେରେ ଥିବା ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଏବଂ ଏଲ୍ ଆଣ୍ଡ୍ ଟି ଡିଫେନ୍ସ ଫାସିଲିଟିଜ୍ପରିଦର୍ଶନ କରିଥିଲେ। ସେ ଭାରତ ଫୋର୍ଜ, ମହିନ୍ଦ୍ରା ଡିଫେନ୍ସ ଆଣ୍ଡ  ମଝଗାଓଁ ଡକ୍ସିପ୍‌ବିଲ୍ଡର୍ସ ଲିମିଟେଡ୍ ଭଳି ଅନ୍ୟ ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗ ସହଯୋଗୀଙ୍କ ସହଆଲୋଚନା କରିବା ସହ ଗବେଷଣା ଓ ମିଳିତ ଉତ୍ପାଦନ କ୍ଷେତ୍ରରେ ସହଯୋଗମାଧ୍ୟମରେ ପ୍ରତିରକ୍ଷା ଉଦ୍ୟୋଗର ଦକ୍ଷତା ବୃଦ୍ଧି ଉପରେ ଆଲୋଚନା କରିଥିଲେ। ଗସ୍ତ ସମୟରେ ସେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନଙ୍କୁ ମଧ୍ୟଭେଟିଥିଲେ।

ଇଣ୍ଡୋନେସିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ମହାସଚିବ ୨୦୨୪  ମେ’ ମାସ ୦୨ ରୁ୦୪ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ସେ ନୂଆଦିଲ୍ଲୀର ଜାତୀୟ ଯୁଦ୍ଧସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସହିଦ ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣକରିଥିଲେ।

ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଏକ ବ୍ୟାପକ ରଣନୈତିକ ଭାଗିଦାରୀ ରହିଛିଏବଂ ଏହା ଭାରତ – ପ୍ରଶାନ୍ତ ମହାସାଗରର ଏକ ଭାଗୀଦାର ଦୃଷ୍ଟିକୋଣରେ ପହଞ୍ଚିଛି। ସାମ୍ପ୍ରତିକ ସମୟରେ, ଏହି ଭାଗିଦାରୀ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ କ୍ଷେତ୍ରରେଘନିଷ୍ଠ ସହଯୋଗ ଦ୍ୱାରା ପରିଚିତ, ଯେଉଁଥିରେ ବାରମ୍ବାର ଉଚ୍ଚସ୍ତରୀୟ ଆଲୋଚନାଅନ୍ତର୍ଭୁକ୍ତ। ଇଣ୍ଡୋନେସିଆ ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ ଭାରତ – ପ୍ରଶାନ୍ତମହାସାଗରୀୟ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର।

Share. Facebook Twitter LinkedIn Email WhatsApp Copy Link

Related Posts

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026
Latest News

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ -ଜୀ ରାମ ଜୀ ଶୀର୍ଷକ କର୍ମଶାଳା

August 1, 2026

୨୦୩୦-୩୧ ପର୍ଯ୍ୟନ୍ତ ବଢ଼ିଲା ପିଏମ୍‌ କିଷାନ୍‌ ଯୋଜନାର ଅବଧି

August 1, 2026

୫୦୭୦ କୋଟିର ବ୍ୟୟ ଅଟକଳ ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

August 1, 2026

‘ମୋତେ ଏବଂ ମୋ ସ୍ୱର୍ଗତ ମାଆଙ୍କୁ ଗାଳି କରିଥିବା ପିଲାମାନଙ୍କୁ ମୁଁ କ୍ଷମା କରୁଛି’: ପ୍ରଧାନମନ୍ତ୍ରୀ ମୋଦି

August 1, 2026

ଅଗଷ୍ଟ ୧ ତାରିଖ ରାଶିଫଳ: ଆଜି ତିନୋଟି ରାଶିର ଆର୍ଥିକ ଲାଭ ସମ୍ଭାବନା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.