Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଦେଶରୁ ଫେରିଲେ ବିଜେଡି ସାଂସଦ ସସ୍ମିତ ପାତ୍ର, ୱାକଫ୍ ବିଲ୍ ଟୁଇଟକୁ ନେଇ ସେ କଣ କହିଲେ ଜାଣନ୍ତି..

ନୂଆଦିଲ୍ଲୀ: ଆଜି ବିଦେଶ ଗସ୍ତରୁ ଫେରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ତାଙ୍କୁ ନେଇ ବର୍ତ୍ତମାନ ବିଜେଡିରେ ଝଡ ଦେଖାଦେଇଛି। ପ୍ରକୃତରେ ସସ୍ମିତଙ୍କୁ କିଏ କହିଲା ଟୁଇଟ କରିବା ପାଇଁ, କାହିଁକି ମ ବଦଳିଲା ସେ ନେଇ ତାଙ୍କରମନ୍ତବ୍ୟକୁ ଅପେକ୍ଷା କରାଯାଇଛି। ଯେହେତୁ ସେ ବିଦେଶରେ ଥିଲେ ସେଥିପାଇଁ ତାଙ୍କର ମତାମତ ଜଣାପଡି ନାହିଁ।

ଏପରକି ସସ୍ମତି ବିଦେଶରୁ ଫେରିବା ପରେ ସେ ଏପରି କାହିଁକି କଲେ ତାଙ୍କୁ ପଚରାଯିବ ବୋଲି ବିଜେଡି ନେତାମାନେ ମଧ୍ୟ କହିଛନ୍ତି। ହେଲେ ଆଜି ସସ୍ମିତ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଏ ନେଇ ଗଣମାଧ୍ୟମ ଘେରିଯାଇଥିଲା। ହେଲେ ସସ୍ମିତି କିଛି କହି ନ ଥିଲେ। ସେ କହିଥିଲେ ଯେ, ଦଳ ନିର୍ଦ୍ଦେଶ ନ ଦେବା ପର୍ଯ୍ୟନ୍ତ ମୁଁ କିଛି କହିପାରିବି ନାହିଁ। ବାରମ୍ବାର ଗଣମାଧ୍ୟମ ତାଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ନ ଦେଇ ଚାଲିଯାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନବୀନଙ୍କୁ ଚିଠି ଲେଖିଲେ ବିଜେଡି ନେତା ପ୍ରତାପ ଜେନା, ସବୁ ସାଂସଦଙ୍କୁ ନୋଟିସ ଜାରୀ ପାଇଁ ଅନୁରୋଧ

ଭୁବନେଶ୍ବର: ୱାକଫ ବିଲକୁ ନେଇ ବର୍ତ୍ତମାନ ଓଡିଶା ରାଜନୀତି ସରଗରମ ହେବାରେ ଲାଗିଛି। କେଉଁ ପରିସ୍ଥିତିରେ ବିଜେଡିର ସାଂସଦମାନେ ବିବେକାନୁମୋଦିତ ଭୋଟ ଦେଲେ ସେ ନେଇ ପ୍ରଶ୍ନ ଉଠିଛି। କଣ ପାଇଁ ସାଂସଦ ସସ୍ମିତ ପାତ୍ର ଟୁଇଟ କରି ଦଳର ନିଷ୍ପତିକୁ ବଦଳାଇଦେଲେ ସେ ନେଇ ଚାଲିଛି ଚର୍ଚ୍ଚା।

ଏହା ଭିତରେେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା। ସେ ଏହିଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବିଲ୍ ଉପରେ ଯେପରି ପରିସ୍ଥିତି ଉପୁଜିଲା ତାହା ଦୁର୍ଭାଗ୍ୟ ଜନକ। ସାଂସଦ ସସ୍ମିତ ପାତ୍ର ଦଳିୟ ନିଷ୍ପତି କିପରି ବଦଳାଇଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସେହିପରି ରାଜ୍ୟସଭା ସାଂସଦମାନେ କାହିଁକି ନିଜ ହିସାବରେ ଭୋଟ ଦେଲେ ସେ ଉପରେ ଚିନ୍ତା କରାଯିବାର ଆବଶ୍ୟକ ରହିଛି। ବିଜେଡିର ସମସ୍ତ ସାଂସଦଙ୍କୁ କାରଣ ଦର୍ଶା ନୋଟିସ ଜାରୀ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ଏପରିକି ଏହି ଷଢଯନ୍ତ୍ର ପଛରେ କିଏ ଅଛି ତାହା ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପ୍ରତାପ ଦାବୀ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଯାହା କିଛି ହୋଇଛି ନବୀନ ନିବାସ ନିର୍ଦ୍ଦେଶରେ, ବିଜେଡି ନେତା ଜାଣିପାରୁ ନାହାଁନ୍ତି, ନା.. ଜାଣି ଅଜଣା !!

ଭୁବନେଶ୍ବର: ୱାକଫ ବିଲକୁ ନେଇ ମୁସଲିମ ସଂପ୍ରଦାୟ ତାତି ଉଠିଥିବା ବେଳେ ଏପଟେ ବିଜେଡି ମଧ୍ୟରେ ଆରମ୍ଭ ହୋଇଛି ବିଦ୍ରୋହ। ସସ୍ମିତ ପାତ୍ର କାହିଁକି ବିବେକ ଅନୁସାରେ ଭୋଟ ଦେବା ପାଇଁ ସାଂସଦମାନଙ୍କୁ କହିଲେ ତାହାକୁ ନେଇ ବିଜେଡି ନେତାଙ୍କ ରାଗ ପଞ୍ଚମ। ଏହାକୁ ନେଇ ବିଜେଡି ନେତା ପ୍ରଫୁଲ ମଲ୍ଲିକ କୁଆଡେ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ। ଅଭିଯୋଗ, ସେ କାହିଁକି ବିବେକ ଅନୁସାରେ ଭୋଟ ଦେବାକୁ କହିଲେ।

ସେତିକି ନୁହେଁ ରାତିରାତି ବିଜେଡି ନେତାମାନେ ନବୀନ ନିବାସ ଯାଇ ସଭାପତିଙ୍କ ପାଖରେ ଫେରଦ ହେଲେ। କହିଲେ ଏପରି କାହିଁକି ହେଲା ନବୀନବାବୁ ବୁଝନ୍ତୁ। ସେମାନେ ବଡ ରାଗ ତମତମ ହୋଇଯାଇଥିଲେ। ହେଲେ ଫେରିବା ପରେ ଶାନ୍ତ ପଡିଗଲେ। କହିଲେ ଆମେ ସଭାପତି ନବୀନ ପଟ୍ଟନାୟକଙ୍କ ପାଖେ ଅଭିଯୋଗ କରିଛୁ। ପ୍ରଥମେ ନିଷ୍ପତି ହେଲା ବିଲ୍ କୁ ବିରୋଧ କରିବୁ। ହଠାତ ଏହି ନିଷ୍ପତିକୁ କିଏ କାହିଁକି ପରିବର୍ତ୍ତନ କଲା ସେ ନେଇ ଅଭିଯୋଗ କରି ଆସିଲୁ।

ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ, ସସ୍ମିତ ପାତ୍ର କଣ ତାଙ୍କ ମନରୁ ଏପରି ନିଷ୍ପତି ନେଇଗଲେ କି ? ପୂର୍ବରୁ ସେ କେବେ ଏପରି ନିଷ୍ପତି ଗ୍ରହଣ କରିଛନ୍ତି କି? ସସ୍ମିତ ପାତ୍ର ଯେପରି ନେତା ସେ କେବେ ନବୀନ ନିବାସ ନିଷ୍ପତି ବିରୋଧରେ ଯାଇ ପାରିବେ ନାହିଁ। ସେ ନବୀନ ନିବାସର ଜଣେ ବଡ ଆଜ୍ଞାଧିନ ନେତା। ସସ୍ମିତଙ୍କ ସେପରି ଦମ ନାହିଁ ଯେ, ସେ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନଙ୍କ ନିଷ୍ପତି ବିରୋଧରେ ଯିବେ।

ତେବେ ଘଟଣାଟି ହେଲା ଯେ, ସସ୍ମିତ ଯାହାକିଛି ଘୋଷଣା କରିଛନ୍ତି ତାହା ନବୀନ ନିବାସର ନିଷ୍ପତି। ତାଙ୍କୁ କୁହାଗଲା ବିରୋଧ କରିବା ବୋଲି କୁହ, ସେ କହିଲେ। ତାଙ୍କୁ କୁହାଗଲା ବିବେକ ଅନୁସାରେ ଭୋଟ ଦେବାକୁ ଟୁଇଟ କର, ସେ ଟୁଇଟ କଲେ। ତେଣୁ ଏହି ଘଟଣାରେ ସସ୍ମିତ ପାତ୍ରଙ୍କୁ ଏକ ମୋହରା ବନାଇ ଦିଆଗଲା। ପ୍ରକୃତରେ ବିଜେଡି ବିଲ୍ କୁ ବିରୋଧ କରିବାକୁ ନିଷ୍ପତି କରିଥିଲା। ହେଲେ ପରବର୍ତ୍ତି ସମୟରେ ଦିଲ୍ଲୀରୁ ଗୋଟିଏ ଫୋନ ଆସିବା ପରେ ନିଷ୍ପତି ବଦଳିଗଲା।

ତେବେ ଏପରି ଘଟଣା ବିଜେଡିରେ ପୂର୍ବରୁ ବହୁ ଥର ହୋଇଛି। ଯାହାକୁ କୁହାଯାଏ ଦୁଇଟି ଡଙ୍ଗାରେ ଗୋଡ ଦେଲେ ଯାହା ହେବ ତାହା ହିଁ ବିଜେଡି ଦଳରେ ଘଟୁଛି। ନେତାମାନଙ୍କୁ ସବୁ ମୋହରା ବନାଯାଉଛି। ସେମାନେ ମେଣ୍ଡାପଲ ପରି ହେଉଛନ୍ତି। ତାଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦିଆଯାଇଛି। ଏମିତି କେମିତି ଘଟୁଛି ତାହା ସମସ୍ତ ବିଜେଡି ନେତାଙ୍କୁ ଜଣା। ହେଲେ କଣ ପାଇଁ ସେମାନେ ଜାଣି କିଛି ନ ଜାଣିବା ପରି ହେଉଛନ୍ତି ତାହା ସନ୍ଦେହ ଘେରରେ ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଜେଡିର ଥ..ଥ..ମ..ମ.. ନୀତି, ରାଜ୍ୟସଭାରେ ୱାକଫ ବିଲ ପାଶ୍ କୁ ନେଇ ଚର୍ଚ୍ଚାରେ ଦଳ

ନୂଆଦିଲ୍ଲୀ: ଆଜି ରାଜ୍ୟ ସଭାରେ ୱାକଫ ସଂଶୋଧନ ବିଲ ପାଶ ହୋଇଛି। ଏ ନେଇ ରାଜ୍ୟସଭାରେ ଭୋଟିଂ ହୋଇଥିଲା। ହେଲେ ଏଥିରେ ବିଜେଡିର ଭୂମିକାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ବିଜେଡି ଏଥିରେ ଥ.. ଥ..ମ.. ମ ନୀତି ଆପଣେଇଛି। ନା ସେ ବିରୋଧୀ ହୋଇପାରୁଛି ନା ସେ ଏନଡିଏକୁ ସମର୍ଥନ କରିପାରୁଛି। ଯାହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଦଳ ସମାଲୋଚନାର ଶିକାର ହୋଇଛି।

ରାଜ୍ୟସଭାରେ ୱାକଫ ବିଲ ଆସିବା ପୂର୍ବରୁ ବିଜେଡି ତରଫରୁ ତାହାକୁ ବିରୋଧ କରାଯିବ ବୋଲି କୁହାଗଲା। ଏ ନେଇ ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ମିଡିଆ ଆଗରେ ଘୋଷଣା କଲେ। କହିଲେ ଆମେ ଏହି ବିଲକୁ ବିରୋଧ କରିବୁ। ହେଲେ କଣ ହେଲା କେଜାଣି ଭୋଟ ଦିନ ସେହି ସସ୍ମିତ ପାତ୍ର ଘୋଷଣା କଲେ ଯେ, ବିବେକ ଅନୁସାରେ ଭୋଟ ଦିଆଯିବ। ଏ ଉପରେ ଦଳ ତରଫରୁ କୌଣସି ହ୍ବପ ଜାରୀ କରାଯାଉ ନାହିଁ।

ଯଦି କେନ୍ଦ୍ର ସରକାରଙ୍କୁ ବିରୋଧ କରିବାର ଦଳ ପାଖରେ କ୍ଷମତା ନାହିଁ, ତେବେ କଣ ପାଇଁ ବିରୋଧ କରିବାକୁ ଘୋଷଣା କରୁଥିଲ। ପୁଣି ଭୋଟ ଦିନ ଦଳ କଣ ପାଇଁ ହ୍ବିପ ଜାରୀ କରିପାରିଲ ନାହିଁ। ଏଥିରୁ ସ୍ପଷ୍ଟ ଯେ, ଦଳ କେନ୍ଦ୍ର ସରକାରଙ୍କୁ ବିରୋଧ କରିବାର କୌଣସି କ୍ଷମତା ରଖିପାରି ନାହିଁ। ଅନ୍ୟପକ୍ଷରେ କହିବାକୁ ଗଲେ ଦଳ ବର୍ତ୍ତମାନ କେନ୍ଦ୍ରୀୟ ବିଜେପି ଦ୍ବାରା ଉଠ ବସ ହେଉଛି।

ପୂର୍ବରୁ ବିଜେଡି ସବୁ ବିଲରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇ ଆସୁଥିଲା। ହେଲେ ନିର୍ବାଚନ ପରେ ଦଳ କଣ କରିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନ ଥିଲା। ସମସ୍ତେ ଆଶା କରିଥିଲେ ଯେ, ଦଳ ନିଶ୍ଚିତ ପ୍ରକୃତ ବିରୋଧୀ ଭୂମିକା ଗ୍ରହଣ କରିବ। ଚେନ୍ନାଇରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଡିଲିମିଟେସନ ବୈଠକରେ ଯୋଗ ଦେବା ପରେ ଅନୁଭବ କରି ହେଲା ଯେ, ଦଳ କେନ୍ଦ୍ର ସରକାରଙ୍କୁ ବିରୋଧ କରିବ।

ସେହିପରି ୱାକଫ ବିଲ ସମୟରେ ଦଳ ବିରୋଧ କରିବାକୁ ଘୋଷଣା କରିବା ସୂଚାଇ ଦେଇଥିଲା ଯେ, ବିଜେଡି ପ୍ରକୃତ ବିରୋଧୀ ଦଳର ଭୂମିକା ଗ୍ରହଣ କରିବ। ହେଲେ ରାଜ୍ୟସଭାରେ ବିଲ୍ ପାଶ ହେବାର କିଛି ଘଣ୍ଟା ପୂର୍ବରୁ ବିଜେଡିର ୟୁଟର୍ଣ୍ଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଦଳ ରାଜ୍ୟସଭାରେ ବିରୋଧ କରିବା ପରିବର୍ତ୍ତେ ସାଂସଦଙ୍କୁ ବିବେକ ଅନୁଯାୟୀ ଭୋଟ ଦେବା ପାଇଁ କହିଲା। ଫଳରେ ସାପ ମରିବ ହେଲେ ବାଡି ଭାଙ୍ଗିବ ନାହିଁ ନ୍ୟାୟରେ ବିଜେେଡି ତାହାର ରଣନୀତି ଆପଣେଇ ନେଲା।

ଆଜିର ଘଟଣା ପରେ ବିଜେଡି ସାଧାରଣରେ ଲୋକହସା ହୋଇଛି। ଦଳର ନିର୍ଦ୍ଧିଷ୍ଠ ରଣ ନୀତି ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏପରି କଲେ ବିଜେଡିର ଭବିଷ୍ୟତ କଣ ହେବ ସେ ନେଇ ସମସ୍ତଙ୍କର ସନ୍ଦେହ ସୃଷ୍ଟି ହେଲାଣି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ପୁଣି ଥରେ ରାଜ୍ୟ ସଭାରେ ଦାବୀ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ବିଜେଡି ସାଂସଦ ଡ଼ଃ ସସ୍ମିତ ପାତ୍ର ପୁଣି ଥରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା  ପ୍ରଦାନ କରିବାକୁ ଜୋରଦାର ଦାବୀ କରିଛନ୍ତି।ସେ ସୋମବାର ଦିନ ରାଜ୍ୟସଭାରେ ଏହି ଦାବୀ ଉଠାଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ଜାତୀୟ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରୀ।

ଓଡ଼ିଶା କୋଇଲା, ଖଣିଜ ଏବଂ ବନ୍ଦର ମାଧ୍ୟମରେ ଦେଶର ଅର୍ଥନୀତିକୁ ସୁଦୃଢ କରିଥାଏ। କିନ୍ତୁ ମହାବାତ୍ୟା, ଫାଇଲିନ୍, ଫୋନି, ଆମ୍ଫାନ୍ ଏବଂ ୟାସ୍ ଭଳି ବିପର୍ଯ୍ୟୟରେ ପ୍ରତିବର୍ଷ ରାଜ୍ୟକୁ ଅନେକ କ୍ଷତି ସହିବାକୁ ପଡିଥାଏ। ଓଡ଼ିଶାର ଏତେ ଅବଦାନ ଥାଇ ମଧ୍ୟ କେନ୍ଦ୍ରରୁ ଯଥା ସମ୍ଭବ ସହଯୋଗ କାହିଁକି ପାଉ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଏକ ସମବେଦନା ନୁହେଁ ବରଂ ନ୍ୟାୟ ଚାହେଁ ବୋଲି ସେ କହିଛନ୍ତି। ପ୍ରତି ବର୍ଷ ରାଜ୍ୟ ବିପର୍ଯ୍ୟର ସମ୍ମୁଖୀନ ହେବା ପରେ ଆମେ ଆଉ ଥରେ ତାହା ନିର୍ମାଣ କରୁଛୁ। ଏଥିପାଇଁ ବିପୁଳ ଅର୍ଥର ବିନିଯୋଗ କରିବାକୁ ପଡିଥାଏ। ଏବେ ସମୟ ଆସିଛି କେନ୍ଦ୍ର ସରକାର ଆମର ତ୍ୟାଗକୁ ମାନ୍ୟତା ଦିଅନ୍ତୁ ବୋଲି ସେ ଗୃହରେ ଦାବୀ କରିଛନ୍ତି।

ସେ ପୁଣି କହିଲେ ଯେ, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଅ। ତେବେ ଆସନ୍ତା କାଲି ନୁହେଁ, ଆଜି। ସେ ବନ୍ଦେ ଉତ୍କଳ ଜନନୀ, ଜୟ ଓଡ଼ିଶା, ଜୟ ହିନ୍ଦ୍ କହି ତାଙ୍କର ବକ୍ତବ୍ୟ ଶେଷ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟସଭାରେ ଗର୍ଜିଲା ବିଜେଡି, ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ତୀବ୍ର ସମାଲୋଚନା କଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଆଲୋଚନାରେ ଭାଗ ନେଇ ତୀବ୍ର ସମାଲୋଚନା କରିଛି ବିଜେଡି। ବିଜୁ ଜନତା ଦଳ ସାଂସଦ ଡ. ସସ୍ମିତ ପାତ୍ର, ରାଜ୍ୟସଭାରେ ମଙ୍ଗଳବାର ଦିନ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚର୍ଚ୍ଚା କରିବା ବେଳେ ଏହାକୁ କେବଳ ବାକ୍ୟ ସର୍ବସ୍ବ, ବାସ୍ତବତା କିଛି ନାହିଁ ବୋଲି କହିଛନ୍ତି।

ଡ. ପାତ୍ର, ବିଜେଡିର ପକ୍ଷରୁ ଏବଂ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଏହିପରି ସମାଲୋଚନା କରିଥିଲେ। ସେ କହିଥିଲେ ଯେ ରାଷ୍ଟ୍ରପତି ଦେଶର ଗୁରୁତ୍ବପୂର୍ଣ୍ଣ ଘଟଣା ସଂପର୍କରେ କିଛି କହି ନାହାଁନ୍ତି। ବିଶେଷ କରି ଓଡିଶାରେ ଥିବା ଲୋକଙ୍କ ପ୍ରତି ତାଙ୍କର ଏହି ଅଭିଭାଷଣ ନିରାଶ କରିଛି।

ସସ୍ମିତ କହିଥିଲେ ଯେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ “ମୋ ସରକାର” ଶଦ୍ଦଟି ୫୫ ଥର ଉଚ୍ଚାରଣ କରିଛନ୍ତି।  ହେଲେ “ମୋ ଲୋକ” କିମ୍ବା “ମୋ ଦେଶ” ବୋଲି କହି ନାହାଁନ୍ତି।  ଫଳରେ ଏହି ଅଭିଭାଷଣ କେବଳ ସରକାରଙ୍କୁ ଖୁସି କରାଇବାରେ ଥିଲା, ଲୋକଙ୍କୁ ନୁହେଁ ବୋଲି ସସ୍ମିତ ଚର୍ଚ୍ଚାରେ ଭାଗ ନେଇ ଏହା କହିଛନ୍ତି।

ଡ. ପାତ୍ର କହିଥିଲେ ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଦେଶର ବୃହତ୍ ମୁଦ୍ଦାଗୁଡିକୁ ସ୍ଥାନ ପାଇପାରି ନାହିଁ। ଦେଶର ମୁଦ୍ରାସ୍ପିତି, ବେକାରୀ ସମସ୍ୟା, ଏବଂ କୃଷକଙ୍କ ଦୁଃଖ ଏହି ଭାଷଣରେ ଶୁଣିବାକୁ ମିଳିଲା ନାହିଁ। ସେ ସରକାରକୁ ସମାଲୋଚନା କରି କହିଥିଲେ ଯେ ସେମାନେ କୃଷକଙ୍କ ଆୟ ଦୁଗୁଣା କରିବା, ସର୍ହନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା, ଏବଂ ସ୍ବାମୀନାଥନ କମିଶନର ରିପୋର୍ଟକୁ ଲାଗୁ କରିବାରେ ବିଫଳ ହୋଇଛନ୍ତି।

ସସ୍ମିତଙ୍କର ଆଲୋଚନାର ଅତି ଗୁରୁତ୍ୱ ପୂର୍ଣ୍ଣ ଦିଗ ଥିଲା ଓଡିଶାର ପ୍ରାୟ ୨୦ ବର୍ଷ ଧରି ଦାବୀ କରି ଆସୁଥିବା ସ୍ପେଶାଲ୍ କ୍ୟାଟେଗୋରୀ ବା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା ଉପରେ ସରକାର ଚୁପ ରହିବା। ବିଜେଡି ଏବଂ ଓଡିଶାର ୪.୫ କୋଟି ଲୋକ ସବୁବେଳ ଏହି ପ୍ରଶ୍ନ ଉଠାଉଛନ୍ତି। ସେ କହିଥିଲେ ଯେ ଯଦିଓ ରାଷ୍ଟ୍ରପତି ଓଡିଶାର ସଂଗୀନ ସମସ୍ୟାଗୁଡିକ ଦେଖିଛନ୍ତି, ହେଲେ ମଧ୍ୟ ସେ ସ୍ପେଶାଲ୍ କ୍ୟାଟେଗୋରୀ ଦାବୀ ଉପରେ କୌଣସି ତଥ୍ୟ ଉପସ୍ଥାପିତ କରି ନ ଥିଲେ।

ସେହିପରି ପୋଲାଭରମ ପ୍ରକଳ୍ପ ଓ ମହାନଦୀ ଜଳ ବିବାଦ, କୋଇଲା ରୋୟାଲ୍ଟିର ପୁନର୍ବିଚାର, ରାଷ୍ଟ୍ରୀୟ ହାଇୱେ ଓ ରେଲ କନେକ୍ଟିଭିଟିର ଅଭାବ ଏବଂ ଡିଜିଟାଲ୍ ଭିତ୍ତିଭୂମି ସମସ୍ୟା ଉପରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ସ୍ଥାନିତ ନ ଥିଲା। ରାଜ୍ୟସଭାରେ ନିଜର ଅଭିଭାଷଣ ରଖି ଏ କଥା କହିଛନ୍ତି ସସ୍ମିତ ପାତ୍ର।

ସେ କହିଥିଲେ ଯେ, ୧୩୯ ଜନଜାତି ସମୁଦାୟକୁ ଏସ.ଟି. ତାଲିକାରେ ସାମିଲ କରିବା ଏବଂ ହୋ, ମୁଣ୍ଡାରୀ, ଭୂମିଜ, କୁଇ, ଏବଂ ସାଉରା ଭାଷାଗୁଡିକୁ ସଂବିଧାନର ୮ମ ତାଲିକାରେ ସାମିଲ କରିବା ଦାବୀ ପ୍ରତି ରାଷ୍ଟ୍ରପତିଙ୍କ ଅଭିଭାଷଣ ନିରାଶ କରିଥିଲା ବୋଲି ସସ୍ମିତ କହିଛନ୍ତି।

ଏହି ଚର୍ଚ୍ଚାର ଶେଷରେ, ଡ. ପାତ୍ର ସରକାରଙ୍କ ଏପରି ନିରବତାକୁ ସମସ୍ତଙ୍କୁ ହତାସ କରିଛି ବୋଲି ଗୃହରେ କହିଥିଲେ।  ସେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ସରକାରଙ୍କ ଭାଷା ବୋଲି ବର୍ଣ୍ଣନା କରିଥିଲେ।

କେନ୍ଦ୍ର ସରକାରଙ୍କୁ ସବୁବେଳ ସଂସଦରେ ସମର୍ଥନ ଦେଇ ଆସିଥିବା ବିଜେଡିର ଏପରି ପଦକ୍ଷେପକୁ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ କରି ପୋଷ୍ଟ କଲା ରାଜ୍ୟ ବିଜେପି, ବିଜେଡିର ବିରୋଧ

ଭୁବନେଶ୍ବର: ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ କରି ପୋଷ୍ଟ କରିଛି ରାଜ୍ୟ ବିଜେପି। ଏଥିରେ ନବୀନ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନଙ୍କୁ ମଧ୍ୟ ବିକୃତ କରିଛନ୍ତି। ରାଜ୍ୟ ବିଜେପି ତାହାର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏପରି ପୋଷ୍ଟ କରି ଆଳୁ ମିଶନ ଫେଲ ଉପରେ ନବୀନଙ୍କୁ କଡା ସମାଲୋଚନା କରିଛି।

ବିଜେପି ଏଥିରେ ଉଲ୍ଲେଖ କରିଛି ଯେ, ୨୦୧୫ ରୁ ୨୬୭ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆଳୁ ମିଶନ ଆରମ୍ଭ କରିଥିଲେ, ହେଲେ ସମ୍ପୂର୍ଣ୍ଣ ଅଟକଳ ରାଶି ଗିଳି ଓଡ଼ିଶାରେ ଆଳୁ ସଙ୍କଟ ଆଣିଛନ୍ତି ନବୀନ। ଏଥିସହିତ ସେହି ଫଟୋଟି ମଧ୍ୟ ବିକୃତ କରି ଲଗାଇଛନ୍ତି।

ଏହାକୁ ନେଇ ବିଜେଡି ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡି ସାଂସଦ ସସ୍ମିତ ପାତ୍ର  ତାଙ୍କ ସାମାଜିକ ଗଣମାଧ୍ୟମରେ ନିନ୍ଦା କରିଛନ୍ତି। ସେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଟ୍ୟାଗ କରି ତାଙ୍କୁ ଏହି ଘଟଣା ସଂପର୍କରେ ବର୍ଣ୍ଣନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ମଧ୍ୟ ଟ୍ୟାଗ କରି ରାଜ୍ୟ ବିଜେପିର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି।

Categories
ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଏସକେୱାଇ କୁ ରାଜନୀତି ଭିତରକୁ ଟାଣିଲେ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି କହିଲା ଏପରି କଥା

ଭୁବନେଶ୍ୱର: ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡ ଓଡ଼ିଶାବାସୀଙ୍କୁ ସଶକ୍ତ କରିଛି ଏବଂ ଆତ୍ମବିଶ୍ୱାସ ଓ ଗ୍ୟାରେଣ୍ଟି ଦେଇଛି ଯେ ସେମାନେ ରୋଗରେ ପୀଡିତ ହେଲେ ସେମାନଙ୍କ ପାଖରେ ଏହି ସ୍ୱାସ୍ଥ୍ୟ ନିଶ୍ଚିତତା କିମ୍ବା ଗ୍ୟାରେଣ୍ଟି ଅଛି। ସେମାନେ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି ଯାହାର କୌଣସି ସୀମା ନାହିଁ।

ଏଥି ସହିତ ବିଏସ୍‍କେୱାଇରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ରହିଛି । ହେଲେ ଗରିବ ଲୋକଙ୍କୁ ମିଳୁଥିବା ଏହି ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରୁଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ସରକାରୀ ଡାକ୍ତରଖାନାରେ କୌଣସି ସୀମା ନଥାଇ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ବିଏସ୍‍କେୱାଇ ପାଇଁ ଓଡ଼ିଶାରେ ୬୫୨ଟି ଡାକ୍ତରଖାନା ଏବଂ ୧୬ଟି ରାଜ୍ୟରେ ୧୬୪ଟି ପ୍ରମୁଖ ଡାକ୍ତରଖାନା ତାଲିକାଭୁକ୍ତ ହୋଇଛନ୍ତି ଏବଂ ଏହି ସଂଖ୍ୟା ବୃଦ୍ଧି ପାଉଛି। ଗତ ବର୍ଷକ ମଧ୍ୟରେ ଓଡ଼ିଶାରେ ୩୬ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି।

ବିଏସକେୱାଇ ଯୋଗୁଁ ଓଡ଼ିଶା ଲୋକଙ୍କର ଗୋଟିଏ ବର୍ଷରେ ୩୦୦୦ କୋଟିରୁ ଅଧିକ ଟଙ୍କା ସଞ୍ଚୟ ହୋଇପାରିଛି ଯାହାକୁ ସେମାନେ ନିଜର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ବ୍ୟବହାର କରିପାରିବେ।

ଗତ ଏକ ବର୍ଷ ମଧ୍ୟରେ ବିଏସକେୱାଇ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ଓଡ଼ିଶା ବାହାରେ ଚିକିତ୍ସା କରାଯାଇଛି । ବିଏସକେୱାଇ କାରଣରୁ ସେମାନେ ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୩୮୫ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି ।

କିନ୍ତୁ ଓଡ଼ିଶା ବିଜେପି ବିଧାୟକ ଏବଂ ବିଶେଷ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଯଦି ଓଡ଼ିଶାବାସୀ ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡରୁ ଉପକୃତ ହେଉଛନ୍ତି, ତେବେ ଶ୍ରୀ ପ୍ରଧାନଙ୍କୁ କାହିଁକି କଷ୍ଟ ହେଉଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି ।

ଓଡ଼ିଶାରେ ପ୍ରାୟ ୩୬ ଲକ୍ଷ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଓଡ଼ିଶା ବାହାରୁ ଦେଢ଼ ଲକ୍ଷ ରୋଗୀ ଚିକିତ୍ସିତ ହୋଇଛନ୍ତି । ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କ’ଣ ଚାହୁଁଛନ୍ତି କି, ଏହି ଲକ୍ଷ ଲକ୍ଷ ଓଡିଆମାନେ ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଯେଉଁ ଚିକିତ୍ସା ସୁବିଧା ପାଉଛନ୍ତି ତାହା ନପାଆନ୍ତୁ ବୋଲି? ଯଦି ଶ୍ରୀ ପ୍ରଧାନ ଭାବୁଛନ୍ତି ଯେ ବିଏସକେୱାଇ ଏକ ଖରାପ କାର୍ଯ୍ୟକ୍ରମ, ତେବେ ତାଙ୍କ ଦଳର ଇସ୍ତାହାରର ଏକ ନମ୍ବରରେ କୁହନ୍ତୁ ଯେ ସେମାନେ ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡକୁ ବନ୍ଦ କରିଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ନିର୍ବାଚନ କମିଶନରଙ୍କୁ କହି ବଦଳି କରିଦେବୁ.. ବିଜେପି ନେତାଙ୍କ ଅଫିସରଙ୍କୁ ଧମକ: ବିଜେଡିର ଅଭିଯୋଗ

ଭୁବନେଶ୍ବର: ନିର୍ବାଚନରେ ସହଯୋଗ କର, ନଚେତ ନିର୍ବାଚନ କମିଶନରଙ୍କୁ କହି ବଦଳି କରିଦେବୁ। ଏହିପରି ଭାବେ ରାଜ୍ୟ ସରକାରଙ୍କ କର୍ମଚାରୀ ତଥା ପୋଲିସ ଅଧିକାରୀଙ୍କୁ ଧମକ ଦେଉଛନ୍ତି ବିଜେପି ନେତା ଓ ପ୍ରାର୍ଥୀ। ଏପରି ଏକ ଗୁରୁତର ଅଭିଯୋଗ କରିଛି ବିଜୁ ଜନତା ଦଳ। ଦଳର ମୁଖପାତ୍ର ସସ୍ମିତ ପାତ୍ର ଏକ ସାମ୍ବାଦିକର ସମ୍ମିଳନୀ କରି ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଏ ନେଇ ଦଳ ତରଫରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି।

ବିଜେଡି କହିଛି ଯେ, ବିଜେପି ନେତାଙ୍କର ଧମକ ଦେବା ଅଭ୍ୟାସ ବହୁ ଆଗରୁ ରହିଛି। ଗତ ନିର୍ବାଚନରେ ମଧ୍ୟ ବିଜେପି ନେତାମାନେ ବିଭିନ୍ନ ସମୟରେ ସରକାରୀ କର୍ମଚାରୀଙ୍କୁ ଧମକ ଦେଉଥିଲେ। ଏଥର ମଧ୍ୟ ସେମାନେ ସେହିପରି ଧମକ ଦେବା ଆରମ୍ଭ କରିଛନ୍ତି। ହେଲେ ନିର୍ବାଚନ କମିଶନରଙ୍କ ନାମ ନେଇ ଧମକ ଦେବା ଏକ ଗୁରୁତର ଅପରାଧ। ଏ ନେଇ ଭାରତ ନିର୍ବାଚନ କମିଶନର ତଦନ୍ତ କରନ୍ତୁ ବୋଲି ସସ୍ମିତ ଦାବୀ କରିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ଓଡିଶାର ୧୪୭ ଟି ଆସନରେ ପ୍ରାର୍ଥୀ ଦେବାକୁ ବିଜେପି ପାଖରେ ନେତା ନାହାଁନ୍ତି, ବିଜେଡି କଲା କଟାକ୍ଷ

ଭୁବନେଶ୍ବର: ଓଡିଶାର ୧୪୭ ଟି ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀ ଦେବା ପାଇଁ ବିଜେପି ପାଖରେ ନେତା ନାହାଁନ୍ତି। ସେଥିପାଇଁ ତାଙ୍କର ବିଧାନସଭା ପାଇଁ ଗୋଟିଏ ହେଲେ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରି ନାହାଁନ୍ତି। ଏହିପରି କଟାକ୍ଷ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି ଯେ, ନେତା ନ ଥିବାରୁ ବିଜେପି ଦାଗୀ, ଜନବିରୋଧୀ ନେତାଙ୍କୁ ଗୋଟାଇବାରେ ଲାଗିଛି।

ବର୍ତ୍ତମାନ ରାଜ୍ୟର ଲୋକସଭା ପାଇଁ ବିଜେପି ସମସ୍ତ ୨୧ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ବିଧାନସଭା ପାଇଁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରି ନାହିଁ। ସେହିପରି ବିଜେଡି ୧୫ ଟି ଲୋକସଭା ଏବଂ ୭୨ ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଭବିଷ୍ୟତ ପାଇଁ ଯୁବବର୍ଗଙ୍କୁ ନିର୍ମାଣ କରୁଛି ବିଜେଡି

ଭୁବନେଶ୍ୱର: ଫ୍ରାଙ୍କଲିନ ରୁଜଭେଲ୍ଟ କହିଛନ୍ତି, “ଆମେ ସବୁବେଳେ ଆମର ଯୁବଗୋଷ୍ଠୀଙ୍କ ପାଇଁ ଭବିଷ୍ୟତ ନିର୍ମାଣ କରିପାରିବା ନାହିଁ , କିନ୍ତୁ ଆମେ ଆମର ଯୁବକଙ୍କୁ ଭବିଷ୍ୟତ ପାଇଁ ନିର୍ମାଣ ପାରିବା।” ବିଜେଡି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟକୁ ହାସଲ କରିବାକୁ ଚେଷ୍ଟା କରିଛନ୍ତି। ନେତୃତ୍ୱ ଭୂମିକା ଗ୍ରହଣ କରିବା ପାଇଁ ଯୁବପିଢ଼ି କିପରି ରୂପ ନେଉଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ତାହା ଉପରେ ସମାଜର ଭବିଷ୍ୟତ ନିର୍ଭର କରୁଛି। ତେଣୁ ଯୁବଗୋଷ୍ଠୀଙ୍କୁ ଦକ୍ଷ, ଦାୟିତ୍ୱବାନ, ପ୍ରେରଣାଦାୟୀ, ଦୂରଦର୍ଶୀ ଓ ଚିନ୍ତାଶୀଳ ନାଗରିକ କରିବା ପାଇଁ ବିଜେଡି ଅନେକ ପଦକ୍ଷେପ ନେଇଛି ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଓ ଡକ୍ଟର ସସ୍ମିତ ପାତ୍ର।

ଆଜି ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଉଭୟ ମୁଖପାତ୍ର କହିଛନ୍ତି ଯେ, ଯୁବଗୋଷ୍ଠୀଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଅର୍ଥନୈତିକ ସୁଯୋଗ କ୍ଷେତ୍ର ଭାବେ ଇଲେକ୍ଟ୍ରୋନିକ୍ ପଲିସି, ୨୦୨୧; ଆଇଟି ନୀତି ୨୦୨୨; ବିପିଓ ନୀତି ୨୦୨୨; ଡାଟା ସେଣ୍ଟର ପଲିସି ୨୦୨୧ରେ ଏହି ସବୁ କ୍ଷେତ୍ରର ଶିଳ୍ପକୁ ପ୍ରୋତ୍ସାହନ ଦିଆଯାଇଛି। ଏଠାରେ ବ୍ୟାପକ ନିଯୁକ୍ତି ସହିତ ଶିକ୍ଷାର ପ୍ରସାର ହୋଇପାରୁଛି। ଇନୋଭେସନ ହବ୍‌- ଇନଫୋସିଟି ଭଳି ସିଲିକନ୍ ଭ୍ୟାଲି; ଇନଫୋ ଭ୍ୟାଲି ଓ ହବ୍ ଆଦି ରହିଛି । ବଡ଼ ବଡ଼ ସହରର ଆହ୍ୱାନ ବିନା ଭୁବନେଶ୍ୱର ଆଦର୍ଶ ସ୍ଥାନ ସାବ୍ୟସ୍ତ ହୋଇଥିଲା। ନାସ୍କମ୍ ଏବଂ ଡେଲୋଇଟ୍ ଏହାକୁ ସ୍ୱୀକୃତି ଦେଇଛନ୍ତି।

ଆସେଞ୍ଚର, ଆଇବିଏମ୍‌, କଗ୍ନିଜେଣ୍ଟ୍‌, ମାଇକ୍ରୋସଫ୍ଟ, ଇନଫୋସିସ୍‌, ଟେକ୍ ମହିନ୍ଦ୍ରା, ଟିସିଏସ୍ ପକ୍ଷରୁ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ପିଡବ୍ଲ୍ୟୁସି, ଇୱାଇ ଏବଂ ଡେଲୋଇଟ୍‌ର ମଧ୍ୟ ନିଜସ୍ୱ କେନ୍ଦ୍ର ରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ବୃହତ ବିପିଓ ଫାର୍ମ କନସେନଟ୍ରିକ୍ସ ଉଦ୍‌ଘାଟନ କରିଥିଲେ। ଷ୍ଟେମ୍ ଗ୍ରାଜୁଏଟମାନେ ଏକ ପାଦ ଆଗକୁ ବଢିଛନ୍ତି। ୫ଟିରେ ଟି ଅର୍ଥ ଟେକ୍ନୋଲୋଜି।

ଶିକ୍ଷା ପରିଦୃଶ୍ୟରେ ନୂଆ ଓ – ସାମ୍ସ ମାଧ୍ୟମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ପ୍ରଦାନର ବ୍ୟବସ୍ଥା ହୋଇଛି । ଛାତ୍ରମାନଙ୍କୁ ୯୦୦୦ ଓ ମହିଳା ଛାତ୍ରୀମାନଙ୍କୁ ୧୦୦୦୦ ଟଙ୍କାର ବୃତ୍ତି ମିଳୁଛି । ଶିକ୍ଷାର ଅନ୍ତର୍ଭୁକ୍ତ ଏବଂ ସମାନ ଉପଲବ୍ଧତା ଭାବେ ଏସ୍‌ସି, ଏସ୍‌ଟି ଓ ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ଅଧିକ ବୃତ୍ତି ମିଳିଥାଏ । ନୂଆ ଉନ୍ନତ ଅଭିଳାଷ ଆଗାମୀ ତିନି ବର୍ଷ ମଧ୍ୟରେ ଏକ ଲକ୍ଷ ଯୁବକଙ୍କୁ ତାଲିମ ଦେବ । ଏଥିପାଇଁ ୩୮୫ କୋଟି ଟଙ୍କାର ବଜେଟ୍ ଆବଣ୍ଟନ କରାଯାଇଛି । ୟୁଜି ଏବଂ ପିଜି ପାଇଁ ମ୍ୟାଜିକ୍ କାର୍ଡ – ସୁବିଧା ରହିଛି ।

ଦକ୍ଷତା ଏବଂ ଉଦ୍ୟୋଗୀ ଲ୍ୟାଣ୍ଡସ୍କେପ୍ ଭାବେ ଡବ୍ଲୁଏସ୍ସି ଆଇଟିଇଇଏସ୍ ଭାଗିଦାରୀ-୨୦୨୧ରେ ୭ଟି ଟ୍ରେଡରେ ଉନ୍ନତ ଦକ୍ଷତା ପ୍ରଶିକ୍ଷଣ, ଇଞ୍ଜିନିୟରିଂ ସ୍କୁଲ – ୫ଟି ପାଠ୍ୟକ୍ରମ ଓ ସର୍ଭିସ ସ୍କୁଲରେ ୨ଟି ପାଠ୍ୟକ୍ରମ ରହିଛି । ଡବ୍ଲୁଏସସି ଏକାଡେମୀ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବ ଏବଂ ଆଇଟିଆଇ ଏବଂ ପଲିଟେକ୍ନିକ୍‌ର ଉନ୍ନତି ପାଇଁ ଏକ ହବ୍ ଏବଂ ସ୍ପିକ୍ ମଡେଲ ଭାବରେ କାର୍ଯ୍ୟ କରିବ ।

ସଂକଳ୍ପ ଯୋଜନାରେ ଉଦ୍ୟୋଗୀମାନଙ୍କ ପାଇଁ ୧୦୦ ଘଣ୍ଟିଆ ପାଠ୍ୟକ୍ରମ; ଗ୍ରାମୀଣ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ୧୦,୦୦୦ ପ୍ରଶିକ୍ଷିତ ଏବଂ ୧୦୦୦ ଜଣଙ୍କୁ ଗ୍ରାମାଞ୍ଚଳରେ ଉଦ୍ୟୋଗ ପରିଚାଳନା ଦାୟିତ୍ୱ ଦିଆଯାଇଛି । ପ୍ରାକୃତିକ ପ୍ରତିଭା ଥିବା ଲୋକଙ୍କ ପାଇଁ ପୂର୍ବ ଶିକ୍ଷାର ସ୍ୱୀକୃତି ପ୍ରଦାନ କରାଯାଉଛି ।

ଡାସଲ୍ଟ; ମାଇକ୍ରୋସଫ୍ଟ; ଟେକ୍ ମହିନ୍ଦ୍ରା; କୋର୍ସରା; ଆଇବିଏମ୍ ଆଦି ଡିଜିଟାଲ ଦକ୍ଷତା କ୍ଷୁଦ୍ର ପାଠ୍ୟକ୍ରମ ପ୍ରଦାନ କରୁଛନ୍ତି । ଏଥି ମଧ୍ୟରେ ଡିଜିଟାଲ ଆନିମେସନ ଏବଂ ସ୍ପେସିଆଲ ଏଆଇ ପାଠ୍ୟକ୍ରମ ରହିଛି । ସେହିଭଳି ସିଙ୍ଗାପୁର ସହ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଜାରି ରହିଛି ।
ମିଶନ ଶକ୍ତିକୁ ସହାୟତା ପାଇଁ ଆଉ ୯ଟି ପାଠ୍ୟକ୍ରମ – ଲଜିଷ୍ଟିକ୍ ସାମୁଦ୍ରିକ ଇଞ୍ଜିନିୟରିଂ ସ୍ୱାସ୍ଥ୍ୟ ସେବା; ମହିଳାମାନଙ୍କ ପାଇଁ କଷ୍ଟମ ଏମବିଏ ଏବଂ ପୋଷାକରେ ପ୍ରଶିକ୍ଷଣ ସହ ମାଇକ୍ରୋ ଉତ୍ପାଦନ । ଡବ୍ଲୁଏସସିକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନ୍ତର୍ଜାତୀୟ କ୍ୟାରିୟର ସେଣ୍ଟର ଭାବରେ ସ୍ୱୀକୃତି ଦେଇଛି ଯାହା ବିଦେଶୀ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଛି । ଆଇଓଟିରେ ଉତ୍କର୍ଷ କେନ୍ଦ୍ରର ଯୋଜନା; ସ୍ମାର୍ଟ ଉତ୍ପାଦନ; ଉନ୍ନତ ୱେଲ୍ଡିଂ ଇତ୍ୟାଦି ରହିଛି ।

“ଭବିଷ୍ୟତ ପାଇଁ ଯୁବ ଓ ଯୁବଗୋଷ୍ଠୀଙ୍କ ପାଇଁ କ୍ରୀଡ଼ା’ । କ୍ରୀଡ଼ା ଓ ଯୁବସେବା ବିଭାଗ ଏଥିପାଇଁ ଭୁବନେଶ୍ୱରରେ କଳିଙ୍ଗ ସ୍ପୋର୍ଟସ କମ୍ପେ୍ଲକ୍ସ, ରାଉରକେଲାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, କଟକରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, ୬ ଫିଫା ଷ୍ଟାଣ୍ଡାର୍ଡ ଫୁଟବଲ ପିଚ୍ (୫ ପ୍ରାକୃତିକ + ୧ କୃତ୍ରିମ), ପୁରୀ, ବ୍ରହ୍ମପୁର, ଜୟପୁର, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ରାଉରକେଲା, (ପ୍ରସ୍ତାବିତ- ସମ୍ୱଲପୁର ଓ ବାଲେଶ୍ୱର), ତମାଣ୍ଡୋ ଓ କୁଲୁଣ୍ଡିରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ୧୬ଟି କ୍ରୀଡ଼ା ଏକାଡେମୀ, ୧୨ ସୁଇମିଂ ଗ୍ରାସରୁଟ୍ ସେଣ୍ଟର, ୪୦ଟି ଇନ୍‌ଡୋର ହଲ୍‌, ୨ଟି ଇନ୍‌ଡୋର ଜିମ୍ନାଷ୍ଟିକ୍ସ ଓ ଭାରୋତ୍ତୋଳନ ହଲ୍‌, ୯୦ଟି ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, ୨୫ଟି ସିନ୍ଥେଟିକ୍ ହକି ପ୍ରଶିକ୍ଷଣ ପିଚ୍ (ତୃଣମୂଳ ସ୍ତରରେ ପ୍ରଶିକ୍ଷଣ ପାଇଁ), ୩୧୪ଟି ଗ୍ରାମୀଣ ମିନି ଷ୍ଟାଡିୟମ, ୧୪୯ ଅର୍ବାନ ମିନି ଷ୍ଟାଡିୟମ ଓ ସୁନ୍ଦରଗଡ଼ର ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ରହିଛି ।

ଅଲିମ୍ପିକ୍ ମୂଲ୍ୟ ଶିକ୍ଷା କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାର ଆଇଓସି ସହ ଭାଗିଦାରୀ କରିଛନ୍ତି । ସୁସ୍ଥ ଜୀବନଶୈଳୀ ପାଇଁ ଜୀବନ କୌଶଳ, ମୂଲ୍ୟବୋଧ ଏବଂ କ୍ରୀଡ଼ାରେ ଜୀବନବ୍ୟାପୀ ଅଂଶଗ୍ରହଣ ଶିଖାଇବା ପାଇଁ ଓଡ଼ିଶାର ୩୫୦ରୁ ଅଧିକ ବିଦ୍ୟାଳୟରେ ଅଲିମ୍ପିକ୍ ମୂଲ୍ୟ ଶିକ୍ଷା କାର୍ଯ୍ୟକ୍ରମ (ଓଭିଇପି) ପ୍ରଦାନ ।

ମାଉଣ୍ଟ ଏଭରେଷ୍ଟ (୮୮୪୮ ମିଟର), ମାଉଣ୍ଟ ଆକନକାଗୁଆ (୬୯୫୯ ମିଟର) ଏବଂ ଆଣ୍ଟାର୍କଟିକା ପାଇଁ ଡିଏସୱାଇଏସ୍ ସିଦ୍ଧାର୍ଥ ରାଉତରାୟଙ୍କୁ ସହାୟତା ପ୍ରଦାନ କରିଥିଲା । ଡିଏସୱାଇଏସ୍ ପର୍ବତାରୋହୀଙ୍କୁ ସମର୍ଥନ ପ୍ରଦାନ କରିଛି ଯେଉଁମାନେ ଆଫ୍ରିକାର ସର୍ବୋଚ୍ଚ ମାଉଣ୍ଟ କିଲିମଞ୍ଜାରୋ (୫୮୯୫ ମିଟର) ଚଢିଛନ୍ତି ।

ଯୁବ ନିୟୋଜନ ଏବଂ ସଶକ୍ତୀକରଣ ପାଇଁ ନୂଆ-ଓ କାର୍ଯ୍ୟକ୍ରମ ସମଗ୍ର ଦେଶରେ ଆରମ୍ଭ ହୋଇଛି । ବ୍ଲକ/ଏନ୍‌ଏସି/ପୌରପାଳିକା ସ୍ତରରେ ୬ଟି ବିଭାଗକୁ ନେଇ ଆୟୋଜିତ କ୍ରୀଡ଼ା ପ୍ରତିଯୋଗିତାରେ ୫୫ ହଜାରରୁ ଅଧିକ ଦଳ ପଞ୍ଜୀକୃତ ହୋଇଛନ୍ତି । ବିଭିନ୍ନ ସ୍ତରରେ ରାଜ୍ୟବ୍ୟାପୀ ସାଂସ୍କୃତିକ/ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଜିମ୍ନାଷ୍ଟ ପ୍ରଣତି ନାୟକ ଓଡ଼ିଶାର ଗୌରବ । ଗୋଆ ୨୦୨୩ର ୩୭ଟି ଜାତୀୟ କ୍ରୀଡ଼ାରେ ୪ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତି ଶ୍ରେଷ୍ଠ ମହିଳା ଆଥଲେଟ୍ ଭାବେ ଉଭା ହୋଇଛନ୍ତି ପ୍ରଣତି । କିଶୋର ଜେନାଙ୍କୁ ଚଳିତ ବର୍ଷ ବଡ଼ ସଫଳତା ମିଳିଛି । ଜାତୀୟ ଚାମ୍ପିୟନଶିପରେ ରୌପ୍ୟ ପଦକ, ବିଶ୍ୱ ଚାମ୍ପିୟନଶିପରେ ପଞ୍ଚମ ଓ ରୌପ୍ୟ ପଦକ ଜିତି ୨୦୨୩ ଏସୀୟ କ୍ରୀଡ଼ାରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ।

ସ୍ୱୟମ୍ ୟୁ – ସ୍ୱାଧୀନ ଯୁବ ଉଦ୍ୟୋଗ ୧୫ ଫେବୃଆରୀ ୨୦୨୪ର ଶୁଭାରମ୍ଭ ହୋଇଛି । ଅର୍ଥେନୈତିକ ଦୁର୍ବଳ ବର୍ଗ ଋଣ ପାଇବା କଷ୍ଟକର । ଯୁବକମାନେ ସୁଧ ବୋଝ ବୋହି ପାରନ୍ତି ନାହିଁ ଏବଂ ବ୍ୟାଙ୍କଗୁଡିକ ଦ୍ୱିଧାରେ ଅଛନ୍ତି । ମାର୍ଜିନ୍ ମନି ଏକ ଚ୍ୟାଲେଞ୍ଜ । ଏସସି ଏସଟି କିନ୍ନରଙ୍କ ପାଇଁ ୧୮-୩୫ ବର୍ଷ ଏବଂ ୪୦ ବର୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ।

ଏକ ଲକ୍ଷ ଟଙ୍କାର ପ୍ରକଳ୍ପରେ ୫୦୦୦ ମାର୍ଜିନ ମନି ଏବଂ ୯୫୦୦୦ କେନ୍ଦ୍ର କିମ୍ୱା ରାଜ୍ୟ ଯୋଜନା ଭାବରେ କମ୍ ସୁଧରେ ବ୍ୟାଙ୍କରୁ ଋଣ କରାଯାଇପାରିବ । କିନ୍ତୁ ସରକାର ଏହି ସୁଧ ବହନ କରିବେ । ୨ ବର୍ଷରେ ପ୍ରାରମ୍ଭିକ ଭାବେ ୫୦,୦୦୦ରୁ ଅଧିକ ଯୁବକଙ୍କୁ ଟାର୍ଗେଟ କରାଯାଇଛି । ଦୁଇଟି କିସ୍ତିରେ ଋଣ ମିଳିବ ଏବଂ ୪ ବର୍ଷରେ ପରିଶୋଧ ହେବ କିନ୍ତୁ ସ୍ଥଗନ ଅବଧି ୩-୬ ମାସ ପର୍ଯ୍ୟନ୍ତ ହୋଇପାରେ । ମୋ ସେବା କେନ୍ଦ୍ର ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ମେଣ୍ଟ ନୁହେଁ ଏକା ଲଢିବ, କେତୋଟି ଆସନରେ ଜିତିବ ଦେଲା ହିସାବ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇଛି ରାଜ୍ୟର ପାଣିପଗ ସେତିକି ଗରମ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କିଏ କେତେ ଆସନ ଜିତିବ ତାହାର ହିସାବ ନିକାସ ଚାଲିଛି। ତେବେ ଏଥିରେ ବିଜେଡି ଆସନ୍ତା ନିର୍ବାଚନରେ କେତେ ଆସନରେ ଜିତିବ ତାହାର ଆକଳନ କରିିଛି। ସେହି ଅନୁସାରେ ଦଳ ୨୧ଟି ଲୋକସଭା ଆସନରୁ ୧୭ ଟି ଆସନରେ ଜିତିବ ବୋଲି ଘୋଷଣା କରିଛି।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା ସସ୍ମିତ ପାତ୍ର କହିଛନ୍ତି ଯେ ବର୍ତ୍ତମାନ ଲୋକେ ବିଜେଡି ସରକାରର ଜନହିତକର କାର୍ଯ୍ୟ ସଂପର୍କରେ ଅବଗତ ଅଛନ୍ତି। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଷ୍ପତି କରିଛନ୍ତି। ଏହି ସମୟରେ ସସ୍ମିତ ଘୋଷଣା କରିଛନ୍ତି ଯେ, ଏଥର ବିଧାନସଭାରେ ବିଜେଡି  ୧୪୭ ମଧ୍ୟର ୧୨୦ଟି ଆସନରେ ବିଜୟ ଲାଭ କରିବ।

ସସ୍ମିତଙ୍କ ଏହି ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ଏକାକୀ ଲଢେଇ କରିବ। ଯେଉଁ ମେଣ୍ଟ କଥା ବାରମ୍ବାର ଚର୍ଚ୍ଚା ହେଉଛି ସେଥିରେ ବିଜେଡି ପୂର୍ଣ୍ଣଚ୍ଛେଦ ପକାଇଛି। ଅର୍ଥାତ ବିଜେପି ବିଜେଡି ମେଣ୍ଟ ଚର୍ଚ୍ଚା ଶେଷରେ ସମାପ୍ତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ବିଜେଡି ଏହି ମେଣ୍ଟ ଚର୍ଚ୍ଚା ନେଇ ପରୋକ୍ଷରେ ବିଜେପିକୁ ଟାର୍ଗେଟ କରିଛି। କହିଛି ବିଜେପିର ସବୁ ନିର୍ବାଚନ ମଣ୍ଡଳିରେ ପ୍ରାର୍ଥୀ ଦେବାକୁ ନେତା ନାହିଁନ୍ତି। ସେଥିପାଇଁ ସେମାନେ ବିଜେଡି ନେତାଙ୍କ ଉପରେ ଭରସା କରିଛନ୍ତି।

ବିଜେଡି ନେତା ସସ୍ମିତ ପାତ୍ର ସିଧା ଏହି ମେଣ୍ଟ ଚର୍ଚ୍ଚା ବିଜେପି କରୁଛି ବୋଲି ଜଣାଇ ଦେଇଛନ୍ତି। କାରଣ ତାଙ୍କ ପାଖରେ ନେତା ନାହିଁନ୍ତି, ତାଙ୍କର ଜିତିବାର ସମ୍ଭାବନା ନାହିଁ। ସେଥିପାଇଁ ମେଣ୍ଟ ଚର୍ଚ୍ଚା କରି ସେମାନେ ବିଜେଡି ଶକ୍ତିରେ ଶକ୍ତିଶାଳି ହେବେ ବୋଲି ଆଶା କରିଛନ୍ତି।

ଗତକିଛି ଦିନ ଧରି ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ହେବ ବୋଲି ବଡ ଚର୍ଚ୍ଚା ଚାଲିଛି। ଏ ନେଇ କୁଆଡେ ଦିଲ୍ଲୀ ବିଜେପିରେ ଆଲୋଚନା ଚାଲିଛି। ହେଲେ ଗତକାଲି ଦିଲ୍ଲୀରୁ ଫେରିବା ପରେ ବିଜେପି ସଭାପତି ମନମୋହନ ସାମଲ ଏହାକୁ ଖଣ୍ଡନ କରିଥିଲେ।

ବିଜେପି ଏକ ଲଢେଇ କରିବ ବୋଲି କହିଥିଲେ। ସେହିପରି ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ସେହି କଥା କହିଥିଲେ। ଫଳରେ ମେଣ୍ଟ ହେବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ସହିତ କାହିଁକି ମଧ୍ୟାହ୍ନ ଭୋଜନ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଆଜି ସଂସଦ ଭବନ କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଏ ନେଇ ପ୍ରଧାନମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମରେ ଫଟୋ ସହିତ ଲେଖା ମଧ୍ୟ ପ୍ରକାଶ କରିଛନ୍ତି। କେବଳ ସସ୍ମିତ ନୁହଁନ୍ତି ବିଭିନ୍ନ ଦଳର ଆଠ ଜଣ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ଏହି ଭୋଜନ ଦେଇଛନ୍ତି।

ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ଯେଉଁମାନେ ମଧ୍ୟାହ୍ନ ଭୋଜନ କରିଥିଲେ ସେମାନେ ହେଲେ ଏଲ ମୁରୁଗାନ, ରିତେଶ ପାଣ୍ଡେ, ହୀନା ଗାୱିତ, କୋନିୟାକ, ଏନ ପ୍ରେମଚନ୍ଦ୍ରନ, ରାମ ମୋହନ ନାଇଡୁ ଏବଂ ଜାମିଆଙ୍ଗ ସେରିଙ୍ଗ ନାମଗାଲ। ସସ୍ମିତଙ୍କ ସହିତ ମୋଟ ଆଠ ଜଣ ଏହି ମଧ୍ୟାହ୍ନ ଭୋଜନରେ ସାମିଲ ହୋଇଛନ୍ତି।

ତେବେ ଏମାନେ କିପରି ପ୍ରଧାନମନ୍ତ୍ରୀଙ୍କ ସହିତ ଖାଇଲେ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ତେବେ ସୁତ୍ର ଅନୁସାରେ ଜଣାପଡିଛି ଯେ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସସ୍ମିତଙ୍କ ସହିତ ଏହି ଆଠ ଜଣଙ୍କୁ ଫୋନ କଲ ଆସିଥିଲା। ସେମାନଙ୍କୁ କୁହାଯାଇଥିଲା ଯେ, ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ।

ଏହି ଆଠ ଜଣ ସାଂସଦ ସଂସଦ ଭବନରେ ଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ପହଞ୍ଚିବା ପରେ ମୋଦି ସେମାନଙ୍କୁ ସ୍ବାଗତ କରିଥିଲେ। ସେମାନଙ୍କୁ କହିଥିଲେ ଯେ, ଆପଣମାନଙ୍କୁ ଆଜି ମୁଁ ଦଣ୍ଡ ଦେବି। ଏହା କହି ସେ ସମସ୍ତଙ୍କୁ କ୍ୟାଣ୍ଟିନକୁ ନେଇ ଖାଇବାକୁ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଶ୍ବଭୂଷଣଙ୍କ ଉପରେ ବିଜେଡି ଖପ୍ପା, ପୁଅର ରାଜନୈତିକ ଭବିଷ୍ୟତ ପାଇଁ ସେ ବ୍ୟଗ୍ର ବୋଲି ଅଭିଯୋଗ

ଭୁବନେଶ୍ୱର: ଛତିଶଗଡ ରାଜ୍ୟପାଳ ବିଭିନ୍ନ ସମୟରେ ଦେଉଥିବା ବିବୃତିକୁ ନେଉ ଖପ୍ପା ହୋଇଛି ବିଜୁ ଜନତା ଦଳ। ନିକଟରେ ବିଶ୍ବଭୂଷଣ ହରିଚନ୍ଦନ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଏବଂ ରତ୍ନଭଣ୍ଡାର ଖୋଲା ପ୍ରସଂଗରେ ବିବୃତି ପ୍ରଦାନ କରିଥିଲେ। ଏ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏପରି ସବୁ ବିବୃତି ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ବିଶ୍ବଭୂଷଣଙ୍କୁ ସମାଲୋଚନା କରିଛି।

ବିଜେଡି କହିଛି ବିଗତ ୭୬ ବର୍ଷ ଧରି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ରାଜ୍ୟପାଳମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ନିରପେକ୍ଷ ଭୂମିକା ଗ୍ରହଣ କରିଛନ୍ତି । ଯେତେବେଳେ ଜଣେ ଓଡ଼ିଆଙ୍କୁ ରାଜ୍ୟପାଳ ପଦରେ ନିଯୁକ୍ତି ମିଳିଥାଏ, ସେ ଆସାମର ରାଜ୍ୟପାଳ ଭାବେ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ହୁଅନ୍ତୁ, ଝାଡଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କିମ୍ବା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ଯିଏକି ଏବେ ଛତିଶଗଡର ରାଜ୍ୟପାଳ ଅଛନ୍ତି, ଆମେ ସମସ୍ତେ ସବୁବେଳେ ଖୁସି ହୋଇଛୁ ବୋଲି କହିଛନ୍ତି ବିଜେଡି ସାଂସଦ ତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର କହିଛନ୍ତି ଯେ ଭାରତୀୟ ସମ୍ବିଧାନର ଧାରା ୧୫୩ ରୁ ୧୬୨ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଦିଷ୍ଟ କ୍ଷମତା ଓ ସେବା ସର୍ତ୍ତାବଳୀ ରଖାଯାଇଛି। ସାମ୍ବିଧାନିକ ଦୃଷ୍ଟିରୁ ରାଜ୍ୟପାଳମାନେ ନିରପେକ୍ଷ ରହିବେ ବୋଲି ଆଶା କରାଯାଇଛି।

ରାଜ୍ୟପାଳମାନେ ଅଣରାଜନୈତିକ ପଦବୀରେ ଅଧିଷ୍ଠିତ ହେଉଥିବାରୁ ରାଜ୍ୟପାଳ ପଦ ଗ୍ରହଣ କରିବା ପୂର୍ବରୁ ସେ ସମ୍ପୃକ୍ତ ଥିବା ରାଜନୈତିକ ପଦ କିମ୍ବା ରାଜନୈତିକ ଦଳରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥାଏ। ସେମାନେ ଏପରି କୌଣସି ବୟାନ କିମ୍ବା ମନ୍ତବ୍ୟ ନ ଦେଇ ରାଜ୍ୟପାଳ ପଦର ମର୍ଯ୍ୟାଦା ବଜାୟ ରଖିବେ ବୋଲି ଆଶା କରାଯାଉଛି ଯାହା ସେମାନଙ୍କ ପଦବୀର ମର୍ଯ୍ୟାଦା ଏବଂ ସମ୍ମାନକୁ ହ୍ରାସ କରିପାରେ।

ତେବେ ଗତ କିଛି ଦିନ ହେବ ଦେଖିବାକୁ ମିଳୁଛି ଯେ ଛତିଶଗଡ଼ର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିବା ଆରମ୍ଭ କରିଛନ୍ତି ଯାହା ତାଙ୍କଠାରୁ ଆଶା କରାଯାଉ ନାହିଁ। ଆମେ ବୁଝିପାରୁଛୁ ଯେ ସେ ତାଙ୍କ ପୁଅ ପାଇଁ ଏକ ରାଜନୈତିକ ପଦବୀ ଖୋଜିବା ପାଇଁ ବ୍ୟଗ୍ର ଅଛନ୍ତି, ଯିଏ କି ତାଙ୍କ ଜୀବନରେ କେବେବି ନିର୍ବାଚନ ଜିତି ନାହାନ୍ତି ଏବଂ ପୌର ନିର୍ବାଚନରେ କାଉନସିଲରର ନିର୍ବାଚନ ମଧ୍ୟ ହାରିଛନ୍ତିା

ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଠାରୁ ଆମେ ଆଶା କରୁଛୁ ଯେ ସେ ଓଡ଼ିଶା ଉପରେ ବିଭିନ୍ନ ପ୍ରସଙ୍ଗରେ ମତବ୍ୟକ୍ତ କରି ତାଙ୍କ ପଦର ମର୍ଯ୍ୟାଦା ଓ ସମ୍ମାନକୁ ହ୍ରାସ କରିବେ ନାହିଁ, ଯାହା ତାଙ୍କଠାରୁ ଆଶା କରାଯାଉ ନାହିଁ ଏବଂ ଓଡ଼ିଶା ଭଳି ରାଜ୍ୟରେ ଏହା ପୂର୍ବରୁ କେବେବି ଦେଖିବାକୁ ମିଳି ନ ଥିଲା।

ଆସାମର ରାଜ୍ୟପାଳ ଥିବା ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଝାଡଖଣ୍ଡର ରାଜ୍ୟପାଳ ଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଭଳି ଓଡ଼ିଆଙ୍କୁ ଓଡିଶା ଦେଖିଛି। ସେମାନେ ରାଜ୍ୟପାଳ ଥିଲେ ମଧ୍ୟ କେବେ ବି ଏପରି ଶବ୍ଦ ଉଚ୍ଚାରଣ କରି ନ ଥିଲେ ଯାହା ସେମାନଙ୍କ ପଦ ଓ ମର୍ଯ୍ୟାଦା ପାଇଁ ଅନୁପଯୁକ୍ତ ବୋଲି ବିବେଚନା କରାଯିବ। ଏହା ହେଉଛି ଜଣେ ଭଲ ରାଜ୍ୟପାଳଙ୍କ ପ୍ରକୃତ ମାନ୍ୟତା, ଯିଏ କି ରାଜ୍ୟପାଳ ପଦର ପବିତ୍ରତା ଏବଂ ମର୍ଯ୍ୟାଦା ବଜାୟ ରଖନ୍ତି।

ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଠାରୁ ଆମେ ଆଶା କରୁଛୁ ଯେ ଏଭଳି ବୟାନ ଦେବାରୁ ଦୂରେଇ ରହିବେ ଯାହା ତାଙ୍କଠାରୁ ଏବଂ ଛତିଶଗଡ଼ର ରାଜ୍ୟପାଳ ଭାବରେ ତାଙ୍କ କାର୍ଯ୍ୟାଳୟଠାରୁ ଆଶା କରାଯାଉ ନାହିଁ। ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଏବଂ ବର୍ତ୍ତମାନ ଛତିଶଗଡର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ସମୟରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଯେଉଁ ଶପଥ ନେଇଛନ୍ତି ତଦନୁଯାୟୀ ତାଙ୍କର ଦାୟିତ୍ୱ ଅଣ ରାଜନୈତିକ ରହିବା ଉଚିତ୍‍ ବୋଲି ଡକ୍ଟର ପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବେ, ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରି ଖୋଲାସା କଲା ବିଜେଡି

ଭୁବନେଶ୍ୱର: ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିବାକୁ ଯାଇ ଏକ ଖୋଲାସା କରିଛନ୍ତି। ତାହା ହେଲା ଯେ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଖୁବ ଶିଘ୍ର ବିଜେପିରେ ମିଶିବେ। ସେ ହିଂସାତ୍ମକ କାର୍ଯ୍ୟ କରୁଥିବାରୁ ବିଜେଡି ତାଙ୍କୁ ଦଳରୁ ବହିସ୍କାର କରିଛି। ହେଲେ ସେହିପରି ନେତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଫୁଲମାଳ ଦେଇ କୋଳେଇ ନେବାକୁ ବସିଛନ୍ତି।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋର୍ଦ୍ଧାର ଏକ କାର୍ଯ୍ୟକ୍ରମରେ ଅପରାଜିତାଙ୍କୁ ଭୁବନେଶ୍ବରରେ ବିରୋଧ କରାଯିବା ଘଟଣାକୁ ନିନ୍ଦା କରିବା ସହିତ ପ୍ରଶାସକ କଳ ଏହାର ଷଢଯନ୍ତ୍ର କରିଛି ବୋଲି କହିଛନ୍ତି। ସେହିପରି ଉପନିର୍ବାଚନରେ ମଧ୍ୟ ହିଂସାତ୍ମକ କାର୍ଯ୍ୟ କଳାପ ପରିଲକ୍ଷିତ ହେଉଛି। ଏହା ବିଜେଡିର ଗୋଟିଏ ଗୋଟିଏ ପ୍ରାୟୋଜିତ କାର୍ଯ୍ୟକ୍ରମ। ସଂଖ୍ୟା ଗରିଷ୍ଠତା ଅଛି ବୋଲି ଯାହାତାହା କରିବା ଗଣତନ୍ତ୍ରରେ ଉଚିତ ନୁହେଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଏହାର ଜବାବ ଦେବାକୁ ଯାଇ ସସ୍ମିତ ଗଣମାଧ୍ୟମକୁ କହିଛନ୍ତି ଯେ ବିଜେଡି ସାଧାରଣ ଜୀବନରେ କୌଣସି ପ୍ରକାର ହିଂସା କିମ୍ବା ବାଧା ସୃଷ୍ଟି ଉପରେ ବିଶ୍ୱାସ କରେ ନାହିଁ । ଆମ ସୂଚନା ଅନୁଯାୟୀ ସେଭଳି କୌଣସି ଅଘଟଣ ଘଟି ନଥିଲା। ଯଦି ଏହା ଘଟିଥାନ୍ତା ତେବେ ବିଜେଡି ପ୍ରଥମେ ଏହାକୁ ନିନ୍ଦା କରିଥାନ୍ତା।

ସସ୍ମିତ ପାତ୍ର ଗୋଟିଏ ଉଦାହରଣ ଦେଇ କହିଛନ୍ତି ଯେ ଚିଲିକାର ତତ୍କାଳୀନ ବିଜେଡି ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ଶ୍ରୀ ନିରଞ୍ଜନ ସେଠୀଙ୍କୁ ୮ ସେପ୍ଟେମ୍ବର, ୨୦୨୧ ରେ ବାଲୁଗାଁ ଠାରେ ଆକ୍ରମଣ କରିଥିଲେ।

ଶ୍ରୀ ଜଗଦେବଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଥିଲେ। ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସଭାପତି ଦଳରୁ ବହିଷ୍କାର କରିଥିଲେ କାରଣ ଶ୍ରୀ ନବୀନ ପଟ୍ଟନାୟକ ଗୁଣ୍ଡାଗର୍ଦ୍ଦି ଉପରେ ବିଶ୍ୱାସ କରନ୍ତି ନାହିଁ।

ତେବେ ସେହି ଶ୍ରୀ ପ୍ରଶାନ୍ତ ଜଗଦେବଙ୍କୁ ଫୁଲମାଳ ପିନ୍ଧାଯିବା ସହିତ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦ ଏବଂ ନିୟମିତ ବୈଠକ ଯୋଗୁଁ ବିଜେପିରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଆପଣ ଓଡ଼ିଶାର ଲୋକମାନଙ୍କ ପାଇଁ କେଉଁ ଉଦାହରଣ ସୃଷ୍ଟି କରୁଛନ୍ତି? ପ୍ରଶ୍ନ କରିଛନ୍ତି ସସ୍ମିତ ପାତ୍ର।

ସସ୍ମିତ ଆହୁରି କହିଛନ୍ତି ଯେ, ଆପଣ ଓଡ଼ିଶାର ଲୋକଙ୍କୁ କି ବାର୍ତ୍ତା ଦେବାକୁ ଚାହାନ୍ତି? ଜଣେ ବ୍ୟକ୍ତି ଯିଏ ଗୁଣ୍ଡାଗିରି ଏବଂ ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲେ କେବଳ ରାଜନୈତିକ ଫାଇଦା ପାଇଁ ତାଙ୍କୁ ଗ୍ରହଣ କରୁଛି କି? ଆପଣ ଓଡିଶାର ଲୋକଙ୍କୁ କିପରି ସାମ୍ନା କରିବେ? ଗଣତନ୍ତ୍ର ବିଷୟରେ ଆପଣଙ୍କର ସମସ୍ତ କଥା କେବଳ ଲୋକଦେଖାଣିଆ ବୋଲି ଓଡିଶାବାସୀ ଜାଣିଥିବା ଡକ୍ଟର ପାତ୍ର କହିଛନ୍ତି।

ସସ୍ମିତଙ୍କ ଏହି ସାମ୍ବାଦିକ ସମ୍ମିଳନୀ ସ୍ପଷ୍ଟ କରିଛି ଯେ, ଚିଲିକା ବିଧାୟକ ଖୁବ ଶିଘ୍ର ବିଜେପିରେ ମିଶୁଛନ୍ତି। ଏହି ଖବର ବିଜେଡି ପାଖରେ ଥିବାରୁ ଆଜି ସାମ୍ବାଦିକ ସମ୍ମିଳନୀରେ ଏହାର ଖୋଲାସା କରାଯାଇଛି। ସେଥିପାଇଁ ବିଜେଡି ପୂର୍ବରୁ ପ୍ରଶାନ୍ତ ଜଗଦ୍ଦେବଙ୍କଠାରୁ ନେତା ଓ କର୍ମିମାନଙ୍କୁ ଦୂରେଇ ଦେଇଛି। ପ୍ରଶାନ୍ତ ପୁଣି ଥରେ ବିଜେଡିକୁ ଫେରିବେ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ବର୍ତ୍ତମାନ ଭଟ୍ଟା ପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପାଇଁ ଗୃହରେ ଦାବୀ କଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପ୍ୟାହା ମାନ୍ୟତା ମିଳିଲା ନାହିଁ, ହେଲେ ବିଜେଡି ଏବେ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପାଇଁ ଅଣ୍ଟା ଭିଡିଛି। କୌଣସି ମାଧ୍ୟମରେ ହେଉ ନା କାହିଁକି ରାଜ୍ୟର ବିକାଶ ପାଇଁ ଦଳ ତରଫରୁ ଚାଲିଛି ଉଦ୍ୟମ। ସେଥିପାଇଁ ଆଜି ଏ ନେଇ ରାଜ୍ୟସଭାରେ ଦାବୀ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଓଡିଶାକୁ ଫୋକସ ରାଜ୍ୟ ମାନ୍ୟତା ଦେବା ପାଇଁ ସସ୍ମିତ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି।

ସେ କହିଛନ୍ତି ଯେ, ଓଡିଶା ହେଉଛି ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟ। ପ୍ରତି ବର୍ଷ ଓଡିଶାର ବାତ୍ୟା ବନ୍ୟା ପରି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଗତ କିଛି ବର୍ଷ ଧରି ରାଜ୍ୟରେ ପ୍ରତିବର୍ଷ ଛୋଟବଡ ବାତ୍ୟାର ସମ୍ମୁଖୀନ ହେଉଛି। ଏହି ସମୟରେ ରାଜ୍ୟକୁ ବାତ୍ୟା କ୍ଷୟକ୍ଷତିକୁ ଭରଣା କରିବା କଷ୍ଟକର ବ୍ୟାପାର। କେନ୍ଦ୍ର ସରକାର ସାହାଯ୍ୟ କରୁଥିଲେ ମଧ୍ୟ ତାହା କେବଳ କ୍ଷୟକ୍ଷତି ଭରଣାକୁ ମଧ୍ୟ ପର୍ଯ୍ୟାପ୍ତ ହେଉ ନାହିଁ। ସେଥିପାଇଁ ରାଜ୍ୟ ସରକାରଙ୍କୁ ନିଜ ରାଜକୋଷରୁ ଅଧିକ ବିନିଯୋଗ କରିବାକୁ ପଡୁଛି।

ଏହି ବିନିଯୋଗ କରିବା ପରେ ରାଜ୍ୟରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବାକୁ ସେହି ସମୟରେ ପାଣ୍ଠିର ଅଭାବ ରହୁଛି। କାରଣ କେନ୍ଦ୍ରୀୟ ଯୋଜନାରେ ରାଜ୍ୟର ଯେଉଁ ଅଂଶ ରହିଛି ତାହା ଭରଣା କରିବାରେ ଅସୁବିଧା ହେଉଛି।  ସେଥିପାଇଁ ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ଘୋଷଣା କରାଗଲା ଏହି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ସହିତ କେନ୍ଦ୍ରୀୟ ଯୋଜନା ଲାଗୁ କରିବାରେ ଓଡିଶା ସକ୍ଷମ ହେବ ବୋଲି ସସ୍ମିତ ଗୃହରେ ଦାବୀ ଉପସ୍ଥାପନା କରିିଛନ୍ତି।

ସେ କହିଛନ୍ତି ଯେ ଫୋକସ ରାଜ୍ୟ ଘୋଷଣା ହେଲେ କେନ୍ଦ୍ରୀୟ ଉନ୍ନୟନ ଯୋଜନାରେ କେନ୍ଦ୍ର ରାଜ୍ୟର ଯେଉଁ ଅଂଶ ରହିଛି ତାହା ହ୍ରାସ ପାଇବ। ବର୍ତ୍ତମାନ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଦେଉଥିବା ବେଳେ ରାଜ୍ୟକୁ ୪୦ ପ୍ରତିଶତ ଦେବାକୁ ପଡୁଛି। ହେଲେ ବିପର୍ଯ୍ୟୟ ସମୟରେ ଏହି ୪୦ ପ୍ରତିଶତ ଅଂଶ ରାଜ୍ୟ ତରଫରୁ ଭରଣା କରିବା କଷ୍ଟକର ହେଉଛି। ଫୋକସ ରାଜ୍ୟ ଘୋଷଣା ହେଲେ ଏହା ୯୦/ ୧୦ ପ୍ରତିଶତକୁ ଖସି ଆସିବ। ଅର୍ଥାତ କେନ୍ଦ୍ର ସରକାର ୯୦ ପ୍ରତିଶତ ଦେବା ବେଳେ ରାଜ୍ୟ ୧୦ ପ୍ରତିଶତ ଦେବ। ଏହା କେବଳ ପ୍ରାକୃତିକ ବିପର୍ଯ୍ୟୟ ହେବାର ତିନି ବର୍ଷ ପର୍ଯ୍ୟନ୍ତ ଲାଗୁ ହେବ। ଫଳରେ ରାଜ୍ୟର ଅନ୍ୟ ବିକାଶ କାର୍ଯ୍ୟ ବେଶ ତ୍ବରାନିତ ହୋଇପାରିବ ବୋଲି ସେ ଜଣାଇଥିଲେ।

ଏ ନେଇ ପୂର୍ବରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ଦାବୀ ଉପସ୍ଥାପନା କରିଛନ୍ତି ବୋଲି ସସ୍ମିତ କହିଛନ୍ତି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ଦାବୀ ମଧ୍ୟ ରଖିଛନ୍ତି। ସେଥିପାଇଁ କେନ୍ଦ୍ର ଏହା ଉପରେ ବିଚାର କରି ଓଡିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦେବାକୁ ଦାବୀ କରିଥିଲେ । ପୂର୍ବରୁ ମଧ୍ୟ ସସ୍ମିତ ଓଡିଶାକୁ ଏହି ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦିଆଯାଉ ବୋଲି ରାଜ୍ୟସଭାରେ ଦାବୀ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମହିଳା ସଂରକ୍ଷଣ ବିଲ ପାଶ କରାଇବାକୁ ରାଜ୍ୟସଭାରେ ଦାବୀ କଲେ ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଦେଶରେ ମହିଳା ସଂରକ୍ଷଣ ବିଲକୁ ପାଶ କରାଇବା ପାଇଁ ପଦକ୍ଷେପ ନେବାକୁ ଆଜି ରାଜ୍ୟସଭାରେ ଦାବୀ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଆଜି ସ୍ବତନ୍ତ୍ର ଉପସ୍ଥାପନା ବା ସ୍ପେଶାଲ ମେନସନ ମାଧ୍ୟମରେ ଏହି ଦାବୀ କରିଛନ୍ତି। ରାଜ୍ୟସଭାରେ ହଟ୍ଟଗୋଳ ମଧ୍ୟରେ ସେ ଏହି ଦାବ କରିଛନ୍ତି।

ସସ୍ମିତ କହିଛନ୍ତି ଯେ, ମୋର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଆଗରୁ ଦାବୀ କରିଆସୁଛନ୍ତି। ଏପରିକି ଆମ ଦଳ ବିଜୁ ଜନତା ଦଳ ତରଫରୁ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଇଛି। ଏପରିକି ଆମ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶର ବିଜେଡିର ୨୨ଜଣିଆ ପ୍ରତିନିଧୀ ଦଳ ବିଭିନ୍ନ ରାଜ୍ୟ ଗସ୍ତ କରି ଏହି ବିଲକୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ।

ଭାରତ ଯଦି ଏହି ବିଲକୁ ଲାଗୁ କରେ ତେବେ ବିଶ୍ବରେ ଏକ ଇତିହାସ ସୃଷ୍ଟି କରିବା ସହିତ ଦେଶର 66 କୋଟି ମହିଳା ବେଶ ଉପକୃତ ହୋଇପାରନ୍ତେ। ସସ୍ମିତଙ୍କ ଏହି ଦାବୀକୁ ରାଜ୍ୟସଭା ସଭାପତି ଜଗଦୀପ ଧାନଖଡ ବେଶ ପ୍ରଶଂସା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଧର୍ମେନ୍ଦ୍ରଙ୍କ ଅଭିଯୋଗର ଉତ୍ତର ରଖିଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ବର: ସାମାଜିକ ସୁରକ୍ଷା ଭତ୍ତାକୁ ରାଜ୍ୟ ସରକାର ନଗଦ ଆକାରରେ ହିତାଧିକାରୀ ଘରେ ଦେବାକୁ ବ୍ୟବସ୍ଥା କରିଛନ୍ତି। ହେଲେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ନିଷ୍ପତିକୁ ପୁନଃବିଚାର କରିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ନଗଦ ନ ଦେଇ ଡିବିଟି ମାଧ୍ୟମରେ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ତେବେ ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ ଟୁଇଟ କରି କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀଙ୍କ ଏପରି ଅନୁରୋଧ ଆଶ୍ଚର୍ଯ୍ୟ କରିଛି।ସେ ବୋଧହୁଏ ତୃଣମୂଳ ସ୍ତରରେ କଣ ଘଟୁଛି ସେ ସଂପର୍କରେ ଅବଗତ ନାହାଁନ୍ତି। ଭତ୍ତା ଟଙ୍କା ପାଇବା ପାଇଁ ହିତାଧିକାରୀମାନେ 20-30 କିଲୋମିଟର ରାସ୍ତା ଚାଲିଚାଲି ଯାଉଛନ୍ତି। ତାଙ୍କ ପ୍ରତି ବୋଧହୁଏ କେନ୍ଦ୍ରମନ୍ତ୍ରୀଙ୍କର ସାମାନ୍ୟତମ ସମ୍ମାନବୋଧ ନାହିଁ।

ଯଦି କେନ୍ଦ୍ର ସରକାର ପ୍ରତି ଗାଁରେ ବ୍ୟାଙ୍କ ବ୍ୟବସ୍ଥା କରାଇପାରନ୍ତେ ତେବେ ଏପରି ଅସୁବିଧା ହୁଅନ୍ତା ନାହିଁ। ହେଲେ କେନ୍ଦ୍ରମନ୍ତ୍ରୀ ସେହି କଥା ନ କହି ଏପରି ଭଲ କାର୍ଯ୍ୟକୁ ବିରୋଧ କରିବା ହାସ୍ୟସ୍ପଦ ବୋଲି ସସ୍ମିତ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଫସଲ ବୀମା ନେଇ ମୁହିଁମୁହିଁ ହେଲେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ବିଜେଡି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର : ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କୁ ବକେୟା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ତୁରନ୍ତ ପ୍ରଦାନ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଜି ଯେଉଁ ଟୁଇଟ୍ କରିଛନ୍ତି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ, ଏଯାଏ ଏହା କେନ୍ଦ୍ର ସରକାର ହିଁ ଦେଇ ନ ଥିଲେ।

ତେଣୁ ଏବେ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀ ବୀମା କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଉଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଟୁଇଟ୍ର ଜବାବ ଦେଇ ଟୁଇଟରରେ ଏଭଳି ମନ୍ତବ୍ୟ ଦେଇଛନ୍ତି, ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ର।

ଡ.ପାତ୍ର କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାର ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ କରିବାକୁ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଆଉ ନଭେମ୍ବର ୭ ତାରିଖ ଦିନ ବୈଷୟିକ ପରାମର୍ଶଦାତା କମିଟି ଏ ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହାର ଦୁଇ ଦିନ ପରେ ନଭେମ୍ବର ୯ ତାରିଖ ଦିନ ଓଡ଼ିଶାର ସମବାୟ ମନ୍ତ୍ରୀ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ସାକ୍ଷାତ କରି ତୁରନ୍ତ ରାଜ୍ୟର ବଞ୍ଚିତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ।

କେନ୍ଦ୍ର କୃଷି ମନ୍ତ୍ରୀ ଭଲ ଭାବେ ଜାଣିଛନ୍ତି ଯେ ଏହି ବୀମା ରାଶି ପ୍ରଦାନ ପାଇଁ କେନ୍ଦ୍ର ନିର୍ଦ୍ଦେଶ ଦେବା ପରେ ଏହା ପ୍ରଦାନ କରିବା ବୀମାକମ୍ପାନିଗୁଡ଼ିକର କାମ। ଏଥିରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ। ଯଦି କେନ୍ଦ୍ର ସରକାର ପୂର୍ବରୁ ଏହି ନିଷ୍ପତ୍ତି ନେଇଥାନ୍ତେ, ତେବେ ବରଗଡ଼ ଜିଲ୍ଲା ଏବଂ ପଦ୍ମପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ଚାଷୀଙ୍କୁ ଏତେ ଦିନ ଧରି ଦୁର୍ଦ୍ଦଶାରେ କାଳ କାଟିବାକୁ ପଡ଼ି ନ ଥାନ୍ତା।

ଡ. ପାତ୍ର ଆହୁରି କହିଛନ୍ତି ଯେ କେବଳ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଚାଷୀଙ୍କ ବକେୟା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ନୁହେଁ, କେନ୍ଦ୍ର କୃଷି ମନ୍ତ୍ରୀ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଫସଲ ବୀମା ରାଶି ପ୍ରଦାନର ବ୍ୟବସ୍ଥା କରନ୍ତୁ। କାରଣ ଦୀର୍ଘ ଦିନ ହେଲା ସେମାନେ ମଧ୍ୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ଘୋଷଣା କଲା ରାଜ୍ୟସଭା ସଂସଦୀୟ ଦଳର ନେତା ଓ ମୁଖ୍ୟ ସଚେତକ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଏହାର ରାଜ୍ୟସଭା ସଂସଦୀୟ ଦଳର ନେତା ଓ ମୁଖ୍ୟ ସଚେତକଙ୍କ ନାମ ଘୋଷଣା କରିଛି। ସେହି ଅନୁସାରେ ବର୍ତ୍ତମାନ ରାଜ୍ୟସଭା ସଂସଦୀୟ ଦଳର ନେତା ହୋଇଛନ୍ତି ଡ. ସସ୍ମିତ ପାତ୍ର। ସେହିପରି ମୁଖ୍ୟ ସଚେତକ ହୋଇଛନ୍ତି ପ୍ରଥମ ଥର ପାଇଁ ରାଜ୍ୟ ସଭା ସଦସ୍ୟ ହୋଇଥିବା ସୁଲତା ଦେଓ।

ଏ ନେଇ ବିଜେଡି ସଂଗଠକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରିଛନ୍ତି। ସସ୍ମିତଙ୍କର ରାଜ୍ୟସଭାକୁ ନିର୍ବାଚିତ ହେବା ଏହା ହେଉଛି ଦ୍ବିତୀୟ ଥର। ପ୍ରଥମ ଥର ସେ ନିର୍ବାଚିତ ହୋଇ ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟ ହୋଇପାରି ଥିଲେ। ସେହିପରି ଏଥର ମଧ୍ୟ ସେ ସେହି ପ୍ୟାନେଲରେ ସ୍ଥାନ ପାଇଛନ୍ତି। ସୁଲତା ଦେଓ ପ୍ରଥମ ଥର ନିର୍ବାଚିତ ହୋଇଯାଇଥିଲେ ମଧ୍ୟ ଦଳ ତାଙ୍କ ଉପରେ ଭରସା କରି ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତିନୋଟି ଭାଷାକୁ ସ୍ବୀକୃତ ଦେବା ପାଇଁ ରାଜ୍ୟସଭାରେ ଦାବୀ କଲେ ସସ୍ମିତ ପାତ୍ର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରାଜ୍ୟସଭାରେ ଏକ ସ୍ୱତନ୍ତ୍ର ଉଲ୍ଲେଖ ନୋଟିସ ଜରିଆରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର, ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରି ଏବଂ ଭୁମିଜ ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି।

ରାଜ୍ୟସଭାରେ ସେ ଓଡିଆରେ ଭାଷଣ ପଢି ଏହି ଦାବୀ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଏହି ଭାଷା କହୁଥିବା ଓଡିଶାର ଲକ୍ଷ ଲକ୍ଷ ଆଦିବାସୀ ଭାଇ ଓ ଭଉଣୀଙ୍କ ରହିଛନ୍ତି। ସନ୍ତାଳି ଭାଷା ପୂର୍ବରୁ ଅଷ୍ଟମ ଅନୁସୂଚୀତରେ ସ୍ଥାନିତ କରାଯାଇଛି।

ସାଧାରଣତଃ ରାଜ୍ୟସଭା ନିୟମ ଅନୁସାରେ ସ୍ବତନ୍ତ୍ର ଉଲ୍ଲେଖ ନୋଟିସ ଉପରେ ମନଇଚ୍ଛା କେହି କହିପାରିବେ ନାହିଁ। ଏହି ନୋଟିସରେ ସାଂସଦ ଲିଖିତ ଭାଷଣ ପଢିବା ପାଇଁ ଅନୁମତି ରହିଛି। ଫଳରେ ସାଂସଦ ସସ୍ମିତ ଏହି ଭାଷଣକୁ ଓଡିଆରେ ପଢିଥିଲେ।