Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବିଜେଡିର ଥ..ଥ..ମ..ମ.. ନୀତି, ରାଜ୍ୟସଭାରେ ୱାକଫ ବିଲ ପାଶ୍ କୁ ନେଇ ଚର୍ଚ୍ଚାରେ ଦଳ
ରାଜ୍ୟ ଖବର

ବିଜେଡିର ଥ..ଥ..ମ..ମ.. ନୀତି, ରାଜ୍ୟସଭାରେ ୱାକଫ ବିଲ ପାଶ୍ କୁ ନେଇ ଚର୍ଚ୍ଚାରେ ଦଳ

April 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜେଡିର ଥ..ଥ..ମ..ମ.. ନୀତି, ରାଜ୍ୟସଭାରେ ୱାକଫ ବିଲ ପାଶ୍ କୁ ନେଇ ଚର୍ଚ୍ଚାରେ ଦଳ

ନୂଆଦିଲ୍ଲୀ: ଆଜି ରାଜ୍ୟ ସଭାରେ ୱାକଫ ସଂଶୋଧନ ବିଲ ପାଶ ହୋଇଛି। ଏ ନେଇ ରାଜ୍ୟସଭାରେ ଭୋଟିଂ ହୋଇଥିଲା। ହେଲେ ଏଥିରେ ବିଜେଡିର ଭୂମିକାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। କାରଣ ବିଜେଡି ଏଥିରେ ଥ.. ଥ..ମ.. ମ ନୀତି ଆପଣେଇଛି। ନା ସେ ବିରୋଧୀ ହୋଇପାରୁଛି ନା ସେ ଏନଡିଏକୁ ସମର୍ଥନ କରିପାରୁଛି। ଯାହାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଦଳ ସମାଲୋଚନାର ଶିକାର ହୋଇଛି।

ରାଜ୍ୟସଭାରେ ୱାକଫ ବିଲ ଆସିବା ପୂର୍ବରୁ ବିଜେଡି ତରଫରୁ ତାହାକୁ ବିରୋଧ କରାଯିବ ବୋଲି କୁହାଗଲା। ଏ ନେଇ ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ମିଡିଆ ଆଗରେ ଘୋଷଣା କଲେ। କହିଲେ ଆମେ ଏହି ବିଲକୁ ବିରୋଧ କରିବୁ। ହେଲେ କଣ ହେଲା କେଜାଣି ଭୋଟ ଦିନ ସେହି ସସ୍ମିତ ପାତ୍ର ଘୋଷଣା କଲେ ଯେ, ବିବେକ ଅନୁସାରେ ଭୋଟ ଦିଆଯିବ। ଏ ଉପରେ ଦଳ ତରଫରୁ କୌଣସି ହ୍ବପ ଜାରୀ କରାଯାଉ ନାହିଁ।

ଯଦି କେନ୍ଦ୍ର ସରକାରଙ୍କୁ ବିରୋଧ କରିବାର ଦଳ ପାଖରେ କ୍ଷମତା ନାହିଁ, ତେବେ କଣ ପାଇଁ ବିରୋଧ କରିବାକୁ ଘୋଷଣା କରୁଥିଲ। ପୁଣି ଭୋଟ ଦିନ ଦଳ କଣ ପାଇଁ ହ୍ବିପ ଜାରୀ କରିପାରିଲ ନାହିଁ। ଏଥିରୁ ସ୍ପଷ୍ଟ ଯେ, ଦଳ କେନ୍ଦ୍ର ସରକାରଙ୍କୁ ବିରୋଧ କରିବାର କୌଣସି କ୍ଷମତା ରଖିପାରି ନାହିଁ। ଅନ୍ୟପକ୍ଷରେ କହିବାକୁ ଗଲେ ଦଳ ବର୍ତ୍ତମାନ କେନ୍ଦ୍ରୀୟ ବିଜେପି ଦ୍ବାରା ଉଠ ବସ ହେଉଛି।

ପୂର୍ବରୁ ବିଜେଡି ସବୁ ବିଲରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇ ଆସୁଥିଲା। ହେଲେ ନିର୍ବାଚନ ପରେ ଦଳ କଣ କରିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନ ଥିଲା। ସମସ୍ତେ ଆଶା କରିଥିଲେ ଯେ, ଦଳ ନିଶ୍ଚିତ ପ୍ରକୃତ ବିରୋଧୀ ଭୂମିକା ଗ୍ରହଣ କରିବ। ଚେନ୍ନାଇରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଡିଲିମିଟେସନ ବୈଠକରେ ଯୋଗ ଦେବା ପରେ ଅନୁଭବ କରି ହେଲା ଯେ, ଦଳ କେନ୍ଦ୍ର ସରକାରଙ୍କୁ ବିରୋଧ କରିବ।

ସେହିପରି ୱାକଫ ବିଲ ସମୟରେ ଦଳ ବିରୋଧ କରିବାକୁ ଘୋଷଣା କରିବା ସୂଚାଇ ଦେଇଥିଲା ଯେ, ବିଜେଡି ପ୍ରକୃତ ବିରୋଧୀ ଦଳର ଭୂମିକା ଗ୍ରହଣ କରିବ। ହେଲେ ରାଜ୍ୟସଭାରେ ବିଲ୍ ପାଶ ହେବାର କିଛି ଘଣ୍ଟା ପୂର୍ବରୁ ବିଜେଡିର ୟୁଟର୍ଣ୍ଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଦଳ ରାଜ୍ୟସଭାରେ ବିରୋଧ କରିବା ପରିବର୍ତ୍ତେ ସାଂସଦଙ୍କୁ ବିବେକ ଅନୁଯାୟୀ ଭୋଟ ଦେବା ପାଇଁ କହିଲା। ଫଳରେ ସାପ ମରିବ ହେଲେ ବାଡି ଭାଙ୍ଗିବ ନାହିଁ ନ୍ୟାୟରେ ବିଜେେଡି ତାହାର ରଣନୀତି ଆପଣେଇ ନେଲା।

ଆଜିର ଘଟଣା ପରେ ବିଜେଡି ସାଧାରଣରେ ଲୋକହସା ହୋଇଛି। ଦଳର ନିର୍ଦ୍ଧିଷ୍ଠ ରଣ ନୀତି ନାହିଁ ବୋଲି ସ୍ପଷ୍ଟ ହୋଇଛି। ଏପରି କଲେ ବିଜେଡିର ଭବିଷ୍ୟତ କଣ ହେବ ସେ ନେଇ ସମସ୍ତଙ୍କର ସନ୍ଦେହ ସୃଷ୍ଟି ହେଲାଣି।

Waqf Amendment Act ବିଜୁ ଜନତା ଦଳ ବିଜେଡି ୱାକଫ ବିଲ ସସ୍ମିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.