Categories
ବିଶେଷ ଖବର ରାଜ୍ୟ ଖବର

ଜଳୁଛି ଭୁବନେଶ୍ବରର ମିକ୍ସଚର ଫ୍ୟାକ୍ଟ୍ରି, ନିଆଁ ଲିଭାଇବା ପାଇଁ ଲାଗିଛି ତିନିଟି ଦମକଳ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଆଜି ସକାଳୁ ସକାଳୁ ଭୁବନେଶ୍ବର ସହିଦ ନଗରରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରି। ଯାହାର ନାମ ରହିଛି ମୁଖରୋଚ୍। ନିଆଁ ଏତେ ଜୋରରେ ଜଳୁଛି ଯେ, ପାଖ ଦୋକାନରେ ଏହା ବ୍ୟାପିବାର ସମ୍ଭାବନା ରହିଛି। ଭିତରେ ଥିବା ମିକ୍ସଚର ଏବଂ ଏହାର ବିଭିନ୍ନ ସାମଗ୍ରୀରେ ନିଆଁ ଲାଗି ଏହା ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି।

ଘଟଣା ଜଣାପଡିବା ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଠା ଚାଲିଛି। ଏଥିରେ ତିନୋଟି ଦମକଳ ଲାଗିଥିବାର ଜଣାପଡିଛି। ତେବେ ନିଆଁ କେମିତି ଲାଗିଲା ତାହା ଜଣାପଡି ନାହିଁ। ହେଲେ ନିଆଁର ବେଗ ଏତେ ପ୍ରଖର ଅଛି ଯେ ତାହାକୁ ଆୟତ କରିବାରେ କଷ୍ଟ ଦାୟକ ହୋଇପଡିଛି।