Categories
ଆଜିର ଖବର ରାଜ୍ୟ ଖବର

ବିମାନ ବନ୍ଦରରେ ଶହୀଦ ସରୋଜ ଦାସଙ୍କୁ ଗାର୍ଡ ଅଫ ଅନର, ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ଶହୀଦ ସରୋଜ ଦାସଙ୍କ ପାର୍ଥିବ ଶରୀର ବିମାନରେ ଆସିବା ପରେ ତାଙ୍କୁ ସେଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିମାନ ବନ୍ଦରରେ ପହଞ୍ଚି ସରୋଜଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ବିମାନ ବନ୍ଦରରୁ ସରୋଜଙ୍କ ପାର୍ଥୀବ ଶରୀର ଢେଙ୍କାନାଳ ଅଭିମୁଖେ ନିଆଯାଇଥିଲା। ସେଠାରେ ତାଙ୍କୁ ଜିଲ୍ଲା ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଏହାପରେ କାମାକ୍ଷନଗର ଏବଂ ତାଙ୍କ ଜନ୍ମମାଟି କେନ୍ଦୁଢିପକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯିବ। ସେ ସିକ୍କିମରେ ଟ୍ରେନିଂ ସାରି ଫେରୁଥିବାର ବେଳେ ପ୍ରବଳ ବନ୍ୟାରେ ଭାସିଯାଇ ମୃତ୍ୟୁ ବରଣ କରିଥିଲେ।

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶାରେ ପହଞ୍ଚିବ ସହୀଦ ସରୋଜ ଦାସଙ୍କ ମର ଶରୀର, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର: ଆଜି ସିକ୍କିମରୁ ଓଡିଆ ଶହୀଦ ସରୋଜ ଦାସଙ୍କ ମରଶରୀର ଗାଁକୁ ଆସିବ। ଗତକାଲିଠାରୁ ତାଙ୍କ ଗାଁ କାମାକ୍ଷାନଗର କେନ୍ଦୁଢିପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଯାଇଛି। ପୁରା ଗ୍ରାମବାସୀ ଶୋକରେ ଭାଙ୍ଗି ପଡିଛନ୍ତି। ସରୋଜ ଟ୍ରେନିଂ ସାରି କ୍ୟାମ୍ପକୁ ଫେରୁଥିଲେ। ଏହି ସମୟରେ ପ୍ରବଳ ବର୍ଷା ହେବାରୁ ସେଥିରେ ଭାସିଯାଇଥିଲେ ସରୋଜ। ତାଙ୍କ ସହିତ 23 ଜଣ ଯବାନ ମଧ୍ୟ ଭାସିଯାଇଥିଲେ।

ଏ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ବାର୍ତ୍ତାରେ କହିଛନ୍ତି ଯେ, ସିକ୍କିମରେ ବନ୍ୟା ଯୋଗୁଁ ଘଟିଥିବା ଅଘଟଣରେ ଓଡ଼ିଆ ଯବାନ ସରୋଜ କୁମାର ଦାସଙ୍କ ଶହୀଦ ଖବର ବିଷୟରେ ଜାଣି ମୁଁ ଦୁଃଖିତ। ଦେଶ ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।

 

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜମ୍ମୁ କାଶ୍ମୀରରେ ସହିଦ ହୋଇଥିବା ୫ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡିଆ

ନୂଆଦିଲ୍ଲୀ: ଜମ୍ମୁକାଶ୍ମରୀର ପୁଞ୍ଚରେ ହୋଇଥିବା ସେନା ଗାଡି ଅଗ୍ନିକାଣ୍ଡ ଘଟଣାରେ ୫ ଯବାନଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଅଗ୍ନିକାଣ୍ଡ ଆତଙ୍କି ହାମଲା ଯୋଗୁଁ ଘଟିଛି ବୋଲି ସେନାବାହିନୀ ତରଫରୁ ସ୍ପଷ୍ଟ କରାଯାଇଛି।

ତେବେ ପୁଞ୍ଚରେ ସହିଦ ହୋଇଥିବା ୫ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ। ସେ ହେଉଛନ୍ତି ଦେବାଶିଷ ବିଶ୍ୱାଳ। ଦେବାଶିଷଙ୍କ ଘର ସାକ୍ଷୀଗୋପାଳ ନିକଟ ଅଳଗୁମର ଖଣ୍ଡାୟତ ସାହିର ବୋଲି ଜଣାପଡିଛି। ଦେବାଶିଷଙ୍କ ଘରକୁ ସେନା ମୁଖ୍ୟାଳୟରୁ ଫୋନ ଆସିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଗତ ଏକ ବର୍ଷ ମଧ୍ୟରେ ୫୧ ସୈନିକ ଏବଂ ପୋଲିସ ହୋଇଛନ୍ତି ସହିଦ, ଜାଣନ୍ତୁ କେତେ ମରିଛନ୍ତି ଆତଙ୍କବାଦୀ

ଶ୍ରୀନଗର: ଗତ ଏକ ବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀରରେ ଅନେକ ଆତଙ୍କବାଦୀ ଘଟଣା ସାମ୍ନାକୁ ଆସିଛି। ସୁରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ଆତଙ୍କବାଦୀମାନେ ହତାଶ ହୋଇ ଅନେକ ଘଟଣା ଘଟାଇଥିଲେ। ଗତ ଏକ ବର୍ଷ ମଧ୍ୟରେ ଜମ୍ମୁ କାଶ୍ମୀରର ୩୨ ଜଣ ସୁରକ୍ଷା ବାହିନୀ ଏବଂ ୧୯ ଜଣ ପୋଲିସ୍ ବିଭିନ୍ନ ଆତଙ୍କବାଦୀ ଘଟଣାରେ ସହିଦ ହୋଇଥିଲେ।

ସଂସଦର ଶୀତକାଳୀନ ଅଧିବେଶନରେ ରାଜ୍ୟସଭାରେ ଉତ୍ତର ଦେଇ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଅକ୍ଟୋବର ୨୦୨୦ରୁ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ଜମ୍ମୁ କାଶ୍ମୀରର ୩୨ ସୁରକ୍ଷା କର୍ମୀ ଏବଂ ୧୯ ଜଣ ପୋଲିସ ସହିଦ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୧୨ ମାସ ଅର୍ଥାତ୍ ଡିସେମ୍ବର ୨୦୨୦ ରୁ ନଭେମ୍ବର ୨୬ ମଧ୍ୟରେ ୧୪ ଜଣ ଆତଙ୍କବାଦୀ ଜୀବନ୍ତ ଧରାପଡିଥିବାବେଳେ ସୁରକ୍ଷା ବାହିନୀ ଦ୍ୱାରା ୧୬୫ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି।

ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ମନ୍ତ୍ରଣାଳୟ କହିଛି ଯେ, ଜମ୍ମୁ କାଶ୍ମୀରରେ ଅନୁପ୍ରବେଶ ଘଟଣା ୨୦୧୮ ରୁ ହ୍ରାସ ପାଇଛି। ୨୦୧୮ ମସିହାରେ ୧୪୩ ଅନୁପ୍ରବେଶ ଘଟଣା ଘଟିଥିବାବେଳେ ଚଳିତ ବର୍ଷ କେବଳ ୨୮ ଟି ଘଟଣା ସାମ୍ନାକୁ ଆସିଛି। ଗୃହ ମନ୍ତ୍ରଣାଳୟ କହିଛି ଯେ, ୨୦୧୮ ମସିହାରେ ସମୁଦାୟ ୪୧୭ ଆତଙ୍କବାଦୀ ଘଟଣା ଘଟିଥିବାବେଳେ ଚଳିତ ବର୍ଷ ନଭେମ୍ବର ପର୍ଯ୍ୟନ୍ତ କେବଳ ୨୪୪ ଆତଙ୍କବାଦୀ ଘଟଣା ଘଟିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର: ଛତିଶଗଡ଼ର ସୁକୁମା-ବିଜାପୁର ସୀମାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୨୨ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ଏବଂ ୩୦ରୁ ଉର୍ଦ୍ଧ୍ୱ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଏହି ପରିପ୍ରେକ୍ଷୀରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ଜୟଦେବ ତରଫରୁ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନଛକଠାରେ ସହିଦ ବୀର ଯବାନ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀମାନେ ଉପସ୍ଥିତ ରହି ସହିଦ ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ମହମବତୀ ଜାଳି ଏକ ମିନିଟ୍ ନୀରବ ପ୍ରାର୍ଥନା କରିବା ସହିତ ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡ଼ିଆରଆର ହରିଶଙ୍କର ଜେନା, ପିଡ଼ିଆରଆର ସ୍ମୃତିରଞ୍ଜନ ବିଶ୍ୱାଳ, ଅନୁଷ୍ଠାନର ସଭାପତି ତାପସ ରଞ୍ଜନ ମଲ୍ଲିକ, ସମ୍ପାଦକ ରଞ୍ଜନ କୁମାର ମହାପାତ୍ର, ଶିକ୍ଷାବିତ୍ ନାରାୟଣ ବେହେରା, ପ୍ରତୀକ ନନ୍ଦ, ସୁଶ୍ରୀ କାମିନୀ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।