Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରେଳମନ୍ତ୍ରୀଙ୍କ ଚିଠିକୁ ନେଇ ଘେରିଲା ବିଜେଡି, ଆଣିଲା କେନ୍ଦ୍ରର ବୈମାତୃକ ମନୋଭାବ ଅଭିଯୋଗ

ଭୁବନେଶ୍ୱର : ଆଜି ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ମନ୍ତ୍ରୀ ରିତା ସାହୁଙ୍କ ଚିଠିର ଜବାବ ଦେଇ ରାଜ୍ୟ ସରକାର ପଦମପୁର ବରଗଡ ରେଳପଥ ନ ହେବାରେ ଦାୟୀ। ଏହି ଖବର ଆସିବା ପରେ ରେଳମନ୍ତ୍ରୀଙ୍କୁ ଜବାବ ଦେଇଛି ବିଜେଡି।

ବିଜେଡି କହିଛି ଯେ, ରେଳମନ୍ତ୍ରୀଙ୍କ ଚିଠିରୁ ପ୍ରମାଣିତ ହୋଇଛି ଯେ ପଦମପୁର ଦେଇ ବରଗଡ-ନୂଆପଡାକୁ ପ୍ରସ୍ତାବିତ ରେଳଲାଇନ୍‍ ୨୦୧୮ରେ ମଞ୍ଜୁର ହୋଇ ନ ଥିଲା । ଏଭଳି ଭୁଲ୍‍ ସୂଚନା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିଲେ ଓ ରେଳମନ୍ତ୍ରୀଙ୍କ ଚିଠିରୁ ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସ୍ପଷ୍ଟ ବାରି ହୋଇପଡୁଛି ବୋଲି କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ସରକାର ମାଗଣାରେ ସମସ୍ତ ଜମି ଏବଂ ୩୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଦେବାକୁ ସମ୍ମତି ପ୍ରଦାନ କରିବା ପରେ ରେଳବାଇ କାର୍ଯ୍ୟ କରିବା ପରିବର୍ତ୍ତେ ପୁଣିଥରେ ସର୍ଭେ କରିବାକୁ କହିଛି। ଏହା ଗ୍ରହଣୀୟ ନୁହେଁ ଏବଂ ଏଥିରୁ ଜଣାପଡୁଛି ଯେ ରେଳବାଇ ନିଜେ ଓଡିଶାରେ କୌଣସି ପ୍ରକଳ୍ପ କରିବାକୁ ଚାହୁଁନାହିଁ ଓଆରଆଇଡିଏଲ୍‍ ଏକ କମ୍ପାନୀ ଏବଂ ଏହା ବ୍ୟାଙ୍କଗୁଡିକରୁ ଟଙ୍କା ସଂଗ୍ରହ କରି ପ୍ରକଳ୍ପଗୁଡିକ କରିପାରିବ।

ଏହି ପ୍ରକଳ୍ପ ଲାଭଦାୟକ ନୁହେଁ ଏହା କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ୨୦୧୯ ରେଳବାଇ ଯେଉଁ ଚିଠି ଲେଖିଥିଲା ତାହାକୁ ଦେଖିବା ପରେ କେଉଁ ବ୍ୟାଙ୍କ ଟଙ୍କା ଦେବ? ବ୍ୟାଙ୍କଗୁଡିକ ବ୍ୟବସାୟିକ ଉଦ୍ୟୋଗ ପାଇଁ ପାଣ୍ଠି ଯୋଗାନ୍ତି ଯେତେବେଳେ ବିନିଯୋଗରୁ ଲାଭ ମିଳିବାର ଥାଏ। ଯେହେତୁ ରେଳ ମନ୍ତ୍ରଣାଳୟର ଚିଠିରେ ଦର୍ଶାଯାଇଛି ଯେ ପଦମପୁର ରେଳଲାଇନ ଅସମ୍ଭବ, ତେଣୁ କୌଣସି ବ୍ୟାଙ୍କ ଓଆରଆଇଡିଏଲ୍‍ ପରି କମ୍ପାନୀକୁ ଏହି ପ୍ରକଳ୍ପ ପାଇଁ ଋଣ ପ୍ରଦାନ କରିବେ ନାହିଁ। ରେଳବାଇ କାହିଁକି ପଦମପୁରର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଉ ନାହିଁ ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

ବିଜେପି କେବଳ କଥା କହୁଛି ହେଲେ ଏହି ପ୍ରକଳ୍ପକୁ ମଞ୍ଜୁର କରିବାକୁ ସେମାନଙ୍କର ଉଦ୍ଦେଶ୍ୟ ନାହିଁ। ଆମେ ନୀତିଗତ ଅନୁମୋଦନ, ସର୍ବେକ୍ଷଣ ଇତ୍ୟାଦି ଚାହୁଁନାହୁଁ । ଆମେ ଚାହୁଁଛୁ ରେଳବାଇ ଦ୍ୱାରା ଏହି ପ୍ରକଳ୍ପ ମଞ୍ଜୁର କରାଯାଉ ଏବଂ ମାଗଣା ଜମି ଏବଂ ରାଜ୍ୟ ସରକାର ଯୋଗାଇଥିବା ୩୦୦ କୋଟି ଟଙ୍କା ସହାୟତାରେ ନିର୍ମାଣ କରାଯାଉ ବୋଲି ଡକ୍ଟର ପାତ୍ର କହିବା ସହିତ ୨୦୧୮ରୁ ଆଜି ପର୍ଯ୍ୟନ୍ତ ଏହି ରେଳଲାଇନ୍‍କୁ ମଞ୍ଜୁରୀ ମିଳିଥିବା ଭଳି ସୂଚନା ଦେଇ ରେଳବାଇ ଯେଭଳି ପଦମପୁରବାସୀଙ୍କୁ ଭୁଆଁ ବୁଲାଉଛି ସେଥିରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି।

ରେଳବାଇ ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡିଶାରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ନେଇଛି ଏବଂ ସେମାନେ ନେଇଥିବା ୧ ଲକ୍ଷ କୋଟିର ୨୦% ମଧ୍ୟ ଦେଇନାହାନ୍ତି । ସମୟ ଆସିଛି, ଓଡିଶା ରେଳବାଇରୁ ତାହାର ଉପଯୁକ୍ତ ଅଂଶ ପାଇବା ଉଚିତ ଯେଉଁଥିରେ ଓଡିଶାର ଢେର ଯୋଗଦାନ ରହିଛି।

ବିଜେଡିର ଆନ୍ଦୋଳନ ଏବଂ ଚାପ ପରେ କେନ୍ଦ୍ର ବରଗଡ ଏବଂ ପଦମପୁରର ଚାଷୀଙ୍କୁ ଫସଲ ବୀମା ଦେୟ ପ୍ରଦାନ କରିଛି। ବିଜେପି କ’ଣ ଚାହୁଁଛକି ପଦମପୁରବାସୀଙ୍କ ସ୍ୱାର୍ଥ ପାଇଁ ପଦମପୁର ରେଳ ପ୍ରକଳ୍ପ ମଞ୍ଜୁର କରିବାକୁ ବିଜୁ ଜନତା ଦଳ ପୁନର୍ବାର ଆନ୍ଦୋଳନ ଆରମ୍ଭ କରୁ? ପଦମପୁର ଏବଂ ଓଡିଶାବାସୀଙ୍କ ପାଇଁ କେନ୍ଦ୍ର କାହିଁକି ଏଭଳି ଅବହେଳା ମନୋଭାବ ପୋଷଣ କରୁଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ, ବିମାନ ବନ୍ଦରରେ ବିଜେପି ତରଫରୁ ଦିଆଗଲା ସମ୍ବର୍ଦ୍ଧନା

ଭୁବନେଶ୍ବର, କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ଭୁବନେଶ୍ବରରେ ପହଁଚିଛନ୍ତି। ଏହା ହେଉଛି ନୂଆମନ୍ତ୍ରୀ ହେବା ପରେ ପ୍ରଥମ ଓଡିଶା ଗସ୍ତ। ଉଭୟଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ବିଜେପି ତରଫରୁ ସ୍ବାଗତ କରାଯାଇଥିଲା। ଦଳର କର୍ମିମାନେ ଉଭୟଙ୍କୁ ଏକ ରାଲିରେ ବିମାନ ବନ୍ଦରରୁ ଅଣାଯାଇଥିଲା।

ଉଭୟ ମନ୍ତ୍ରୀ ଓଡିଶାରେ ଜନ ଆର୍ଶିବାଦ ଯାତ୍ରାରେ ଯୋଗଦେବେ। ସେଥିପାଇଁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସେମାନଙ୍କୁ ସ୍ବାଗତ କରିବା ପାଇଁ ବିପୁଳ ଆୟୋଜନ କରାଯାଇଛି। କଳ୍ପନା ଛକ, ସାମନ୍ତରାପୁର ଛକ, ପିପିଲି, ସତ୍ୟବାଦି ଏବଂ ପୁରୀରେ ବିପୁଳ ସମ୍ବର୍ଦ୍ଧନା ପାଇଁ ଆୟୋଜନ କରାଯାଇଛି। ଭଭୟ ପୁରୀରେ ଶ୍ରୀମନ୍ଦିର ଦର୍ଶନ କରିବେ। ଏହାପରେ ଭୁବନେଶ୍ବର ଫେରିଆସିବା ପରେ ଦଳ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା କରାଯିବ।

ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ସ୍ବାସ୍ଥ୍ୟ ଖରାପ ଯୋଗୁଁ ସେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଏହି ସ୍ବାଗତ ସମ୍ବର୍ଦ୍ଧନାରେ ସେ ଯୋଗ ଦେଇପାରି ନାହାଁନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମନ୍ତ୍ରୀମଣ୍ଡଳ ସଂପ୍ରସାରଣ: ମୋଦିଙ୍କ ବାସ ଭବନରେ ପହଞ୍ଚିଲେ ଓଡିଶାର ଏହି ସାଂସଦ

ନୂଆଦିଲ୍ଲୀ, ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ତଥା ଅଦଳବଦଳ କରିବେ। ସେ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ତାଲିକ ମଧ୍ୟ ପ୍ରସ୍ତୁତି ସରିଛି। ଯେଉଁମାନେ ଏହି ମନ୍ତ୍ରୀ ତାଲିକାରେ ଅଛନ୍ତି ସେମାନଙ୍କୁ ଗତକାଲିଠାରୁ ଦିଲ୍ଲୀ ଡକାଯାଇଥିଲା। ରାତାରାତି ଏମାନେ ଦିଲ୍ଲୀରେ ପହଁଛନ୍ତି।

ଆଜି ସକାଳୁ ଏହି ନେତାମାନେ ପ୍ରଧାନମନ୍ତ୍ରୀଙ୍କ ବାସ ଭବନକୁ ଡକାଯାଇଛି। ପ୍ରାରମ୍ଭିକ ଭାବେ ସେମାନଙ୍କୁ ଅବଗତ କରାଯିବ। ଏହି ନେତାମାନଙ୍କ ମଧ୍ୟରେ ଓଡିଶାର ସାଂସଦ ଅଶ୍ବନୀ ବୈଷ୍ଣବ ଅଛନ୍ତି ବୋଲି ଜଣାପଡିଛି। ଫଳରେ ସେ ଏଥର ମନ୍ତ୍ରୀ ହେବାର ନିଶ୍ଚିତ ବୋଲି ସ୍ପଷ୍ଟ ହୋଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏହି ସପ୍ତାହରେ ହେବ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ, ବଦଳିବ ଓଡିଶା ଚେହେରା

ନୂଆଦିଲ୍ଲୀ, ବହୁଦିନ ଧରି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ତଥା ସଂପ୍ରସାରଣ ହେବ ବୋଲି ଚର୍ଚ୍ଚା ଜାରି ରହିଛି। ବର୍ତ୍ତମାନ ଏହାର ବାସ୍ତବ ରୂପ ନେବା ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ବିଶେଷ ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସପ୍ତାହରେ କ୍ୟାବିନେଟ୍ ସଂପ୍ରସାରଣ ସହ ଅଦଳ ବଦଳ କରିବେ। ରିପୋର୍ଟ ଅନୁଯାୟୀ, 7 କିମ୍ବା 8 ଜୁଲାଇରେ ଏହି ସଂପ୍ରସାର ହେବ ବୋଲି ଅନୁମାନ କରାଯାଇଛି।

ବିଜେପି ସଭାପତି ଜେପି ନାଡା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ ଆଲୋଚନା କରିଛନ୍ତି। ଅନେକ ନୂଆ ଚେହେରା ଏହି ସଂପ୍ରସାରଣରେ ସ୍ଥାନ ପାଇବେ। ଏମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ନାମ ପ୍ରାୟ ସ୍ଥିର ହୋଇଛି ବୋଲି ବିଶ୍ୱାସ କରାଯାଏ। ଏହା ବ୍ୟତୀତ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲଙ୍କୁ ମଧ୍ୟ ମନ୍ତ୍ରୀ ପଦ ଦିଆଯିବ।

ଅନେକ ମନ୍ତ୍ରୀଙ୍କ ବିଭାଗ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାପଡିଛି। ଖବର ଅନୁଯାୟୀ, ମୋଦୀ କ୍ୟାବିନେଟର ସମ୍ପ୍ରସାରଣରେ ଏନଡିଏର ସହଯୋଗୀ ଜନତା ଦଳ ୟୁନାଇଟେଡ ଏବଂ ଲୋକ ଜନଶକ୍ତି ପାର୍ଟିର ପାରାସ ଦଳର ନେତାମାନଙ୍କୁ ମଧ୍ୟ ସ୍ଥାନ ଦିଆଯିବ। ଦୁଇ ବର୍ଷରୁ ଅଧିକ ସମୟ ପରେ ମୋଦୀଙ୍କ କ୍ୟାବିନେଟ-୨ ଗଠନ ହେବାକୁ ଯାଉଛି।

ବିଜେପିର ସୂତ୍ରରୁ ପ୍ରକାଶ ଯେ ଏହି ନୂଆ ମନ୍ତ୍ରୀ ମଣ୍ଡଳରେ ଏପରି ଲୋକଙ୍କୁ ସ୍ଥାନ ଦେବାକୁ ଚେଷ୍ଟା କରାଯାଉଛି ଯେଉଁମାନେ ଦଳକୁ ଦୃଢ ସମର୍ଥନ କରୁଛନ୍ତି। କାରଣ ବର୍ତ୍ତମାନ ମୁଦ୍ରାସ୍ଫୀତି, କରୋନା, ରାମ ମନ୍ଦିର ଭଳି ସମସ୍ୟା ରହିଛି, ଯାହା ଉପରେ ଦଳର ପକ୍ଷ ଦୁର୍ବଳ ଥିବା ଜଣାପଡିଛି।

କେଉଁମାନେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ

ଖବର ଅନୁଯାୟୀ, ମୋଦୀ କ୍ୟାବିନେଟ 19-20 ଜଣ ନୂଆ ଚେହେରା ମନ୍ତ୍ରୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମୋଦୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବନନ୍ଦ ସୋନୋୱାଲ, ବିହାରର ପୂର୍ବତନ ଡେପୁଟି ସିଏମ, ବରୁଣ ଗାନ୍ଧୀ, ସନ୍ତୋଷ କୁଶୱା, ଜାମିଆଙ୍ଗ ସେରିଙ୍ଗ ନାମଗିଆଲ, ଲକେଟ ଚାଟାର୍ଜୀ ପାଇପାରିବେ। ଏକ ସ୍ଥାନ ଏହା ବ୍ୟତୀତ ଏଲଜେପି ନେତା ପଶୁପତି ପରାସଙ୍କ ନାମ ମଧ୍ୟ ଆଲୋଚନା ଚାଲିଛି। ତାଙ୍କୁ କ୍ୟାବିନେଟରେ ମଧ୍ୟ ଏକ ପଦ ଦିଆଯାଇପାରେ।

ନୂତନ ମନ୍ତ୍ରୀ ମଣ୍ଡଳରେ ଓଡିଶାର ଚେହେରା କଣ ହବ

ମୋଦୀଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବ କିଏ ରହିବ ସେ ନେଇ ଚାଲିଛି ବିଶେଷ ଚର୍ଚ୍ଚା। ସେହି ଅନୁସାରେ କହିବାକୁ ଗଲେ ଧର୍ମେନ୍ଦ୍ର ପ୍ରଧାନଙ୍କର ପୂର୍ବପରି ପେଟ୍ରୋଲିୟମ ବିଭାଗ ରହିବ। ହେଲେ ଇସ୍ପାତ ବିଭାଗଟି ତାଙ୍କ ହାତରୁ ଖସିପାରେ। ଏପରି ଦିଲ୍ଲୀରେ ମଧ୍ୟ ଚର୍ଚ୍ଚା ଚାଲିଛି ଯେ ଧର୍ମେନ୍ଦ୍ରଙ୍କ ପୁରା ବିଭାଗ ବଦଳି ଯିବ, ତାଙ୍କୁ ନୂଆ ବିଭାଗର ଦାୟିତ୍ବ ପ୍ରଦାନ କରାଯିବ। ସେହିପରି ଓଡିଶାର ଅନ୍ୟତମ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ପଦ ଚାଲିଯାଇପାରେ ବୋଲି ଆଲୋଚନା ଚାଲିଛି। କାରଣ ତାଙ୍କର ବିଭାଗରେ ସେ ସନ୍ତୋଷଜନକ କାର୍ଯ୍ୟ କରିପାରି ନାହାଁନ୍ତି।

ତେବେ ଏହି ମନ୍ତ୍ରୀମଣ୍ଡଳରେ ଓଡିଶାରୁ ଯିଏ ସ୍ଥାନ ପାଇବେ ସେ ହେଉଛନ୍ତି ରାଜ୍ୟ ସଭା ସାଂସଦ ଅଶ୍ବନୀ ବୈଷ୍ଣବ। ତାଙ୍କର ଦିଲ୍ଲୀ ଦରବାରରେ ବେଶ ଦବଦବା ରହିଥିବାରୁ ତାଙ୍କୁ କ୍ୟାବିନେଟ ପ୍ୟାହା ଦିଆଯିବ। ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମ ପ୍ରଥମେ ଚର୍ଚ୍ଚାରେ ଥିଲା। ହେଲେ ପରବର୍ତ୍ତି ସମୟରେ ତାଙ୍କ ନାମ ଆଉ ଆଲୋଚନା କରାଯାଉ ନାହିଁ। ଫଳରେ ସେ ମନ୍ତ୍ରୀ ହେବା ସମ୍ଭାବନା ନାହିଁ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାଂସଦ ଅଶ୍ବନୀ ବୈଷ୍ଣବ ସାମିଲ ନେଇ ଜାତୀୟ ମିଡିଆରେ ଜୋରଦାର ଚର୍ଚ୍ଚା

ଭୁବନେଶ୍ବର, ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥିବା ବିଜେପି ସାଂସଦ ଅଶ୍ବନୀ ବୈଷ୍ଣବ ବର୍ତ୍ତମାନ ଜାତୀୟ ଗଣମାଧ୍ୟମର ଚର୍ଚ୍ଚାରେ ଅଛନ୍ତି। ଏହାର କାରଣ ହେଲା ମୋଦି ମନ୍ତ୍ରୀମଣ୍ଡଳରେ ଯେଉଁ ଅଦଳବଦଳ ହେଉଛି ସେଥିରେ ବୈଷ୍ଣବ ମନ୍ତ୍ରୀ ହେବେ। ଏହାକୁ ନେଇ ଜାତୀୟ ସ୍ତରର ପ୍ରାୟ ପ୍ରମୁଖ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ବିଭିନ୍ନ ଗଣମାଧ୍ୟମରେ ବର୍ତ୍ତମାନ ମୋଦି କେଉଁମାନଙ୍କୁ ମନ୍ତ୍ରୀ କରୁଛନ୍ତି ସେମାନଙ୍କୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କେତେକ ଗଣମାଧ୍ୟମ 7 ଜଣ, କେଉଁଥିରେ 12 ଜଣ ଏବଂ କେତେକ ଗଣମାଧ୍ୟମ 15 ଜଣଙ୍କ ତାଲିକା ପ୍ରକାଶ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଅର୍ଦ୍ଧାଧିକ ଗଣମାଧ୍ୟମରେ ଓଡିଶା ସାଂସଦ ଅଶ୍ବନୀ ବୈଷ୍ଣବଙ୍କ ନାମ ରହିଛି। ସେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସାମିଲ ହେଉଛନ୍ତି ବୋଲି ଏସବୁ ଗଣମାଧ୍ୟମ ଉଲ୍ଲେଖ କରାଯାଇଛି।

କଣ ପାଇଁ ଅଶ୍ବନୀ ବୈଷ୍ଣବଙ୍କ ନାମରେ ଚର୍ଚ୍ଚା ହେଉଛି

ଅଶ୍ବନୀ ବୈଷ୍ଣବ 2019 ମସିହାରେ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି। ଏହାପରେ ଅଶ୍ବନୀ ବୈଷ୍ଣବ ଉଭୟ ବିଜେପି ଓ ବିଜେଡିର ଗୁଡ ବୁକରେ ଅଛନ୍ତି। ସେ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଥିବାରୁ କେବେ ବି ନବୀନଙ୍କ କିମ୍ବା ରାଜ୍ୟ ସରକାରଙ୍କ ବିରୋଧରେ କିଛି କହି ନାହାଁନ୍ତି।

ବର୍ତ୍ତମାନେ ଓଡିଶାରେ ବିଜେପିକୁ ଶକ୍ତିଶାଳୀ କରିବାରେ ଅଶ୍ବନୀଙ୍କୁ ବ୍ୟବହାର କରିବା ପାଇଁ କୁଆଡେ କେନ୍ଦ୍ରୀୟ ଦଳ ନିଷ୍ପତି କରିଛନ୍ତି। କାରଣ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀଙ୍କୁ ମନ୍ତ୍ରୀ କରାଯାଇଥିଲେ ମଧ୍ୟ ରାଜ୍ୟ ବିଜେପିର କିଛି ଲାଭ ହେଲା ନାହିଁ। ଓଡିଶାର ଜନସାଧାରଣ ଜଣେ ଶାନ୍ତଶିଷ୍ଠ ନେନୃତ୍ୟ ଚାହୁଁଛନ୍ତି ବୋଲି କେନ୍ଦ୍ରୀୟ ନେତା ଜାଣିବା ପରେ ସେମାନେ ଅଶ୍ବନୀଙ୍କୁ ମାଧ୍ୟମ କରିବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ଅଶ୍ବନୀ ବୈଷ୍ଣବ ଯେତେବେଳେ ଅଟଳବିହାରୀ ବାଜପେୟୀଙ୍କ ପ୍ରାଭେଟ ସେକ୍ରେଟାରୀ ଥିଲେ ସେତେବେଳେ ତାଙ୍କର ମୋଦିଙ୍କ ସହିତ ଘନିଷ୍ଠ ସଂପର୍କ ରହିଛି। ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଅଶ୍ବନୀଙ୍କ ମାଧ୍ୟମରେ ସେ ବାଜପେୟୀଙ୍କଠାରୁ ଉଭୟ ସରକାରୀ ଓ ରାଜନୈତିକ ସହଯୋଗ ହାସଲ କରିଥିଲେ। ସେଥିପାଇଁ ସେ ମୋଦିଙ୍କ ଗୁଡବୁକରେ ରହିଛନ୍ତି।

ଅନ୍ୟପକ୍ଷରେ ଅଶ୍ବିନୀଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ସମର୍ଥନ ରହିଛି। କାରଣ ହେଲା ସେ ଚାହୁଁନାହାଁନ୍ତି ଓଡିଶାରୁ ବୈଜୟନ୍ତ ପଣ୍ଡା କିମ୍ବା ଅପରାଜିତା ଷଡଙ୍ଗୀ ମନ୍ତ୍ରୀ ହୁଅନ୍ତୁ। ଅଶ୍ବନୀ ବୈଷ୍ଣବ ହେଲେ ତାଙ୍କ ପାଇଁ କୌଣସି ବିପଦ ହେବା ନାହିଁ। ସେଥିପାଇଁ ଅଶ୍ବନୀଙ୍କୁ ମନ୍ତ୍ରୀ କରିବା ସପକ୍ଷରେ ଧର୍ମେନ୍ଦ୍ର ଅଛନ୍ତି।

ଏସବୁ କାରଣରୁ ଜାତୀୟ ରାଜନୀତିରେ ଅଶ୍ବନୀଙ୍କ ନାମ ବେଶ୍ ଚର୍ଚ୍ଚାରେ ରହିଛି। ଏପରିକି ସେ ମନ୍ତ୍ରୀ ହେବାର ନିଶ୍ଚିତ ସମ୍ଭାବନା ସୃଷ୍ଟି କରିଛି।