ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଥମ ଓଡିଶା ଗସ୍ତ, ବିମାନ ବନ୍ଦରରେ ବିଜେପି ତରଫରୁ ଦିଆଗଲା ସମ୍ବର୍ଦ୍ଧନା

Published: Aug 19, 2021, 10:11 am IST

ଭୁବନେଶ୍ବର, କେନ୍ଦ୍ରରେ ମନ୍ତ୍ରୀ ହେବା ପରେ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ଭୁବନେଶ୍ବରରେ ପହଁଚିଛନ୍ତି। ଏହା ହେଉଛି ନୂଆମନ୍ତ୍ରୀ ହେବା ପରେ ପ୍ରଥମ ଓଡିଶା ଗସ୍ତ। ଉଭୟଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ବିଜେପି ତରଫରୁ ସ୍ବାଗତ କରାଯାଇଥିଲା। ଦଳର କର୍ମିମାନେ ଉଭୟଙ୍କୁ ଏକ ରାଲିରେ ବିମାନ ବନ୍ଦରରୁ ଅଣାଯାଇଥିଲା।

ଉଭୟ ମନ୍ତ୍ରୀ ଓଡିଶାରେ ଜନ ଆର୍ଶିବାଦ ଯାତ୍ରାରେ ଯୋଗଦେବେ। ସେଥିପାଇଁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ସେମାନଙ୍କୁ ସ୍ବାଗତ କରିବା ପାଇଁ ବିପୁଳ ଆୟୋଜନ କରାଯାଇଛି। କଳ୍ପନା ଛକ, ସାମନ୍ତରାପୁର ଛକ, ପିପିଲି, ସତ୍ୟବାଦି ଏବଂ ପୁରୀରେ ବିପୁଳ ସମ୍ବର୍ଦ୍ଧନା ପାଇଁ ଆୟୋଜନ କରାଯାଇଛି। ଭଭୟ ପୁରୀରେ ଶ୍ରୀମନ୍ଦିର ଦର୍ଶନ କରିବେ। ଏହାପରେ ଭୁବନେଶ୍ବର ଫେରିଆସିବା ପରେ ଦଳ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା କରାଯିବ।

ଅନ୍ୟତମ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ସ୍ବାସ୍ଥ୍ୟ ଖରାପ ଯୋଗୁଁ ସେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଏହି ସ୍ବାଗତ ସମ୍ବର୍ଦ୍ଧନାରେ ସେ ଯୋଗ ଦେଇପାରି ନାହାଁନ୍ତି।

Related posts