Categories
ଆଜିର ଖବର ରାଜ୍ୟ ଖବର

ଆତ୍ମହତ୍ୟା ବିରୋଧରେ ଜନ ସଚେତନତା ପାଇଁ ପଶ୍ଚିମବଙ୍ଗ ଯୁବକଙ୍କ ସାଇକେଲ୍‌ରେ ଭାରତ ଯାତ୍ରା

କନ୍ଦର୍ପ ବେହେରା
ରେଢାଖୋଲ: ଦେଶରେ ଆତ୍ମହତ୍ୟା ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ମାନସିକ ଦୁଃଶ୍ଚିନ୍ତା ହେଉ ବା ପାରିବାରିକ କଳହ ହେଉ ମଣିଷ ଭାରାକ୍ରନ୍ତ ହୋଇ ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଥାଏ। ଆଜିର ଯୁବ ସମାଜ ଆତ୍ମହତ୍ୟାରୁ କିପରି ନିବୃତ ରହିବେ ସେଥି ସକାଶେ ପଶ୍ଚିମବଙ୍ଗର ସଞ୍ଜୟ ବିଶ୍ୱାସ ନାମକ ଯୁବକ ଖଣ୍ଡିଏ ସାଇକେଲରେ ସାରା ଦେଶ ଭ୍ରମଣ କରୁଛନ୍ତି। ପ୍ରଚଣ୍ଡ ରୌଦ୍ରତାପକୁ ଭୂକ୍ଷେପ ନ କରି ସଞ୍ଜୟ ବିଶ୍ୱାସ ଏଭଳି ଏକ କଷ୍ଟ କରଯାତ୍ରା କରି ଏକ ଉଦାହରଣ ପାଲଟିଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୨୩ ଟି ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ସଚେତନତାର ବାର୍ତ୍ତା ଲୋକମାନଙ୍କ ଠାରେ ପହଂଚାଇଛନ୍ତି। ତାଙ୍କୁ ଏଥିପାଇଁ ଦୈନିକ ୬୦ ରୁ ୭୦ କିମି ସାଇକେଲ୍ ଯାତ୍ରା କରବାକୁ ପଡୁଛି।

ବର୍ତ୍ତମାନ ସୁଦ୍ଧା ସେ ୮ ମାସ ୫ ଦିନ ଏହି ଭ୍ରମଣ କରିବା ସହ ୧୬ ହଜାର କିଲୋମିଟର ଯାତ୍ରା ସଫଳତାର ସହ କରିଛନ୍ତି। ସେ ପେଟ୍ରୋଲ ପମ୍ପ, ଢାବା, କ୍ଲବ୍ ଘର, ବିଦ୍ୟାଳୟ ଆଦି ମାନଙ୍କରେ ରାତ୍ର ରହଣି କରିଥାନ୍ତି। ଆପଣ ବାଟରେ ଖାଇବା ରହିବାରେ କୌଣସି ଅସୁବିଧାର ସମ୍ମୁଖିନ ହେଉଛନ୍ତି କି ବୋଲି ପ୍ରଶ୍ନ ପଚାରିବାରୁ ସେ କହିଥିଲେ କୌଣସି ଅସୁବିଧାର ଏ ଯାଏଁ ସମ୍ମୁଖିନ ହୋଇନି।

ସାଇକେଲ୍ ଯାତ୍ରା ସମୟରେ ବହୁ ସ୍ଥାନରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଥିବା ପ୍ରକାଶ କରିଛନ୍ତି। ଭାରତର ସବୁ ରାଜ୍ୟ ଜନସଚେତନତା କରିବେ ବୋଲି ପ୍ରକାଶ କରିଛନ୍ତି। ସେ ଅଗଷ୍ଟ ମାସ ୨୦୨୧ ରେ ଯାତ୍ରା ଆରମ୍ଭ କରିଥିଲେ ବୋଲି ପ୍ରକାଶ କରିଛନ୍ତି।