Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସହରର ଗାନ୍ଧୀ ଛକରେ ସାମାଜିକ ଦୂରତା ଉଲଂଘନ, ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ

ବାଲୁଗାଁ : ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ବ୍ୟବସାୟୀ ସହର ବାଲୁଗାଁର ଗାନ୍ଧୀ ଛକରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଶନି, ରବି ସଟ ଡାଉନ ଥିବା ବେଳେ ଆଜି ଗାନ୍ଧୀ ଛକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ଏକ ଘଣ୍ଟା ଧରି ସହ ସହ ଗାଡ଼ି ଅଟକି ରହିଥିଲା । ଏପରିକି ସାମାଜିକ ଦୂରତ୍ୱର ଖୋଲାଖୋଲି ଉଲଙ୍ଘନ ଦେଖିବାକୁ ମିଳିଥିଲା ।

ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁରରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏନ.ଏ.ସି ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉନଥିବାରୁ ଆଗକୁ କରୋନା ସଂକ୍ରମଣ ଏଠାରେ ବୃଦ୍ଧି ପାଇବାର ଆଶଙ୍କା ଅଛି ।

Categories
ଆଜିର ଖବର ଆଞ୍ଚଳିକ

କୁଜଙ୍ଗରେ ଲକ୍‌ ଡାଉନ୍‌ ନିୟମ କଡାକଡି: ସାପ୍ତାହିକ ହାଟରେ ସାମାଜିକ ଦୂରତ୍ବକୁ ଗୁରୁତ୍ବ

ରଞ୍ଜିତ୍ ପଣ୍ଡା

କୁଜଙ୍ଗ: କୁଜଙ୍ଗରେ ସାପ୍ତାହିକ ହାଟରେ ଆଜି ଦେଖିବାକୁ ମିଳିଛି ସାମାଜିକ ଦୂରତ୍ବ। ସାମାଜିକ ଦୂରତ୍ବକୁ ମାନି ଲୋକମାନେ ହାଟରୁ ପରିବାପତ୍ର କିଣିଛନ୍ତି। ଦୋକାନୀଙ୍କଠାରୁ ଆରମ୍ଭ କରି ଗ୍ରାହକମାନେ ସମେସ୍ତ ଏହି ନିୟମକୁ  ସଠିକ୍‌ ରୂପେ ପାଳନ କରିଛନ୍ତି। କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, ତହସିଲଦାର ପ୍ରଭାସ ରଞ୍ଜନ ଦେହୁରା, ଭାରପ୍ରାପ୍ତ ବିଡିଓ ପୂଜା ଲେଙ୍କା ତତ୍ତ୍ବାବଧାନରେ ଆଜି ଶୃଙ୍ଖଳିତ ଭାବେ ସାମାଜିକ ଦୂରତ୍ବ ନିୟମ ଅନୁସାରେ ହାଟ ଅନୁଷ୍ଠିତ ହୋଇଥିଲା। ଆଜି କୁଜଙ୍ଗ ସାପ୍ତାହିକ ହାଟ କଟକ ପାରାଦ୍ଵୀପ ରାସ୍ତାର ଉଭୟ ପାର୍ଶ୍ବରେ ବସିଥିଲା। ଲୋକମାନେ ନିର୍ଦ୍ଦିଷ୍ଟ ଦୂରତ୍ବରେ ରହି କିଣାକିଣି କରିଥିବାର ନଜର ଆସିଥିଲା। ଲୋକମାନେ ଚାଲି ଚାଲି ପରିବା କିଣିବାକୁ ଆସିଥିବାବେଳେ କେହି କେହି ସାଇକେଲ୍‌ ଦ୍ବାରା ମଧ୍ୟ ବଜାରକୁ ଆସିଥିଲେ। କେହି ଦୁଇଚକିଆ ଯାନର ବ୍ୟବହାର ନ କରିଥିବାବେଳେ ସରକାରଙ୍କ ନିୟମକୁ ସଠିକ୍‌ ରୂପେ ପାଳନ କରିଥିବାର ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ଗତକାଲି ରାହାମାରେ ସାପ୍ତାହିକ ହାଟରେ ପ୍ରବଳ ଜନସମାବେଶ ହୋଇଥିବାର ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରାହାମା ସାପ୍ତାହିକ ହାଟଟିକୁ କରୋନାକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାର ସାମାଜିକ ଦୂରତ୍ବକୁ କଡାକଡି କରାଯାଇଛି। ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି।