ଭୋପାଳ: ମଧ୍ୟପ୍ରଦେଶର ଏକ ପୋଲିସ୍ ଷ୍ଟେସନରେ ଠିଆ ହୋଇଥିବା ଅର୍ଦ୍ଧ ଉଲଗ୍ନ ପୁରୁଷଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ସ୍ଥାନୀୟ ୟୁଟ୍ୟୁବ୍ ସାମ୍ବାଦିକ କନିଷ୍କ ତିୱାରୀଙ୍କୁ ମଧ୍ୟ ଦେଖିପାରିବେ। ତିୱାରୀଙ୍କ ଅନୁଯାୟୀ, ସେ ଥିଏଟର କଳାକାର ନୀରଜ କୁନ୍ଦରଙ୍କ ବିଷୟରେ ପଚାରିବା ପାଇଁ ପୋଲିସ ଷ୍ଟେସନକୁ ଯାଇଥିବା ବେଳେ ଅନ୍ୟମାନଙ୍କ ସହ ତାଙ୍କୁ ଗିରଫ କରାଯାଇଛି। ବିଜେପି ବିଧାୟକ ଏବଂ ତାଙ୍କ ପୁଅଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରି ନୀରଜ କୁନ୍ଦରଙ୍କୁ ଗିରଫ କରାଯାଇଛି।
ଏହି ବିଷୟ ନୀରଜ ନାମକ ଏକ ଥିଏଟର କଳାକାର ସହିତ ଜଡିତ। ଯିଏ ଫେସବୁକରେ ବିଧାୟକ କେଦାରନାଥ ଶୁକ୍ଲାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ନୀରଜଙ୍କୁ ଜେଲକୁ ପଠାଇଥିଲା। ଯେତେବେଳେ କିଛି ସାମ୍ବାଦିକ ନୀରଜଙ୍କ ସମର୍ଥନରେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ, ସେତେବେଳେ ଅଭିଯୋଗ ହୋଇଥିଲା ଯେ ପୋଲିସ ସାମ୍ବାଦିକମାନଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିଲା। ସେ ତାଙ୍କ ପୋଷାକ କାଢି ତାଙ୍କ ଫଟୋ ଉଠାଇଥିଲେ ଏବଂ ଏହି ଚିତ୍ରଗୁଡ଼ିକ ଭାଇରାଲ କରିଥିଲେ। ଏହି କାର୍ଯ୍ୟ ଯୋଗୁଁ ପୋଲିସକୁ ସର୍ବତ୍ର ନିନ୍ଦା କରାଯାଉଛି। କିନ୍ତୁ ପୋଲିସ ଏହାକୁ ଯଥାର୍ଥ ବୋଲି କହୁଛି। ତେବେ ସିଦ୍ଧିର ଏସପି ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଶ୍ଚିତ କରିଛନ୍ତି।
ଯେତେବେଳେ ଏହି ଘଟଣାର ବିବାଦ ବଢିବାରେ ଲାଗିଥିଲା, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୋଲିସ ମୁଖ୍ୟାଳୟକୁ ଏହି ଘଟଣାର ରିପୋର୍ଟ କରିବାକୁ କହିଥିଲେ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଦେଇଥିଲା। ଏଥିସହିତ ସାମ୍ବାଦିକମାନଙ୍କ ସହ ଅସଦାଚରଣ ପାଇଁ ଦାୟିତ୍ୱରେ ଥିବା ଥାନା ଅଧିକାରୀ ମନୋଜ ସୋନି ଏବଂ ସବ-ଇନ୍ସପେକ୍ଟରଙ୍କୁ ଲାଇନରେ ରଖାଯାଇଛି।