Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

Breaking News: ସାହାରା ଇଣ୍ଡିଆ ଗ୍ରୁପ୍ ଚେୟାରମ୍ୟାନ୍ ସୁବ୍ରତ ରୟ ଆଉ ନାହାଁନ୍ତି

ନୂଆଦିଲ୍ଲୀ: ସାହାରା ଇଣ୍ଡିଆ ଗ୍ରୁପ୍ ଚେୟାରମ୍ୟାନ୍ ସୁବ୍ରତ ରୟ ଆଉ ନାହାଁନ୍ତି। ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ ସାହାରା ଭାରତର ପ୍ରତିଷ୍ଠାତାଙ୍କର ଆଜି ରାତି ୧୦.୩୦ରେ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ଗତ କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସେଠାରେ ସେ କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ଏ ନେଇ ସାହାର ଇଣ୍ଡିଆ ପରିବାର ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ” ଗଭୀର ଦୁଃଖର ଜଣାଉଛୁ ଯେ,ସାହାରା ଇଣ୍ଡିଆ ପରିବାର ଆମର ମାନ୍ୟବର ‘ସାହାରାଶ୍ରୀ’ ସୁବ୍ରତ ରୟ ସାହାରାଙ୍କ ଦେହାନ୍ତ ହୋଇଯାଇଛି। ସାହାରାଶ୍ରୀ ଜୀ ଜଣେ ପ୍ରେରଣାଦାୟକ ବ୍ୟକ୍ତିତ୍ବ ତଥା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ।

୧୪ ନଭେମ୍ବର ୨୦୨୩ ରେ ରାତି ୧୦.୩୦ ରେ ତାଙ୍କର ଦେହାନ୍ତ ହୋଇଯାଇଛି। ସୁବ୍ରତ ରୟଙ୍କ ଦେହାନ୍ତ ସମଗ୍ର ସାହାରା ଇଣ୍ଡିଆ ପରିବାର ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ସହ କାମ କରିବାର ସୌଭାଗ୍ୟ ପାଇଥିବା ସମସ୍ତଙ୍କ ପାଇଁ ସାହାରାଶ୍ରୀ ଜୀ ଏକ ମାର୍ଗଦର୍ଶକ, ପରାମର୍ଶଦାତା ତଥା ପ୍ରେରଣା ଉତ୍ସ ଥିଲେ ବୋଲି ଜଣାଇଛନ୍ତି। ତେବେ ତାଙ୍କର ଶେଷକୃତ୍ୟ କେତେବେଳେ ହେବ ତାହା ଏ ପର୍ଯ୍ୟନ୍ତ ନିଷ୍ପତି ହୋଇ ନାହିଁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ସାହାରାର ଲକ୍ଷ ଲକ୍ଷ ନିବେଶକଙ୍କ ପାଇଁ ଖୁସି ଖବର, ଏହି ଆବେଦନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜମାକାରୀଙ୍କୁ ଦେୟ ପ୍ରଦାନ ପାଇଁ ସେବି ଠାରେ ସାହାରା ଗ୍ରୁପ୍ ଜମା କରିଥିବା ୨୪ ହଜାର କୋଟିରୁ ୫ ହଜାର କୋଟି ଟଙ୍କା ଆବଣ୍ଟନ କରିବାକୁ କେନ୍ଦ୍ରର ଆବେଦନକୁ ସୁପ୍ରିମକୋର୍ଟ ବିଚାରକୁ ନେଇଛନ୍ତି।

ପ୍ରକୃତରେ କେନ୍ଦ୍ର ଏକ ଜନସ୍ୱାର୍ଥ ମାମଲାରେ ଏହି ଆବେଦନ କରିଥିଲେ। ପିନାକି ପାଣି ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଦ୍ଵାରା ପିଏଲ୍ ଦାଖଲ କରାଯାଇଥିଲା ଏବଂ ଏଥିରେ ବିଭିନ୍ନ ଚିଟ୍ ଫଣ୍ଡ୍ କମ୍ପାନୀ ଏବଂ ସାହାରା କ୍ରେଡିଟ୍ କମ୍ପାନୀଗୁଡିକରେ ବିନିଯୋଗ କରିଥିବା ଜମାକାରୀଙ୍କୁ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ଏକ ବେଞ୍ଚ କହିଛନ୍ତି ଯେ, ସାହାରା ଗୋଷ୍ଠୀର ସମବାୟ ସମିତି ଦ୍ୱାରା ପ୍ରତାରଣା ହୋଇଥିବା ଜମାକାରୀଙ୍କ ମଧ୍ୟରେ ଏହି ରାଶି ବଣ୍ଟନ କରାଯିବା ଉଚିତ। ଏଥିରେ କୁହାଯାଇଛି ଯେ, ସମଗ୍ର ପ୍ରକ୍ରିୟା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀଙ୍କ ଦ୍ୱାରା ତଦାରଖ କରାଯିବ।

ସେବି-ସାହାରା ସାହାରା-ସେବି ଏସକ୍ରୋ ଆକାଉଣ୍ଟରୁ ଏହି ରାଶି ଦେବାକୁ କେନ୍ଦ୍ର ଦାବି କରିଥିଲା।