ସାହାରାର ଲକ୍ଷ ଲକ୍ଷ ନିବେଶକଙ୍କ ପାଇଁ ଖୁସି ଖବର, ଏହି ଆବେଦନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ

Published: Mar 29, 2023, 5:51 pm IST

ନୂଆଦିଲ୍ଲୀ: ଜମାକାରୀଙ୍କୁ ଦେୟ ପ୍ରଦାନ ପାଇଁ ସେବି ଠାରେ ସାହାରା ଗ୍ରୁପ୍ ଜମା କରିଥିବା ୨୪ ହଜାର କୋଟିରୁ ୫ ହଜାର କୋଟି ଟଙ୍କା ଆବଣ୍ଟନ କରିବାକୁ କେନ୍ଦ୍ରର ଆବେଦନକୁ ସୁପ୍ରିମକୋର୍ଟ ବିଚାରକୁ ନେଇଛନ୍ତି।

ପ୍ରକୃତରେ କେନ୍ଦ୍ର ଏକ ଜନସ୍ୱାର୍ଥ ମାମଲାରେ ଏହି ଆବେଦନ କରିଥିଲେ। ପିନାକି ପାଣି ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଦ୍ଵାରା ପିଏଲ୍ ଦାଖଲ କରାଯାଇଥିଲା ଏବଂ ଏଥିରେ ବିଭିନ୍ନ ଚିଟ୍ ଫଣ୍ଡ୍ କମ୍ପାନୀ ଏବଂ ସାହାରା କ୍ରେଡିଟ୍ କମ୍ପାନୀଗୁଡିକରେ ବିନିଯୋଗ କରିଥିବା ଜମାକାରୀଙ୍କୁ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ଏକ ବେଞ୍ଚ କହିଛନ୍ତି ଯେ, ସାହାରା ଗୋଷ୍ଠୀର ସମବାୟ ସମିତି ଦ୍ୱାରା ପ୍ରତାରଣା ହୋଇଥିବା ଜମାକାରୀଙ୍କ ମଧ୍ୟରେ ଏହି ରାଶି ବଣ୍ଟନ କରାଯିବା ଉଚିତ। ଏଥିରେ କୁହାଯାଇଛି ଯେ, ସମଗ୍ର ପ୍ରକ୍ରିୟା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀଙ୍କ ଦ୍ୱାରା ତଦାରଖ କରାଯିବ।

ସେବି-ସାହାରା ସାହାରା-ସେବି ଏସକ୍ରୋ ଆକାଉଣ୍ଟରୁ ଏହି ରାଶି ଦେବାକୁ କେନ୍ଦ୍ର ଦାବି କରିଥିଲା।

Related posts