Categories
ଆଜିର ଖବର ରାଜ୍ୟ ଖବର

ପୁରୀରେ ପହଞ୍ଚିଲା ସିଆଇଏସଏଫ୍ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ

ଭୁବନେଶ୍ବର: ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ ପାରାଦୀପଠାରୁ ୧୨୦ କିଲୋମିଟର ଯାତ୍ରା କରି ମାର୍ଚ୍ଚ ୧୩, ୨୦୨୫ରେ କୋଣାର୍କରେ ପହଞ୍ଚିଥିଲା। ଉପକୂଳ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ଗୋଷ୍ଠୀ ନିୟୋଜନ ପାଇଁ ନିଜର ମିଳିତ ଅଙ୍ଗୀକାରକୁ ଦୋହରାଇ ସ୍ଥାନୀୟ ଲୋକେ ସାଇକେଲ ଚାଳକମାନଙ୍କୁ ସ୍ବାଗତ କରିଥିଲେ। ସେଠାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସିଆଇଏସ୍ଏଫ୍ ଡିଆଇଜି ନେକ୍ସ-୩ (ଏମ୍) ଡ. ମହମ୍ମଦ ସାଇକ, ଷ୍ଟେଟବ୍ୟାଙ୍କ ଓଡ଼ିଶା ସର୍କଲର ଜିଏମ୍ କୌଶଲ, ଏଏଆଇର ଏପିଡି ପ୍ରସନ୍ନ ପ୍ରଧାନ, ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ଏବଂ ଜାତୀୟ ଭଲିବଲ୍ ଖେଳାଳି ଶ୍ରୀକାନ୍ତ ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନଙ୍କ ଉପସ୍ଥିତି ଜାତୀୟ ନିରାପତ୍ତା ଏବଂ ଗୋଷ୍ଠୀ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାରେ ସାଇକ୍ଲୋଥନର ମହତ୍ତ୍ୱକୁ ରେଖାଙ୍କିତ କରିଥିଲା।

ସନ୍ଧ୍ୟାରେ ସ୍ୱାଗତ ନୃତ୍ୟ, ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଶୀ ଓ ସମ୍ବଲପୁରୀ ଲୋକକଳା ପରିବେଷଣ ଓ ବିଭିନ୍ନ ପେସାଦାର ଦଳମାନଙ୍କ ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜନସାଧାରଣଙ୍କୁ ସମ୍ବୋଧିତ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନାଗରିକମାନଙ୍କ ମଧ୍ୟରେ ଉପକୂଳ ସୁରକ୍ଷା ସଚେତନତା ବୃଦ୍ଧିରେ ଏହାର ଭୂମିକା ଉପରେ ଗୁରୁତ୍ବାରୋପ କରିବା ସହ ଏହି ମହାନ ପଦକ୍ଷେପ ଗ୍ରହଣ କରିଥିବାରୁ ସିଆଇଏସଏଫକୁ ପ୍ରଶଂସା କରିଥିଲେ।

ମାର୍ଚ୍ଚ ୧୪ ତାରିଖରେ ଏହି ସାଇକେଲ ଚାଳକମାନେ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ନିଜର ଦିନ ଆରମ୍ଭ କରିଥିଲେ। ଏହାପରେ ସେମାନେ ପୁରୀ ବେଳାଭୂମିରେ ପହଞ୍ଚିଥିଲେ, ଯେଉଁଠାରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ନିର୍ମିତ ପ୍ରେରଣାଦାୟୀ ବାଲୁକା କଳା ସହ ଏହି ଯାତ୍ରାକୁ ପତାକା ଦେଖାଇ ସ୍ବାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲ ପିଲାଙ୍କ ସମେତ ସ୍ଥାନୀୟ ସମୁଦାୟର ସକ୍ରିୟ ଅଂଶଗ୍ରହଣ କରାଯାଇଥିଲା ଏବଂ ଭାରତର ସମୃଦ୍ଧ ଐତିହ୍ୟକୁ ପାଳନ କରି ସାଂସ୍କୃତିକ ପରିବେଷଣ କରାଯାଇଥିଲା ।

ଏହାପରେ ସାଇକେଲ ଚାଳକମାନେ ବ୍ରହ୍ମଗିରି, ସାତପଡ଼ା ଓ ଜାହ୍ନିକୁଦା ଭଳି ପ୍ରମୁଖ ଉପକୂଳବର୍ତ୍ତୀ ଅଞ୍ଚଳ ଅତିକ୍ରମ କରି ସାମୁଦ୍ରିକ ସୁରକ୍ଷା, ଉପକୂଳ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ। ୧୨୫ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ଶେଷରେ ସେମାନେ ମାଲୁଦରେ ପହଞ୍ଚିଥିଲେ, ଯାହା ସେମାନଙ୍କ ପ୍ରେରଣାଦାୟକ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ମାର୍ଚ୍ଚ ୭, ୨୦୨୫ରେ ଉଦଘାଟିତ ହୋଇଥିବା ସିଆଇଏସଏଫ କୋଷ୍ଟାଲ ସାଇକ୍ଲୋଥନର ଲକ୍ଷ୍ୟ ହେଉଛି ଉପକୂଳବର୍ତ୍ତୀ ସମୁଦାୟଙ୍କୁ ସଚେତନ କରିବା ଏବଂ ଭାରତର ସାମୁଦ୍ରିକ ଭିତ୍ତିଭୂମିର ସୁରକ୍ଷାରେ ସିଆଇଏସଏଫର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା। ଏହା ମାଧ୍ୟମରେ ପଶ୍ଚିମ ଓ ପୂର୍ବ ଉପକୂଳରେ ଦୁଇଟି ଟିମ୍ ଯାତ୍ରା କରି ୧୧ଟି ରାଜ୍ୟ ପରିକ୍ରମା କରି ଗୁରୁତ୍ୱପୂର୍ଣ୍ଣ ଉପକୂଳ କେନ୍ଦ୍ର ଓ ଶିଳ୍ପାଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛନ୍ତି। ଏହି ରାଲିରେ ସାଧାରଣ ଜନତାଙ୍କ ଯୋଗଦାନକୁ ପ୍ରେତ୍ସାହିତ କରାଯାଉଛି। ଏ ସଂପର୍କରେ ଅଧିକ ବିବରଣୀ ଓ ସୂଚନା ଓ ଅଂଶଗ୍ରହଣ ସୁଯୋଗ ପାଇଁ ସେମାନେ www.cisfcyclothon.com ଦେଖିପାରିବେ । ଏହି ଦଳ ଓଡ଼ିଶା ଦେଇ ଆଗକୁ ବଢ଼ୁଥିବା ବେଳେ ସେମାନଙ୍କ ବାର୍ତ୍ତା ସ୍ପଷ୍ଟ ରହିଛି: ‘ସୁରକ୍ଷିତ ଉପକୂଳ, ସମୃଦ୍ଧ ଭାରତ”।

Categories
ଆଜିର ଖବର ରାଜ୍ୟ ଖବର

କୋଣାର୍କ ସୂର୍ଯ୍ୟମନ୍ଦିରରେ ପହଞ୍ଚିଲେ ସିଆଇଏସଏଫ୍ ସାଇକେଲ ଚାଳକ ଦଳ, ମିଳିଲା ଭବ୍ୟ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ସିଆଇଏସଏଫ ଗ୍ରେଟ୍ ଇଣ୍ଡିଆନ କୋଷ୍ଟାଲ ସାଇକ୍ଲୋଥନ୍ କୈଥକୋଲାଠାରୁ ୧୨୫ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ୨୦୨୫ ମାର୍ଚ୍ଚ ୧୧ ତାରିଖରେ ପାରାଦୀପରେ ପହଞ୍ଚିଥିଲା। ଉପକୂଳ ସୁରକ୍ଷା, ପରିବେଶ ସଂରକ୍ଷଣ ଏବଂ ଗୋଷ୍ଠୀ ନିୟୋଜନ ପାଇଁ ମିଳିତ ପ୍ରତିଶ୍ରୁତିକୁ ସୁଦୃଢ଼ କରିବା ସହ ସାଇକେଲ ଚାଳକମାନଙ୍କୁ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହ ସ୍ୱାଗତ କରିଥିଲେ।

ମାର୍ଚ୍ଚ ୧୩ ତାରିଖରେ ପାରାଦୀପସ୍ଥିତ ସମୁଦ୍ର କୂଳ ସ୍ମାରକୀରେ ଏକ ଭବ୍ୟ ପତାକା ଉତ୍ତୋଳନ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଡିଆଇଜି/ସିଆଇଏସ୍ଏଫ୍ ଏନଇଜେଡ୍-୩ (ଏମ୍) ଡ. ମହମ୍ମଦ ଶୈକ୍ ଅବଦୁଲ୍ଲା, ପାରାଦୀପ ପୋର୍ଟ ଅଥରିଟି (ପିପିଏ) ଅଧ୍ୟକ୍ଷ ପିଏଲ୍ ହରନାଥ, ପିପିଏର ଉପାଧ୍ୟକ୍ଷ ଶ୍ରୀ ନୀଳଭ୍ର ଦାସଗୁପ୍ତା, ଡିଆଇଜି/କୋଷ୍ଟଗାର୍ଡ ଶ୍ରୀ ସଞ୍ଜୟ ନେଗି, ପାରାଦୀପ ଡିଏସପି ଶ୍ରୀ ସ୍ମୃତି ରଞ୍ଜନ କର, ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପରମ ଜ୍ୟୋତି କଳା କ୍ଷେତ୍ର ପକ୍ଷରୁ ଓଡ଼ିଶୀ, ଭାରତ ନାଟ୍ୟମ୍ ଭଳି ଆକର୍ଷଣୀୟ ସାଂସ୍କୃତିକ ନୃତ୍ୟ ପରିବେଷଣ ଓ ସିଆଇଏସଏଫ୍ ଓ୍ଵାର୍ଡ ପକ୍ଷରୁ ଦେଶାତ୍ମବୋଧକ ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଡଗ୍ ସୋ’ , ଅଗ୍ନି ନିରାପତ୍ତା ପ୍ରଦର୍ଶନ ଏବଂ ସ୍ଥାନୀୟ ବ୍ୟାଣ୍ଡ /ସହ ଏକ ଭବ୍ୟ ପରେଡ୍ ଆଦି ଆକର୍ଷଣୀୟ ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ମୁଖ୍ୟ ଆକର୍ଷଣ ଥିଲା ସାନ୍ଧକୁଦା, ବିଜୟଚନ୍ଦ୍ରପୁର ଓ ଭିତରାଗଡ଼ର ସମ୍ପ୍ରଦାୟର ଉତ୍ସାହଜନକ ଅଂଶଗ୍ରହଣ, ଯେଉଁଥିରେ ଉପକୂଳ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତି ଅଭିଯାନକୁ ସମର୍ଥନ ଜଣାଇଥିଲେ। ବାଟରେ ସାଇକେଲ ଚାଳକମାନେ କୁଜଙ୍ଗ, ଜଗତସିଂହପୁର, ନୂଆଗାଁ ଓ ଗୋପରେ ସ୍ଥାନୀୟ ଲୋକଙ୍କ ସହ ମିଶି ସାମୁଦ୍ରିକ ନିରାପତ୍ତା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।

ଏହା ପରେ ସାଇକ୍ଲୋଥନ ନିଜର ଯାତ୍ରା ଆରମ୍ଭ କରି କୋଣାର୍କରେ ପହଞ୍ଚିଥିଲା । କୋଣାର୍କରେ ପହଞ୍ଚିବା ପରେ ସାଇକେଲ ଚାଳକମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯାହା ସ୍ଥାନୀୟ ଲୋକଙ୍କ ପ୍ରଶଂସା ଓ ଉତ୍ସାହକୁ ପ୍ରତିଫଳିତ କରିଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏସବିଆଇ, ଓଡ଼ିଶା ସର୍କଲ, ଭୁବନେଶ୍ବରର ଜିଏମ୍ ଶ୍ରୀ କୌଶଲ, ଏଏଆଇର ଏପିଡି ପ୍ରସନ୍ନ ପ୍ରଧାନ, ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ତଥା ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ, ଜାତୀୟ ଭଲିବଲ୍ ଖେଳାଳି ଶ୍ରୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ମାର୍ଚ୍ଚ ୧୩ ତାରିଖ ସନ୍ଧ୍ୟାରେ ସ୍ୱାଗତ ନୃତ୍ୟ, ଦେଶାତ୍ମବୋଧକ ସଙ୍ଗୀତ, ଓଡ଼ିଶୀ ଓ ସମ୍ବଲପୁରୀ ଲୋକକଳା ପରିବେଷଣ ସହ ବୃତ୍ତିଗତ ଦଳମାନେ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣ କରିଥିଲେ। ସ୍ଥାନୀୟ ସମୁଦାୟ, ସ୍ୱେଚ୍ଛାସେବୀ ସଂଗଠନ, ଏନସିସି କ୍ୟାଡେଟ୍ ଏବଂ ସ୍କୁଲ ପିଲାଙ୍କ ସକ୍ରିୟ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମର ଭବ୍ୟତାକୁ ଆହୁରି ବଢ଼ାଇଥିବା ବେଳେ ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ନିରବଚ୍ଛିନ୍ନ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ମାର୍ଚ୍ଚ ୭, ୨୦୨୫ରେ ଉଦଘାଟିତ ହୋଇଥିବା ସିଆଇଏସଏଫ କୋଷ୍ଟାଲ ସାଇକ୍ଲୋଥନର ଲକ୍ଷ୍ୟ ହେଉଛି ଉପକୂଳବର୍ତ୍ତୀ ସମୁଦାୟଙ୍କୁ ସଚେତନ କରିବା ଏବଂ ଭାରତର ସାମୁଦ୍ରିକ ଭିତ୍ତିଭୂମିର ସୁରକ୍ଷାରେ ସିଆଇଏସଏଫର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା। ଏହା ମାଧ୍ୟମରେ ପଶ୍ଚିମ ଓ ପୂର୍ବ ଉପକୂଳରେ ଦୁଇଟି ଟିମ୍ ଯାତ୍ରା କରି ୧୧ଟି ରାଜ୍ୟ ପରିକ୍ରମା କରି ଗୁରୁତ୍ୱପୂର୍ଣ୍ଣ ଉପକୂଳ କେନ୍ଦ୍ର ଓ ଶିଳ୍ପାଞ୍ଚଳକୁ ଅନ୍ତର୍ଭୁକ୍ତ କରୁଛନ୍ତି। ଏହି ରାଲିରେ ସାଧାରଣ ଜନତାଙ୍କ ଯୋଗଦାନକୁ ପ୍ରେତ୍ସାହିତ କରାଯାଉଛି। ଏ ସଂପର୍କରେ ଅଧିକ ବିବରଣୀ ଓ ସୂଚନା ଓ ଅଂଶଗ୍ରହଣ ସୁଯୋଗ ପାଇଁ ସେମାନେ www.cisfcyclothon.com ଦେଖିପାରିବେ । ଏହି ଦଳ ଓଡ଼ିଶା ଦେଇ ଆଗକୁ ବଢ଼ୁଥିବା ବେଳେ ସେମାନଙ୍କ ବାର୍ତ୍ତା ସ୍ପଷ୍ଟ ରହିଛି: ‘ସୁରକ୍ଷିତ ଉପକୂଳ, ସମୃଦ୍ଧ ଭାରତ”।