Categories
ଆଜିର ଖବର ଜାତୀୟ ଖବର

ରୋଷେଇ କରିବା ସମୟରେ ଦୁର୍ଘଟଣା: ସିଲିଣ୍ଡର ବିସ୍ଫୋରଣ ହେତୁ ୬ ମୃତ

ନୂଆଦିଲ୍ଲୀ: ହରିୟାଣାର ପାନିପତ ଜିଲ୍ଲାର ତହସିଲ କ୍ୟାମ୍ପ ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ହେତୁ ୬ ଜଣଙ୍କ ଦୁଃଖଦ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଏହି ଘଟଣା ପରେ ତହସିଲ କ୍ୟାମ୍ପ ପରିସରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ବିସ୍ଫୋରଣ ଘଟଣା ପରେ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ, ସିଲିଣ୍ଡରରେ ବିସ୍ଫୋରଣ କିପରି ଘଟିଛି ଜାଣିବାକୁ ପୋଲିସ ଚେଷ୍ଟା କରୁଛି?

ସୂଚନା ଅନୁଯାୟୀ ପାନିପତର ତହସିଲ କ୍ୟାମ୍ପ ଅଞ୍ଚଳରେ ସକାଳେ ରାନ୍ଧିବା ସମୟରେ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ଏହା ପରେ ସିଲିଣ୍ଡର ବିସ୍ଫୋରଣ ଘଟିବାରୁ କୋଠରୀ ଭିତରେ ଥିବା ଲୋକମାନେ କବାଟ ଖୋଲିବାର ସୁଯୋଗ ମଧ୍ୟ ପାଇଲେ ନାହିଁ। କୋଠରୀ କବାଟ ଖୋଲା ନ ଥିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ସୂଚନାନୁସାରେ, ଦୁର୍ଘଟଣାର ସମସ୍ତ ପୀଡିତ ପାନିପତ ତହସିଲ କ୍ୟାମ୍ପ ଅଞ୍ଚଳରେ ଭଡା ଘରେ ରହୁଥିଲେ।

Categories
ଆଜିର ଖବର ଜାତୀୟ ଖବର

ବିବାହ ସମାରୋହରେ ସିଲିଣ୍ଡର ବିସ୍ଫୋରଣ: ୨ ଶିଶୁଙ୍କ ସମେତ ୫ ମୃତ, ୫୦ ଆହତ

ଜୟପୁର: ଗୁରୁବାର ରାଜସ୍ଥାନର ଯୋଧପୁର ନିକଟରେ ଏକ ବିବାହ ଉତ୍ସବରେ ଦୁଇଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାପରେ ଦୁଇ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ଯେଉଁଠାରେ ବିବାହ ଭୋଜି ପ୍ରସ୍ତୁତ କରାଯାଉଥିଲା ସେଠାରେ ରଖାଯାଇଥିବା ଗ୍ୟାସ ସିଲିଣ୍ଡରରେ ଲିକ୍ ହେତୁ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ଯେଉଁ ଘରେ ବିବାହ ହୋଇଥିଲା ସେହି ଘରର ଏକ ଅଂଶ ମଧ୍ୟ ବିସ୍ଫୋରଣ ହେତୁ ଭୁଶୁଡି ପଡିଥିଲା।

ଏହି ଦୁର୍ଘଟଣାରେ ୧୨ ଜଣ ଗୁରୁତର ପୋଡି ଯାଇଥିବାର ଖବର ରହିଛି। ଯୋଧପୁରଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ଭୁଙ୍ଗଡା ଗ୍ରାମରେ ଏହି ଘଟଣା ଘଟିଛି। ଜିଲ୍ଲାପାଳ ହିମାଂଶୁ ଗୁପ୍ତା କହିଛନ୍ତି ଯେ, ଏହା ଏକ ଗୁରୁତର ଦୁର୍ଘଟଣା।

ଆହତଙ୍କ ମଧ୍ୟରୁ ୪୨ ଜଣଙ୍କୁ ଚିକିତ୍ସା ପାଇଁ MGH ଡାକ୍ତରଖାନାକୁ ପଠାଯାଇଛି। “ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଜି ସନ୍ଧ୍ୟାରେ ହସ୍ପିଟାଲରେ ଆହତମାନଙ୍କୁ ଭେଟିବେ ବୋଲି ଜଣାପଡିଛି।