ବିବାହ ସମାରୋହରେ ସିଲିଣ୍ଡର ବିସ୍ଫୋରଣ: ୨ ଶିଶୁଙ୍କ ସମେତ ୫ ମୃତ, ୫୦ ଆହତ

Published: Dec 9, 2022, 12:25 pm IST

ଜୟପୁର: ଗୁରୁବାର ରାଜସ୍ଥାନର ଯୋଧପୁର ନିକଟରେ ଏକ ବିବାହ ଉତ୍ସବରେ ଦୁଇଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାପରେ ଦୁଇ ଶିଶୁଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ଯେଉଁଠାରେ ବିବାହ ଭୋଜି ପ୍ରସ୍ତୁତ କରାଯାଉଥିଲା ସେଠାରେ ରଖାଯାଇଥିବା ଗ୍ୟାସ ସିଲିଣ୍ଡରରେ ଲିକ୍ ହେତୁ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ଯେଉଁ ଘରେ ବିବାହ ହୋଇଥିଲା ସେହି ଘରର ଏକ ଅଂଶ ମଧ୍ୟ ବିସ୍ଫୋରଣ ହେତୁ ଭୁଶୁଡି ପଡିଥିଲା।

ଏହି ଦୁର୍ଘଟଣାରେ ୧୨ ଜଣ ଗୁରୁତର ପୋଡି ଯାଇଥିବାର ଖବର ରହିଛି। ଯୋଧପୁରଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ଭୁଙ୍ଗଡା ଗ୍ରାମରେ ଏହି ଘଟଣା ଘଟିଛି। ଜିଲ୍ଲାପାଳ ହିମାଂଶୁ ଗୁପ୍ତା କହିଛନ୍ତି ଯେ, ଏହା ଏକ ଗୁରୁତର ଦୁର୍ଘଟଣା।

ଆହତଙ୍କ ମଧ୍ୟରୁ ୪୨ ଜଣଙ୍କୁ ଚିକିତ୍ସା ପାଇଁ MGH ଡାକ୍ତରଖାନାକୁ ପଠାଯାଇଛି। “ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଜି ସନ୍ଧ୍ୟାରେ ହସ୍ପିଟାଲରେ ଆହତମାନଙ୍କୁ ଭେଟିବେ ବୋଲି ଜଣାପଡିଛି।

Related posts