Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

‘ଭାରତ ସହ ଆମର ସମ୍ପର୍କରେ ହସ୍ତକ୍ଷେପ କର ନାହିଁ: ସୀମା ବିବାଦ ଉପରେ ଆମେରିକାକୁ ଚେତାବନୀ ଦେଲା ଚୀନ୍

ନୂଆଦିଲ୍ଲୀ: ପୁଣିଥରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଉଥିବା ଜଣାପଡିଛି। ଏଥର ଚୀନ୍ ଆମେରିକାକୁ ଭାରତ ସହ ସମ୍ପର୍କରେ ହସ୍ତକ୍ଷେପ ନକରିବାକୁ ଚେତାବନୀ ଦେଇଛି। ଏ ସମ୍ପର୍କରେ ଚୀନ୍ ଆମେରିକାର ଅଧିକାରୀମାନଙ୍କୁ ସୀମା ବିବାଦରେ ହସ୍ତକ୍ଷେପ ନକରିବାକୁ ଚେତାବନୀ ଦେଇଛି। ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ କଂଗ୍ରେସରେ ଉପସ୍ଥାପିତ ଏକ ରିପୋର୍ଟରେ ଏହି ସୂଚନା ଦେଇଛି।

ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଭାରତ ଏବଂ ଆମେରିକା ନିକଟତର ନହେବା ପାଇଁ ରିପବ୍ଲିକ୍ ଅଫ୍ ଚାଇନା (PRC) ବିବାଦ ହ୍ରାସ କରିବାକୁ ଚାହୁଁଛି। ଏହି କାରଣରୁ ସେ ଆମେରିକାର ହସ୍ତକ୍ଷେପକୁ ପସନ୍ଦ କରନ୍ତି ନାହିଁ। ଚୀନ୍‌ର ଉଦ୍ଦେଶ୍ୟ ହେଉଛି ସୀମାରେ ସ୍ଥିରତା ସ୍ଥାପନ କରିବା ଏବଂ ବିବାଦ କାରଣରୁ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କର ଅନ୍ୟାନ୍ୟ କ୍ଷେତ୍ରରେ କ୍ଷତି ନହେବା। ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା ଅଧିକାରୀମାନେ ଆମେରିକାର ଅଧିକାରୀମାନଙ୍କୁ ଭାରତ ସହ PRC ର ସମ୍ପର୍କରେ ହସ୍ତକ୍ଷେପ ନକରିବାକୁ ଚେତାବନୀ ଦେଇଛନ୍ତି।

ପେଣ୍ଟାଗନ୍ ରିପୋର୍ଟରେ ଆମେରିକା ଚୀନ୍‌କୁ ଅଭିଯୋଗ କରିଛି ଯେ, ୨୦୨୧ ମସିହାରେ PLA ଚୀନ୍-ଭାରତ ସୀମାରେ ଥିବା ଏକ ବିଭାଗରେ ସାମରିକ ବାହିନୀର ନିୟୋଜନ ଜାରି ରଖିଥିଲା ​​ଏବଂ LAC ନିକଟରେ ଭିତ୍ତିଭୂମି ନିର୍ମାଣ ଜାରି ରଖିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଉଭୟ ଦେଶ (ଚୀନ୍-ଭାରତ) ମଧ୍ୟରେ ହୋଇଥିବା ଆଲୋଚନାରେ ସର୍ବନିମ୍ନ ଅଗ୍ରଗତି ହୋଇଛି କାରଣ ଉଭୟ ପକ୍ଷ ସୀମାରେ ଥିବା ନିଜ ନିଜ ପଦବୀରୁ ଏହି ପଦକ୍ଷେପକୁ ବିରୋଧ କରୁଛନ୍ତି। ଉଭୟ ଭାରତ ଏବଂ ଚୀନ୍ ଅନ୍ୟ ସାମରିକ ବାହିନୀ ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି ଏବଂ ଏହା ଦ୍ଵାରା ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି, କିନ୍ତୁ ଚୀନ୍ କିମ୍ବା ଭାରତ ଏହି ସର୍ତ୍ତାବଳୀରେ ସହମତ ନୁହଁନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସୀମାରେ ଅଙ୍ଗନବାଡ଼ି କେନ୍ଦ୍ର ଚଳାଇଲା ଆନ୍ଧ୍ର, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପାଇଁ ଦାବି

ଭୁବନେଶ୍ୱର: ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ମାଣିକ ପାଟଣା ଗ୍ରାମରେ ଆନ୍ଧ୍ର ପକ୍ଷରୁ ଜବରଦସ୍ତ ଆରମ୍ଭ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଦୁଇଦିନ ତଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇ ସିଲ୍ କରାଯାଇଥିଲା। ଆଜି ଆନ୍ଧ୍ର ସରକାରଙ୍କ କିଛି ଅଧିକାରୀ ଓ ସେହି ରାଜ୍ୟର ପଶୁ ସମ୍ପଦ ମନ୍ତ୍ରୀ ଆପଲା ରାଜୁ ମାଣିକ ପାଟଣା ଗ୍ରାମରେ ପହଞ୍ଚି ଉକ୍ତ କେନ୍ଦ୍ରକୁ ଖୋଲିବା ସହିତ ୫ ଜଣ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢାଇଛନ୍ତି ଓ ଅଣ୍ଡା ବାଣ୍ଟିଥିବାର ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି।

ଆନ୍ଧ୍ର ସରକାରଙ୍କର ଏହି ଦାଦାଗିରି ଦିନକୁ ଦିନ ଅସହ୍ୟ ହୋଇ ଉଠିଲାଣି। କିଛିଦିନ ତଳେ କୋଟିଆ ଗ୍ରାମପୁଞ୍ଜର ନେରେଡ଼ିଭାଲସା ଗ୍ରାମରେ ପହଞ୍ଚି ଆନ୍ଧ୍ର ଥାନା ଅଧିକାରୀମାନେ ଲୋକଙ୍କ ଅଭିଯୋଗର ଶୁଣାଣୀ କରିଥିଲେ। ତା ପୂର୍ବରୁ ପଶୁ ଚିକିତ୍ସା ଶିବିର କରିବା ସହିତ ଚାରା ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଥିଲେ। କୋଟିଆ ଓ ଗଜପତି ଜିଲ୍ଲାର ମାଣିକ ପାଟଣାରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ଓଡ଼ିଶାର ସ୍ୱାଭିମାନ ଉପରେ ଆକ୍ରମଣ। ମାନ୍ୟବର ସୁପ୍ରିମକୋର୍ଟ ଆନ୍ଧ୍ର ଓଡ଼ିଶା ଭିତରେ ଥିବା ବିବାଦକୁ ୬ ସପ୍ତାହ ଭିତରେ ଆପୋଶ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲା ବେଳେ ଆନ୍ଧ୍ର ସରକାର ବାରମ୍ବାର ଓଡ଼ିଶା ସୀମାକୁ ଅନୁପ୍ରବେଶ କରି ଦାଦାଗିରି ଦେଖାଇବା ଓ ଜବରଦସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଚଳାଇବା ଆନ୍ଧ୍ରର ଦାଦାଗିରିର ପରିଚାୟକ।

ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଆନ୍ଧ୍ରର ଦାଦାଗିରି ଉପରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଅନୁରୋଧ କରିଛନ୍ତି। ସେହିଭଳି ପଶ୍ଚିମବଙ୍ଗ ସରକାର ମଧ୍ୟ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଦୟପୁର ସୀମାରେ ପାଚେରୀ ନିର୍ମାଣ କରିବାର ଖବର ଆସିଛି। ଗୋଟିଏ ପଟେ ଆନ୍ଧ୍ର ଏବଂ ଉତ୍ତର ଦିଗରେ ପଶ୍ଚିମବଙ୍ଗଳାର ଓଡ଼ିଶାର ସୀମା ଭିତରେ ଅନୁପ୍ରବେଶକୁ ଆଦୌ ବରଦାସ୍ତ କରାଯିବ ନାହିଁ। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶ୍ରୀ ବେହେରା ଦାବି କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଚୀନ ବିରୋଧରେ ଆମେ ମଧ୍ୟ ଆକ୍ରାମକ ହୋଇପାରିବୁ: ଭାରତୀୟ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିୟାଙ୍କ  ଏକ ବଡ ବୟାନ ସାମ୍ନାକୁ ଆସିଛି। ବାୟୁସେନା ମୁଖ୍ୟ କହିଛନ୍ତି ଯେ, ସୀମା ବିବାଦକୁ ନେଇ ଯଦି ଚୀନ ସେନା ଆକ୍ରମଣାତ୍ମକ ହୋଇପାରନ୍ତି, ତେବେ ଆମ ମଧ୍ୟ ଆକ୍ରାମକ ହୋଇପାରିବୁ। ଚୀନ ସୀମା ଏଲଏସି ଉପରେ ଆକ୍ରାମକ ହେବାର ସମ୍ଭାବନାକୁ ନେଇ ସେ ଏହି ବୟାନ ଦେଇଛନ୍ତି।

ଆଜି ଡେଜର୍ଟ ନାଇଟ-୨୦୨୦ ଅଭ୍ଯାସ ସମୟରେ ବାୟୁସେନା ମୁଖ୍ୟ ଭଦୌରିୟା କହିଛନ୍ତି ଯେ, ଆମ ପାଖକୁ ୮ ଟି ରାଫେଲ ବିମାନ ଆସି ସାରିଛି। ଆଉ ତିନୋଟି ରାଫେଲ ବିମାନ ଏହି ମାସ ଶେଷ ବେଳକୁ ଆସିଯିବ। ୨୦୨୩ ସୁଦ୍ଧା ବାକି ସବୁ ବିମାନ ଭାରତରେ ପହଞ୍ଚିଯିବ।

ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଆମେ ଏଏମସିଏ ଏୟାରକ୍ରାଫ୍ଟ ପ୍ରୋଜେକ୍ଟ ଜରିଆରେ ଡିଆରଡିଓ ସହ ମିଶି ପଞ୍ଚମ ପିଢୀର ଯୁଦ୍ଧ ବିମାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆମେ ଏଥିରେ ଷଷ୍ଠ ପିଢୀର କ୍ଷମତାକୁ ଯୋଡିବାକୁ ଚାହୁଁଛୁ। କିନ୍ତୁ ପ୍ରଥମେ ପଞ୍ଚମ ପିଢୀ ଯୁଦ୍ଧ ବିମାନ ଉପରେ ଆମେ ଧ୍ୟାନ କେନ୍ଦ୍ରିତ କରୁଛୁ।

ଉଲ୍ଲେଖ ଯୋଗ୍ୟ ଯେ, ଭାରତ ଏବଂ ଚୀନ ମଧ୍ୟରେ ବହୁ ଦିନ ଧରି ସୀମା ବିବାଦ ଜାରି ରହିଛି। ଗତ ବର୍ଷ ପୂର୍ବ ଲଦାଖରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସା ହୋଇଥିଲା। ସେହିଦିନ ଠାରୁ ଉଭୟ ଦେଶ ମଧ୍ୟରେ ବିବାଦ ଜାରି ରହିଛି। ଏହା ଭିତରେ ଏଲଏସିରେ ଭାରତ ନିଜର ସୈନ୍ୟ କ୍ଷମତା ବୃଦ୍ଧି କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଆନ୍ଧ୍ରା ଟ୍ରଲରକୁ ଜବତ କଲା ଫରେଷ୍ଟ ବିଭାଗ: ୮ ଅଟକ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଇଣ୍ଡିଆ-ପାକିସ୍ଥାନ ସୀମା ବିବାଦ ପରି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଲାଗି ରହିଛି। କିଛି ଦିନ ହେଲା ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାବର୍ତ୍ତୀ ଅଂଚଳ ନିଜ କବ୍‌ଜାକୁ ନେବା ପାଇଁ ଚକ୍ରାନ୍ତ କରୁଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଏବଂ ଏହାପ୍ରତି ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି। ଠିକ୍ ସେହିଭଳି ଆନ୍ଧ୍ର ଧିବିରମାନେ ଓଡ଼ିଶା ତଟବର୍ତ୍ତୀ ଅଂଚଳ ମଧ୍ୟରେ ପ୍ରବେଶ କରି ମାଛ ଧରିବା ଏକ ନିତିଦିନିଆ କାମରେ ପରିଣତ ହୋଇଗଲାଣି।

ପ୍ରତ୍ୟେକ ଦିନ ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀମାନେ ଓଡ଼ିଶା ଉପକୂଳ ଅଂଚଳ ମଧ୍ୟରେ ପ୍ରବେଶ କରି ମାଛ ଧରିବା ନଜିର ରହିଛି। ଆଜି ବେଆଇନ ଭାବେ ଆନ୍ଦ୍ର ମତ୍ସ୍ୟଜୀବୀମାନେ ଋଷିକୂଲ୍ୟା ମୁହାଣରେ ନିଜର ବୋଟ୍ ଦ୍ୱାରା ପ୍ରବେଶ କରି ମାଛ ମାରୁଥିଲେ। ଯାହାକି ଗଂଜାମ ଫରେଷ୍ଟ ଡ଼ିଭିଜନ ତରଫରୁ କୌଣସି ବିଶେଷ ସୂତ୍ରରୁ ଖବରପାଇ ଆଠଜଣ ଧିବୀରଙ୍କୁ ଅଟକ ରଖିବା ସହ ଆନୁମାନିକ ୩୦୦ କିଲୋ ମାଛ ଜବତ କରିଛନ୍ତି ଏବଂ ଏହି ଆଠଜଣ ଧିବିରଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି।

ସୂଚନାଥାଉକି ଏହିଭଳି ମାଛ ମାରିବା ବାହାନାରେ ସନ୍ତ୍ରାସବାଦୀମାନେ ମଧ୍ୟ ଅଂଚଳରେ ପ୍ରବେଶ କରିବାର ଆଶା ରହିଥିବା ଯୋଗୁଁ ଉଭୟ ପୋଲିସ୍ ଏବଂ ଜଂଗଲ ବିଭାଗ ତଟବର୍ତ୍ତୀ ଅଂଚଳରେ ପେଟ୍ରୋଲିଂ ଜାରି ରଖିଥିବା ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି।