Categories
ଆଜିର ଖବର ଜାତୀୟ ଖବର

‘ଗୋଟିଏ ଫୋନରେ ସିବିଆଇ ଚଢାଉକୁ ବନ୍ଦ କରିପାରିଥାନ୍ତି’: ବିଧାୟକଙ୍କ ଉପରେ ଚଢାଉକୁ ନେଇ କହିଲେ ବିଜେପି ନେତା

ନୂଆଦିଲ୍ଲୀ: ଗୋଟିଏ ପଟେ କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ଦାବି କରୁଛି ଯେ, କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଉପରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ, ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଏପରି ଦାବି କରିଛନ୍ତି ଯାହା ଏକ ଉତ୍ତେଜନା ସୃଷ୍ଟି କରୁଛି। ସୁକାନ୍ତ କହିଛନ୍ତି ଯେ, ଯଦି ସେ ଚାହାଁନ୍ତି, ତେବେ ସେ ଫୋନ୍ କରି ସିବିଆଇ ଚଢାଉକୁ ବନ୍ଦ କରିପାରିଥାନ୍ତେ। କିନ୍ତୁ ବିଜେପି ଏହା କରିବାକୁ ବିଶ୍ୱାସ କରେ ନାହିଁ।

ବାସ୍ତବରେ, ବଙ୍ଗଳାର ବିଭିନ୍ନ ପୌରସଂସ୍ଥାରେ ବେଆଇନ ପଦବୀ ନିଯୁକ୍ତି ହୋଇଥିବା ବେଳେ ସିବିଆଇ ବିଜେପି ବିଧାୟକ ପାର୍ଥ ସାରଥୀ ଚଟ୍ଟୋପାଧ୍ୟାୟଙ୍କ ଘରେ ଚଢାଉ କରିଥିଲା। ପ୍ରକାଶ ଯେ, ପାର୍ଥ ମଧ୍ୟ ରାଣାଘାଟ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ରହିଛନ୍ତି। ଏହା ବ୍ୟତୀତ ସିବିଆଇ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଫିରହାଦ୍ ହାକିମ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ବିଧାୟକ ମଦନ ମିତ୍ରଙ୍କ ଘରେ ଚଢାଉ କରିଥିଲା।

ସୁକାନ୍ତ ମଜୁମଦାର କ’ଣ କହିଥିଲେ?:

ପାର୍ଟି ବିଧାୟକଙ୍କ ଘରେ ସିବିଆଇ ଚଢାଉ ଉପରେ ସୁକାନ୍ତ ମଜୁମଦାର ଦାବି କରିଛନ୍ତି ଯେ, “ଯାହାକୁ ଡାକିବା ଆବଶ୍ୟକ, ସିବିଆଇ ତାଙ୍କୁ ଡାକିବ। ଯଦି ମୁଁ ଚାହିଁଥାନ୍ତି, ତେବେ ଫୋନ୍ କରି ଦଳୀୟ ବିଧାୟକଙ୍କ ଘରେ ସିବିଆଇ ଚଢାଉକୁ ବନ୍ଦ କରି ଦେଇଥାନ୍ତି, କିନ୍ତୁ ଆମେ ଏଥିରେ ବିଶ୍ୱାସ କରୁନାହୁଁ। ” ଏହା ସହିତ ବିଜେପି ନେତା ଟିଏମସି ବିଧାୟକ ଫିରହାଦ୍ ହାକିମଙ୍କୁ ଡକାୟତ ବୋଲି କହିଛନ୍ତି। ସୁକାନ୍ତଙ୍କ ଏହି ଦାବି ଯୋଗୁଁ ପଶ୍ଚିମବଙ୍ଗ ତଥା ଦେଶର ରାଜନୀତି ମଧ୍ୟ ଉତ୍ତପ୍ତ ହୋଇଛି।

ବିଜେପି ଉପରେ ଆକ୍ରମଣ କରି ଟିଏମସି କହିଛି ଯେ, ସୁକାନ୍ତଙ୍କ କଥା ପ୍ରମାଣିତ କରିଛି ଯେ କେନ୍ଦ୍ରରେ ଶାସକ ବିଜେପିଙ୍କ ନିର୍ଦ୍ଦେଶରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା କାର୍ଯ୍ୟ କରୁଛନ୍ତି। ରାଜନୈତିକ ପ୍ରତିଶୋଧ ଯୋଗୁଁ ବିରୋଧୀ ଦଳ ହଇରାଣ ହରକତ ହେଉଇଛନ୍ତି। ସୂଚନା ଯୋଗ୍ୟ ଯେ, ବଙ୍ଗଳାରେ ଚାଲିଥିବା ଗ୍ରାମୀଣ ଯୋଜନା ପାଇଁ ଟିଏମସିର ପାଣ୍ଠି ବନ୍ଦ କରିବା ଅଭିଯୋଗରେ ସୁକାନ୍ତ କହିଥିଲେ ଯେ, ଗୋଟିଏ ଫୋନ୍ କଲ କରାଯିବ ଏବଂ ସମସ୍ତ ପାଣ୍ଠି ଆସିବ।

Categories
ଆଜିର ଖବର ଜାତୀୟ ଖବର

ଟିଏମସି ସରକାରର ପତନରୁ ବଞ୍ଚାଇ ପାରିବେ ନାହିଁ ଅଭିଷେକ ବାନାର୍ଜୀ: ସୁକାନ୍ତ ମଜୁମଦାର

କୋଲକାତା: ଭାରତୀୟ ଜନତା ପାର୍ଟି (ବିଜେପି) ପଶ୍ଚିମବଙ୍ଗ ୟୁନିଟ୍ ସଭାପତି ସୁକାନ୍ତ ମଜୁମଦାର ରବିବାର ଦିନ କହିଛନ୍ତି ଯେ, ତୃଣମୂଳ କଂଗ୍ରେସ (ଟିଏମସି) ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀ କିମ୍ବା ଦଳର ଅନ୍ୟ କୌଣସି ବରିଷ୍ଠ ନେତା ରାଜ୍ୟରେ ଥିବା ଦୁର୍ନୀତିଗ୍ରସ୍ତ ଟିଏମସି ସରକାରର ପତନରୁ ବଞ୍ଚାଇ ପାରିବେ ନାହିଁ।

ଉତ୍ତର ବଙ୍ଗାଳର ଆଲିପୁରଦ୍ଵାରରେ ପାର୍ଟି କାର୍ଯ୍ୟାଳୟର ଉଦଘାଟନ କରିବା ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ମଜୁମଦାର କହିଛନ୍ତି ଯେ, ବିଭିନ୍ନ ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ପାଣ୍ଠିର ବ୍ୟବହାର ସମ୍ପର୍କରେ ଲୋକମାନେ ଖୁବ ଶୀଘ୍ର ଟିଏମସି ନେତାଙ୍କଠାରୁ ଅଡିଟ୍ ମାଗିବେ।

ମଜୁମଦାର କହିଛନ୍ତି ଯେ, “ଅଭିଷେକ ବାନାର୍ଜୀ ବର୍ତ୍ତମାନ ଲୋକଙ୍କ ଘରକୁ ଯାଉଛନ୍ତି, କାରଣ ତାଙ୍କୁ କିଛି ଖରାପ ହେଉଥିବା ଦେଖାଯାଉଛି। ଟିଏମସିର ପଞ୍ଚାୟତ ସଦସ୍ୟଙ୍କ ଦ୍ଵାରା ସରକାରୀ କଲ୍ୟାଣ ପ୍ରକଳ୍ପର ଲାଭରୁ ବଞ୍ଚିତ ହୋଇଥିବା ଗରିବ ଲୋକମାନେ ଏହି ଦୁର୍ନୀତିଗ୍ରସ୍ତ ସରକାର ଠାରୁ ମୁହଁ ଫେରାଇ ନେଇଛନ୍ତି। ଦୁର୍ନୀତି ଅଭିଯୋଗରେ ବହୁ ନେତା ଜେଲରେ ଅଛନ୍ତି। ଅଭିଷେକ ବାନାର୍ଜୀ କିମ୍ବା ଅନ୍ୟ କୌଣସି ଟିଏମସି ନେତା ସରକାରଙ୍କୁ ପତନରୁ ରକ୍ଷା କରିପାରିବେ ନାହିଁ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗର ରାଜ୍ୟ ବିଜେପି ସଭାପତି ଏବଂ ଭବାନୀପୁର ବିଧାନସଭା ପ୍ରାର୍ଥୀଙ୍କ ବିରୋଧରେ ରୁଜୁ ହେଲା ମାମଲା

କୋଲକାତା: ପଶ୍ଚିମବଙ୍ଗର ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାର ଏବଂ ଭବାନୀପୁର ବିଧାନସଭା ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ସମେତ ଅନେକ ନେତାଙ୍କ ବିରୋଧରେ କୋଲକାତା ପୋଲିସ ମାମଲା ରୁଜୁ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟ କାଲିଘାଟ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିଥିବାରୁ ସୁକାନ୍ତ ମଜୁମଦାର ଏବଂ ପ୍ରିୟଙ୍କା ତିବ୍ରୁୱାଲଙ୍କ ବିରୋଧରେ କୋଲକାତା ପୋଲିସ ମାମଲା ରୁଜୁ କରିଛି। କାଲିଗାଟ ପୋଲିସ ଷ୍ଟେସନରେ ଆଇପିସିର ଧାରା ୧୪୩/୧୪୫/୧୪୭/୧୪୯/୨୮୩/୩୫୩ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି।

ଗତ ନିର୍ବାଚନ ପରବର୍ତ୍ତୀ ହିଂସାରେ ମଗରହାଟ (ପଶ୍ଚିମ) ର ବିଜେପି ନେତା ଧୁରଜୋତି ଆହତ ହେବା ପରେ ବୁଧବାର ଦିନ ମୃତ୍ୟୁ ଘଟିଥିଲା। ଯାହାକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ ନିକଟ କାଲିଘାଟ ଅଞ୍ଚଳରେ ଧୁରଜୋତିଙ୍କ ମୃତ ଦେହକୁ ଧରି ବିଜେପି ନେତାମାନେ ବିରୋଧ ପ୍ରଦର୍ଶନ କରିଥିଲେ।

କୋଲକାତା ପୋଲିସ ବିଜେପି ନେତାଙ୍କୁ ବେଆଇନ ସଭା, ଦଙ୍ଗା, ବାଧା ଦେବା, ଅପରାଧିକ ବଳ ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ବାସଭବନ ନିକଟରେ ବିରୋଧ ପ୍ରଦର୍ଶନ କରିବା ଅଭିଯୋଗ କରିଛି। ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଘୋଡା ଗାଡି ଆଗରେ ବସିଥିବାର ନଜର ଆସିଥିବା ବେଳେ ପୋଲିସ ତାଙ୍କୁ ଘଟଣାସ୍ଥଳରୁ ହଟାଇବାକୁ ଚେଷ୍ଟା କରିଥିଲା।

ରାଜ୍ୟ ସଭାପତି ଓ ଭବନପୁରର ପ୍ରାର୍ଥୀ ସମେତ ବିଜେପି ନେତାମାନେ ହଠାତ୍ ଧୁରଜୋତିଙ୍କ ମୃତଦେହ ସହିତ ଅଟକିବା ପରେ ବିଶୃଙ୍ଖଳା ହୋଇଥିଲା। ବିଜେପି ରାଜ୍ୟ ସଭାପତି ରାସ୍ତାରେ ଏକ ଧାରଣାରେ ବସି ମୃତକଙ୍କ ପାଇଁ ନ୍ୟାୟ ଦାବି କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗ: ଦିଲୀପ ଘୋଷଙ୍କ ସ୍ଥାନରେ ସୁକାନ୍ତ ମଜୁମଦାର ହେଲେ ବିଜେପି ରାଜ୍ୟ ସଭାପତି

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟ ସଭାପତି ଭାବେ ସୁକାନ୍ତ ମଜୁମଦାରଙ୍କୁ ବିଜେପି ନିଯୁକ୍ତି ଦେଇଛି। ଦିଲୀପ ଘୋଷଙ୍କ ସ୍ଥାନରେ ମଜୁମଦାରଙ୍କୁ ରାଜ୍ୟ ସଭାପତି ଭାବେ ଦାୟିତ୍ଵ ଦିଆଯାଇଛି।

ଦଳର ରାଜ୍ୟ ମୁଖ୍ୟାଳୟରେ ସମାରୋହକୁ ସମ୍ବୋଧିତ କରି ମଜୁମଦାର କହିଛନ୍ତି ଯେ, ଦଳର ନେତୃତ୍ୱ ତଥା ବରିଷ୍ଠ ନେତାମାନଙ୍କ ସହଯୋଗରେ ମୁଁ ରାଜ୍ୟର ତାଲିବାନିକରଣ ବିରୋଧରେ ଲଢେଇ ଜାରି ରଖିବି। ଆମ ପାଇଁ ବିଜେପି କର୍ମୀମାନେ ଆମର ପ୍ରକୃତ ସମ୍ପତ୍ତି। ଯଦି ଆମେ କୌଣସି ଭୁଲ କରିଛୁ, ଆମେ ଏହାକୁ ସଂଶୋଧନ କରିବୁ।

“ଯେଉଁମାନେ ଭାବନ୍ତି ଯେ, ସେମାନେ ଏହାକୁ ଛାଡି ଦଳକୁ କ୍ଷତି ପହଞ୍ଚାଇ ପାରିବେ, ସେମାନେ ଭୁଲ୍ ଭାବୁଛନ୍ତି। ଆଗାମୀ ଦିନରେ ବିଜେପି ବିଜୟୀ ହେବ। ଯେଉଁମାନଙ୍କର ଦଳର ଆଦର୍ଶ ଏବଂ ଉଦ୍ଦେଶ୍ୟ ପ୍ରତି ପ୍ରତିବଦ୍ଧତା ଅଛି ସେମାନେ କେବେବି ଦଳ ଛାଡିବେ ନାହିଁ।”

ଉଲ୍ଲେଖ ଯୋଗ୍ୟ ଯେ, ପଶ୍ଚିମବଙ୍ଗ ୟୁନିଟର ନୂତନ ସଭାପତି ଭାବରେ ବାଲୁରଘାଟର ଲୋକସଭା ସାଂସଦ ସୁକାନ୍ତ ମଜୁମଦାରଙ୍କୁ ବିଜେପି ନିଯୁକ୍ତ କରିଛି। ଦଳର ଆଭ୍ୟନ୍ତରୀଣ ମତଭେଦ ଏବଂ ନେତାମାନେ ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସରେ ସାମିଲ ହେଉଥିବା ବେଳ ଦିଲୀପ ଘୋଷଙ୍କ ସ୍ଥାନରେ ମଜୁମଦାରଙ୍କୁ ଦାୟିତ୍ଵ ଦିଆଯାଇଛି। ଦିଲୀପ ଘୋଷଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି କରାଯାଇଛି। ଘୋଷଙ୍କ ରାଜ୍ୟ ସଭାପତି ଭାବରେ କାର୍ଯ୍ୟକାଳ ଶେଷ ହେବାକୁ ପ୍ରାୟ ୧୫ ମାସ ବାକି ଥିଲା।