ପଶ୍ଚିମବଙ୍ଗ: ଦିଲୀପ ଘୋଷଙ୍କ ସ୍ଥାନରେ ସୁକାନ୍ତ ମଜୁମଦାର ହେଲେ ବିଜେପି ରାଜ୍ୟ ସଭାପତି

Published: Sep 21, 2021, 3:06 pm IST

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟ ସଭାପତି ଭାବେ ସୁକାନ୍ତ ମଜୁମଦାରଙ୍କୁ ବିଜେପି ନିଯୁକ୍ତି ଦେଇଛି। ଦିଲୀପ ଘୋଷଙ୍କ ସ୍ଥାନରେ ମଜୁମଦାରଙ୍କୁ ରାଜ୍ୟ ସଭାପତି ଭାବେ ଦାୟିତ୍ଵ ଦିଆଯାଇଛି।

ଦଳର ରାଜ୍ୟ ମୁଖ୍ୟାଳୟରେ ସମାରୋହକୁ ସମ୍ବୋଧିତ କରି ମଜୁମଦାର କହିଛନ୍ତି ଯେ, ଦଳର ନେତୃତ୍ୱ ତଥା ବରିଷ୍ଠ ନେତାମାନଙ୍କ ସହଯୋଗରେ ମୁଁ ରାଜ୍ୟର ତାଲିବାନିକରଣ ବିରୋଧରେ ଲଢେଇ ଜାରି ରଖିବି। ଆମ ପାଇଁ ବିଜେପି କର୍ମୀମାନେ ଆମର ପ୍ରକୃତ ସମ୍ପତ୍ତି। ଯଦି ଆମେ କୌଣସି ଭୁଲ କରିଛୁ, ଆମେ ଏହାକୁ ସଂଶୋଧନ କରିବୁ।

“ଯେଉଁମାନେ ଭାବନ୍ତି ଯେ, ସେମାନେ ଏହାକୁ ଛାଡି ଦଳକୁ କ୍ଷତି ପହଞ୍ଚାଇ ପାରିବେ, ସେମାନେ ଭୁଲ୍ ଭାବୁଛନ୍ତି। ଆଗାମୀ ଦିନରେ ବିଜେପି ବିଜୟୀ ହେବ। ଯେଉଁମାନଙ୍କର ଦଳର ଆଦର୍ଶ ଏବଂ ଉଦ୍ଦେଶ୍ୟ ପ୍ରତି ପ୍ରତିବଦ୍ଧତା ଅଛି ସେମାନେ କେବେବି ଦଳ ଛାଡିବେ ନାହିଁ।”

ଉଲ୍ଲେଖ ଯୋଗ୍ୟ ଯେ, ପଶ୍ଚିମବଙ୍ଗ ୟୁନିଟର ନୂତନ ସଭାପତି ଭାବରେ ବାଲୁରଘାଟର ଲୋକସଭା ସାଂସଦ ସୁକାନ୍ତ ମଜୁମଦାରଙ୍କୁ ବିଜେପି ନିଯୁକ୍ତ କରିଛି। ଦଳର ଆଭ୍ୟନ୍ତରୀଣ ମତଭେଦ ଏବଂ ନେତାମାନେ ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସରେ ସାମିଲ ହେଉଥିବା ବେଳ ଦିଲୀପ ଘୋଷଙ୍କ ସ୍ଥାନରେ ମଜୁମଦାରଙ୍କୁ ଦାୟିତ୍ଵ ଦିଆଯାଇଛି। ଦିଲୀପ ଘୋଷଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି କରାଯାଇଛି। ଘୋଷଙ୍କ ରାଜ୍ୟ ସଭାପତି ଭାବରେ କାର୍ଯ୍ୟକାଳ ଶେଷ ହେବାକୁ ପ୍ରାୟ ୧୫ ମାସ ବାକି ଥିଲା।

Related posts