Categories
ଅପରାଧ ଆଞ୍ଚଳିକ ରାଜ୍ୟ ଖବର

ସୁନା ଦୋକାନୀକୁ ଆକ୍ରମଣ କରି ଅଳଙ୍କାର ଲୁଟ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବାଲିଗୁଡ଼ା ନେହେରୁ ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନେହେରୁ ଛକରେ ଅବସ୍ଥିତ ମାଁ ପାଟଖଣ୍ଡା ଜୁଏଲାରୀ ଦୋକାନର ମାଲିକ ସୁବାସ ଚନ୍ଦ୍ର ଆଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟିନେଇଛନ୍ତି।

ଆଜି ଦୋକାନ ଖୋଲିବା ସମୟରେ ଅଚାନକ କିଛି ଯୁବକ ମୋଟରସାଇକେଲରେ ଆସି ଦୋକାନୀ ସୁବାସଙ୍କ ହାତକୁ ହାଣି ଦେଇଥିଲେ ଓ ପରେ ଗୁଳିମାଡ଼ କରି ଦୋକାନରୁ କିଛି ସୁନା ଅଳଙ୍କାର ଲୁଟ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ପାଖରେ ଥିବା ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ସୁବାସଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗୁରୁତର ଆହତ ସୁବାସଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣାପଡିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସୁନା ଦୋକାନୀଙ୍କୁ ହତ୍ୟା ଓ ଲୁଟ୍ ମାମଲା: ୪ ଆନ୍ତଃରାଜ୍ୟ ଡକାୟତ ଗିରଫ, ଜଣେ ଅଟକ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଂଚଳରେ ସୁନା ଦୋକାନୀଙ୍କୁ ଗୁଳି କରି ହତ୍ୟା ଏବଂ ଲୁଟ୍‌ ମାମଲାର ରହସ୍ୟ ଉନ୍ମୋଚନ କରିଛି ପୋଲିସ୍। ବିହାର ଓ ଝାଡ଼ଖଣ୍ଡ ରାଜ୍ୟର ୪ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ, ଗୁଳି, ୩ଶହ ଗ୍ରାମ ସୁନା, ନଗଦ ୨ଲକ୍ଷ ୭୫ହଜାର ଟଙ୍କା ଜବତ କରାଯାଇଛି।

ପୋଲିସ୍ ସୂଚନା ମୁତାବକ, ଚଳିତ ମାସ ୧ ତାରିଖ ଦିନ ବଡ଼ଗାଁ ଅଂଚଳର ସୁନା ଦୋକାନୀ ରୋହିତ କୁମାର ବର୍ମାଙ୍କୁ ୩ଜଣ ଦୁର୍ବୃଚା ଏକ ବାଇକ୍‌ରେ ଆସି ଗୁଳି ମାରିବା ସହ ସୁନାଗହଣା ଲୁଟି ନେଇଥିଲେ। ଅନ୍ୟପକ୍ଷରେ ଗୁଳିମାଡ଼ ଯୋଗୁଁ ରୋହିତଙ୍କ ମୃତ୍ୟୁ ଘଟିଥିଲା।

ଏନେଇ ବଡ଼ଗାଁ ଥାନା ପୋଲିସ୍ କେଶ୍ ନଂ ୩୯୪, ୩୯୭, ୩୦୨,୨୫(୧ବି ଏ), ୨୭ ଆର୍ମସ୍‌ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିଲା। ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅପରାଧୀଙ୍କୁ ଗିରଫ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ମିଳିତ ଟାସ୍କଫୋର୍ସ, ସ୍ଥାନୀୟ ପୋଲିସ୍ ଏବଂ ସାଇବର୍ ଟିମ୍‌କୁ ନେଇ ଏକ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅପରାଧୀଙ୍କୁ ଧରିବାକୁ ଯୋଜନା କରାଯାଇଥିଲା।

ଘଟଣାର ୯ ଦିନ ପରେ ବିହାର ଏବଂ ଝାଡ଼ଖଣ୍ଡ ପୋଲିସ୍ ସହାୟତାରେ ପୋଲିସ୍ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ଅଭିଯୁକ୍ତ ସ୍ଥାନୀୟ ଅଂଚଳର ହୋଇଥିବାବେଳେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଉକ୍ତ ଗ୍ୟାଙ୍ଗଟି ସକ୍ରିୟ ହୋଇ ଥିବା ସହ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି।

ଘଟଣାର ତଦନ୍ତ ଜାରି ରହିଥିବାବେଳେ ସ୍ଥାନୀୟ ଅଂଚଳର ସମ୍ପୃକ୍ତି ସଂକ୍ରାନ୍ତରେ ମଧ୍ୟ ତଦନ୍ତ ଜାରି ରହିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି।