Categories
ଆଜିର ଖବର ରାଜ୍ୟ ଖବର

ବିଜେପି କାର୍ଯ୍ୟାଳୟରେ ହଟହଟା ହେଲେ ସୁନିତ ମୁଣ୍ଡ, ମହିଳା କର୍ମି କଲେ ଆକ୍ରମଣ

ଭୁବନେଶ୍ବର: ଆଜି ଭୁବନେଶ୍ବରସ୍ଥିତ ବିଜେପି କାର୍ଯ୍ୟାଳୟରେ ହଟହଟା ହୋଇଛନ୍ତି ବିଜେପିରୁ ନିଳମ୍ବିତ ନେତ୍ରୀ ସୁନିତ ମୁଣ୍ଡ। ତାଙ୍କୁ ଗତ ଶନିବାର ଦିନ ବିଜେପି ଦଳରୁ ନିଲମ୍ବନ କରାଯାଇଛି। ସେ ନେଇ ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦେଖା କରିବାକୁ ଆସିଥିଲେ। ହେଲେ ପାର୍ଟି ଅଫିସ ଭିତରକୁ ତାଙ୍କୁ ମହିଳା କର୍ମିମାନେ ଛାଡି ନ ଥିଲେ।

ସୁନିତ ଭିତରକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ମହିଳା କର୍ମିମାନେ ତାଙ୍କୁ ଘେରିଯାଇ ତମକୁ ପାର୍ଟିରୁ ନିଲମ୍ବନ କରାଯାଇଛି କୁଆଡେ ଆସିଛ ବୋଲି ପ୍ରଶ୍ନ କରିଥିଲେ। ସେ ସଭାପତିଙ୍କୁ ଦେଖା କରିବାକୁ ଆସିଛନ୍ତି ବୋଲି କହିଥିଲେ ମଧ୍ୟ ମହିଳା କର୍ମିମାନେ ପାଟି କରି ତାଙ୍କୁ ସେଠାରୁ ବାହାରି ଯିବା ପାଇଁ ଧମକ ଦେଇଥିଲେ। ଫଳରେ ସୁନିତ ଆଉ ଭିତରକୁ ନ ଯାଇ ସେଠାରୁ ଫେରିଥିଲେ। ଏପରି କି ମହିଳା କର୍ମିମାନେ ସୁନିତଙ୍କ ଗାଡି ପର୍ଯ୍ୟନ୍ତ ପଛରେ ପଛରେ ଆସିଥିଲେ।

ଏହାକୁ ନେଇ ସୁନିତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମୋତେ ଷଢଯନ୍ତ୍ର କରି ଦଳରୁ ନିଲମ୍ବନ କରାଯାଇଛି। ବିଜେପିରେ ମହିଳାମାନେ କାମ କରିବା କଷ୍ଟକର। ଏହି ଦଳରେ ମହିଳାଙ୍କ ପାଇଁ କୌଣସି ସ୍ଥାନ ନାହିଁ ବୋଲି ସୁନୀତ କହିଛନ୍ତି। ତେବେ ଏହାକୁ ନେଇ ସଭାପତିଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।