Categories
RajyasabhaElection ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ଗୋଟିଏ ରାଜ୍ୟସଭା ଆସନର ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଆଜି ଓଡିଶାର ଗୋଟିଏ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଆସନର ସଦସ୍ୟ ଥିବା ସୁବାସ ସିଂ ଇସ୍ତଫା ଦେବା ପରେ ତାହା ଖାଲି ଥିଲା। ସେହି ଅନୁସାରେ ଭାରତ ନିର୍ବାଚନ କମିଶନର ଏହାର ନିର୍ବାଚନ ପାଇଁ ପୂର୍ବରୁ ଘୋଷଣା କରିଥିଲେ।

ଓଡିଶାରେ ଏହି ରାଜ୍ୟସଭା ଉପନିର୍ବାଚନ ପାଇଁ ୨ ଜୁନ୍‌ରେ ନାମାଙ୍କନ ଦାଖଲର ଶେଷ ତାରିଖ ରଖାଯାଇଛି। ସେହିପରି ଜୁନ ୩ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ୬ ଜୁନ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏହି ଆସନ ପାଇଁ ଆସନ୍ତା ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

Categories
RajyasabhaElection ଆଜିର ଖବର ରାଜ୍ୟ ଖବର

ରାଜ୍ୟସଭାରୁ ଇସ୍ତଫା ଦେଲେ ସୁବାସ ସିଂ

କଟକ: ଆଜି ରାଜ୍ୟସଭାରୁ ସୁବାସ ସିଂ ଇସ୍ତଫା ଦେଇଛନ୍ତି। କଟକ ମେୟର ଭାବେ ନିର୍ବାଚିତ ହେବା ପରେ ସୁବାସ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ଦୀର୍ଘ ଦୁଇ ବର୍ଷ ଧରି ସେ ରାଜ୍ୟସଭାରେ ସାଂସଦ ଭାବେ କାର୍ଯ୍ୟ କରୁଥିଲେ। ଏପ୍ରିଲ  ୨ ତାରିଖ ୨୦୨୦ ରେ ରାଜ୍ୟସଭା ସାଂସଦ ଭାବେ ସୁବାସ ସିଂହ ଦାୟିତ୍ଵ ନେଇଥିଲେ। ବିଜେଡ଼ି ପକ୍ଷରୁ ତାଙ୍କୁ କଟକ ମହାନଗର ନିଗମ ନିର୍ବାଚନରେ ମେୟର ଭାବେ ପ୍ରାର୍ଥୀ କରାଯାଇଥିଲା। ସେ ଏହି ନିର୍ବାଚନରେ ବିଜୟୀ ହେବା ପରେ ଆଜି ସାଂସଦ ପଦବୀରୁ ଇସ୍ତଫା ଘୋଷଣା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସଭା ପ୍ରାର୍ଥୀଙ୍କର ନାମାଙ୍କନ ଯାଞ୍ଚ ଶେଷ, 8 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 4 ଜଣଙ୍କ ନାମାଙ୍କନ ରହିଲା କାଏମ

ଭୁବନେଶ୍ୱର, ରାଜ୍ୟସଭା ନିର୍ବାଚନ ପାଇଁ ହୋଇଥିବା ନାମାଙ୍କନ ପତ୍ର ଯାଞ୍ଚ ପକ୍ରିୟା ଆଜି ଶେଷ ହେଇଛି। ଏଥିରେ ନାମାଙ୍କନ ଦାଖଲ କରିଥିବା 8 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 4 ଜଣଙ୍କ ପ୍ରାର୍ଥିତ୍ବ କାୟମ ରହିଲା। ସେମାନେ ହେଲେ ସୁବାସ ସିଂ, ମୁଜିବୁଲ୍ଲା ଖାଁ, ସୁଜିତ କୁମାର ଏବଂ ମମତା ମହନ୍ତ।

ଭାରତୀୟ ନିର୍ବାଚନ କମିଶନଙ୍କ ନୋଟିଫିକେସନ ଅନୁଯାୟୀ ରାଜ୍ୟସଭା ନିର୍ବାଚନ-୨୦୨୦ ନିମନ୍ତେ ଆଜି ଏହି ନାମାଙ୍କନ ପତ୍ର ଯାଞ଼୍ଚ କରାଯାଇଥିଲା। ଆଜି ଦିନ ୧୧ଟା ୩୦ ମିନିଟ୍‌ ସମୟରେ ପ୍ରାର୍ଥୀମାନଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଥିଲା। ଓଡ଼ିଶା ବିଧାନସଭାର କକ୍ଷରେ ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଦାଶରଥୀ ଶତପଥୀଙ୍କ ଦ୍ୱାରା ଏହି ଯାଞ୍ଚ କରାଯାଇଛି।

ଏହି ପ୍ରକ୍ରିୟାରେ ୮ ଜଣ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ ହୋଇଥିବା ୧୨ ଗୋଟି ନାମାଙ୍କନ ପତ୍ର ସେଟ୍‌ ଯାଞ୍ଚ କରାଯାଇଥିଲା।  ଯାଞ୍ଚ ପକ୍ରିୟା ବେଳେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁାମର ଲୋହାନୀ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।