ରାଜ୍ୟସଭା ପ୍ରାର୍ଥୀଙ୍କର ନାମାଙ୍କନ ଯାଞ୍ଚ ଶେଷ, 8 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 4 ଜଣଙ୍କ ନାମାଙ୍କନ ରହିଲା କାଏମ

Published: Mar 16, 2020, 11:13 pm IST

ଭୁବନେଶ୍ୱର, ରାଜ୍ୟସଭା ନିର୍ବାଚନ ପାଇଁ ହୋଇଥିବା ନାମାଙ୍କନ ପତ୍ର ଯାଞ୍ଚ ପକ୍ରିୟା ଆଜି ଶେଷ ହେଇଛି। ଏଥିରେ ନାମାଙ୍କନ ଦାଖଲ କରିଥିବା 8 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 4 ଜଣଙ୍କ ପ୍ରାର୍ଥିତ୍ବ କାୟମ ରହିଲା। ସେମାନେ ହେଲେ ସୁବାସ ସିଂ, ମୁଜିବୁଲ୍ଲା ଖାଁ, ସୁଜିତ କୁମାର ଏବଂ ମମତା ମହନ୍ତ।

ଭାରତୀୟ ନିର୍ବାଚନ କମିଶନଙ୍କ ନୋଟିଫିକେସନ ଅନୁଯାୟୀ ରାଜ୍ୟସଭା ନିର୍ବାଚନ-୨୦୨୦ ନିମନ୍ତେ ଆଜି ଏହି ନାମାଙ୍କନ ପତ୍ର ଯାଞ଼୍ଚ କରାଯାଇଥିଲା। ଆଜି ଦିନ ୧୧ଟା ୩୦ ମିନିଟ୍‌ ସମୟରେ ପ୍ରାର୍ଥୀମାନଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଥିଲା। ଓଡ଼ିଶା ବିଧାନସଭାର କକ୍ଷରେ ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଦାଶରଥୀ ଶତପଥୀଙ୍କ ଦ୍ୱାରା ଏହି ଯାଞ୍ଚ କରାଯାଇଛି।

ଏହି ପ୍ରକ୍ରିୟାରେ ୮ ଜଣ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ ହୋଇଥିବା ୧୨ ଗୋଟି ନାମାଙ୍କନ ପତ୍ର ସେଟ୍‌ ଯାଞ୍ଚ କରାଯାଇଥିଲା।  ଯାଞ୍ଚ ପକ୍ରିୟା ବେଳେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁାମର ଲୋହାନୀ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

Related posts