Categories
ଆଜିର ଖବର ରାଜ୍ୟ ଖବର

ଦୁଇଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ନବୀନ, ତେବେ ତୃତୀୟ ଜଣକ କିଏ ?

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ କଟକ ବାରବାଟୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଦେବାଶିଷ ସମାନ୍ତରାୟ। ସେହିପରି ଆଉ ଜଣେ ହେଲେ ବିଜେଡିର ଯୁବ ନେତା ଶୁଭାଶିଷ ଖୁଣ୍ଟିଆ।

ଦେବାଶିଷ ହେଉଛନ୍ତି ପୁରୁଖା ନେତା। ସେ କଟକ ବାରବାଟୀରୁ ବିଧାୟକ ଥିଲେ। ସେହିପରି ଶୁଭାଶିଷ ହେଉଛନ୍ତି ପୁରୀ ନେତା ଏବଂ ସେ ବିଜେଡି ଯୁବ ମୋର୍ଚ୍ଚାର ଉପସଭାପତି ଅଛନ୍ତି।ତେବେ ତିନୋଟି ରାଜ୍ୟସଭା ଆସନ ଖାଲି ପଡୁଥିବା ବେଳେ ଦଳ ଦୁଇଜଣଙ୍କ ନାମ ଘୋଷଣା କରିଛି। ତୃତୀୟ ପ୍ରାର୍ଥୀ କିଏ ହେବ ସେ ନେଇ ନବୀନ ଘୋଷଣା କରି ନାହାଁନ୍ତି।

ତେବେ ନିକଟରେ ବିର୍ଲା କଂପାନୀରୁ ଇସ୍ତଫା ଦେଇ ବିଜେଡି ସାମିଲ ହୋଇଥିବା ସନ୍ତୃପ୍ତ ମିଶ୍ର ରାଜ୍ୟସଭାକୁ ଯିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ତାଙ୍କ ନାମ ଘୋଷଣା କରାଯାଇ ନାହିଁ। ସେ ପୁରୀ ଜିଲ୍ଲାର ହୋଇଥିବା ବେଳେ ସେହି ଜିଲ୍ଲାରୁ ବର୍ତ୍ତମାନ ଶୁଭାଶିଷଙ୍କ ନାମ ଘୋଷଣା ହେଲା। ଫଳରେ ଶ୍ରୀ ମିଶ୍ରଙ୍କୁ ରାଜ୍ୟସଭା ପଠାଯିବ କି ନାହିଁ ସନ୍ଦେହ ସୃଷ୍ଟି ହେଲାଣି।

Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟ ଏବଂ ପଶ୍ଚିମବଙ୍ଗରୁ ନିଜର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଗୁଜୁରାଟ ଏବଂ ପଶ୍ଚିମବଙ୍ଗରୁ ନିଜର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ଗୁଜୁରାଟର ବାବୁଭାଇ ଜେସଙ୍ଗଭାଇ ଦେଶାଇ ଏବଂ କେସରିଦେବ ସିଂହଝାଲାଙ୍କୁ ପ୍ରାର୍ଥୀ କରିଥିବାବେଳେ ଅନନ୍ତ ମହାରାଜଙ୍କୁ ପଶ୍ଚିମବଙ୍ଗରୁ ପ୍ରାର୍ଥୀ କରାଯାଇଛି। ପଶ୍ଚିମବଙ୍ଗରୁ ବିଜେପି ପ୍ରଥମ ଥର ପାଇଁ ରାଜ୍ୟସଭା ଆସନ ଜିତିବ। ବିଜେପି ପ୍ରାର୍ଥୀ କରିଥିବା ଅନନ୍ତ ମହାରାଜ ଜଣେ ରାଜବଂଶୀ ସମ୍ପ୍ରଦାୟର ନେତା ଏବଂ ଗ୍ରେଟ କୁଚବିହାର ଆନ୍ଦୋଳନର ମୁଖ୍ୟ ମଧ୍ୟ ରହିଛନ୍ତି। ଏହା ସହିତ ସେ କୁଚବିହାର ପିପୁଲ୍ସ ଆସୋସିଏସନର ମଧ୍ୟ ମୁଖ୍ୟ ଅଟନ୍ତି। ଉଲ୍ଲେଖନୀୟ କଥା ହେଉଛି, ନାମାଙ୍କନପତ୍ରର ଶେଷ ତାରିଖ ହେଉଛି ଜୁଲାଇ ୧୩ ତାରିଖ। ଏଥି ସହିତ ଜୁଲାଇ ୧୭ ତାରିଖ ରେ ନାମାଙ୍କନ ପ୍ରତ୍ୟାହାର ତାରିଖ ରଖାଯାଇଛି। ସମସ୍ତ ୧୦ ଟି ଆସନରେ ମତଦାନ ଜୁଲାଇ ୨୪ ତାରିଖରେ ଅନୁଷ୍ଠିତ ହେବ ଏବଂ ସେହି ଦିନ ଭୋଟ୍ ଗଣନା ମଧ୍ୟ କରାଯିବ।

ପ୍ରକାଶ ଯେ ଉତ୍ତର ବଙ୍ଗାଳରେ ରାଜବଂଶୀ ସମ୍ପ୍ରଦାୟର ଅନେକ ପ୍ରଭାବ ରହିଛି। ଏଭଳି ପରିସ୍ଥିତିରେ ବିଜେପି ଆଶା କରୁଛି ଯେ, ଅନନ୍ତ ମହାରାଜଙ୍କୁ ରାଜ୍ୟସଭାକୁ ପଠାଇ ଆସନ୍ତା ଲୋକସଭା ନିର୍ବାଚନରେ ​​ଦଳ ଏହି ସମ୍ପ୍ରଦାୟର ସମର୍ଥନ ପାଇବ। ବିଶେଷ କଥା ହେଉଛି ଏହା ପୂର୍ବରୁ ୧୯୫୨ ମସିହାରେ ଜନସଂଘର ଆଚାର୍ଯ୍ୟ ଦେବ ପ୍ରସାଦ ଘୋଷ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

Categories
RajyasabhaElection ଆଜିର ଖବର ରାଜ୍ୟ ଖବର

BREAKING: ବିଜେଡି ଘୋଷଣା କଲା ରାଜ୍ୟସଭା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ହେବାକୁ ଥିବା ଚାରୋଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେମାନେ ହେଲେ

1- ସୁଲତା ଦେଓ

2-ମାନସ ମଙ୍ଗରାଜ

3-ସସ୍ମିତ ପାତ୍ର

4-ନିରଂଜନ ବିଶି

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସଭା ପ୍ରାର୍ଥୀଙ୍କର ନାମାଙ୍କନ ଯାଞ୍ଚ ଶେଷ, 8 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 4 ଜଣଙ୍କ ନାମାଙ୍କନ ରହିଲା କାଏମ

ଭୁବନେଶ୍ୱର, ରାଜ୍ୟସଭା ନିର୍ବାଚନ ପାଇଁ ହୋଇଥିବା ନାମାଙ୍କନ ପତ୍ର ଯାଞ୍ଚ ପକ୍ରିୟା ଆଜି ଶେଷ ହେଇଛି। ଏଥିରେ ନାମାଙ୍କନ ଦାଖଲ କରିଥିବା 8 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 4 ଜଣଙ୍କ ପ୍ରାର୍ଥିତ୍ବ କାୟମ ରହିଲା। ସେମାନେ ହେଲେ ସୁବାସ ସିଂ, ମୁଜିବୁଲ୍ଲା ଖାଁ, ସୁଜିତ କୁମାର ଏବଂ ମମତା ମହନ୍ତ।

ଭାରତୀୟ ନିର୍ବାଚନ କମିଶନଙ୍କ ନୋଟିଫିକେସନ ଅନୁଯାୟୀ ରାଜ୍ୟସଭା ନିର୍ବାଚନ-୨୦୨୦ ନିମନ୍ତେ ଆଜି ଏହି ନାମାଙ୍କନ ପତ୍ର ଯାଞ଼୍ଚ କରାଯାଇଥିଲା। ଆଜି ଦିନ ୧୧ଟା ୩୦ ମିନିଟ୍‌ ସମୟରେ ପ୍ରାର୍ଥୀମାନଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଥିଲା। ଓଡ଼ିଶା ବିଧାନସଭାର କକ୍ଷରେ ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଦାଶରଥୀ ଶତପଥୀଙ୍କ ଦ୍ୱାରା ଏହି ଯାଞ୍ଚ କରାଯାଇଛି।

ଏହି ପ୍ରକ୍ରିୟାରେ ୮ ଜଣ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ ହୋଇଥିବା ୧୨ ଗୋଟି ନାମାଙ୍କନ ପତ୍ର ସେଟ୍‌ ଯାଞ୍ଚ କରାଯାଇଥିଲା।  ଯାଞ୍ଚ ପକ୍ରିୟା ବେଳେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁାମର ଲୋହାନୀ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।