Categories
ଆଜିର ଖବର ଜାତୀୟ ଖବର

ଲୋକସଭାର ସୁରକ୍ଷାରେ ବଡ ତ୍ରୁଟି: ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ଦୁଇ ଯୁବକ, ଗୃହରେ ଭୟର ବାତାବରଣ

ନୂଆଦିଲ୍ଲୀ: ସଂସଦର ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି । ଲୋକସଭା କାର୍ଯ୍ୟ ଚାଲିଥିବାବେଳେ ଦୁଇଜଣ ଯୁବକ ଗୃହଭିତରକୁ ଦର୍ଶକ ଗ୍ୟାଲେରୀରୁ ଡେଇଁ ପ୍ରବେଶ କରିଛନ୍ତି। ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ଡେଇଁପଡ଼ିବା ପରେ ସାଂସଦମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଥିଲା। ଲୋକସଭା ଚାଲିଥିବା ସମୟରେ ପ୍ରବେଶ କରିଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ନାମ ସାଗର ବୋଲି କୁହାଯାଉଛି। ଉଭୟ ସାଂସଦଙ୍କ ନାମରେ ଦର୍ଶକ ପାସରେ ଲୋକସଭା ଆସିଥିଲେ।

ଏହି ଘଟଣା ଘଟିବା ସମୟରେ ଗୃହରେ ଜନସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଯାଉଥିଲା। ପଶ୍ଚିମବଙ୍ଗର ବିଜେପି ସାଂସଦ ସ୍ୱଗେନ ମୁର୍ମୁ ନିଜ ବକ୍ତବ୍ୟ ରଖୁଥିଲେ। ହଠାତ୍ ଘଟିଥିବା ଏହି ଘଟଣାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ବାଚସ୍ପତି ରାଜେନ୍ଦ୍ର ଅଗ୍ରୱାଲ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।

କ’ଣ ଥିଲା ସେହି ହଳଦିଆ ଗ୍ୟାସ୍?

ଦୁହେଁ ଗ୍ୟାସ ନିର୍ଗତ ସାମଗ୍ରୀ ଫିଙ୍ଗିଥିବା ଅଭିଯୋଗ ହୋଇଛି। ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି। ଜଣେ ଯୁବକଙ୍କୁ ଗୃହରୁ ବାହାରକୁ ନିଆଯିବା ପରେ ତାଙ୍କ ଜୋତାରୁ ହଳଦିଆ ଧୂଆଁ ବାହାରୁଥିଲା। ଫଳରେ ଚାରିଆଡ଼େ ଗ୍ୟାସ ବ୍ୟାପି ଯାଇଥିଲା। ତେବେ ଏହି ଗ୍ୟାସ୍ କ’ଣ ଥିଲା, ତାହାର ତଦନ୍ତ ଚାଲିଛି।

ତେବେ ପ୍ରାରମ୍ଭିକ ତଦନ୍ତରୁ ଏଭଳି ଘଟଣାରେ ସାମିଲ ଥିବା ଯୁବକଙ୍କ ପରିଚୟ ମିଳିଛି। ଅମୋଲ ଶିନ୍ଦେ ଏବଂ ସାଗର ଶର୍ମା ନାମ ଦୁଇଜଣ ଯୁବକ ଏହି ଘଟଣାରେ ସାମିଲ ଥିବା ବେଳେ ନୀଲମ ନାମକ ଜଣେ ଯୁବତୀ ମଧ୍ୟ ଏଥିରେ ଜଡିତ ଥିବା କୁହାଯାଉଛି। ସମସ୍ତଙ୍କୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଏନକାଉଣ୍ଟରରେ ଟଳିଲେ ୧୩ ନକ୍ସଲ

ମୁମ୍ବାଇ: ମହାରାଷ୍ଟ୍ରର ଗଢଚିରେଲିରେ ସୁରକ୍ଷାକର୍ମୀଙ୍କ ସହ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗଢଚିରେଲି ଜଙ୍ଗଲରେ ମହାରାଷ୍ଟ୍ର ପୋଲିସର ସି୬୦ କମାଣ୍ଡୋ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟରେ ୧୩ ନକ୍ସଲଙ୍କ ମୃତ୍ୟୁ ହୋଇଛି। ତଦନ୍ତ ଅଭିଯାନ ଏବେ ବି ଜାରି ରହିଛି।

ସୁଚୋନା ଅନୁଯାୟୀ, କୋଟମିର ଏକ ଜଙ୍ଗଲ ଅଞ୍ଚଳରେ ମିଟିଂ ପାଇଁ ନକ୍ସଲମାନେ ଏକତ୍ରିତ ହୋଇଥିବା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଯାହାଫଳରେ ପୋଲିସ ତଦନ୍ତ ଅଭିଯାନ ଆରମ୍ଭ କରିଦେଇଥିଲା। ପୋଲିସଙ୍କ ତଦନ୍ତ ଖବର ମିଳିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇଥିଲେ। ଏହାପରେ ପୋଲିସ ପକ୍ଷରୁ ପାଲଟା ଆକ୍ରମଣ ହୋଇଥିଲା। ଯାହା ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ସକାଳ ୫.୩୦ ମିନିଟ ସମୟରେ ହୋଇଥିବା ଆକ୍ରମଣରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡିଆଇଜି ସନ୍ଦୀପ ପାଟିଲ ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଟଳିଲା ଜଣେ ମାଓବାଦୀ

ରାୟପୁର: ଆଜି ଛତିଶଗଡ ଦନ୍ତେୱାଡର ମୁସ୍ତଲନାର ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଉଭୟ ପକ୍ଷରୁ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା। ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି। ମୃତ ନକ୍ସଲ ପାଖରୁ ଦୁଇଟି ଦେଶୀ ଅସ୍ତ୍ର, ଆଇଇଇଡି ବମ ଏବଂ ଅନେକ ଅସ୍ତ୍ରଶସ୍ତ୍ର ସାମଗ୍ରୀ ଜବତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ: ୫ ଯବାନ ସହିଦ୍

ରାୟପୁର: ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ  ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଆଉ କେତେ ଜଣ ଯବାନ ଆହତ ହୋଇଛନ୍ତି। ଏଥିରେ କେତେ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ଛତିଶଗଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସିଆରପିଏଫର କୋବ୍ରା କମାଣ୍ଡୋ ଟିମ୍, ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଟିମ୍ ମାଓବାଦୀ ବିରୋଧରେ ସର୍ଚ୍ଚ ଅଭିଯାନ ଚଲାଉଥିବା ବେଳେ ହଠାତ୍ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ବସ୍ତର ରେଞ୍ଜର ବିଜାପୁର ଜିଲ୍ଲା ଅନ୍ତର୍ଗତ ତାରେମ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର

ପୁଲୱାମାରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥଳକୁ ଧ୍ୱଂସ୍ତ କଲେ ସୁରକ୍ଷାକର୍ମୀ

ପୁଲୱାମା: ବୁଧବାର ଦିନ ସୁରକ୍ଷାବାହିନୀ ପୁଲୱାମା ଜିଲ୍ଲାର ଅବନ୍ତିପୁର ଅନ୍ତର୍ଗତ ତ୍ରାଲ ଜଙ୍ଗଲ ଅଂଚଳରେ ଏକ ଆତଙ୍କବାଦୀ ଲୁଚି ରହିଥିଲେ। ସର୍ଚ୍ଚ ଅପରେସନ ସମୟରେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ସନ୍ଦେହଜନକ ସାମଗ୍ରୀ ଉଦ୍ଧାର କରାଯାଇଛି।

ତ୍ରାଲର ସିର/ପାସ୍ତୁନା ଜଙ୍ଗଲ ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ଏହା ଉପରେ ୪୨ ଆରଆର, ପୋଲିସ ଏବଂ ୧୮୦ଟି ବାଟାଲିୟନ ସିଆରପିଏଫ ମିଳିତ ଭାବେ ଜଙ୍ଗଲ ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

ଏହି ସମୟରେ ସୁରକ୍ଷା ବାହିନୀ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଏକ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ପାଇଥିଲେ। ଆତଙ୍କୀ ଠିକଣା ଖୋଜିବା ପରେ ମୁଜାହିଦ୍ଦିନର ସନ୍ଦେହଜନକ ସାମଗ୍ରୀ, ବାସନ ଏବଂ ଖାଦ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି।
ଆତଙ୍କବାଦ ଲୁଚାଇ ରଖିଥିବା ସାମଗ୍ରୀକୁ ସୁରକ୍ଷାବଳ ତାଙ୍କ କବଜାକୁ ଆଣି ଆତଙ୍କୀ ଠିକଣା ଧ୍ୱଂସ କରିଦେଇଥିଲେ।

ଏହି ଅଂଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ଭାବନା ଥିବାରୁ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି। କାଶ୍ମୀର ଉପତ୍ୟାକାରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଉପତ୍ୟାକାରେ କମ୍ ଆତଙ୍କବାଦୀ ରହିଛନ୍ତି। ସୀମାରେ ସଜାଗ ସୁରକ୍ଷା ବାହିନୀ ହେତୁ ପାକିସ୍ଥାନୀ ପାର୍ଶ୍ଵ ଉପତ୍ୟାକାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ମଧ୍ୟ ବହୁତ କମିଛି।

ତେବେ ବର୍ତମାନ ବିଶ୍ୱାସ କରାଯାଉଛି ଯେ, ଆତଙ୍କବାଦୀଙ୍କ୍ ଅନୁପ୍ରବେଶ ହ୍ରାସ ହେବାର ମୁଖ୍ୟ କାରଣ ହେଉଛି ଭାରତୀୟ ସେନାର କାର୍ଯ୍ୟକଳାପ ଏବଂ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଚୁକ୍ତିନାମା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ: ଟଳିଲେ ତିନି ମାଓବାଦୀ

ମାଲକାନଗିରି: ଆଜି ଛତିଶଗଡ଼ ସୀମାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ତିନି ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତ। ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ଏହି ଏନକାଉଣ୍ଟର ହୋଇଛି। ମୃତକ ତିନି ଜଣ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି।

ବସ୍ତର ଆଇଜି ପି. ସୁନ୍ଦରରାଜଙ୍କ ସୂଚନା ଅନୁସାରେ ମାଲକାନଗିରି-ଛତିଶଗଡ଼ ସୀମାନ୍ତ କାଙ୍କେଇ ଜିଲ୍ଲାରେ ରେଲଓ୍ୱେ ଲାଇନ୍‌ ମରାମତି କାମରେ ଏସଟିଏଫ ଯବାନଙ୍କୁ ମୁତୟନ କରାଯାଇଛି। ଉକ୍ତ କାମ ଚାଲିଥିବା ବେଳେ ହଠାତ ଯବାନଙ୍କ ଉପରକୁ ମାଓବାଦୀ ଗୁଳି ଚଳାଇଥିଲେ। ଫଳରେ ଜବାନମାନଙ୍କ ଦ୍ଵାରା ପାଲଟା ଆକ୍ରମଣ କରାଯାଇଥିଲା। ଜବାନମାନଙ୍କ ପାଲଟା ଆକ୍ରମଣରେ ୩ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୬ଟି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଙ୍ଗ ଅପରେସନକୁ ଜୋରଦାର କରାଯାଇଛି।

Categories
ଆଞ୍ଚଳିକ

ରେଢାଖୋଲ ଡାକ୍ତରଖାନାରେ ସାମ୍ବାଦିକଙ୍କୁ ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହାର

ସମୀକ୍ଷା ବ୍ୟୁରୋ

ରେଢାଖୋଲ: ରେଢାଖୋଲ ଡାକ୍ତରଖାନାର ଏକ ଫଟୋ ଉତ୍ତୋଳନ କରୁଥିବା ସମୟରେ ସାମ୍ବାଦିକ କନ୍ଦର୍ପ ବେହେରାଙ୍କୁ ସିକ୍ୟୁରିଟି ଗାର୍ଡ ବା ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଜଣାପଡିଛି।

ଆଜି ସକାଳେ ସାମ୍ବାଦିକ ଜଣକ ରେଢାଖୋଲ ଡାକ୍ତରଖାନାର ସାମ୍ନାପଟୁ ଏକ ଫଟୋ ଉଠାଉଥିବା ସମୟରେ ଜନୈକ ସୁରକ୍ଷାକର୍ମୀ ଏହାକୁ ନେଇ ବିରୋଧ କରିବା ସହ କ’ଣ ପାଇଁ ଫଟୋ ଉଠାଉଛୁ ବୋଲି କହିଥିଲେ। ତା’ପରେ ସାମ୍ବାଦିକଙ୍କ ନିକଟକୁ ଯାଇ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏ ସମ୍ପର୍କରେ ଏସଡିଏମ୍‌ଓଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି।

ସମ୍ପୃକ୍ତ ସୁରକ୍ଷାକର୍ମୀ ଜଣକ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କୁ ମଧ୍ୟ ଦୁବ୍ୟବହାର ଦେଖାଉଥିବାର ଜଣାପଡିଛି। ସାମ୍ବାଦିକ ଜଣକ ନିଜ ପରିଚୟ ପତ୍ର ଦେଖାଇଥିଲେ ବି ସୁରକ୍ଷାକର୍ମୀ ଏହାକୁ ମାନି ନଥିଲେ। ଡାକ୍ତରଖାନା ପରି ଜାଗାରେ ସୁରକ୍ଷାକର୍ମୀଙ୍କ ଏପରି କାର୍ଯ୍ୟ ନିନ୍ଦନୀୟ। ସୁରକ୍ଷାକର୍ମୀଙ୍କ ଏପରି ବ୍ୟବହାର ପାଇଁ ତାଙ୍କୁ କାର୍ଯ୍ୟରୁ ବାହାର କରିବାକୁ ଦାବି କରିଛନ୍ତି ସମ୍ପୃକ୍ତ ସାମ୍ବାଦିକ ଜଣକ।