Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ମହିଳା କଂଗ୍ରେସ ପକ୍ଷରୁ ମାଗଣା ଦନ୍ତଚିକିତ୍ସା ଶିବିର ଓ କମ୍ବଳ ବଂଟନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୬୬ ନଂ ୱାର୍ଡରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବୈଜୟନ୍ତୀ ରାଣୀ ତ୍ରିପାଠୀଙ୍କ ଦ୍ୱାରା ଏକ ମାଗଣା ଦନ୍ତ ଚିକିତ୍ସା ଶିବିର ଏବଂ କମ୍ବଳ ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏଠାରେ ୬୬ ନଂ ୱାର୍ଡ଼ ଏବଂ ଆଖପାଖ ଅଂଚଳରର ଗରିବ ଲୋକେ ଦନ୍ତ ଚିକିତ୍ସା କରାଇଥିଲେ । ଭିନ୍ନକ୍ଷମ ଏବଂ ଗରିବ ଲୋକମାନେ ମଧ୍ୟ ଏଠାରୁ କମ୍ବଳ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ତ୍ରିପାଠୀ କହିଥିଲେ ଯେ ବେକାର ଯୁବକ ଯୁବତୀ ମାନଙ୍କୁ ଧନ୍ଦାମୂଳକ ଶିକ୍ଷାର ତାଲିମ ଦିଆଯାଇ କିପରି ସ୍ୱାବଲମ୍ବି କରାଯିବ ସେଥିପାଇଁ ଉଦ୍ୟମ ଜାରି ରହିଛି ।

ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଥିଲେ ଯେ କଂଗ୍ରେସ ସର୍ବଦା ସାଧାରଣ ଲୋକଙ୍କ ସହିତ ଅଛି । ଲୋକଙ୍କର ନ୍ୟାର୍ଯ୍ୟଦାବୀ ପାଇଁ ଲଢ଼େଇ କରୁଛି ଏବଂ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୋଧରେ ଧାରାବାହିକ ସଂଗ୍ରାମ କରୁଛି ।

ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହଯୋଗରେ ସେ ରଘୁନାଥ ନଗର ସ୍ଥାପନ କରିବାକୁ ସକ୍ଷମ ହୋଇପାରିଥିଲେ । ଏଠାରେ କଂଗ୍ରେସ ସରକାର ଏଠାରେ ସସ୍ତଙ୍କୁ ସ୍ଥ୍ରାୀ ଯାଗାଦେଇଛି । ମାତ୍ର ନବୀନ ସରକାର ଯେଉଁ ଜାଗାମିଶନ କଥା କହୁଛନ୍ତି ତାହା ଠିକ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନି । ଏଠାରେ ସରକାରୀ ଯୋଜନାର ରୂପାୟନରେ ପାତର ଅନ୍ତର କଲେ ଭୟଙ୍କର ଭାବେ ବିରୋଧ କରାଯିବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ରଘୁନାଥ ନଗରର ସାଧାରଣ ଜନତାଙ୍କ ପାଇଁ ଆମେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛୁ । ଲୋକଙ୍କ ହୃଦୟରେ ଅଛୁ । ସରକାରୀ ଅପାରଗତା, ଉଦାସୀନତା ଓ ପକ୍ଷପାତିତା ବିରୋଧରେ ଲଢ଼େଇ କରାଯିବ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେଅସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମହମ୍ମଦ ଗୁଲଫାମ, ସେକ ଅପତାବ ଅଲ୍ଲୀ, ପ୍ରଭାତ ବାରିକ, ନିଆଜୁଲ ଇସଲାମ, ସମିଉଲ ହକ, ମିହିର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏନ୍‌.ଏସ.ୟୁ. ଆଇ. ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଏନ୍‌.ଏସ.ୟୁ. ଆଇ. ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସୀର ନୱାଜଙ୍କ ସଭାପତିତ୍ୱରେ ପତାକା ଉତୋଳନ କାର୍ଯ୍ୟକ୍ରମ ହୋଇଥିଲା। ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଥିଲେ ଯେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏନ.ଏସ.ୟୁ.ଆଈ. ୧୯୭୧ ମସିହାରେ ପ୍ରତିଷ୍ଠା କରିଥିଲେ । ଛାତ୍ର କଂଗ୍ରେସର ଲକ୍ଷ୍ୟ ଛାତ୍ର ସମାଜକୁ ସଶକ୍ତ କରିବା । ଦାୟୀତ୍ୱବାନ ନାଗରିକ ଓ ନେତା ମଧ୍ୟ ସୃଷ୍ଟି କରିବା ଛାତ୍ର କଂଗ୍ରେସର କାର୍ଯ୍ୟର ଅଂଶ ବିଶେଷ ମାତ୍ର ସେମାନଙ୍କର ଗଣତାନ୍ତ୍ରୀକ, ଧର୍ମ ନିରପେକ୍ଷତା, ସମାନତା ଏବଂ ସୁଗୁଣ ରହିଥିବା ଦରକାର ।

ଶ୍ରୀ ନୱାଜ କହିଲେ ଓଡ଼ିଶାର ଛାତ୍ର କଂଗ୍ରେସ ଉଭୟ ନବୀନ ସରକାର ଓ ମୋଦୀ ସରକାରର ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରୁଛି । ଚାକିରୀ ବିକିରୀର ପ୍ରତିବାଦ କରିଛି । ନାରୀ ନିର୍ଯ୍ୟାତନା ଓ ହତ୍ୟା, ଦରଦାମ ବୃଦ୍ଧି ପ୍ରସଙ୍ଗରେ ଉଭୟ ସରକାରକୁ ଜୋରଦାର ଘେରିଛି ।

ଆଜିର ଏହି କାର୍ଯ୍ୟକ୍ରମରେ ଲିଙ୍ଗରାଜ ସାହୁ, ମିହିର ଆଚାର୍ଯ୍ୟ, ରଞ୍ଜିତ ପାତ୍ର, ନିହାର ରଂଜନ ବେହେରା, ନଳିନୀକାନ୍ତ ନାୟକ, କାର୍ତିକେଶ୍ୱର କାଣ୍ଡି, ଅଖିଳେଷ ଯାଦବ, ବିଶ୍ୱଭୂଷଣ ମହାପାତ୍ର, ଏମଡି ସମ୍‌ୟୁଇଲ, ଭାଗ୍ୟଶ୍ରୀ ମହାନ୍ତି, ଜଗଦିଶ ଗଜେନ୍ଦ୍ର, ଅହମ୍ମଦ ଖାନ, ଏସ୍‌କେ ସାହାରୁଖ, ନିତେଶ ରଂଜନ ବେହେରା, ନିୟାଜୁଲ ଇସ୍‌ଲାମ, ଉଦିତ ପ୍ରଧାନ, ଜିତେନ୍ଦ୍ର ମଲ୍ଲିକ, ସନ୍ତୋଷ କୁମାର ଭୋଳ, କୁମାର ସୌରପ, ତୋଫାନ ସେଠୀ, ଅରସଦ ଅନସାରୀ, ମିର ରିୟାଜୁଦିନ, ଆରିୟାନ ଦାସ, ଆଶିଷ ଦାସ, ଶୁଭକାନ୍ତ ବେହେରା, ରୋସନ କୁମାର କିରଣ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଟିପିସିଓଡିଏଲ୍‌ର ବିରୋଧରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର:  ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ଆହ୍ୱାନରେ ଟିପିସିଓଡିଏଲ୍‌ର ବିରୋଧରେ ଗଣ ଆନ୍ଦୋଳନ ଆଜି ସ୍ଥାନୀୟ ଫୁଲନଖରା ଛକ ନିକଟସ୍ଥ ସବଡିଭିଜନ କାର୍ଯ୍ୟାଳୟ ଠାରେ କରାଯାଇଥିଲା । କଂଗ୍ରେସ ତରଫରୁ ଜନହିତକର ଦାବିଗୁଡ଼ିକୁ ନେଇ ଏହି ଗଣଆନ୍ଦୋଳନ କରାଯାଇଥିଲା ।

କୋଭିଡ ସମୟରେ ଲୋକମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ସମୟରେ ଦେଢ଼ ବର୍ଷ ଆଦାୟ ହୋଇନଥିବା ବିଦ୍ୟୁତ ବିଲ୍‌କୁ ଜୋର ଜବରଦସ୍ତ ଆଦାୟ କରୁଥିବାରୁ ଭୁବନେଶ୍ୱର ଜିଲ୍ଲାର ତିନିନମ୍ବର ଜୋନର ସଭାପତି ବ୍ରହ୍ମାନନ୍ଦ ସାହୁ ଓ ଦୁଇ ନମ୍ବର ବ୍ଲକ ସଭାପତି ଶ୍ରୀ ଅଶୋକ ଦାସଙ୍କ ନେତୃତ୍ୱରେ ଆଜି ଏ ଧାରଣା କାର୍ଯ୍ୟକମ୍ର ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଉପସଭାପତି ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପୂର୍ବତନ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ, ସୁବ୍ରତ ମହାପାତ୍ର, ମିହିର ଆଚାର୍ଯ୍ୟ, ଆତ୍ମାରାମ ପତି ପ୍ରମୁଖ ଉଦବୋଧନ ଦେଇ କହିଥିଲେ ଯେ ଟାଟା କମ୍ପାନୀ ଆଉ ବିଜୁଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଯେଉଁ ଖେଳ ଚାଲିଛି ତାହାର ଫାଇଦା ନେଇ ଟାଟା କମ୍ପାନୀ ଓଡ଼ିଶାବାସୀଙ୍କୁ ଶୋଷଣ କରୁଛନ୍ତି । ତାକୁ ଆଉ ବରଦାସ୍ତ କରାଯିବନି ।

ଟାଟା କମ୍ପାନୀ ବିରୋଧରେ ଗଳି କନ୍ଦିରେ ଆନ୍ଦୋଳନ କରାଯିବା ସହ ଟାଟା କମ୍ପାନୀର ମନୋମୁଖି କାର୍ଯ୍ୟକ୍ରମ ବିରୋଧରେ ସମସ୍ତ କଂଗ୍ରେସ କର୍ମୀ ଲଢ଼େଇ କରିବେ ଏବଂ ଟାଟା କମ୍ପାନୀ ପୁରୁଣା ମିଟର ଥିବାରୁ ତାଙ୍କ ନୂଆ ମିଟର ବସେଇବାର ଆବଶ୍ୟକତା କୁ ନିନ୍ଦା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁବ୍ରତ ମହାପାତ୍ର, ଶ୍ରୀଧର ବଳିଆର ସିଂ, ମିହିର ଆଚାର୍ଯ୍ୟ, ସମରେନ୍ଦ୍ର ହାତୀ ପ୍ରମୁଖ ଯୋଗଦେଇ ବିଜୁଜନତା ଦଳ ନବୀନ ସରକାରଙ୍କ ପ୍ରତି କଟୁ ସମାଲୋଚନା କରି ଏତାଦୃଶ କାର୍ଯ୍ୟ ପାଇଁ ତୀବ୍ର ନିନ୍ଦା କରିବା ସହ ଏହା ୫୦୦ କୋଟି ଟଙ୍କାର ଦୂର୍ନୀତି ବୋଲି କହିଥିଲେ । ସର୍ବଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଟିପିସିଓଡିଏଲ ମୁଖ୍ୟଙ୍କ ଉଦ୍ଦେଶ୍ୟରେ କନିଷ୍ଠ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Categories
ଆଞ୍ଚଳିକ

ପାନ୍ ଆରୋମା କାଫେ ଉଦ୍‌ଘାଟନ କଲେ ବିଧାୟକ ସୁରେଶ ରାଉତରାୟ

ଭୁବନେଶ୍ୱର: ଆଜି ଅପରାହ୍ନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନବଯୁଗ ରିସର୍ଟ୍ଟଠାରେ ଏକ ଅତ୍ୟାଧୁନିକ ପାନ ବିକ୍ରୟ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ଏହି ବିକ୍ରୟ କେନ୍ଦ୍ରର ନାମ ପାନ୍ ଆରୋମା କାଫେ ରଖାଯାଇଛି। ଯାହାର ମାଲିକଙ୍କ ନାମ ସମୀର ଦାସ। ସେଠାରେ ସର୍ବନମ୍ନ ପାନର ମୂଲ୍ୟ ୨୦ ଟଙ୍କା ରଖାଯାଇଥିବା ବେଳେ ସର୍ବାଧିକ ପାନର ମୂଲ୍ୟ ୨୧୦୦ ଟଙ୍କା ରଖାଯାଇଛି।

ଏଠାରେ ଲଡ଼ୁପାନ, ଆଇସକ୍ରମି ପାନ, ଧୂଆଁପାନ, ମିଠାପାନ, ଚଟଣୀପାନ ଓ ଜୁସ୍ ପାନ ପ୍ରଭୃତି ୧୫୦ ପ୍ରକାରର ପାନ ରଖାଯାଇଛି। ଭୁବନେଶ୍ୱରରେ ଏଭଳି ପାନ ଦୋକାନ ବିରଳ। ଏହି ପାନ ଦୋକାନ ଅତ୍ୟାଧୁନିକ ଶୈଳୀରେ ବ୍ୟବସ୍ଥିତ ହୋଇଛି । ଏହି କେନ୍ଦ୍ରଟି ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ର ହେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି। ମେଟ୍ରୋସିଟିରେ ଏଭଳି ଦୋକାନ ଖୋଲିବାର ଆବଶ୍ୟକତା ମଧ୍ୟ ରହିଛି। ଏହି ଉଦ୍‌ଘାଟନ କାର୍ଯ୍ୟରେ ସମାଜସେବୀ ମନୋଜ ଜେନା, ପ୍ରକାଶ ମିଶ୍ର, ଆଶିଷ ଦତ୍ତ ଓ ମଳୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଆଇସିପିଏସ୍‌ ତରଫରୁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବିଧାୟକ ସୁରେଶ କୁମାର ରାଉତରାୟ

ଭୁବନେଶ୍ୱର : ଶିକ୍ଷାର ବିକାଶ ପାଇଁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ସେମାନେ ଉତ୍ସାହିତ ହେବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥାଏ। ସେମାନେ ଅଧିକ ଉତ୍ସାହିତ ହୋଇ ଅଧ୍ୟୟନ କରିବା ସହ ରାଜ୍ୟର ସୁନାମ ରଖିବେ। ନିକଟରେ ଯୁକ୍ତ ୨ ବାଣିଜ୍ୟର ଫଳ ପ୍ରକାଶ ପାଇଥିବା ବେଳେ ଉତ୍କଳ ଶିକ୍ଷା ପରିଷଦ ଓ ଆଇସିପିଏସ୍ ପକ୍ଷରୁ ବିଭିନ୍ନ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

ରମାଦେବୀ କଲେଜ ସମ୍ମୁଖ ଆଇସିପିଏସ୍ ସଂସ୍ଥାର ହଲରେ ଏହି ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁରେଶ କୁମାର ରାଉତରାୟ, ସାମଜସେବୀ ନୀଲ କମଲ ବଙ୍ଗାନୀ, ଉତ୍କଳ ଶିକ୍ଷା ପରିଷଦର ସାଧାରଣ ସମ୍ପାଦକ ତଥା ଆଇସିପିଏସ୍‌ର ମୁଖ୍ୟ ରାଜେଶ ମହାକୁଡ଼ ପ୍ରମୁଖ ଯୋଗଦେଇ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ। ଆଇସିପିଏସ୍ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ଚଳିତ ବର୍ଷ କୃତୀତ୍ୱ ହାସଲ କରିଥିବାରୁ ତାଙ୍କୁ ଅତିଥିମାନେ ଶୁଭେଚ୍ଛା ଜଣାଇଥିଲେ।