ଆଇସିପିଏସ୍‌ ତରଫରୁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବିଧାୟକ ସୁରେଶ କୁମାର ରାଉତରାୟ

Published: Aug 21, 2020, 12:51 pm IST

ଭୁବନେଶ୍ୱର : ଶିକ୍ଷାର ବିକାଶ ପାଇଁ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ସେମାନେ ଉତ୍ସାହିତ ହେବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥାଏ। ସେମାନେ ଅଧିକ ଉତ୍ସାହିତ ହୋଇ ଅଧ୍ୟୟନ କରିବା ସହ ରାଜ୍ୟର ସୁନାମ ରଖିବେ। ନିକଟରେ ଯୁକ୍ତ ୨ ବାଣିଜ୍ୟର ଫଳ ପ୍ରକାଶ ପାଇଥିବା ବେଳେ ଉତ୍କଳ ଶିକ୍ଷା ପରିଷଦ ଓ ଆଇସିପିଏସ୍ ପକ୍ଷରୁ ବିଭିନ୍ନ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

ରମାଦେବୀ କଲେଜ ସମ୍ମୁଖ ଆଇସିପିଏସ୍ ସଂସ୍ଥାର ହଲରେ ଏହି ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁରେଶ କୁମାର ରାଉତରାୟ, ସାମଜସେବୀ ନୀଲ କମଲ ବଙ୍ଗାନୀ, ଉତ୍କଳ ଶିକ୍ଷା ପରିଷଦର ସାଧାରଣ ସମ୍ପାଦକ ତଥା ଆଇସିପିଏସ୍‌ର ମୁଖ୍ୟ ରାଜେଶ ମହାକୁଡ଼ ପ୍ରମୁଖ ଯୋଗଦେଇ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ। ଆଇସିପିଏସ୍ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ଚଳିତ ବର୍ଷ କୃତୀତ୍ୱ ହାସଲ କରିଥିବାରୁ ତାଙ୍କୁ ଅତିଥିମାନେ ଶୁଭେଚ୍ଛା ଜଣାଇଥିଲେ।

Related posts