Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

Exclusive Video News: ସିଡନୀରେ ଓଡିଆ ଗୀତର ତାଳେ ତାଳେ ପ୍ରଧାନମନ୍ତ୍ରୀଙ୍କୁ କରାଗଲା ସ୍ବାଗତ

ସିଡନୀରେ ଓଡିଆ ଗୀତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଡନୀରେ ଓଡିଆ ଗୀତର ତାଳେତାଳେ ସ୍ବାଗତ କରାଯାଇଛି। ସିଡନୀର କ୍ୟୁଦସ ବ୍ୟାଙ୍କ ଆରେନାର ଅଲମ୍ପିକ ପାର୍କରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ସଂଗୀତର ତାଳେ ତାଳେ ନାଚିଥିଲେ ପ୍ରବାସୀ ଓଡିଆ ଶିଳ୍ପୀ। ଗୀତଟି ଥିଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଗାଇଥିବା ଧୀତାଙ୍ଗ.. ଧୀତାଙ୍ଗ..

ସୂଦୁର ସିଡୀନରେ ଏହି ରେକର୍ଡିଂ ଗୀତର ନୃତ୍ୟକୁ ହଜାର ହଜାର ପ୍ରବସୀ ଭାରତୀୟ ବେଶ ମନଭରୀ ଉପଭୋଗ କରିଥିଲେ। ମୁଖ୍ୟତଃ ଏହି ଗୀତଟି ଆଦିବାସୀ ଲୋକ ସଂଗୀତ ଓ ବାଦ୍ୟର ସଂଯୋଜନାରେ ପର୍ଯ୍ୟବେସିତ। ସେଥିପାଇଁ ପ୍ରେକ୍ଷାଳୟରେ ଦର୍ଶକମାନେ ତାଳିମାରି ନୃତ୍ୟ କରୁଥିବାର ପରିଲକ୍ଷିତ ହୋଇଥିଲା।

ଏହି ଗୀତକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ ଉପଭୋଗ କରିଥିଲେ। ସିଡୀନର ଏହି ବିରାଟ ମଞ୍ଚରେ ନୃତ୍ୟ ପରିବେଷ କରିଥିଲେ ଅଷ୍ଟ୍ରେଲିଆରେ ଥିବା ଦ ଆସୋସିଏସନ ଅଫ ଓଡିଆସ୍ ଇନ ଅଷ୍ଟ୍ରେଲିଆ ବା The Association of Odias in Australia ବା ORIOZ । ଏହି ଗୀତକୁ କୋରିଓଗ୍ରାଫ କରିଥିଲେ ସ୍ମିତା ସାମନ୍ତରାୟ।

ଏଥିରେ ଯେଉଁମାନେ ନୃତ୍ୟ ପରିବେଷଣ କରିଥିଲେ ସେମାନେ ହେଲେ ଅନୀମା ଆଚାର୍ଯ୍ୟ, ଅରୁଣିମା ମହାନ୍ତି, ଅଭିପ୍ସା ପାଢୀ, ବନ୍ଦନା ମିଶ୍ର, ଗାୟତ୍ରୀ ଶ୍ରୀଧରନ୍, ମମତାଜ ଲେଙ୍କା, ସ୍ମିତା ସାମନ୍ତରାୟ ଏବଂ ଶୁଭଶ୍ରୀ ମହାପାତ୍ର।

Categories
ଆଜିର ଖବର ମନୋରଂଜନ

ଆନ୍ତର୍ଜାତିକ ମହିଳା ଦିବସରେ ସୁସ୍ମିତା ଦାସଙ୍କ ନୂଆ ଗୀତ “ନାରୀ”

ଭୁବନେଶ୍ବର: ପୃଥିବୀ ଗୋଟେ ବନ୍ଧନ। ଏଠି ଗଛ ମାଟିରେ ବନ୍ଧା, ଚଢେଇ ବି ଆକାଶରେ, ମାଛ ପାଣିରେ ଆଉ ମୁଁ ନାରୀ ସଂସାରରେ। ନାରୀର ଏଇ ସଂସାରର ଯାତ୍ରା – କିଶୋର ରୁ ଯୌବନ, ଆଉ ଯୌବନରୁ ପରିପକ୍ଵ ବୟସ ଯାଏ ଏହି ଗୀତରେ ଉପସ୍ଥାପନା କରାଯାଇଛି।  ନୂଆ ମଣିଷକୁ ସଂସାରକୁ ଆଣେ ନାରୀ। ଜୀବନକୁ ପ୍ରତି ମୁହୁର୍ତ୍ତରେ ଉତ୍ସବରେ ପରିଣତ କରେ ନାରୀ। ଏହି ସଂସାରର ମର୍ମ ବୁଝେ ସେ। ଜୀବନର ଗଭୀର ଦର୍ଶନକୁ ନିଜ ଭିତରେ ଅନୁଭବ କରେ। ବନ୍ଧନ ଭିତରେ ରହି ମୁକ୍ତ ହବାର ସ୍ୱାଦ ଜଣେ ସେ। ନାରୀ ମନର ସେଇ ସବୁ ନରମ, ଗଭୀର, ମୁକ୍ତ, ପରିପକ୍ବ ଇଛାର ପ୍ରକାଶ କରାଯାଇଛି ଏହି ସଂଗୀତରେ।  ଯାହାକୁ ଆମେ ଆପଣମାନଙ୍କୁ ଭେଟି ଦଉଚୁ ଏଇ ଆନ୍ତର୍ଜାତିକ ମହିଳା ଦିବସରେ।

କଣ୍ଠଶିଳ୍ପୀ ସୁସ୍ମିତା ଦାସ କଣ୍ଠଦାନ କରିଥିବାବେଳେ ସ୍ୱର ସଂଯୋଜନା କରିଛନ୍ତି ସୁମିତ ଦୀକ୍ଷିତ, ଗୀତିକାର ଅଛନ୍ତି ବିୟତପ୍ରଜ୍ଞା ତ୍ରିପାଠୀ। ବାଦ୍ୟ ଯନ୍ତ୍ରରେ ଅଛନ୍ତି ସନ୍ଦୀପ ସାହୁ, ସୀମା, ତାଇ, ହାପି, ଜୟଶ୍ରୀ, ପଦ୍ମ, କସ୍ତୁରୀ। ମିଟୁସ୍ ମ୍ୟୁଜିକ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବେଳେ କଟକର ଜେସିକେ ଷ୍ଟୁଡ଼ିଓ ରେ ରେକର୍ଡ କରାଯାଇଛି ବୋଲି କ୍ରିଏଟିଭ ମୁଖ୍ୟ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

ମ୍ୟୁଜିକ ଭିଡିଓରେ ଅଭିନେତ୍ରୀ ଅନୁ ଚୌଧୁରୀ, କୁକିସ୍, ପିହୁ ଓ କଣ୍ଠଶିଳ୍ପୀ ସୁସ୍ମିତା ଦାସ ପ୍ରମୁଖ ଅଭିନୟ କରୁଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ସ୍ବାଧୀନତା ଦିବସ ରେ ଗାୟିକା ସୁସ୍ମିତା ଦାସଙ୍କ ‘ନୂଆ ଠିକଣା’

ଭୁଵନେଶ୍ବର , ଆୟଗିରି ନନ୍ଦିନୀ , ପୃଥିବୀ ମଂଥନ ପରି ଗୀତ ପ୍ରସ୍ତୁତ କରିଥିବା ସୁପରହିଟ ଯୋଡି ଗାୟିକା ସୁସ୍ମିତା ଦାସ ଏବଂ ନିର୍ଦେଶକ ଦେବ ମେହର ଏହି ସ୍ୱାଧୀନତା ଦିବସ ପରିପେକ୍ଷୀରେ ସ୍ରୋତାଙ୍କୁ ଆଉ ଏକ ସୁନ୍ଦର ଗୀତ ଭେଟି ଦେଇଛନ୍ତି। ଯାହାର ନାମ ରହିଛି ‘ନୂଆ ଠିକଣା’।ଏହି ଗୀତ ଟି ରେ ଏକ ଝିଅ ଏବଂ ତାର ବାଇକରେ ଯାତ୍ରା କୁ ଦର୍ଶାଯାଇଛି। ଗୀତଟିର ଭିଡ଼ିଓ ରେ ମଧ୍ୟ ସିନେମା ରେ ଦେଖାଯାଉଥିରେ ପାହାଡ , ପର୍ବତ , ଝରଣା , ନଈ ଆଦି କୁ ଖୁବ ସୁନ୍ଦର ଭାବେ ଦର୍ଶାଯାଇଛି।

ମୁଜ଼ୀକ ଭିଡ଼ିଓ ର ଏକ ନୂଆ ରୂପରେ ଦର୍ଶାଯାଇଛି , ଯେଉଁଠି ଏକ ମହିଳା ତାର ପାରିବାରିକ ଦୁଃଖକଷ୍ଟ କୁ ଭୁଲାଇବାକୁ ଯାଇ ଅଧା ରାତିରେ ବାଇକ ଟିଏ ଧରି ବାହାରିପଡିଛି ଏବଂ ତାର ଏହି ଯାତ୍ରା ରେ ନାନାଦି ସମସ୍ୟା ରୁ କିପରି ସମ୍ମୁଖୀନ ହେବାପରେ ନୂଆ ଜୀବନେ ଟେ ଖୋଜି ପାଇଛି ଏହା ହେଉଛି ଏହି ଗୀତ ର ସାରମର୍ମ। ଏହି ଗୀତଟିର ନାଁ ରଖାଯାଇଛି “ନୂଆ ଠିକଣା କୁ ’ ଏବଂ ଏହାକୁ ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ସ୍ରୋତାଙ୍କୁ ଉସର୍ଗ କରିଛନ୍ତି ସୁସ୍ମିତା ।

ଗୀତ ଟିକୁ ମୋହିତ ଚକ୍ରବର୍ତ୍ତୀ ରଚନା କରି ଥିବାବେଳେ ,ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଜିତ ମିଶ୍ର ଓ କଣ୍ଠ ଦାନ କରିଛନ୍ତି ସୁସ୍ମିତା ଏବଂ ମୁଜ଼ିକ ଭିଡ଼ିଓ ର ନିର୍ଦେଶନା କରିଛନ୍ତି ଦେବ ମେହେର. ଗାୟିକା ସୁସ୍ମିତା କହିଛନ୍ତି ଯେ ସମାଜେ ରେ ଘଟୁ ଥିବା ବିଭିନ୍ନ ସମସ୍ୟା କୁ ଲୋକଙ୍କ ଆଗକୁ ଆଣିବା ପାଇଁ ସେ ଏହି ପରି ଗୀତ ପ୍ରସ୍ତୁତ କରୁଛନ୍ତି , ଏବଂ କହିଛନ୍ତି ସଂଗୀତ ହିଁ ଏକମାତ୍ର ମାଧ୍ୟମ ଯାହା ଜରିଆ ରେ ସାମାଜିକ ସମସ୍ୟା କୁ ଲୋକ ଲୋଚନ କୁ ଅଣାଯାଇ ପାରିବ .ବୋଲି କହିଛନ୍ତି ନିର୍ଦେଶକ ଦେବ ମେହେର । ନିର୍ଦ୍ଦେଶକ ଦେବ ଏପରି ଏକ ଗୀତ ଟିକୁ ନିର୍ଦେଶନା ଦେଇ ଖୁବ ଗର୍ବିତ ଆଉ ଆଶା ରହିଛନ୍ତି ଯେ ତାଙ୍କର ପୂର୍ବ ଭିଡ଼ିଓ ପରି ଏହି ଭିଡ଼ିଓ କୁ ଦର୍ଶକ ପସନ୍ଦ କରିବେ।

Categories
ଆଜିର ଖବର ମନୋରଂଜନ ସଂସ୍କୃତି ସିନେମା

ଓଡିଶା ସଂଗୀତ ଜଗତକୁ ‘ଶୀତ ଫେରିଲା’, ଆଣିଲେ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଜାଣନ୍ତୁ କଣ

ଭୁବନେଶ୍ବର, ଓଡିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ କଣ୍ଠରେ ଆସୁଛି ଏକ ଭିନ୍ନ ସ୍ବାଦର ସଂଗୀତ ‘ଶୀତ ଫେରିଲା’। ଓଡିଶା ସଂଗୀତ ଜଗତରେ ସବୁବେଳେ ଏକ ଭିନ୍ନ ସ୍ବାଦର ସଂଗୀତ ଦେଇ ଆସୁଥିବା ସୁସ୍ମିତା ଏଥିରେ ମଧ୍ୟ  ରଖିଛନ୍ତି ଭିନ୍ନତା। ଏହି ଗୀତରେ ତାଙ୍କ ସହିତ ସ୍ବର ମିଳାଇଛନ୍ତି ଇଣ୍ଡିୟାନ ଆଇଡଲ ଫେମ ବିଶ୍ବଜିତ ମହାପାତ୍ର। ସେ ଏହି ଗୀତକୁ କମ୍ପୋଜ ମଧ୍ୟ କରିଛନ୍ତି। ଆରୋମିରା ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଏହି ଗୀତକୁ ଲେଖିଛନ୍ତି ସଂଗ୍ରାମ ମହାନ୍ତି। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି କ୍ରିଷ୍ଟୋ ମାଥ୍ୟୁଜ,ଦେବାଶିଷ କର, ବ୍ଲେସନ ନାଏକ।