Categories
ଆଜିର ଖବର ଜାତୀୟ ଖବର

ନୂଆ ପୋଷ୍ଟରରେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏକ ପୋଷ୍ଟର ସେୟାର କରି ତାଙ୍କୁ ‘ଟ୍ୟୁବଲାଇଟ୍’ ବୋଲି ଦର୍ଶାଇଛି। ବିଜେପି ପକ୍ଷରୁ ସେୟାର କରାଯାଇଥିବା ଏହି ପୋଷ୍ଟରର କ୍ୟାପସନରେ ଲେଖାଯାଇଛି ‘ଫ୍ୟୁଜ୍ ଟ୍ୟୁବଲାଇଟ୍’।

ପୋଷ୍ଟରରେ ଆହୁରି ଲେଖାଯାଇଛି ‘ମେଡ୍ ଇନ୍ ଚାଇନା’। ଏଥିରେ ଆହୁରି ମଧ୍ୟ ଲେଖାଯାଇଛି ଯେ କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ଟ୍ୟୁବଲାଇଟ୍ ଭାବେ ଉପସ୍ଥାପିତ କରିଛି।
ଏହା ପୂର୍ବରୁ ୨୦୨୦ରେ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତରରେ ହସ୍ତକ୍ଷେପ କରିବାକୁ ଉଠିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାହୁଲ ଗାନ୍ଧିଙ୍କୁ ଟ୍ୟୁବଲାଇଟ୍ ସହ ତୁଳନା କରି ତାଙ୍କୁ ସମାଲୋଚନା କରିଥିଲେ।

“ମୁଁ ଶେଷ ୩୦-୪୦ ମିନିଟ୍ ଧରି କଥା ହେଉଥିଲି କିନ୍ତୁ ସେଠାରେ କରଣ୍ଟ ପହଞ୍ଚିବାକୁ ଏତେ ସମୟ ଲାଗିଲା। ଅନେକ ଟ୍ୟୁବ୍ ଲାଇଟ୍ ଏଭଳି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ।

ରାହୁଲ ଗାନ୍ଧିଙ୍କ ‘ଲାଠି’ ମନ୍ତବ୍ୟକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇଥିଲେ। ମୁଁ ଜଣେ କଂଗ୍ରେସ ନେତାଙ୍କୁ କହୁଥିବା ଶୁଣିଛି ଯେ ଯୁବକମାନେ ଛଅ ମାସ ମଧ୍ୟରେ ମୋଦୀଙ୍କୁ ଲାଠିରେ ମାଡ଼ ମାରିବେ। ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ ‘ସୂର୍ଯ୍ୟ ନମସ୍କାର’ର ଫ୍ରିକ୍ୱେନ୍ସି ବୃଦ୍ଧି କରିବି, ଯାହାଦ୍ୱାରା ମୋ ପିଠି ଏତେ ଶକ୍ତିଶାଳୀ ହେବ ଯେ ଏହା ଏତେ ଲାଠିର ମାଡ଼ ସହିପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।

Categories
MakarSankrati ଜାତୀୟ ଖବର ବିଶେଷ ଖବର

ମକର ସଂକ୍ରାନ୍ତିରେ ହେଲା ସୂର୍ଯ୍ୟ ନମସ୍କାର, ଯୋଗଦେଲେ ଏକ କୋଟିରୁ ଅଧିକ ଲୋକ

ନୂଆଦିଲ୍ଲୀ: ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ବିଶ୍ବ ସ୍ତରୀୟ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଏକ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ
ଦ୍ୱାରା ଟ୍ୱିଟ୍ କରି ଏହି ଅବସରରେ ଗ୍ଲୋବାଲ୍ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମରେ ଏକ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।

ଆଜାଦି କା ଅମୃତ ମହୋତ୍ସବ ଉତ୍ସବରେ ଆୟୁଷ ମନ୍ତ୍ରଣାଳୟ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବିଶ୍ବବ୍ୟାପୀ କାର୍ଯ୍ୟକ୍ରମରେ ଉଭୟ ଭାରତ ତଥା ବିଦେଶର ସମସ୍ତ ଅଗ୍ରଣୀ ଯୋଗ ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ସୂର୍ଯ୍ୟ ନମସ୍କାରରେ ରହିଛି ଆଠଟି ଆସନ ଯାହା 12 ଷ୍ଟେପ ମାଧ୍ୟମରେ କରାଯାଇଥାଏ। ଅଂଶଗ୍ରହଣକାରୀ ଏହି ସବୁ କଷ୍ଟକର ଆସନ ସୁନ୍ଦର ଭାବେ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଆୟୁଷ୍ମାନ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ କହିଛନ୍ତି ଯେ ସୂର୍ଯ୍ୟ ନମସ୍କାର ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସୋନୋୱାଲ କହିଛନ୍ତି, ଲୋକଙ୍କ ସ୍ୱାସ୍ଥ୍ୟକୁ ସୁଦୃଢ କରିବା ପାଇଁ ସରକାର ପ୍ରତିବଦ୍ଧ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେଉଁମାନେ ଘରେ ସୂର୍ଯ୍ୟ ନମସ୍କାର କରିଛନ୍ତି ସେମାନେ ଭିଡିଓ ଅପଲୋଡ କରିବା ପାଇଁ କୁହାଯାଇଛି। ଏହାଦ୍ବାରା ସାରା ପୃଥିବୀରେ ସୂର୍ଯ୍ୟ ନମସ୍କାରର ମହତ୍ବ ସଂପର୍କରେ ସମସ୍ତେ ଅବଗତ ହେବେ। ପରବର୍ତ୍ତି ସମୟରେ ଏହି ସୂର୍ଯ୍ୟ ନମସ୍କାର କୁ ଆହୁରି ବ୍ୟାପକ କରାଯିବ। ସେଥିପାଇଁ ମନ୍ତ୍ରଣାଳୟ ତରଫରୁ ବିଭିନ୍ନ ଯୋଜନା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Categories
MakarSankrati ଜାତୀୟ ଖବର ବିଶେଷ ଖବର

ମକର ସଂକ୍ରାନ୍ତିରେ ଏକ କୋଟିରୁ ଅଧିକ ଲୋକ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିବେ: ସର୍ବାନନ୍ଦ ସୋନୱାଲ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଜାନୁଆରୀ ୧୪, ୨୦୨୨ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ୭୫ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି ଯେ, ବର୍ତ୍ତମାନ କୋଭିଡ ୧୯ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ମକର ସଂକ୍ରାନ୍ତିରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଅଧିକ ପ୍ରାସଙ୍ଗିକ ହୋଇଯାଇଛି। ସୂର୍ଯ୍ୟ ନମସ୍କାର ଜୀବନ ଶକ୍ତି ଏବଂ ପ୍ରତିଷେଧକ କ୍ଷମତା ବୃଦ୍ଧି କରିଥାଏ ବୋଲି ପ୍ରମାଣିତ ହୋଇସାରିଛି। ତେଣୁ ଏହା କରୋନା ଠାରୁ ସୁରକ୍ଷା ଦେବାରେ ସକ୍ଷମ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ଅଂଶଗ୍ରହଣ କରିବେ ବୋଲି ଆମେ ଲକ୍ଷ୍ୟ ରଖିଥିଲୁ। କିନ୍ତୁ ପଞ୍ଜୀକରଣ ଏବଂ ଆମର ପ୍ରସ୍ତୁତିକୁ ଦେଖି, ଆମର ଆଶା ରହିଛି ଯେ ଏହି ସଂଖ୍ୟା ଏକ କୋଟି ଅତିକ୍ରମ କରିବ ବୋଲି ସେ କହିଥିଲେ।

ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜାପାରା ମହେନ୍ଦ୍ର ଭାଇ କହିଥିଲେ ଯେ ସୂର୍ଯ୍ୟ ନମସ୍କାର ମନ ଓ ଶରୀରକୁ ସକ୍ରିୟ କରିଥାଏ। ମଲିକ୍ୟୁଲାର ଜେନେଟିକ୍ସ ଉପରେ ଯୋଗର ପ୍ରଭାବ କିଭଳି ପଡ଼ିଥାଏ ତାହାର ଅଧ୍ୟୟନ କରାଯାଉଛି ବୋଲି ସେ କହିଥିଲେ।

ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚା କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶବିଶେଷ। ଏହା ହେଉଛି ‘‘ଜୀବନ ଶକ୍ତି ପାଇଁ ସୂର୍ଯ୍ୟ ନମସ୍କାର’’ ବୋଲି ସେ କହିଥିଲେ।

ଭାରତ ତଥା ବିଦେଶର ସମସ୍ତ ଅଗ୍ରଣୀ ଯୋଗ ପ୍ରତିଷ୍ଠାନ, ଜାତୀୟ ଯୋଗ କ୍ରୀଡ଼ା ମହାସଂଘ, ଯୋଗ ପ୍ରାମାଣୀକରଣ ବୋର୍ଡ, ଫିଟ୍‌ ଇଣ୍ଡିଆ ଏବଂ ଆହୁରି ଅନେକ ସରକାରୀ ଓ ବେସରକାରୀ ସଂଗଠନ ଏହି ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଭିଡିଓ ବାର୍ତ୍ତା ଜରିଆରେ ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ କ୍ରୀଡ଼ାବିତ୍‌ମାନେ ସୂର୍ଯ୍ୟ ନମସ୍କାରକୁ ପ୍ରୋତ୍ସାହିତ କରିବେ ବୋଲି ଆଶା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଖେଳାଳୀ ଓ କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିବେ।

ପ୍ରତିଯୋଗୀ ଏବଂ ଯୋଗ ପ୍ରତି ଆଗ୍ରହୀ ଲୋକମାନେ ସମ୍ପୃକ୍ତ ପୋର୍ଟାଲରେ ନିଜର ପଞ୍ଜୀକରଣ କରାଇ ପାରିବେ ଏବଂ ୧୪ ଜାନୁଆରୀରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରୁଥିବାର ଭିଡିଓ ଅପଲୋଡ୍‌ କରିବେ। ସମ୍ପୃକ୍ତ ୱେବସାଇଟରେ ପଞ୍ଜୀକରଣର ଲିଙ୍କ ଉପଲବ୍ଧ ରହିଛି ଏବଂ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଏହାର ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି।

ପ୍ରତିଯୋଗୀ ଏବଂ ଯୋଗ ଆଗ୍ରହୀ ଲୋକମାନେ ନିମ୍ନ ପୋର୍ଟାଲରେ ପଞ୍ଜୀକରଣ କରିପାରିବେ:

https://yoga.ayush.gov.in/suryanamaskar

https://yogacertificationboard.nic.in/suryanamaskar/

https://www.75suryanamaskar.com

Categories
MakarSankrati ଧର୍ମ ବିଶେଷ ଖବର ସଂସ୍କୃତି

ମକର ସଂକ୍ରାନ୍ତି ଦିନ ଆୟୋଜିତ ହେବ ବିଶ୍ୱବ୍ୟାପୀ ସୂର୍ଯ୍ୟ ନମସ୍କାର

ନୂଆଦିଲ୍ଲୀ: ଆୟୁଷ ମନ୍ତ୍ରଣାଳୟ  ଜାନୁୟାରୀ ୧୪ତାରିଖ ମକର ସଂକ୍ରାନ୍ତି ଦିନ ବିଶ୍ୱବ୍ୟାପୀ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଆୟୋଜନ କରୁଛି। ଏହି ପ୍ରଦର୍ଶନ କାର୍ଯ୍ୟକ୍ରମରେ ୭୫ ଲକ୍ଷ ଲୋକ ଯୋଗ ଦେବେ।

ଏହି ଦିନ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଉତ୍ତମ ସ୍ୱାସ୍ଥ୍ୟ, ଧନ ଓ ସୁଖମୟ ଜୀବନ ପାଇଁ ପ୍ରକୃତି ମାତାଙ୍କୁ ଏହିଦିନ ଧନ୍ୟବାଦ ଅର୍ପଣ କରାଯାଇଥାଏ। ପ୍ରକୃତିର ସମସ୍ତ ଜୀବନ୍ତ ପଦାର୍ଥ ଏବଂ ପ୍ରାଣୀଜଗତ ଉପରେ ସୂର୍ଯ୍ୟଙ୍କର କିରଣ ପଡି ସେମାନଙ୍କୁ ପ୍ରାଣବନ୍ତ କରୁଥିବାରୁ ସୂର୍ଯ୍ୟ ନମସ୍କାର ମାଧ୍ୟମରେ ସୂର୍ଯ୍ୟଙ୍କୁ କୃତଜ୍ଞତା ପ୍ରକାଶ କରାଯାଏ।  ସୂର୍ଯ୍ୟ ସମସ୍ତ ଶକ୍ତିର ମୌଳିକ ଉତ୍ସ ହୋଇଥିବାରୁ ଜଟିଳ ଖାଦ୍ୟ ଶୃଙ୍ଖଳର ପରିଚାଳନା ସହିତ ମନୁଷ୍ୟମାନଙ୍କ ଶରୀର ଓ ମନକୁ ଶକ୍ତି ଯୋଗାଇଥାଏ। ବୈଜ୍ଞାନିିକ ଦୃଷ୍ଟି କୋଣରୁ ଦେଖାଯୋଏ ଯେ ସୂର୍ଯ୍ୟ ନମସ୍କାର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଗତ ମହାମାରୀ ସମୟରେ ଏହାର ଗୁରୁତ୍ୱ ଉପଲବ୍‌‌ଧି କରାଯାଇଥିଲା। ଶରୀରରେ ସୂର୍ଯ୍ୟକିରଣ ପଡିଲେ ଭିଟାମିନ୍ ଡି’ ସୃଷ୍ଟି ହୋଇଥାଏ। ବିଶ୍ୱବ୍ୟାପୀ ସମସ୍ତ ଚିକିତ୍ସା ଶାସ୍ତ୍ର ଓ ପଦ୍ଧତି ଏହାକୁ ସ୍ୱୀକାର କରିଛନ୍ତି।

ସାମୂହିକ ଭାବରେ ସୂର୍ଯ୍ୟ ନମସ୍କାର ଦ୍ୱାରା ଏହି ବାର୍ତ୍ତା ବିଶ୍ୱକୁ ଦିଆଯାଉଛି ଯେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଘଟୁଛି। ଆଜିର ବିଶ୍ୱର ତାପମାତ୍ରା ବୃଦ୍ଧି ଦୃଷ୍ଟିରୁ ଦୈନନ୍ଦିନ ଜୀବନରେ ସୌରଶକ୍ତି ବ୍ୟବହାର କରି ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଛାଡିବା ପ୍ରକ୍ରିୟା ହ୍ରାସ କରାଯିବା ଉଚିତ। ଅଙ୍ଗାରକାମ୍ଳ ପୃଥିବୀ ପ୍ରତି ବିପଦ ସୃଷ୍ଟି କରିଛି।

ମକର ସଂକ୍ରାନ୍ତି ଦିନଟିର ଗୁରୁତ୍ୱ ଆମର ସାଂସ୍କୃତିକ, ପରମ୍ପରା ଏବଂ ଅଧ୍ୟାତ୍ମିକ ଜୀବନରେ ରହିଛି। ସୂର୍ଯ୍ୟ ନମସ୍କାରରେ ୮ଟି ଆସନକୁ ୧୨ଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ କରାଯାଇଥାଏ। ଏହାଦ୍ୱାରା ଶରୀର ଓ ମନ ମଧ୍ୟରେ ସମନ୍ୱୟ ସ୍ଥାପନ ହୋଇଥାଏ। ଏହାକୁ ପ୍ରତ୍ୟୁଷରୁ ଅଭ୍ୟାସ କରାଯିବା ଉଚିତ।

Categories
ଜୀବନ ଶୈଳୀ ବିଶେଷ ଖବର ସ୍ବାସ୍ଥ୍ୟ

ସୂର୍ଯ୍ୟ ନମସ୍କାରରେ ଲୁଚି ରହିଛି ଏହି ୧୦ ଟି ଆସନ: ଏହା ଦ୍ଵାରା ଆପଣଙ୍କୁ ମିଳିବ ଅନେକ ଲାଭ

ନୂଆଦିଲ୍ଲୀ: ଆଧୁନିକ ଜୀବନଶୈଳୀ ପୂର୍ବ ଅପେକ୍ଷା ବହୁତ ଦ୍ରୁତ ଏବଂ ସମସ୍ତେ ସେମାନଙ୍କର ଆବଶ୍ୟକତା ପୂରଣ କରିବାରେ ବ୍ୟସ୍ତ ଅଛନ୍ତି। ଏହି ଭାଗଦୌଡ ଜୀବନରେ, ପ୍ରତ୍ୟେକ ବ୍ୟକ୍ତି କିଛି ପାଇବା ପାଇଁ ଦୌଡୁଥିବା ଦେଖାଯାଏ। ଏହି ବ୍ୟସ୍ତତା ମଧ୍ୟରେ ସମସ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରନ୍ତି ନାହିଁ। ଏଭଳି ପରିସ୍ଥିତିରେ ଯୋଗ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଏକ ଭଲ ବିକଳ୍ପ। ଆଜି ଆମେ ଆପଣଙ୍କୁ ଏପରି ଯୋଗ ସ୍ଥିତି ବିଷୟରେ କହିବୁ, ଯାହା ଆପଣଙ୍କୁ ଗୋଟିଏ ଅବସ୍ଥାରେ ୧୨ ଆସନର ଲାଭ ଦେଇପାରିବ।

ସୂର୍ଯ୍ୟ ନମସ୍କାରରେ ଲୁଚି ରହିଥିବା ୧୦ ଟି ଆସନ:

ସ୍ୱାସ୍ଥ୍ୟ ପାଇଁ ସୂର୍ଯ୍ୟ ନମସ୍କାର ଅତ୍ୟନ୍ତ ଲାଭଦାୟକ ଏବଂ ଏହି ନିର୍ଦ୍ଦିଷ୍ଟ ଆସନର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି, ଆପଣ ଏଥିରେ ଅନେକ ଆସାନର ଲାଭ ପାଇବେ। ସୂର୍ଯ୍ୟ ନମସ୍କାର ଦ୍ଵାରା ଶରୀରରେ ଅମ୍ଳଜାନ ପ୍ରବାହ, ରକ୍ତ ପ୍ରବାହ ଭଲ ହୋଇଥାଏ। ଏବଂ କେବଳ ଏତିକି ନୁହେଁ, ଏହି ଆସନ ଆପଣଙ୍କର ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ସୂର୍ଯ୍ୟ ନମସ୍କାରର ୧୦ ଟି ଆସନ:

୧- ପ୍ରଣାମ ମୁଦ୍ରା
୨- ହସ୍ତ ଉତ୍ତାନାସନ
୩- ପାଦ ହାସ୍ତାସନ
୪- ଅଶ୍ଵ ସଂଚାଳନ ଆସନ
୫- ପର୍ବତାସନ
୬- ଅଷ୍ଟାଙ୍ଗ ନମସ୍କାର
୭- ଭୁଜଙ୍ଗାସାନ
୮- ହସ୍ତାସନ
୯- ହସ୍ତ ଉତ୍ତାନାସନ
୧୦- ନମସ୍କାର

କେତେବେଳେ ଏବଂ କିପରି କରିବେ ସୂର୍ଯ୍ୟ ନମସ୍କାର:

ଏହି ଆସନ ସହ ଜଡିତ ସୂର୍ଯ୍ୟ ନମସ୍କାର ସକାଳେ ଖାଲି ପେଟରେ କରିବା ଉଚିତ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ମାତ୍ର ୪ ରୁ ୫ ଥର କରିବା ଉଚିତ୍। ଏହା ପରେ, ଧୀରେ ଧୀରେ ଏହାକୁ ୧୦ ରୁ ୧୨ ଥରକୁ ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ। ଏହି ଆସନ ଏକ ନରମ, ଅତ୍ୟଧିକ ଗଦି ଶଯ୍ୟା କିମ୍ବା ଖଟ ଉପରେ କରାଯିବା ଉଚିତ ନୁହେଁ। କାରଣ ଏହା ଆପଣଙ୍କ ମେରୁଦଣ୍ଡ ଉପରେ ଅଧିକ ଚାପ ପକାଇଥାଏ ଏବଂ ଏହା ବ୍ୟତୀତ ଗର୍ଭବତୀ ମହିଳା ଏବଂ ଉଚ୍ଚ ରକ୍ତଚାପ ରୋଗୀମାନେ ମଧ୍ୟ ଏହି ଆସନ କରିବା ଠାରୁ ଦୂରେଇ ରହିବା ଉଚିତ।