Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମକର ସଂକ୍ରାନ୍ତିରେ ହେଲା ସୂର୍ଯ୍ୟ ନମସ୍କାର, ଯୋଗଦେଲେ ଏକ କୋଟିରୁ ଅଧିକ ଲୋକ
ଜାତୀୟ ଖବର

ମକର ସଂକ୍ରାନ୍ତିରେ ହେଲା ସୂର୍ଯ୍ୟ ନମସ୍କାର, ଯୋଗଦେଲେ ଏକ କୋଟିରୁ ଅଧିକ ଲୋକ

January 14, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ମକର ସଂକ୍ରାନ୍ତିରେ ହେଲା ସୂର୍ଯ୍ୟ ନମସ୍କାର, ଯୋଗଦେଲେ ଏକ କୋଟିରୁ ଅଧିକ ଲୋକ

ନୂଆଦିଲ୍ଲୀ: ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ବିଶ୍ବ ସ୍ତରୀୟ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଏକ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ
ଦ୍ୱାରା ଟ୍ୱିଟ୍ କରି ଏହି ଅବସରରେ ଗ୍ଲୋବାଲ୍ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମରେ ଏକ କୋଟିରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।

ଆଜାଦି କା ଅମୃତ ମହୋତ୍ସବ ଉତ୍ସବରେ ଆୟୁଷ ମନ୍ତ୍ରଣାଳୟ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବିଶ୍ବବ୍ୟାପୀ କାର୍ଯ୍ୟକ୍ରମରେ ଉଭୟ ଭାରତ ତଥା ବିଦେଶର ସମସ୍ତ ଅଗ୍ରଣୀ ଯୋଗ ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ସୂର୍ଯ୍ୟ ନମସ୍କାରରେ ରହିଛି ଆଠଟି ଆସନ ଯାହା 12 ଷ୍ଟେପ ମାଧ୍ୟମରେ କରାଯାଇଥାଏ। ଅଂଶଗ୍ରହଣକାରୀ ଏହି ସବୁ କଷ୍ଟକର ଆସନ ସୁନ୍ଦର ଭାବେ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଆୟୁଷ୍ମାନ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ କହିଛନ୍ତି ଯେ ସୂର୍ଯ୍ୟ ନମସ୍କାର ଶରୀରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସୋନୋୱାଲ କହିଛନ୍ତି, ଲୋକଙ୍କ ସ୍ୱାସ୍ଥ୍ୟକୁ ସୁଦୃଢ କରିବା ପାଇଁ ସରକାର ପ୍ରତିବଦ୍ଧ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେଉଁମାନେ ଘରେ ସୂର୍ଯ୍ୟ ନମସ୍କାର କରିଛନ୍ତି ସେମାନେ ଭିଡିଓ ଅପଲୋଡ କରିବା ପାଇଁ କୁହାଯାଇଛି। ଏହାଦ୍ବାରା ସାରା ପୃଥିବୀରେ ସୂର୍ଯ୍ୟ ନମସ୍କାରର ମହତ୍ବ ସଂପର୍କରେ ସମସ୍ତେ ଅବଗତ ହେବେ। ପରବର୍ତ୍ତି ସମୟରେ ଏହି ସୂର୍ଯ୍ୟ ନମସ୍କାର କୁ ଆହୁରି ବ୍ୟାପକ କରାଯିବ। ସେଥିପାଇଁ ମନ୍ତ୍ରଣାଳୟ ତରଫରୁ ବିଭିନ୍ନ ଯୋଜନା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ଆୟୁଷ ମନ୍ତ୍ରଣାଳୟ ମକର ସଂକ୍ରାନ୍ତି ସୂର୍ଯ୍ୟ ନମସ୍କାର
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026
Latest News

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ଯୁବତୀ ଅପହରଣ ମାମଲାରେ ୩ ଯୁବକଙ୍କୁ ନିର୍ଦ୍ଧୁମ ମାଡ଼, ପୋଲିସ ଭୂମିକାକୁ ନେଇ ପ୍ରଶ୍ନ

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ଖୋର୍ଦ୍ଧା ଜିଲ୍ଲାର A1 ଗ୍ରେଡ୍ ପ୍ରାପ୍ତ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.