ଗଞ୍ଜାମ : କରୋନା ସ୍ଥିତିକୁ ନେଇ ଗଞ୍ଜାମ ଜିଲ୍ଲା ସୋରଡା ଏନଏସିକୁ ସଟ୍ଡାଉନ୍ କରାଯାଇଛି । କାଲିଠାରୁ 13 ତାରିଖ ଯାଏ ସୋରଡା ଏନଏସି ସଟଡାଉନ୍ ହେବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ।
ସୂଚନାଯୋଗ୍ୟ, ଗଞ୍ଜାମରେ କରୋନା ସ୍ଥିତି ବେକାବୁ ରହିଥିବାରୁ ଗଞ୍ଜାମ ଜିଲ୍ଲା ସହରାଞ୍ଚଳରେ ଗତକାଲିଠାରୁ ଘରକୁ ଘର ବୁଲି ସର୍ଭେ କରାଯିବ । ଏଥିପାଇଁ 200 ଟିମ୍ ଗଠନ କରାଯାଇଛି । କରୋନା ଲକ୍ଷଣ ନେଇ ସ୍କ୍ରିନିଂ କରାଯିବ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 24 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 2000ରୁ ଉର୍ଦ୍ଧ୍ବ ସଂକ୍ରମିତ ମାମଲା ରହିଛି ।