Categories
ଆଜିର ଖବର ରାଜ୍ୟ ଖବର

ସୋଆ ଆଇବିସିଏସ୍ ପକ୍ଷରୁ ‘ବ୍ୟବସାୟର ସାମ୍ପ୍ରତିକ ଧାରା’କୁ ନେଇ କର୍ମଶାଳା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ବ୍ୟବସାୟର ବିଭିନ୍ନ ଦିଗକୁ ନେଇ ଏକ କର୍ମଶାଳା ନିକଟରେ ଆୟୋଜିତ ହୋଇଯାଇଛି। ‘ବ୍ୟବସାୟର ସାମ୍ପ୍ରତିକ ଧାରା’ ଶୀର୍ଷକ ଏହି କର୍ମଶାଳାରେ ମ୍ୟାନେଜମେଂଟ ଛାତ୍ରଛାତ୍ରୀ, ଶିକ୍ଷାବିତ୍ ଓ ଶିଳ୍ପ ଜଗତରୁ ପ୍ରାୟ ୫୦ ଜଣ ସାମିଲ ହୋଇଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପ-କୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ତଥା କର୍ମଶାଳାର ସଂଯୋଜକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇବିସିଏସ୍‌ର ଡିନ୍ ପ୍ରଫେସର ଅୟସକାନ୍ତ ମହାନ୍ତି ଓ ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ।

କର୍ମଶାଳାର ପ୍ରଥମ ପର୍ଯ୍ୟାୟର ବିଷୟବସ୍ତୁ ଥିଲା ‘ଗ୍ରାହକ ସେବା କ୍ଷେତ୍ରରେ ସ୍ଥାୟିତ୍ୱ’। ଏ ସମ୍ପର୍କରେ ବାଟା ଇଣ୍ଡିଆର ସିନିୟର ଡିଷ୍ଟ୍ରିକ୍ଟ ମ୍ୟାନେଜର ବିକାଶ କୁମାର ମିଶ୍ର ବକ୍ତବ୍ୟ ରଖିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ‘ସଷ୍ଟେନେବିଲିଟି ଇନ୍ ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଇ ଚେନ୍ ମ୍ୟାନେଜମେଂଟ’ ଶୀର୍ଷକ ବିଷୟବସ୍ତୁ ଉପରେ କ୍ୟାରାଟ୍‌ଲେନ୍‌-ଏ ଟାଇଟାନ୍ ଏନ୍‌ଟରପ୍ରାଇଜର ଜୋନାଲ ମର୍ଚ୍ଚାନ୍‌ଡାଇଜର ନିକିତା ମହାନ୍ତି ବକ୍ତବ୍ୟ ରଖିଥିଲେ।

ସେହିପରି ‘ବ୍ୟବସାୟିକ ଯୋଗାଯୋଗର ସ୍ଥାୟିତ୍ୱ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଗିଲସ୍ ଡାଇଗ୍ନୋଷ୍ଟିକର ସିନିୟର ରିଜିଓନାଲ୍ ମ୍ୟାନେଜର ରିତେନ୍ଦ୍ର ନାଥ ମିତ୍ର ବକ୍ତବ୍ୟ ରଖିଥିଲେ।
ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ସାମ୍ପ୍ରତିକ ଏବଂ ଭବିଷ୍ୟତ ବିଶ୍ୱର ପରିସ୍ଥିତି ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ।

କର୍ମଶାଳାକୁ ଆଇବିସିଏସ୍‌ର ଆସୋସିଏଟ୍ ପ୍ରଫେସର ଡକ୍ଟର ରବିନାରାୟଣ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଆସିଷ୍ଟାଂଟ ପ୍ରଫେସର ଡକ୍ଟର ନେହା ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

କର୍ମଶାଳାର ପରିଚାଳନା କମିଟିରେ ଡକ୍ଟର ସରଜୁ ପ୍ରସାଦ, ଡକ୍ଟର ଅଳକା ସାମନ୍ତରାୟ , ଡକ୍ଟର ସସ୍ମିତା ପଟ୍ଟନାୟକ ଏବଂ ରୀତା ପୃଷ୍ଟିଙ୍କ ସମେତ ମାର୍କେଟିଂ ବିଭାଗର ସମସ୍ତ ଫ୍ୟାକଲ୍ଟି ମେମ୍ବର ସାମିଲ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଆଇବିସିଏସ୍ ପକ୍ଷରୁ ଏସ୍‌ପିଏସ୍‌ଏସ୍ ସମ୍ପର୍କିତ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ପକ୍ଷରୁ ‘ଷ୍ଟାଟିଷ୍ଟିକାଲ ଡାଟା ଆନାଲିସିସ୍ ୟୁଜିଂ ଷ୍ଟାଟିଷ୍ଟିକାଲ୍ ପ୍ୟାକେଜ ଫର ସୋସିଆଲ୍ ସାଇନ୍‌ସେସ୍‌’ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।

ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମନୋନିବେଶ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବା ସହ ପରିସଂଖ୍ୟାନ ସମ୍ପର୍କୀୟ ଜ୍ଞାନକୌଶଳ ସମ୍ବନ୍ଧୀୟ ଅଧିକ ତଥ୍ୟ ପ୍ରଦାନ କରିବା ଲକ୍ଷ୍ୟରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା।

ଏହି କର୍ମଶାଳାକୁ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟନ କରିଥିବା ବେଳେ ଆଇବିସିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ଅୟସକାନ୍ତ ମହାନ୍ତି, ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର (ଡକ୍ଟର) ସସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଉପସ୍ଥିତ ବକ୍ତାମାନେ ପିରସଂଖ୍ୟାନ ବ୍ୟବସ୍ଥା ଏବଂ ଡାଟା ସମ୍ପର୍କିତ ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାର ବିଭିନ୍ନ ଅଧିବେଶନଗୁଡ଼ିକୁ ଡକ୍ଟର ପ୍ରୀତି ୱାଇ. ଷଡଙ୍ଗୀ, ରୁବୀ ପ୍ରଧାନ ଏବଂ ସୁଚିସ୍ମିତା ପାହାନ୍ତାସିଂ ପରିଚାଳନା କରିଥିଲେ।

କର୍ମଶାଳାକୁ ଆଇବିସିଏସ୍‌ର ଆସୋସିଏଟ ଡିନ୍ ପ୍ରଫେସର (ଡକ୍ଟର) ମନୋରଞ୍ଜନ ଦାସ ପରିଚାଳନା କରିବା ସହ ଡାଟା ଅନୁଶୀଳନ ନିମନ୍ତେ ଷ୍ଟାଟିଷ୍ଟିକାଲ୍ ପ୍ୟାକେଜ ଫର ସୋସିଆଲ୍ ସାଇନ୍‌ସେସ (ଏସ୍‌ପିଏସ୍‌ଏସ୍‌)ର ପ୍ରୟୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଶିକ୍ଷା ଓ ଗବେଷଣା ସମ୍ପର୍କରେ ପ୍ରୋତ୍ସାହିତ କରିଥିଲେ।