Categories
ଆଜିର ଖବର ରାଜ୍ୟ ଖବର

ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆକୁ ସିଏସ୍‌ଆର ମାନ୍ୟତା

ଭୁବନେଶ୍ୱର: ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଂଜନ ନାୟକଙ୍କୁ କମ୍ପିଟିସନ୍ ସକ୍‌ସେସ ରିଭ୍ୟୁ (ସିଏସ୍‌ଆର) ପତ୍ରିକା ପକ୍ଷରୁ ଚଳିତ ବର୍ଷ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ଚଳିତ ବର୍ଷ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସୋଆକୁ ସିଏସ୍‌ଆର ପକ୍ଷରୁ ସମ୍ମାନିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଏବଂ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ ଓ ହୋଟେଲ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନ ଭାବେ ଯୋଗ୍ୟ ବିବେଚିତ ହୋଇଛି।

ସିଏସ୍‌ଆରର ପତ୍ରିକାର ୬୦ବର୍ଷ ପୁର୍ତି ଅବସରରେ ରାଜଧାନୀ ଦିଲ୍ଲୀର ଏକ ତାରକା ହୋଟେଲରେ ରବିବାର ସନ୍ଧ୍ୟାରେ ଆୟୋଜିତ ହୋଇଥିବା ସମାରୋହରେ ସୋଆର ଅଫିସର ଅନ୍ ସ୍ପେସିଆଲ ଡିୟୁଟି (ଓଏସ୍‌ଡି) ପ୍ରୀତମ ନାୟକ ଏହି ପୁରସ୍କାର ଓ ସାର୍ଟିଫିକେଟ୍ ଗ୍ରହଣ କରିଥିଲେ।

ସିଏସ୍‌ଆର ପତ୍ରିକାର ସଂସ୍ଥାପକ ଏସ୍‌. କେ. ସଚଦେବା ସୋଆକୁ ଦେଶର ଆଗାଧାଡିର ଶିକ୍ଷାନୁଷ୍ଠାନ ଭାବେ ପରିଣତ କରିବା ପାଇଁ ପ୍ରଫେସର ନାୟକ ଯେଉଁ କଠୋର ପରିଶ୍ରମ ଓ ପ୍ରୟାସ କରିଛନ୍ତି ତାହାର ଭୂୟସୀ ପ୍ରଶଂସା କରିଥିଲେ।

ଶ୍ରୀ ସଚଦେବା ତାଙ୍କ ଭାଷଣରେ କଂପିଟିସନ୍ ସକ୍‌ସେସ ରିଭ୍ୟୁ କିଭଳି ଏକ ସାଧାରଣ  ପତ୍ରିକା ଭାବେରୁ ଆରମ୍ଭ ହୋଇ ଗତ ୬୦ ବର୍ଷ ମଧ୍ୟରେ ଦେଶ ବିଦେଶରେ ପ୍ରତିଷ୍ଠା ହାସଲ କରିପାରିଛି ତାହା ଉଲ୍ଳେଖ କରିଥିଲେ। ବିଶେଷ ଭାବେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେମାନଙ୍କ ଚାକିରୀ ପାଇବାରେ ଏହି ପତ୍ରିକା ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ସେ ଦର୍ଶାଇଥିଲେ।

ଶ୍ରୀ ସଚଦେବା ମଧ୍ୟ ଉଲ୍ଳେଖ କରିଥିଲେ ଯେ କୌଣସି ସଂସ୍ଥାକୁ ସଫଳତା ହାସଲ କରିବାକୁ ହେଲେ କଠୋର ପରିଶ୍ରମ, ତ୍ୟାଗ ଓ ପ୍ରତିଭା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପଡିଥାଏ। ଦେଶର ଭବିଷ୍ୟତକୁ ଗଠନ କରିବାରେ ସୋଆ ଭଳି ଶିକ୍ଷାନୁଷ୍ଠାନଗୁଡ଼ିକ ଏଭଳି ଦାୟିତ୍ୱ ନିଭାଉଛନ୍ତି ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆରେ ପ୍ରାକ୍-ଆନ୍ତର୍ଜାତିକ ଯୋଗ ଦିବସ

ଭୁବନେଶ୍ୱର: ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ (ଇଂଟରନ୍ୟାସନାଲ ଯୋଗ ଡ଼େ) କୁ ଆଖିରେ ରଖି ସୋଆ ଏନଏସଏସ ତରଫରୁ ଶନିବାର ଏକ “କାଉଂଟ ଡାଉନ ଟୁ ଆଇୱାଇଡି” କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

ସକାଳ ୮ ଟାରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଯୋଗ – ଏକ ପରିଚୟ” ଉପରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଉଦ୍‌ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମବେତ ସଭିଙ୍କୁ ନିଜର ସମସ୍ତ ଭୌତିକ, ମାନସିକ ଓ ଆଧ୍ୟାତ୍ମିକ ସତାକୁ ଯୋଗ ମାଧ୍ୟମରେ ପରିଚିତି ଆଣିବାକୁ ସେ କହିଥିଲେ।

ଭାରତ କାହିଁକି ବିଶ୍ୱର ଅନ୍ୟ ସମସ୍ତ ଦେଶରେ କେବଳ ଭୌତିକ ର ବିକାଶରେ ମନ ଦେବାରୁ ମଣିଷର ମାନସିକ ଓ ଆଧ୍ୟାମିôକ, ଏପରିକି ସାମାଜିକ ସତା ମଧ୍ୟ ବହୁଳ ଭାବରେ ଅବହେଳିତ ହୋଇଛି। ସକାଳୁ ଶଯ୍ୟା ତ୍ୟାଗ କରି ଯୋଗ ସାଧନା କଲେ ମନ ପ୍ରଫୁଲ୍ଲ ରହିବ, ଶରୀର ନିରୋଗ ରହିବ ଓ ଜୀବନରେ ଶାନ୍ତି ଓ ସଫଳତା ବିରାଜମାନ ହେବ। ପ୍ରଫେସର ମହାପାତ୍ର ସମସ୍ତଙ୍କ ସହିତ ଯୋଗାସନ କରିଥିଲେ।

ଯୋଗ ଶିକ୍ଷକ ଅଖିଳ ଚନ୍ଦ୍ର ରଣା ପବନ ମୁକ୍ତାସନ, ଅର୍ଦ୍ଧଚକ୍ରାସନ, ଉଷ୍ଟ୍ରାସନ ,ବଜ୍ରାସନ, ବକ୍ରାସନ, ତାଡାସନ, ଭୂଜଙ୍ଗାସନ, ସଲଭାସନ, ମକରାସନ ,ଅଦ୍ଧକଟିଚକ୍ରାସନ, ସୂର୍ଯ୍ୟ ନମସ୍କାର, ଶବାସନ ଅଭ୍ୟାସ କରିବା ସହିତ ତିନୋଟି ପ୍ରାଣାୟମ ଯଥା କପାଳଭାତି, ଅନୁଲୋମ ବିଲୋମ ଓ ଭ୍ରାମରୀ ମଧ୍ୟ ଶିଖାଇଥିଲେ।

ପ୍ରୋଗ୍ରାମ ସଂଯୋଜକ ତଥା ବିଶ୍ୱବିଦ୍ୟାଳୟ ଆଉଟରିଚ ପ୍ରୋଗ୍ରାମ ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ସମସ୍ତଙ୍କୁ ପ୍ରତିଦିନ ସକାଳ ୬ଟାରୁ ନିୟମିତ ଚାଲିଥିବା (ଏପ୍ରିଲ ୨୧ରୁ ) ଆଭାସୀ (ଭଚ୍ଚୁଆର୍ଲ ) ଯୋଗ ଶିବିର ରେ ଭାଗ ନେବା ପାଇଁ କହିଥିଲେ।

କୁଳପତି ପ୍ରଫେସର ମହାପାତ୍ର ପାଂଚ ଟି ଯୋଗ ପୁରସ୍କାର ( ପ୍ରତିଟି ୧୦୦୦ଟଙ୍କା ମୂଲ୍ୟର) ଏହି ବର୍ଷ ପ୍ରଚଳନ କରିବାର ପ୍ରସ୍ତାବ ଦେଇଥିଲେ ଏବଂ କହିଥିଲେ ଯୋଗ ପ୍ରତିଯୋଗିତାରେ ପାଂଚ ଟି ଶ୍ରେଷ୍ଠ ଯୋଗ ପ୍ରତିଭାଗୀ ଙ୍କୁ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସରେ ପୁରସ୍କୃତ କରିବାକୁ କହିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଅଫିସର ଡ. କମଳ ଲୋଚନ ମହାନ୍ତ, ଡ. ଶାନ୍ତିଲତା ଚମ୍ପତି, ଡ. ସରୋଜ କୁମାର ମହାନ୍ତି, ଡ.ଚକ୍ରଧର ପାତ୍ର, ଡ.ଶୋଭନ ପଟ୍ଟନାୟକ, ପ୍ରାଚିନ୍ ର ସଦସ୍ୟ ଜୀବନ କୁମାର ପଣ୍ଡା ଓ ଆଇଟିଆର ର ୱାର୍ଡନ୍ ପ୍ରଫେସର ରଂଜନ ମଲ୍ଲିକ ଙ୍କ ସହିତ ଅନ୍ୟ ଅଧ୍ୟାପିକା ଓ ଅଧ୍ୟାପକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ବିଶ୍ୱବିଦ୍ୟାଳୟର ପାଖାପାଖି ୧୫୦ ଏନଏସଏସ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୋଆକୁ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ମାନ୍ୟତାରେ ସମ୍ମାନିତ

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକାରେ ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ମିଳିଛି ଆଉ ଏକ ସଫଳତା। କ୍ୟୁଏସ୍ ଆଇ-ଗଜ୍ ଦ୍ୱାରା ପ୍ରସ୍ତୁତ “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ତାଲିକାରେ ସୋଆକୁ ସ୍ଥାନ ମିଳିଛି। ୟୁକେ ସ୍ଥିତ କ୍ୟୁଏସ୍ କ୍ୱାକ୍‌କ୍ୱାରେଲି ସିମଣ୍ଡସର ଭାରତୀୟ ଶାଖା କ୍ୟୁଏସ୍ ଆଇ-ଗଜ ଏବଂ ଆସୋଚାମ୍‌ ସହଯୋଗରେ ଭାରତର ୧୦୦ ରୁ ଅଧିକ ଶିକ୍ଷାନୁଷ୍ଠାନକୁ ନେଇ ଗଭୀର ଆଲୋଚନା ପର୍ଯ୍ୟାଲୋଚନା ପରେ ୩୩ଟି ବିଶ୍ୱବିଦ୍ୟାଳୟ, କଲେଜ ଏବଂ ସ୍କୁଲ୍‌କୁ ଏହି “ଆନନ୍ଦପୂର୍ଣ୍ଣ ଶିକ୍ଷାନୁଷ୍ଠାନ” ସ୍ଥାନୀତ କରାଯାଇଛି।

ଗୁରୁବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ସମ୍ମାନ ପ୍ରଦାନ କରିଛନ୍ତି। ସୋଆର ପ୍ରୋ-ଚାନ୍‌ସେଲର ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ଏବଂ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ପ୍ରୀତମ ନାୟକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ଓଡ଼ିଶାର ଏକ ମାତ୍ର ଶିକ୍ଷାନୁଷ୍ଠାନ ଭାବେ ଏହି ତାଲିକାରେ ସାମିଲ ହୋଇଛି ସୋଆ।

ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ୨୦ତମ ସ୍ଥାନରେ ରହିଛି ସୋଆ।

ଏହି କାର୍ଯ୍ୟକ୍ରମରେ କ୍ୟୁଏସ୍ ଆଇ-ଗଜ୍‌ର ସିଇଓ ଏବଂ ନିର୍ଦ୍ଦେଶକ ଡକ୍ଟର ଅଶ୍ୱିନ ଫର୍ଣ୍ଣାଣ୍ଡିଜ୍ କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ଗୁଣାବତା ଏବଂ ଉତ୍କର୍ଷତାର ଅନେକ ମହତ୍ୱ ରହିଛି। ଏହା ଶିକ୍ଷା ଗ୍ରହଣକାରୀର ଦକ୍ଷତା ଏବଂ ପାରଦର୍ଶିତାକୁ ବୃଦ୍ଧି କରିଥାଏ ଯାହା ଦ୍ୱାରା ବିକାଶଶୀଳ ଏବଂ ଅବିକଶିତ ଦେଶଗୁଡ଼ିକ ମଧ୍ୟରେ ଥିବା ପ୍ରଭେଦକୁ ଯୋଡି ଥାଏ।

ଭାରତୀୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରିବାରେ କ୍ୟୁଏସ୍‌
ଆଇ-ଗଜ ପ୍ରମୁଖ ଭୂମିକା ତୁଲାଉଛି ବୋଲି ସେ କହିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆକୁ ସୋସିଆଲ୍ ଲିଡରସିପ୍ ଆୱାର୍ଡ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସୋସିଆଲ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯାଇଛି। ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଂଟ୍ରପ୍ରିନ୍ୟୁରସିପ୍ କାଉନ୍ସିଲ ଦ୍ୱାରା ଆୟୋଜିତ ଭାରତ ର ପ୍ରଥମ ମହିଳା ଉଦ୍ୟୋଗୀ ମେଳା ଅବସରରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସୋଆ ପକ୍ଷରୁ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ଲାରା ଦତାଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ।

ଭୁବନେଶ୍ୱର ଜନତା ମଇଦାନଠାରେ ବୁଧବାର ଆରମ୍ଭ ହୋଇଥିବା ଏହି ମହିଳା ଉଦ୍ୟୋଗୀ ମେଳା ୨୦୨୨କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫେରନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ। ମେଳାରେ ଲାରା ଦତା ଶୋଭାବର୍ଦ୍ଧନ କରିବା ସହ ବଲିଉଡ୍‌ରେ ନିଜର ଅନୁଭୂତି ଏବଂ ମହିଳା ସଶକ୍ତିକରଣ ସମ୍ପର୍କରେ ମତ ରଖିଥିଲେ।

୧୦୦ରୁ ଉର୍ଦ୍ଧ୍ୱ ମହିଳା ଉଦ୍ୟୋଗୀ ସାମିଲ ହୋଇଥିବା ଏହି ମେଳାରେ ଶିକ୍ଷା ଓ ଅନୁସନ୍ଧାନକୁ
ସାମାଜିକ ଦାୟିତ୍ୱ ବହନ ନିମନ୍ତେ ସମ୍ମାନିତ କରାଯାଇଛି।  ରାଜ୍ୟର କୋଣ ଅନୁକୋଣରୁ ଛୋଟ ବଡ଼ ବହୁ ମହିଳା ଉଦ୍ୟୋଗୀ ସାମିଲ୍ ହୋଇଥିବା ଏହି ମେଳା ଆସନ୍ତା ମେ ୮ ତାରିଖ ଯାଏଁ ଚାଲିବ।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ଉରୁଗୁଏର ରାଷ୍ଟ୍ରଦୂତ ଆଲବେଟୋ ଏ ଗୁଆନି

ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଭାରତରେ ଅବସ୍ଥାପିତ ଉରୁଗୁଏର ରାଷ୍ଟ୍ରଦୂତ ଆଲବେଟୋ ଏ ଗୁଆନି। ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କ ସହ ସାକ୍ଷାତ ସମୟରେ ଉରୁଗୁଏ ଏବଂ ସୋଆ ମଧ୍ୟରେ ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ଆଦାନପ୍ରଦାନ ନେଇ ଆଲୋଚନା ହୋଇଥିଲା। ଏହି ସାକ୍ଷାତ ଆଲୋଚନା ସମୟରେ ସୋଆର ନିର୍ଦ୍ଦେଶକ ଡ଼ଃ ମହେନ୍ଦ୍ର ପ୍ରସାଦ ଉପସ୍ଥିତ ଥିଲେ।

ସୋଆ ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ଆୟୋଜିତ ‘ଟ୍ରେଣ୍ଡସ ଆଣ୍ଡ ଡିସରପସନ୍ସ ଇନ ହସ୍ପିଟାଲିଟି ଆଣ୍ଡ ଟୁରିସୀମ’ ଶୀର୍ଷକ ଆନ୍ତର୍ଜାତିକ କର୍ମଶାଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଥିଲେ ଶ୍ରୀ ଗୁଆନି।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍ ୨୪ ପରେ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା: ସିଇସି

ଭୁବେନେଶ୍ୱର: ଏପ୍ରିଲ୍ ୨୪ ତାରିଖ ପରେ ରାଜ୍ୟରେ ବଢ଼ିବ ରୌଦ୍ର ତାପ। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ସେଲ୍‌ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍ ଉପରେ ରହିବାର ଆଶଙ୍କା କରାଯାଉଛି।

ମୁଖ୍ୟତଃ ଉତର-ପଶ୍ଚିମ ଭାରତ ଏବଂ ତେଲେଙ୍ଗାନା ଭଳି ରାଜ୍ୟ ଆଡୁ ଉତପ୍ତ ପବନ ପ୍ରବାହିତ ହେବା ତଥା ସମୁଦ୍ର ଆଡୁ ବାୟୁ ପ୍ରବାହ ବନ୍ଦ ରହିବା କାରଣରୁ ଏଭଳି ତାପମାତ୍ରା ବୃଦ୍ଧି ପାଇବ। ଏଭଳି ପରିସ୍ଥିତି ଏକ ସପ୍ତାହ ପର୍ଯ୍ୟନ୍ତ ଜାରୀ ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ଏହା ଛଡା ଆନ୍ଧ୍ର ପ୍ରଦେଶ-ତାମିଲନାଡୁ ଉପକୂଳରେ ରହିଥିବା ଆଂଟି-ସାଇକ୍ଲୋନ୍ ହେତୁ ଆନ୍ଧ୍ରପ୍ରଦେଶ ଆଡୁ ଓଡ଼ିଶାକୁ ଆର୍ଦ୍ର ବାୟୁ ପ୍ରବାହିତ ହେଉଥିବାରୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍ କମ୍ ରିହବାର ସମ୍ଭାବନା ଅଛି।

ଏହି ଆଂଟି-ସାଇକ୍ଲୋନ୍ ଓ ଉତର ଓଡ଼ିଶାରେ ଏକ ସାକ୍ଲୋନିକ୍ ସର୍କୁଲେସନ୍ ରହିଥିବାରୁ ଗୁରୁବାର ରାତି ଓ ଶୁକ୍ରବାର ଉପକୂଳ ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ହୋଇପାରେ। ଏହି ସମୟରେ ତାପମାତ୍ର ୪୦ ଡିଗ୍ରୀ ସେଲ୍‌ସିୟସ୍‌ରୁ କମ୍ ରହିଲେ ମଧ୍ୟ ଏପ୍ରିଲ୍ ୨୫ରୁ ଏହା ବୃଦ୍ଧି ପାଇବ।

Categories
ଆଜିର ଖବର ସ୍ବାସ୍ଥ୍ୟ

ସୋଆରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମ୍ବିଏଂଟ୍ ଇଂଟେଲିଜେନ୍ସର ଭୂମିକାକୁ ନେଇ ସମ୍ମିଳନୀ

ଭୁବନେଶ୍ୱର: ଆଗାମୀ ଭବିଷ୍ୟତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗର ଦିଗ ଏବଂ ନୂତନ ସମ୍ଭାବନାକୁ ନେଇ ଆମ୍ବିଏଂଟ ଇଂଟେଲିଜେନ୍ସ କ୍ଷେତ୍ରର ବିଶେଷଜ୍ଞମାନେ ସୋଆରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଆଲୋଚନା କରିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଠାରେ ଏପ୍ରିଲ୍ ୧୫ ଓ ୧୬ ତାରିଖରେ ଏହି ସମ୍ମିଳନୀ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ ହୋଇଥିଲା।

ମେସିନ୍ ଲର୍ଣ୍ଣିଂ ଓ ଇଂଟେଲିଜେଂଟ କମ୍ପ୍ୟୁଟିଙ୍ଗ୍‌ର ନୂତନ ପଦ୍ଧତି ଓ ଉଦ୍‌ଭାବନ ଏବଂ ବିଭିନ୍ନ କ୍ଷେତ୍ରରେ ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏସବୁର ପ୍ରୟୋଗ ସମ୍ପର୍କିତ ବିଷୟକୁ ନେଇ ଏ ସମ୍ବିଳନୀରେ ଆଲୋଚନା କରାଯାଇଥିଲା। କମ୍ପ୍ୟୁଟର ଆପ୍ଲିକେସନ୍ ବିଭାଗ ଦ୍ୱାରା ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ୮ଟି ସେସନ୍ ରହିଥିବା ବେଳେ ୫୬ଟି
ସନ୍ଦର୍ଭ ପ୍ରଦାନ କରାଯାଇଥିଲା। ଏଥି ସହିତ ଯୁବ ପ୍ରଶିକ୍ଷକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସେସନ୍‌ର ଆୟୋଜନ କରାଯାଇଥିଲା।

ଏହି ସମ୍ମିଳନୀରେ ବିଭିନ୍ନ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନର ପ୍ରଫେସରମାନେ ଯୋଗ ଦେଇଥିଲେ। ଆମ୍ବିଏଂଟ ଇଂଟେଲିଜେନ୍ସ ଦ୍ୱାରା ଭବିଷ୍ୟତର ଇଂଟେଲିଜେଂଟ୍ କମ୍ପ୍ୟୁଟର୍‌ର ମାର୍ଗ ଦର୍ଶାଯାଉଥିବା ବେଳେ ଏଥି ନିମନ୍ତେ ଏକ୍ସପ୍ଲିସିଟ୍ ଇନ୍‌ପୁଟ୍ ଏବଂ ଆଉଟପୁଟ୍ ଡିଭାଇସ୍‌ର ଆବଶ୍ୟକତା ପଡ଼ୁ ନାହିଁ। ବରଂ ସେନ୍ସର ଏବଂ ପ୍ରୋସେସର ଦୈନନ୍ଦିନ ଡିଭାଇସ୍‌ରେ ବ୍ୟବହାର କରାଯାଉଛି।

ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଆଇଆଇଟି ଖଡଗପୁରର ଡକ୍ଟର ଦେବଦୁତ ଶିଟ ଓ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ସମ୍ମିଳନୀର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଚେନ୍ନାଇ ସ୍ଥିତ ଶଙ୍କର ନେତ୍ରାଳୟର ଭିଟ୍ରିଓରେଟିନାଲ୍ ସର୍ଭିସେସ୍ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ରାଜୀବ ରଞ୍ଜନ, ବ୍ରାଜିଲ୍ ପାରାନା ସ୍ଥିତ ଫେଡେରାଲ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ଡକ୍ଟର ଫାବ୍ରିସିଓ ଏମ୍‌. ଲୋପ୍ସ, ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିୁଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସ ଆଣ୍ଡ ଆପ୍ଲିକେସନ୍‌ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ସୁଦର୍ଶନ ପାଢ଼ୀ, ବାଂଲାଦେଶ ୟୁନିଭର୍ସିଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସେଲିଆ ସେହନାଜ୍ ଏବଂ ଆଇଆଇଟି ରୋପାର୍‌ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଦୀପ୍ତି ଆର. ବଥୁଲାଙ୍କ ଭଳି ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଯୋଗ ଦେଇ ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ସେସନ୍‌ରେ ସୋଆର ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଏଆଇସିଟିଇର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ବ୍ରାଜିଲ୍‌ର ୟୁନିଭର୍ସିଟି ଅଫ୍ ସାଓ ପାଓଲୋର ପ୍ରଫେସର ରୋନାଲ୍ଡୋ ଫୁମିଓ ହାସିମୋଟୋ ବକ୍ତବ୍ୟ ରଖିଥିଲେ।

ଆଇଟିଇଆର୍‌ର କମ୍ପ୍ୟୁଟର ଆପ୍ଲିକେସନ୍ ବିଭାଗର ପ୍ରଫେସର ତଥା ମୁଖ୍ୟ ଡକ୍ଟର ତ୍ରିପ୍ତି ସ୍ୱର୍ଣ୍ଣାକାର ଏବଂ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଦେବବ୍ରତ ସିଂହ ଏବଂ ଡକ୍ଟର ସର୍ବେଶ୍ୱର ହୋତା ଭର୍ଚୁଆଲ୍ ମୋଡ୍‌ରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀ ପରିଚାଳନା କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ସୋଆରେ ସ୍ପେଶାଲ୍ ଅଲିମ୍ପିକ୍ସ ଭାରତର ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: କୋଭିଡ୍ ମହାମାରୀ ଯୋଗୁଁ ୨ ବର୍ଷ ଧରି ଘରେ ରହିଥିବା ମାନସିକ ଭାବେ ଭିନ୍ନକ୍ଷମ ପିଲାମାନଙ୍କ ନିମନ୍ତେ ଆଜି ସ୍ପେଶିଆଲ୍ ଅଲିମ୍ପିକ୍ସ ଭାରତ ସଂସ୍ଥା ଦ୍ୱାରା ଦେଶବ୍ୟାପୀ ଏକ ସ୍ୱାସ୍ଥ୍ୟ ପରୀକ୍ଷା ତଥା “ଜଗିଂ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ନିମନ୍ତେ ଏହି କାର୍ଯ୍ୟକ୍ରମ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ ଠାରେ ଆୟୋଜିତ ହୋଇଥିଲା।

ନ୍ୟାସ୍‌ନାଲ୍ ହେଲ୍‌ଥ ଟେଷ୍ଟ ଫର ଦିବ୍ୟାଙ୍ଗଜନ ଭାବେ ନାମିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୫,୦୦୦ ପିଲାମାନଙ୍କର ଏପ୍ରିଲ୍ ୫ ଓ ୭ ମଧ୍ୟରେ ଦେଶର ୭୫ଟି ସ୍ଥାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ଏହାକୁ ଦେଶରେ ପାଳିତ ହେଉଥିବା ‘ଆଜାଦି କି ଅମ୍ରିତ୍ ମହୋତ୍ସବ’ ସହ ସାମିଲ୍ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ ସୋଆ ସମେତ ଆଜି ସାରା ଦେଶରେ ୭,୫୦୦ ମାନସିକ ଭାବେ ଭିନ୍ନକ୍ଷମ ପିଲାମାନେ ଦେଶର ୧୨୬ଟି ସ୍ଥାନରେ ଏକ ସଂଗେ ଏକ ମିନିଟ ପାଇଁ ଜଗିଂ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇପାରିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଏକ ଡାକ୍ତରୀ ଦଳ ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ଡାକ୍ତରମାନେ ପରୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ୪ଟି ଗୁରୁତ୍ୱପୂର୍ଣ୍ଣ ମନ୍ତଣାଳୟ ସହଯୋଗ କରିଥିଲେ।

ଏହାର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ମାନସିକ ଭାବେ ଭିନ୍ନକ୍ଷମ ଲୋକଙ୍କର ସଶକ୍ତିକରଣ ନିମନ୍ତେ ସବୁ ପ୍ରକାର ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ। ଏହି ପିଲାମାନଙ୍କର ଲୁକ୍କାୟିତ ପ୍ରତିଭା ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ଏହି ପିଲାମାନେ ପାରା ଅଲିମ୍ପିକ୍ସରେ ଭାରତ ନିମନ୍ତେ
ଗୌରବ ଅର୍ଜନ କରିପାରିଛନ୍ତି। ବିଖ୍ୟାତ ଚିତ୍ରକର ସତୀଶ ଗୁଜରାଲ୍‌ଙ୍କ ବିଷୟ ଉଲ୍ଲେଖ କରି ପ୍ରଫେସର ମହାପାତ୍ର କହିଥିଲେ ଯେ ସେ ମୁକ ଓ ବଧିର ହୋଇଥିଲେ ମଧ୍ୟ ଦେଶର ୫ ଜଣ ଶ୍ରେଷ୍ଠ ଚିତ୍ରକରଙ୍କ ମଧ୍ୟରେ ସ୍ଥାନ ପାଇପାରିଛନ୍ତି।

ସ୍ପେଶିଆଲ୍ ଅଲିମ୍ପିକ୍ସ ଭାରତର ଆଂଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ ଏହି କାର୍ଯ୍ୟକ୍ରମ ପିଲାମାନଙ୍କୁ ୨ ବର୍ଷ ପରେ ସେମାନଙ୍କ ଘରୁ ବାହାରକୁ ଆଣିବା ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ। ଗତବର୍ଷ ସ୍ପେଶିଆଲ୍ ଅଲିମ୍ପିକ୍ସରେ ଯୋଗ ଦେଇ ଏହିପରି ମାନସିକ ଭାବେ ଭିନ୍ନକ୍ଷମ କ୍ରୀଡାବିତମାନେ ଦେଶ ପାଇଁ ୮୫ଟି ସ୍ୱର୍ଣ୍ଣ ସହ ୩୭୯ଟି ପଦକ ଅର୍ଜନ କରିଥିବା ସେ କହିଥିଲେ।

ଏହି ଉତ୍ସବରେ ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି, ଆଇଏଏସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗ ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
EngExam ଆଜିର ଖବର ରାଜ୍ୟ ଖବର

ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ସମ୍ମାନରେ ସମ୍ମାନିତ ହେଲା ସୋଆ

ଭୁବନେଶ୍ଵର: ଦୁବାଇରେ ଅନୁଷ୍ଠିତ ଆନ୍ତର୍ଜାତିକ ଏଡୁକେସନ୍ ୨.୦ କନ୍‌ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) କୁ “ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ଗ୍ରହଣ କରିଥିବା ସୋଆର ଇଣ୍ଡଷ୍ଟ୍ରି ଏନ୍‌ଗେଜ୍‌ମେଂଟ ମୁଖ୍ୟ ରିପ୍ତି ରଞ୍ଜନ ଦାଶ ଏବଂ ଆନ୍ତର୍ଜାତିକ ଆଡମିଶନ୍ ଓ ଆଉଟ୍‌ରିଚ୍ ପ୍ରୋଗ୍ରାମ୍‌ର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡଃ) ମନୋଜରଞ୍ଜନ ନାୟକଙ୍କୁ ଭେଟି ସମ୍ମାନ ଫଳକକୁ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଛନ୍ତି।

ଏହି ସମୟରେ ସୋଆର ମାନବସମ୍ବଳ ଅଧିକାରୀ ସିଦ୍ଧ୍ୟବ୍ରତ ଦାଶ ଓ ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ଡାକ୍ତର ରାଜେଶ ଲେଙ୍କା ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦୁବାଇ ଆନ୍ତର୍ଜାତିକ କନ୍‌ଫରେନ୍ସରେ ସୋଆ ସମ୍ମାନିତ

ଭୁବନେଶ୍ୱର: ସଂଯୁକ୍ତ ଆରବ ଅମିରେଟର ଇଂଟରକଂଟିନେଂଟାଲ୍ ଦୁବାଇ ଫେଷ୍ଟିଭାଲ୍  ସିଟିରେ ମାର୍ଚ୍ଚ ୨୩ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ଆନ୍ତର୍ଜାତିକ ଏଡୁକେଶନ୍ ୨.୦ କନ୍‌ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନକୁ ‘ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ’ ସମ୍ମାନରେ ସମ୍ମାନିତ କରାଯାଇଛି।

ସୋଆର ଆନ୍ତର୍ଜାତିକ ସଂପର୍କ ଓ ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ଆଇଟିଇଆର୍‌ର ପ୍ଲେସ୍‌ମେଂଟ ହେଡ ରିପ୍ତି ରଞ୍ଜନ ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ।

ଏହି ସମ୍ମିଳନୀରେ ଡିଜିଟାଲ୍ ସାକ୍ଷରତାକୁ ମଜଭୁତ କରିବା ପାଇଁ ଆବଶ୍ୟକୀୟ ଯୋଜନା ଓ କୌଶଳ ଉପରେ ଆୟୋଜିତ ଏକ ପ୍ୟାନେଲ୍ ଆଲୋଚନାରେ ଭାଗ ନେଇ ପ୍ରଫେସର ଶର୍ମା କହିଥିଲେ ଯେ ଶିକ୍ଷା ଓ ଅନୁସନ୍ଧାନ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ନିଜକୁ ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଓ ମଲ୍ଟିଡିସିପ୍ଲିନାରୀ ଏଡୁକେଶନ୍ ଓ ରିସର୍ଚ୍ଚ ୟୁନିଭର୍ସିଟିରେ ପରିଣତ କରିବା ପାଇଁ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି।

ଏହି ଏଡୁକେସନ୍ ୨.୦ କନ୍‌ଫରେନ୍ସରେ ବିଭିନ୍ନ ଦେଶର ୪୦୦ ପାଖାପାଖି ପ୍ରତିନିଧି ଯୋଗ ଦେଇଥିଲେ। ଏଥିରେ ସିଙ୍ଗାପୁର, ଜର୍ମାନୀ, ଫିଲିପାଇନ୍ସ, କାତାର, ପୋଲାଣ୍ଡ, ବ୍ରିଟେନ୍‌, ସାଉଦିଆରବ, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ମାଲେସିଆ, ତୁର୍କି, ଇଣ୍ଡୋନେସିଆ, ଜାପାନ, ନେପାଳ, ବାଂଲାଦେଶ, ୟୁଏଇ ଓ ଭାରତରୁ ଶିକ୍ଷା ସହିତ ଜଡ଼ିତ ଅନେକ କମ୍ପାନୀ, ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ମାତୃ ବିୟୋଗ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କ ମାତା ସତ୍ୟଭାମା ନାୟକଙ୍କ ଆଜି ଅପରାହ୍ନରେ ୧୨.୧୦ ମିନିଟ ସମୟରେ ବିୟୋଗ ଘଟିଛି। ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ବାସଭବନରେ ସତ୍ୟଭାମା ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡିତ ଥିଲେ। ସେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଫୁଲପାଟଣା (ବଲୁରିଆ ) ଗ୍ରାମର ସ୍ୱର୍ଗତଃ ଦୈତାରୀ ନାୟକଙ୍କ ପତ୍ନୀ। ତାଙ୍କର ଛଅ ପୁଅ ଓ ତିନି ଝିଅ ଅଛନ୍ତି। ପ୍ରଫେସର ନାୟକ ତାଙ୍କର ଦ୍ୱିତୀୟ ପୁତ୍ର।ମୃତ୍ୟୁସଜ୍ଜ୍ୟା ନିକଟରେ ପରିବାରର ସଦସ୍ୟାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗୋଆ କ୍ୟୁଏସ୍ କନ୍‌କ୍ଲେଭ୍‌ରେ ସୋଆର ଯୋଗଦାନ

ଭୁବନେଶ୍ୱର: ଜାତିସଂଘର ଉପଯୁକ୍ତ ବିକାଶ ଲକ୍ଷ୍ୟ (ସସ୍‌ଟେନେବଲ୍ ଡେଭଲପ୍‌ମେଂଟ ଗୋଲ୍ସ) ହାସଲ କରିବା ଦିଗରେ ଉନ୍ନତ ଏବଂ ଉତମ କାର୍ଯ୍ୟଶୈଳୀ ନେଇ ଗୋଆ ଠାରେ ଆୟୋଜିତ ଏକ ୩ ଦିନିଆ ସମ୍ମିଳନୀରେ ଦେଶର ୨୦ରୁ ଊର୍ଦ୍ଧ୍ୱ ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ସହିତ ସାମିଲ ହୋଇଥିଲା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ।

ଉପଯୁକ୍ତ ବିକାଶ ଲକ୍ଷ୍ୟ ନେଇ ମାର୍ଚ୍ଚ ୧୦ ରୁ ୧୨ ପର୍ଯ୍ୟନ୍ତ ଗୋଆ ଠାରେ ଆୟୋଜିତ ଏହି ସମ୍ମିଳନୀରେ “ଗୋଆ ଡିକ୍ଲାରେସନ୍‌”ରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ସାମିଲ ହୋଇଥିଲେ।

ପ୍ରସିଦ୍ଧ ଏଜୁକେସନ୍ ରେଟିଂସ ସଂସ୍ଥା କ୍ୟୁଏସ୍ ଆଇଗଜ୍ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ପ୍ୟାକ୍ଟ ୨୦୩୦ରେ ବିଶ୍ୱ ସ୍ତରର ବିଶେଷଜ୍ଞ ସାମିଲ ହୋଇଥିଲେ। ନ୍ୟାସ୍‌ନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରିଡିଟେସନ୍ କାଉନ୍‌ସିଲ୍ (ନାକ୍‌) ର ଅଧ୍ୟକ୍ଷ ଡଃ ଭୂଷଣ ପଟବର୍ଦ୍ଧନ୍ ଏହି ସମ୍ମିଳନୀରେ ଯୋଗ ଦେଇ ଉତମ ଶିକ୍ଷା ନିମନ୍ତେ ଜ୍ଞାନ, କାର୍ଯ୍ୟ, ଚରିତ୍ର ଏବଂ ମାନସିକ ଶକ୍ତି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। କୌଣସି ପ୍ରକାର ପରିବର୍ତ୍ତନ କେବଳ ଶିକ୍ଷା ଦ୍ୱାରା ସମ୍ଭବ ବୋଲି ସେ କହିଥିଲେ।

ଏହି ସମ୍ମିଳନୀରେ ଇଣ୍ଡିଆନ୍ ରେଡକ୍ରସ୍ ସୋସାଇଟିର ଉପାଧ୍ୟକ୍ଷ ଅଭିନାଶ ରାୟ ଖାନ୍ନା, ହିମାଲୟାନ୍‌ ଏନ୍‌ଭାଇରନ୍‌ମେଂଟାଲ୍ ଷ୍ଟଡିଜ୍ ଆଣ୍ଡ କନ୍‌ଜରଭେସନ୍ ଅର୍ଗାନାଇଜେସନ୍ (ଏଚ୍‌ଇଏସ୍‌ସିଓ)ର ପ୍ରତିଷ୍ଠାତା ଡଃ ଅନୀଲ୍ ପ୍ରକାଶ ଯୋଶୀ, ଇଣ୍ଡିଆନ୍ ଫାଉଣ୍ଡେସନ୍ ର ପ୍ରତିଷ୍ଠାତା ସୌର୍ଯ୍ୟ ଡୋଭାଲ୍ ଏବଂ ଅଷ୍ଟ୍ରେଲିଆ ସ୍ଥିତ ଇଂଟରନ୍ୟାସ୍‌ନାଲ୍ ୟୁନିଭର୍ସିଟି ଅଫ୍ କାନ୍‌ବେରାର ପୂର୍ବତନ କୁଳପତି ପ୍ରଫେସର ଲରେନ୍ସ ପ୍ରାଟ୍‌ଚେଟ ପ୍ରମୁଖ ଯୋଗ ଦେଇଥିଲେ।

କ୍ୟୁଏସ୍ ଆଇଗଜ୍‌ର ମିଡିଲ ଇଷ୍ଟ, ଆଫ୍ରିକା ଓ ଦକ୍ଷିଣ ଏସିଆର ଆଂଚଳିକ ନିର୍ଦ୍ଦେଶକ ଡଃ ଅଶ୍ୱିନ ଫର୍ଣ୍ଣାଣ୍ଡିଜ୍‌ଙ୍କ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଉତରାଖଣ୍ଡ ସ୍ଥିତ ୟୁନିଭର୍ସିଟି ଅଫ୍ ପେଟ୍ରୋଲିୟମ୍ ଆଣ୍ଡ ଏନର୍ଜି ଷ୍ଟଡିଜ୍ ଏବଂ ତାମିଲନାଡୁ ସ୍ଥିତ କଲସଲିଙ୍ଗମ୍‌ ଏକାଡେମି ଅଫ୍ ରିସର୍ଚ୍ଚ ଆଣ୍ଡ ଏଜୁକେସନ୍ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) କୋ-ହୋଷ୍ଟ ରହିଥିଲେ।

ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ପ୍ରୀତମ ନାୟକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ରାଜ୍ୟ ଖବର

ବାଂଲାଦେଶରେ ବିଶ୍ୱ ମହିଳା ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ ହେଲା ସୋଆ

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ପାଳନ ଅବସରରେ ବାଂଲାଦେଶର ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଉତ୍ସବରେ ସାମିଲ୍ ହୋଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ସୋଆର ପ୍ରୋଚାନସେଲର ପ୍ରଫେସର ଅମିତ ବାନାର୍ଜି ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରଫେସର ବାନାର୍ଜି ଭାରତ – ବାଂଲାଦେଶ ମଧ୍ୟରେ ଥିବା ସୁସମ୍ପର୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏଥି ସହିତ ଭାରତରେ ବିଶ୍ୱବିଦ୍ୟାଳୟ ସ୍ତରରେ ସୋଆର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ ପ୍ରଫେସର ବାନାର୍ଜି।

ଏହି କାର୍ଯ୍ୟକ୍ରମରେ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ପ୍ରଫେସର ସରିନ୍ ଅଖତର କହିଥିଲେ ଯେ, ଯେଉଁ ଦିନ ଏକ ସଶକ୍ତ ନାରୀ ପୁରୁଷର ସମକକ୍ଷ ହୋଇ ସମାଜର ବିକାଶରେ ଭାଗୀଦାର ହୋଇପାରିବ ସେହି ଦିନ ହିଁ ଲିଙ୍ଗଗତ ସମାନତା ହାସଲ ହୋଇପାରିବ।

ଏହି ଅବସରରେ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟର କୁଳ ସଚିବ ପ୍ରଫେସର ଏସ୍‌.ଏମ୍‌. ମନିରୁଲ୍ ହାସନ୍ ଭାରତୀୟ ଜ୍ଞାନ ପରଂପରାରେ ସୋଆର ଭୂମିକାକୁ ପ୍ରଂଶସା କରିବା ସହିତ ଆଗାମୀ ଦିନରେ ସୋଆ ଓ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷା ଓ ଗବେଷଣାକୁ ନେଇ ଏକ ବୁଝାମଣା ହେବାର ସମ୍ଭାବନା ଥିବାର ସୂଚନା ଦେଇଥିଲେ।

ଏହି ଅବସରରେ ପ୍ରଫେସର ବାନାର୍ଜୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସୋଆର ଆନ୍ତର୍ଜାତିକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା। ପ୍ରଫେସର ଶର୍ମା ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଏକ ବଙ୍ଗଳା କବିତାରୁ ଉଦ୍ଧୃତ କରି ନାରୀ କିଭଳି ବିଧାତା ଓ ପୁରୁଷର କଳ୍ପନା ମିଶ୍ରିତ ଏକ ଅପରୂପ ସୃଜନ ବୋଲି ବକ୍ତବ୍ୟ ରଖିଥିଲେ।

ବାଂଲାଦେଶ ଗସ୍ତ ସମୟରେ ପ୍ରଫେସର ବାନାର୍ଜି ଓ ପ୍ରଫେସର ଶର୍ମା ଢାକା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅଖତାରୁଜ୍ଜଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ ଅବସରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ପ୍ରଫେସର ଶର୍ମା ୨୦୦୫ ମାଗସେସେ ବିଜେତା ବାଂଲାଦେଶ ର ସର୍ବବୃହତ ସମ୍ବାଦପତ୍ର “ପ୍ରୋଥମ ଆଲୋ”ରସଂପାଦକ ଅତିଉର ରହମାନଙ୍କୁ ଭେଟି ସୋଆ ପରିଦର୍ଶନରେ ଆସିବା ନିମନ୍ତେ ନିମନ୍ତ୍ରଣ କରିଥିଲେ।

ସେହି ଦିନ ସଂଧ୍ୟ୍ୟାରେ ଅନୁଷ୍ଠିତ ୱେବିନାର ନିମନ୍ତେ ଚଟ୍ଟୋଗ୍ରାମ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସରିନ ଅଖତାର, ବାଂଲାଦେଶ ସ୍ତ୍ରୀରୋଗ ବିଶେଷଜ୍ଞ ସମିତି, ଚଟ୍ଟୋଗ୍ରାମ ଶାଖାର ସଭାପତି ପ୍ରଫେସର (ଡାକ୍ତର) ରୋସନ ମାରେସେଦ ସେମାନଙ୍କର ବିଶେଷ ଭିଡିଓ ବାର୍ତା ପ୍ରଦାନ କରିଥିଲେ।

ଏହି ୱେବିନାର୍‌ରେ ସୋଆ ଏନଏସଏସର ମହିଳା ପ୍ରୋଗ୍ରାମ ଅଫିସର ଡ.ଶାନ୍ତିଲତା ଚମ୍ଫତି, ଡ. ଅବନ୍ତୀ ପ୍ରଧାନ, ଡ.ବିନୀତା ନନ୍ଦ, ମଉ ରଏ, ସୁକୀର୍ତି ମହାନ୍ତି, ମଧୁସ୍ମିତା ନାଏକ ଏବଂ ଆନ୍ତଜାର୍ତିକ ଛାତ୍ରୀ ଇଥିଓପିଆର ସେଗନେଟ, ଭୁଟାନର ସୋନମ ୱାଙ୍ଗମୋ, ସିରିୟାର ରାହାଫ ଆଲୋମର, ନେପାଳ ର ଜଏନାବ ଏମ ଇରାକୀ, ଉଗାଣ୍ଡାର ନାକାଟୋ ଜୋସେଫାଇନ ବୁକରୱେ, ଘାନାର ଫେଲିସିଟି ଆଟୋର୍ସା ଓ ବାଂଲାଦେଶ ର ପ୍ରିୟା ଘୋଷ ଓ ଭାରତର ସୁଧନ୍ୟା ବିଶ୍ୱ ମହିଳା ଦିବସ ଅବସରରେ ସେମାନଙ୍କ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ।

ୱେବିନାରର ସଂଯୋଜନା ସେ।।ଆ ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ଶର୍ମା କରିଥିଲେ ଏବଂ ଏଥିରେ ତାଙ୍କୁ ଆଉଟରିଚ ସେଲର ପ୍ରତୀକ ଦାସ ଓ ରାଜଶେଖର ବେହେରା ସହାୟତା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆ ଏନଏସଏସ ର ପ୍ରୋଗ୍ରାମ ଅଫିସର ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମହିଳାମାନଙ୍କ ନିକଟରେ ସବୁ ପ୍ରକାର ଦାୟିତ୍ୱ ସମ୍ଭାଳିବାର ଦକ୍ଷତା ରହିଛି: ରଞ୍ଜନା ଚୋପ୍ରା

ଭୁବନେଶ୍ୱର: ଯେକୌଣସି ଦାୟିତ୍ୱକୁ ସମ୍ଭାଳିବାର ଦକ୍ଷତା ଓ ସାମର୍ଥ୍ୟ ମହିଳାମାନଙ୍କର ରହିଛି ଏବଂ ସେମାନେ ଏହାକୁ ସୁଚାରୁରୂପେ ସଂପାଦନ କରିପାରିଥାନ୍ତି। ଏଭଳି ମତ ରଖିଛନ୍ତି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା।

ଶିକ୍ଷା ଓ ଅନୁସନ୍ଧା (ସୋଆ) ପକ୍ଷରୁ ମଙ୍ଗଳବାର ଆୟୋଜିତ ଦୁଇ ଦିନିଆ ଫ୍ୟାକଲ୍ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମରେ ଏହା ପ୍ରକାଶ କରିଛନ୍ତି ଶ୍ରୀମତି ଚୋପ୍ରା। ସେ ନାରୀ ହେଉ କିମ୍ବା ପୁରୁଷ ସବୁ ମଣିଷଙ୍କ ନିକଟରେ ଆତ୍ମବିଶ୍ୱାସ ରହିବା ନିତାନ୍ତ ଆବଶ୍ୟକ ବୋଲି ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ଆୟୋଜିତ ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଚୋପ୍ରା ଏହା କହିଛନ୍ତି।

ବର୍ତ୍ତମାନ ସମୟରେ ମହିଳାମାନେ ମଧ୍ୟ ପୁରୁଷ ମାନଙ୍କ ଭଳି ଏକ ସାଂଗରେ ଅନେକ ଗୁଡିଏ କାର୍ଯ୍ୟ ତୁଲାଇବାରେ ସକ୍ଷମ। ତେଣୁ ଲିଙ୍ଗଗତ ବୈଷମ୍ୟତା ରଖି ସେମାନଙ୍କୁ ଦାୟିତ୍ୱ ପ୍ରଦାନ କରିବା ଉଚିତ୍ ନୁହେଁ ବୋଲି ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର ଦାୟିତ୍ୱ ତୁଲାଉଥିବା ଶ୍ରୀମତି ଚୋପ୍ରା କହିଛନ୍ତି।

ନିଜର ପାରଦର୍ଶିତା ଦେଖାଇବା ପାଇଁ ସେଭଳି ଦକ୍ଷତା ରଖିବା ସହ କାର୍ଯ୍ୟ କରିବା ମଧ୍ୟ ଆବଶ୍ୟକ ବୋଲି କହିବା ସହ ଉଭୟ ପରିବାର ଓ ସାମାଜିକ ସ୍ତରରେ ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ସମାନ ଅବଦାନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶାଶ୍ୱତୀ ଦାସ ଯୋଗ ଦେଇ କହିଥିଲେ ଯେ ମହିଳାମାନେ ଜୀବନରେ ଅନେକ ଭୂମିକା ତୁଲାଇଥାନ୍ତି ଏବଂ ପ୍ରାୟ ସବୁ କ୍ଷେତ୍ରରେ ସେମାନେ ସଫଳତା ଅର୍ଜନ କରିଥାନ୍ତି। ହ୍ୟୁମାନିଟିଜ୍ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନେଇ ଶ୍ରୀମତି ଦାସ ସନ୍ତୋଷ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ୟୁଏସ୍‌ଏର ମିଚିଗାନ୍ ସ୍ଥିତ ସଗିନ ଭ୍ୟାଲି ଷ୍ଟେଟ୍ ୟୁନିଭର୍ସିଟିର ଇଂରାଜୀ ବିଭାଗର ଆସୋସିଏଟ୍‌ ପ୍ରଫେସର ନାତାଲିଆ ନୋବ୍‌ଲକ୍ ଯୋଗ ଦେଇ ନିବନ୍ଧ ଗୁଡ଼ିକ କିପରି ଉଚିତ ଜର୍ଣ୍ଣାଲ୍‌ରେ ପ୍ରକାଶ କରି ହେବ ସେ ସମ୍ପର୍କରେ ମତ ରଖିଥିଲେ।

ଏହି ଅବସରରେ ଟିଭି ସାମ୍ବାଦିକା ରୁପଶ୍ରୀ ନନ୍ଦ, ରୋଜିସ୍ କିଚେନ୍‌ର ମୁଖ୍ୟ ଶ୍ରୀମତି ସରୋଜା ଚୌଧୁରୀ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ସମ୍ମାନିତ ଅତିଥି ଭାବେ ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ବେଲାରୁଷର କଲଚରାଲ୍ ଷ୍ଟଡିଜ୍ ଏବଂ ଲିଙ୍ଗ୍ୟୁଷ୍ଟିକ୍‌ସ ବିଭାଗର ମୁଖ୍ୟ ପ୍ରଫେସର ଇନେସା କ୍ରିଷ୍ଟୋପ୍ ଯୋଗ ଦେଇଥିବା ବେଳେ କିନ୍ନର ସମାଜ ପକ୍ଷରୁ ସ୍ୱିଟି ସାହୁ ନିଜ ସମାଜର ଗରୀବ ଏବଂ ଅଭାବୀମାନଙ୍କର ଅବସ୍ଥା ସମ୍ପର୍କରେ ଚିନ୍ତା ପ୍ରକଟ କରିବା ସହ ତାଙ୍କ ଏନ୍‌ଜିଓ ସଖୀ ମାଧ୍ୟମରେ କିଭଳି ଏମାନଙ୍କର ଉନ୍ନତି ନେଇ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ସୂଚନା ଦେଇଥିଲେ । ରେଡିଓ ଜକି ଶ୍ରୀମତି ରିତୁପର୍ଣ୍ଣା ଏବଂ ଗୃହିଣୀ ଶ୍ରୀମତି ଶୁଭଶ୍ରୀ ସମାଜରେ ମହିଳାମାନଙ୍କର ଅବଦାନ ନେଇ ମତ ରଖିଥିଲେ।

ସୋଆ ପରିଚାଳିତ ଆଇଟିଇଆର୍ ଅଧିନସ୍ଥ ହ୍ୟୁମାନିଟିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର ତଥା କାର୍ଯ୍ୟକ୍ରମର ସଂଯୋଜିକା ଡକ୍ଟର ସ୍ୱଂୟପ୍ରଭା ଶତପଥୀ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଡକ୍ଟର ଶିବାନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମାର୍ଚ୍ଚ ୧୩ ପରେ ବୃଦ୍ଧି ପାଇପାରେ ଓଡ଼ିଶାର ଦିନ ତାପମାତ୍ରା: ସିଇସି

ଭୁବନେଶ୍ୱର: ଆରବ ସାଗର ଆଡୁ ପୂର୍ବ ଭାରତ ଆଡକୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବା ଯୋଗୁଁ ଓ ଏକ ଅପର ଏୟାର ଟ୍ରଫ୍ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ମାର୍ଚ୍ଚ ୧୩ରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଶନିବାର କୁହାଯାଇଛି।

କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି ଯେ ରାଜ୍ୟର କେତେକ ସ୍ଥାନରେ ୩୭ରୁ ୩୯ ଡିଗ୍ରୀ ସେଲ୍‌ସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ।

ବର୍ତ୍ତମାନ ଉପକୂଳ ଓଡ଼ିଶାର ତାପମାତ୍ରା ୩୩ ରୁ ୩୫ ଡିଗ୍ରୀ ସେଲ୍‌ସିୟସ୍ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର ୩୫ ରୁ ୩୭ ଡିଗ୍ରୀ ସେଲ୍‌ସିୟସ୍ ରହିଥିବା ବେଳେ ଏହା ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଅପରିବର୍ତିତ ରହିବ ବୋଲି ବୁଲେଟିନ୍‌ରେ କୁହାଯାଇଛି। ଆରବ ସାଗରରୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ନିମନ୍ତେ ଏହି ତାପମାତ୍ରା ବୃଦ୍ଧି ପାଇ ନାହିଁ।

Categories
EngExam ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆର ନୂତନ ଚାନ୍ସଲର ଭାବେ ଦାୟିତ୍ଵ ନେଲେ ପ୍ରଫେସର ଦେବୀ ପ୍ରସାଦ ରାୟ 

ଭୁବନେଶ୍ୱର: ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର (ଡ଼ଃ ) ଦେବୀ ପ୍ରସାଦ ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ଡିମ୍ଡ ବିଶ୍ୱବିଦ୍ୟାଳୟ ର ନୂତନ ଚାନ୍ସଲର ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି।

ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକ ଙ୍କ ପ୍ରମୁଖ ଉପଦେଷ୍ଟା ଭାବେ କାର୍ଯ୍ୟରତ ଥିବା ପ୍ରଫେସର ରାୟ ପୂର୍ବରୁ ଭୁବନେଶ୍ୱରସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର କୁଳପତି ଭାବେ ଦୁଇ ଥର ଦାୟିତ୍ୱ ତୁଲାଇଛନ୍ତି।  ୨୦୧୧ ମସିହାରୁ ପ୍ରଫେସର ଖଗେଶ୍ବର ପ୍ରଧାନ ସୋଆ ର ଚାନ୍ସଲର ଭାବେ କାର୍ଯ୍ୟ କରୁଥିଲେ।

ମଙ୍ଗଳବାର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓ ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ପ୍ରଫେସର ରାୟ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏହି ଅବସରରେ ବିଶ୍ଵବିଦ୍ୟାଳୟକୁ ପ୍ରଫେସର ରାୟ ସଫଳତାର ଶିଖରକୁ ନେବା ନିମନ୍ତେ ନେତୃତ୍ୱ ଓ ଦିଗଦର୍ଶନ ଦେବେ ବୋଲି ପ୍ରଫେସର ନାୟକ କହିଥିଲେ।

ପ୍ରଫେସର ରାୟ ୧୯୭୧ ମସିହାରେ ଓୟୁଏଟି ରୁ ଵିଏସସି (ଏଗ୍ରିକଲଚର) ଶିକ୍ଷା ଗ୍ରହଣ ପରେ କଲିକତା ବିଶ୍ୱବିଦ୍ୟାଳୟ ରୁ ଏମଏସସି (ଏଜି) ଓ ୧୯୮୧ ମସିହାରେ ପିଏଚଡି ଡ଼ିଗ୍ରୀ ହାସଲ କରିଥିଲେ।

କଲିକତା ବିଶ୍ୱବିଦ୍ୟାଳୟ ରେ ହର୍ଟିକଲ୍ଚର ବିଭାଗ ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଓ ଓୟୁଏଟି ରେ ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇବା ସହ ଆସୋସିଏଟ ଡାଇରେକଟର (ରିସର୍ଚ୍ଚ ), ହର୍ଟିକଲ୍ଚର ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଏକ୍ସଟେନସନ ଏଡୁକେସନ ଡିନ ଏବଂ ରେଜିଷ୍ଟ୍ରାର ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରଫେସର ରାୟ ୨୦୦୬ ରେ ଓୟୁଏଟି ର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଓ ୨୦୧୨ପର୍ଯ୍ୟନ୍ତ ଏହି ପଦବୀ ରେ ଅବସ୍ଥାପିତ ଥିଲେ।

ସେ ଫଳ, ବିଭିନ୍ନ ବୃକ୍ଷ ରୋପଣ ଓ ଫସଲ ର ଉନ୍ନତି, ଅରକାର୍ଡ ମ୍ୟାନେଜେମେଣ୍ଟ ଓ ଜଳ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରରେ ଗବେଷଣା କରିଛନ୍ତି।

ସେ ୫୦ରୁ ଅଧିକ ପୋଷ୍ଟ ଗ୍ରାଜୁଏଟ ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ଗାଇଡ଼ କରିଥିବା ବେଳେ ଜାତୀୟ ଓ ଆନ୍ତର୍ଜାତକ ସ୍ତରରେ ତାଙ୍କର ୨୦୦ ରୁ ଅଧିକ ସନ୍ଦର୍ଭ ପ୍ରକାଶ ପାଇଛି।

ପ୍ରଫେସର ରାୟ ଇଣ୍ଡିଆନ କାଉନସିଲ ଅଫ ଆଗ୍ରିକଲଚରାଲ ରିସର୍ଚ୍ଚ, ଡିପାର୍ଟମେଣ୍ଟ ଅଫ ବାୟୋଟେକ୍ନୋଲୋଜି, ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏବଂ ଭାରତ ସରକାରଙ୍କ ଯୋଜନା କମିଶନ ଅଧୀନରେ ଥିବା ବିଭିନ୍ନ ଜାତୀୟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି।

ନାସନାଲ ଏକାଡେମି ଅଫ ଏଗ୍ରିକଲଚରାଲ ସାଇନ୍ସ, ନୂଆଦିଲ୍ଲୀ ସ୍ଥିତ ହର୍ଟିକଲଚର ସୋସାଇଟି ଅଫ ଇଣ୍ଡିଆ, ଚେନ୍ନାଇ ସ୍ଥିତ ନାସନାଲ ଏକାଡେମି ଅଫ ବାୟୋଲୋଜିକାଲ ସାଇନ୍ସେସ, ବାରଣାସୀ ସ୍ଥିତ ଇଣ୍ଡିଆନ ସୋସାଇଟି ଅଫ ଭେଜିଟେବୁଲ ସାଇନ୍ସ, ନୂଆଦିଲ୍ଲୀ ସ୍ଥିତ କନଫେଡେରେସନ ଅଫ ହର୍ଟିକଲଚର ଆସୋସିଏସନ ଅଫ ଇଣ୍ଡିଆ ଏବଂ ଭୁବନେଶ୍ୱର ସ୍ଥିତ ଓଡିଶା ପରିବେଶ ସମାଜ ର ଫେଲୋ ରହିଥିବା ପ୍ରଫେସର ରାୟ ୨୦୦୯ ରେ ଡ଼ଃ ଏମ ଏଚ ମାରିଗୌଡା ଜାତୀୟ ପୁରସ୍କାର, ୨୦୧୦ରେ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଥୀଙ୍କ ଓଡିଶା ଲିଡରସିପ ସମ୍ନାନ, ୨୦୧୧ରେ ଲାଇଫ ଟାଇମ ଅ।ଚିଭମେଣ୍ଟ ଇନ ଭେଜିଟେବୁଲ କ୍ରପ୍ସ ଆୱାର୍ଡ, ୨୦୧୧ ରେ ଲାଇଫ ଟାଇମ କଣ୍ଟ୍ରିବ୍ୟୁସନ ଫର ପ୍ରମୋସନ ଅଫ ଏଗ୍ରିକଲଚର ସାଇନ୍ସ, ୨୦୧୬ ରେ ସିନିଅର ସାଇନଟିଷ୍ଟ ଆୱାର୍ଡ ଏବଂ ୨୦୧୯ ରେ ପନିପରିବା ଓ ଶିକ୍ଷା କ୍ଷେତ୍ରରେ ଅବଦାନ ନିମନ୍ତେ ଓଡିଶା ବିଜ୍ଞାନ ଏକାଡେମି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି।

ସେ ବାରଣାସୀ ସ୍ଥିତ ଇଣ୍ଡିଆନ ସୋସାଇଟି ଅଫ ଭେଜିଟେବୁଲ ସାଇନ୍ସ, କୋଲକାତା ସ୍ଥିତ ଏଗ୍ରିକଲଚର ସୋସାଇଟି ଅଫ ଇଣ୍ଡିଆ, ଭୁବନେଶ୍ୱର ସ୍ଥିତ ଓଡିଶା ହର୍ଟିକଲଚର ସୋସାଇଟି ଓ କନଫେଡେରେସନ ଅଫ ହର୍ଟିକଲଚର ଆସୋସିଏସନ ଅଫ ଇଣ୍ଡିଆ ର ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିବା ବେଳେ ନୂଆଦିଲ୍ଲୀ ସ୍ଥିତ ହର୍ଟିକଲଚର ସୋସାଇଟି ଅଫ ଇଣ୍ଡିଆ ଓ କନଫେଡେରେରେସନ ଅଫ ହର୍ଟିକଲଚର ଆସୋସିଏସନ ଅଫ ଇଣ୍ଡିଆ ର ଉପ ସଭାପତି ଭାବେ କାର୍ଯ୍ୟ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସୋଆର ଉପ କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଉପ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପ କୁଳପତି ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର ଡିନ ପ୍ରଫେସର ଗଙ୍ଗାଧର ସାହୁ, ନିର୍ଦେଶକ ଡ଼ଃ ମହେନ୍ଦ୍ର ପ୍ରସାଦ, ଫାକଲ୍ଟି ଅଫ ଭେଟେରିନାରୀ ସାଇନ୍ସେସର ଡ଼ଃ ବ୍ରହ୍ମଦେବ ପଟନାୟକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପ୍ରଫେସର ଜୟଦେବ ପତି, ସିଭିଓ ତଥା ନିର୍ଦ୍ଦେଶକ (ରିସୋରସେସ ଯୁଗଳ କିଶୋର ଦାସ, ଚିଫ କନ୍ସଲଟାଣ୍ଟ (ଇଁଫ୍ରାଷ୍ଟ୍ରକଚର) ସତ୍ୟରଞ୍ଜନ ସେଠୀ, ସୁମା ରିଅଲ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ର ସିଇଓ ସୁନୀଲ ଦାସ, ପ୍ରମେୟ ନିଉଜ ସେଭେନ ର ଏଡିଟର ଦେବନାରାୟଣ ସେଠୀ, ସମ ହସ୍ପିଟାଲର ଡେପୁଟି ମେଡିକାଲ ସୁପରିଟେଣ୍ଡେଣ୍ଟ ଡ଼ଃ ରାଜେଶ ଲେଙ୍କା ଓ ପ୍ରମେୟ (ଭୁବନେଶ୍ୱର )ର ବୁରୋ ଚିଫ ଦେବେନ୍ଦ୍ର ସୁଆର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମାଇଁ ସିଟି ଲିଙ୍କସ କର୍ପୋରେଟ୍ ଆଇକନ୍ ଆୱାର୍ଡରେ ସୋଆକୁ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ସମ୍ମାନ

ଭୁବନେଶ୍ୱର: ବିଶ୍ୱ ସ୍ତରରେ ଓଡ଼ିଶା ନିମନ୍ତେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏବଂ ନିଜ ରାଜ୍ୟରେ ଅଭିନବ ଉପାୟରେ ପରିବର୍ତନ ଆଣିବାରେ ସଫଳ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ରବିବାର ରାଜ୍ୟର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ “ମାଇଁ ସିଟି ଲିଙ୍କସ୍ କର୍ପୋରେଟ ଆଇକନ୍ ଆୱାର୍ଡସ-୨୦୨୨” ପ୍ରଦାନ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ କୋଣାର୍କ ଠାରେ ଅନୁଷ୍ଠିତ ଏହି ଆୱାର୍ଡସ୍‌ର ୩ୟ ସଂସ୍କରଣରେ ସୋଆକୁ ସମ୍ମାନିତ
କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ବଲିଉଡ୍ ଅଭିନେତ୍ରୀ, ଫ୍ୟାଶନ୍ ଡିଜାଇନର୍ ଏବଂ ଟେଲିଭିଜନ୍ ଉପସ୍ଥାପିକା ମନ୍ଦିରା ବେଦୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ ପକ୍ଷରୁ ତାଙ୍କ ଠାରୁ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଲୋକ ସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ କ୍ୟାନ୍ସର ସ୍ପେଶିଆଲିଷ୍ଟ ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାର ମେଡିକାଲ୍‌ରେ କାର୍ଯ୍ୟରତ ଅଙ୍କୋଲୋଜି ବିଭାଗର ସିନିୟର କନ୍‌ସଲ୍‌ଟାଂଟ ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମନ୍ଦିରା ବେଦୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ଡାକ୍ତର ନାୟକ।

ରାଜ୍ୟର ପର୍ଯ୍ୟଟନକୁ ନେଇ ପ୍ରସାରିତ ହେଉଥିବା ବିଶେଷ କାର୍ଯ୍ୟକ୍ରମ ‘ଏକ୍ସପ୍ଲୋର ଓଡ଼ିଶା’ ନିମନ୍ତେ ପ୍ରମେୟ ନ୍ୟୁଜ୍‌-୭ ଚ୍ୟାନେଲ୍‌କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ, ଭାସ୍କର୍ଯ୍ୟ, ହସ୍ତଶିଳ୍ପ ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ବିସ୍ତୃତ ପ୍ରଦର୍ଶନ କରାଯାଇଥାଏ। ନ୍ୟୁଜ୍‌-୭ ପକ୍ଷରୁ ଏହି ସମ୍ମାନକୁ ‘ଏକ୍ସପ୍ଲୋର ଓଡ଼ିଶା’ କାର୍ଯ୍ୟକ୍ରମର ପ୍ରୋଗ୍ରାମ୍ ପ୍ରଡ୍ୟୁସର୍ ଶ୍ରୀ ଗୌରହରି ବିଶ୍ୱାଳ ଏବଂ ଆଙ୍କର ତଥା ମାଇଁ ସିଟି ଲିଙ୍କ୍‌ସର ଏଡିଟର୍ ଶ୍ରୀ ସତ୍ୟବ୍ରତ ସାନୁ) ରଥ ଗ୍ରହଣ କରିଥିଲେ।

ଏହି ଅବସରରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ମନ୍ଦିରା ବେଦୀ କୋଣାର୍କର ସୌନ୍ଦର୍ଯ୍ୟକୁ ଦେଖି ବିମୋହିତ ହେବା ସହ ଓଡ଼ିଶା ଆସି ସେ ଖୁବ୍ ଆନନ୍ଦିତ ଏବଂ ବାରମ୍ବାର ଏଠାକୁ ଆସିବାକୁ ଚାହିଁବେ ବୋଲି କହିଛନ୍ତି।

ଓଡ଼ିଶା ପର୍ଯ୍ୟଟନ ବିଭାଗର ସହଯୋଗରେ କୋଣାର୍କ ବେଳାଭୂମିରେ ଇକୋରିଟ୍ରିଟ୍ ପରିସରରେ ଆୟୋଜିତ ଆୱାର୍ଡସ୍‌ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବେଳାଭୂମିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଡ଼ିଜିଟାଲ ପରିବର୍ତ୍ତନ ନେଇ ସୋଆରେ ଫାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଆୟୋଜିତ

ଭୁବନେଶ୍ୱର: ଡ଼ିଜିଟାଲ ପରିବର୍ତନର ବିଭିନ୍ନ ଦିଗ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ପ୍ରୟୋଗକୁ ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ବିଜନେସ ଆଣ୍ଡ କମ୍ପୁଟର ଷ୍ଟଡିଜ (ଆଇବିସିଏସ) ପକ୍ଷରୁ ଏକ ଫାକଲ୍ଟି ଡେଭେଲପମେଂଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି। “ଡ଼ିଜିଟାଲ ଟ୍ରାନ୍ସଫର୍ମେସନ: ଇସ୍ୟୁଜ୍ ଆଣ୍ଡ ଚ୍ୟାଲେଞ୍ଜେସ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ପ୍ରାୟ ୧୦୦ ଜଣ ପ୍ରତିନିଧି ଭାଗ ନେଇଥିଲେ।

ଲକ୍ଷ୍ନୌ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟର ପ୍ରଫେସର ସତ୍ୟଭୂଷଣ ଦାସ, ନର୍ସି ମୋଞ୍ଜି ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ ଷ୍ଟଡିଜର (ଏନଏମଆଇଏମଏସ)ର ନିର୍ଦ୍ଦେଶକ ପ୍ରଫେସର ତପନ କୁମାର ପଣ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ବି.ବି. ମିଶ୍ର ଏବଂ ଭୁବନେଶ୍ୱର ସ୍ଥିତ ଇଂଟରନ୍ୟାସନାଲ ମ୍ୟାନେଜମେଂଟ ଇନଷ୍ଟିଚ୍ୟୁଟ (ଆଇଏମଆଇ)ର ପ୍ରଫେସର ମନିତ୍ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ବକ୍ତାମାନେ ଡ଼ିଜିଟାଲ ପରିବର୍ତ୍ତନର ବିଭିନ୍ନ ଦିଗ, ମାର୍କେଟିଂ, ଗ୍ରାହକଙ୍କ ସୁବିଧା, ଶିକ୍ଷା ଗ୍ରହଣ, ସ୍ୱାସ୍ଥ୍ୟସେବା ଏବଂ ଜୀବନ ଶୈଳୀ କ୍ଷେତ୍ରରେ ଡ଼ିଜିଟାଲ ପରିବର୍ତ୍ତନ, ଏହାର ବ୍ୟବହାର ଓ ପ୍ରୟୋଗ ନେଇ ମତ ରଖିଥିଲେ।

କାର୍ଯ୍ୟକ୍ରମକୁ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଉଦଘାଟିତ କରିଥିବା ବେଳେ ଆଇବିସିଏସ ଡ଼ିନ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଏବଂ ଛାତ୍ରମଙ୍ଗଳ ଡ଼ିନ ତଥା ଏଫଡ଼ିପିର ଆବାହକ ଡ. ଜ୍ୟୋତିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଆଇବିସିଏସର ଫକଲ୍ଟି ମେମ୍ବର ଡ. ଅଳକା ସାମନ୍ତରାୟ ଏବଂ ରୀତା ପୃଷ୍ଟି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଓଡ଼ିଶାରେ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ଖୋଲିବା ନେଇ ଆୟର୍ଲ୍ୟାଣ୍ଡର ଡାକ୍ତର ଆଗ୍ରହୀ

ଭୁବନେଶ୍ୱର: କ୍ୟାନ୍ସର ବ୍ୟତୀତ ଅନେକ ରୋଗର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ ନିମନ୍ତେ ଓଡ଼ିଶାରେ ଏକ ରିଜେନେରେଟିଭ୍ ମେଡିସିନ୍ ସେଂଟର ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଆୟର୍ଲ୍ୟାଣ୍ଡରେ ଅବସ୍ଥାପିତ ବିଶିଷ୍ଟ ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜିଷ୍ଟ ପ୍ରଫେସର ଦିଲ୍ଲୀପ ମହାପାତ୍ର।

ଆୟର୍ଲ୍ୟାଣ୍ଡର ଡୁଣ୍ଡାଲ୍‌କ ସ୍ଥିତ ଲୁଗ୍ ମେଡିକାଲ୍ ସେଂଟରର ନିର୍ଦ୍ଦେଶକ ତଥା ଲଣ୍ଡନ୍ ସ୍ଥିତ ବଲ୍ସବ୍ରିଜ୍ ବିଶ୍ୱବିଦ୍ୟାଳୟ କଲେଜର କୁଳପତି ପ୍ରଫେସର ମହାପାତ୍ର ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଭେଟିବା ସହ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସୋଆ ସହଭାଗିତାରେ ଏକ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ସ୍ଥାପନ ନେଇ ଆଲୋଚନା କରିଛନ୍ତି।

“ଆମେ ପ୍ରାଥମିକ ସ୍ତରରେ ଏହି ପ୍ରୋଜେକ୍ଟ ସମ୍ପର୍କରେ ଆଲୋଚନା କରିଛୁ। ସୋଆରେ ରିଜେନେରେଟିଭ୍ ମେଡିସିନ୍‌ର ଏକ ଛୋଟ ୟୁନିଟ୍ ରହିଛି ଏବଂ ଏହାର ସଂପ୍ରସାରଣ ନିମନ୍ତେ ଅନେକ ସୁଯୋଗ ରହିଛି ବୋଲି କହିଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ପ୍ରଫେସର ମହାପାତ୍ର। ସେ ପଲମୋନାରୀ ମେଡିସିନ୍‌ର ମଧ୍ୟ ଜଣେ ବିଶେଷଜ୍ଞ ଅଟନ୍ତି।

ରିଜେନେରେଟିଭ୍ ମେଡିସିନ୍ ହେଉଛ ମେଡିସିନ୍‌ର ଏକ ଶାଖା ଯେଉଁଥିରେ କି ନଷ୍ଟ ହୋଇଯାଇଥିବା ସେଲ୍‌, ଟିସ୍ୟୁ ଏବଂ ଅଂଗ ଗୁଡ଼ିକର ବିଭିନ୍ନ ପ୍ରକ୍ରିୟାରେ ପୁର୍ନବିକାଶ, ମରାମତି କିମ୍ବା ପରିବର୍ତନ କରାଯାଇଥାଏ। ଏଥି ସହିତ ଥେରାପ୍ୟୁଟିକ୍ ଷ୍ଟେମ୍ ସେଲ୍‌
ବ୍ୟବହାର, ଟିସ୍ୟୁ ଇଞ୍ଜିନିୟରିଂ ଏବଂ କୃତ୍ରିମ ଅଂଗ ପ୍ରସ୍ତୁତ କରିବା କାର୍ଯ୍ୟ କରାଯାଏ।

ପ୍ରଫେସର ମହାପାତ୍ର ଆୟର୍ଲ୍ୟାଣ୍ଡରେ ଏକ ରିଜେନେରେଟିଭ୍ ମେଡିସିନ୍ କେନ୍ଦ୍ର ପରିଚାଳନା କରୁଛନ୍ତି। ସେ କହିଛନ୍ତି ଯେ, ଷ୍ଟେମ୍ ସେଲ୍ ଗୁଡ଼ିକ କେବଳ କ୍ୟାନ୍ସର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ନାହିଁ ବରଂ ମସ୍ତିଷ୍କରେ ଆଘାତ, ରେଟିନାରେ ସମସ୍ୟା, ପୋଡି ଯାଇଥିବା ଚର୍ମର ନବୀକରଣ ଏବଂ ଆଣ୍ଠୁ ସମସ୍ୟାର ଚିକିତ୍ସାରେ ମଧ୍ୟ ଉପଯୋଗୀ ହୋଇଥାଏ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଭଳି ପ୍ରତିଷ୍ଠିତ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ସହିତ ସହଭାଗିତାରେ କାର୍ଯ୍ୟ କରିବା ଏକ ଆନନ୍ଦର ବିଷୟ ଏବଂ ସୋଆ କର୍ତୃପକ୍ଷ ମଧ୍ୟ ଏ ଦିଗରେ ଖୁବ୍ ଆଗ୍ରହୀ ଥିବା ସେ କହିଛନ୍ତି। ଜଣେ ଓଡ଼ିଆ ଭାବେ ସେ ରାଜ୍ୟର ଲୋକମାନଙ୍କ ପାଇଁ କିଛି କରିବାକୁ ଇଚ୍ଛୁକ ବୋଲି କହିଛନ୍ତି।

ପ୍ରଫେସର ନାୟକଙ୍କ ସହ ଆଲୋଚନା ସମୟରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ପ୍ରୋଭାଇସ୍ ଚ୍ୟାନ୍ସଲର୍ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ପ୍ରୋଭାଇସ୍ ଚ୍ୟାନ୍ସଲର ତଥା ରେଜିଷ୍ଟ୍ରାର
ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶାରେ ଖୁବ୍ ଶୀଘ୍ର କମିବ ଶୀତ

ଭୁବନେଶ୍ୱର: ଓଡ଼ିଶାରେ ଜାରି ରହିଥିବା ଶୀତର ପ୍ରକୋପ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ଫେବୃଆରୀ ୨ ତାରିଖ ଠାରୁ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଫେବୃଆରୀ ମାସରେ ଦିନରେ ଅଧିକ ଗରମ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ରାତିର ତାପମାତ୍ରା ଥଣ୍ଡା ରହିପାରେ ବୋଲି ସିଇସି ଜାରି କରିଥିବା ବୁଲେଟିନ୍‌ରେ କୁହାଯାଇଛି।

ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ପ୍ରଭାବ ଫେବୃଆରୀ ୩ ରୁ ୫ ତାରିଖ ମଧ୍ୟରେ ରାଜ୍ୟ ଉପରେ ପଡିବ। ଫେବୃଆରୀ ୩ ତାରିଖ ରାତିରେ ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଘୂର୍ଣ୍ଣିଝଡ ସହ କରକାପାତ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେହିପରି ବରଗଡ, ସମ୍ବଲପୁର, ସୋନ୍‌ପୁର, ବଲାଙ୍ଗିର, ବୌଦ ଏବଂ ସୁନ୍ଦରଗଡ ଜିଲ୍ଲାରେ ଫେବୃଆରୀ ୩ ତାରିଖ ଅପରାହ୍ଣ ଓ ରାତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଉତର ଓଡ଼ିଶାର କେତେକ ଜିଲ୍ଲାରେ ମଧ୍ୟ ଫେବୃଆରୀ ୪ ତାରିଖରେ ସମାନ ପ୍ରକାର ପାଣିପାଗ ରହିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି।

Categories
ଆଞ୍ଚଳିକ

ସୋଆରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ୨୦୨୨ ବର୍ଷ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଓ ଶୁଭପ୍ରଦ। ଚଳିତ ବର୍ଷ ଦେଶ ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ସହ ୭୩ ତମ ଗଣତନ୍ତ୍ର ଦିବସ ମଧ୍ୟ ପାଳନ କରୁଛି। ସେହିପରି ଚଳିତ ବର୍ଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ବାର୍ଷିକୀ।

ଏଥିସହିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟ ଏହି ବର୍ଷ ୨୫ ବର୍ଷ ପୂରଣ କରିଛି। ତେଣୁ ଏସବୁ ଦୃଷ୍ଟିରୁ ୨୦୨୨ ସୋଆ ପରିବାର ପାଇଁ ଖୁବ୍ ଗର୍ବର ବର୍ଷ ବୋଲି ମତ ରଖିଛନ୍ତି ସୋଆର ପ୍ରୋ-ଚ୍ୟାନ୍‌ସେଲର ପ୍ରଫେସର ଅମିତ ବାନାର୍ଜୀ। ୭୩ ତମ ସାଧାରଣତନ୍ତ୍ର ଦିବସ ଅବସରରେ ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ଅବସରରେ ଏହା କହିଛନ୍ତି ପ୍ରଫେସର ବାନାର୍ଜୀ।

ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆମ ପାଠ୍ୟକ୍ରମ ସହ ସଂଶ୍ଲିଷ୍ଟ କରିବା ନେଇ ଆମେ ସମସ୍ତେ ଶପଥ କରିବା ଉଚିତ୍‌ ବୋଲି ପ୍ରଫେସର ବାନାର୍ଜୀ କହିଛନ୍ତି।

ଏହି ଅବସରରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗ ଦେଇ ଆଗାମୀ ପିଢ଼ି କିଭଳି ଗଣତନ୍ତ୍ର ଦିବସର ଗାରିମା ଓ ଗୁରୁତ୍ୱକୁ ବୁଝିବେ ସେ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ୍ ବୋଲି କହିଥିଲେ। କୋଭିଡ ମହାମାରୀର ୨ ବର୍ଷ ଭିତରେ ପିଲାମାନଙ୍କର ପାଠପଢ଼ା ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହେବା ନେଇ ସେ ଉଦ୍‌ବେଗ
ପ୍ରକାଶ କରିଥିଲେ।

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ସୋଆ ସାରା ରାଜ୍ୟ ଓ ଦେଶରେ ଉଦାହରଣ ସୃଷ୍ଟି କରିଛି। ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ପ୍ରଦାନ କରିବାରେ ସୋଆ ପକ୍ଷରୁ ଉତମ ପଦକ୍ଷେପ ଗ୍ରହଣ କରାଯାଇଛି। ତେଣୁ ୨୫ ବର୍ଷ ପୂରଣ କରିଥିବା ସୋଆ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗବେଷଣା କ୍ଷେତ୍ରରେ କିଭଳି ଆଗାମୀ ବର୍ଷରେ ଆହୁରି ଉଚ୍ଚକୋଟୀର କାର୍ଯ୍ୟ କରିବ ସେ ଦିଗରେ ସମସ୍ତେ ପ୍ରଚେଷ୍ଟା କରିବା ଉଚିତ୍ ବୋଲି ପ୍ରଫେସର ମହାପାତ୍ର କହିଥିଲେ।

ଏହି ଅବସରରେ ପ୍ରୋ-ଭିସି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚିଫ୍  ଆଡ୍‌ମିନିଷ୍ଟ୍ରେଟିଭ୍ ଅଫିସର ପ୍ରମୋଦ କୁମାର ପଣ୍ଡା, ଜଏଂଟ ରେଜିଷ୍ଟ୍ରାର ଡଃ ଶଶାଙ୍କ ମିଶ୍ର ଓ ସୋଆ ଆଉଟ୍‌ରିଚ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଊପସ୍ଥିତ ଥିଲେ।