Categories
ଆଜିର ଖବର

Breaking News: ସୋନପୁର ଜିଲ୍ଲା ପାଇଁ ନିଯୁକ୍ତ ହେଲେ ନୂଆ ଜିଲ୍ଲାପାଳ

ଭୁବନେଶ୍ବର: ସୋନପୁର ଜିଲ୍ଲା ପାଇଁ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି କରାଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ହେଉଛନ୍ତି ବିମଳେନ୍ଦୁ ରାୟ। ବର୍ତ୍ତମାନ ବିମଳେନ୍ଦୁ ପୁର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି। ସେ ଯଥା ଶିଘ୍ର କାର୍ଯ୍ୟରେ ଯୋଗଦେବା ପାଇଁ କୁହାଯାଇଛି।

ସୋନପୁର ଜିଲ୍ଲାର ଜିଲ୍ଲାପାଳ ପଦବୀ ଖାଲି ପଡିଥିଲା। ସେଠାରେ ନିଯୁକ୍ତ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆସିବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ବଲାଙ୍ଗିର ତହସିଲଦାର ଥିବା ବେଳେ ଦୁର୍ନିତି କରିଥିବାର ସେଠାକାର ଜିଲ୍ଲାପାଳ ଚଞ୍ଚଳ ରାଣା ଅଭିଯୋଗ କରିଛନ୍ତି।