Categories
ଆଜିର ଖବର ରାଜ୍ୟ ଖବର

ଗଣଶିକ୍ଷା ବିଭାଗରେ ସୃଷ୍ଟି ହେବ ୧୦୦୮ଟି ନୂଆ ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ, ଦିଆଯିବ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟରେ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ୧୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ପଦ୍ଧତି ଆରମ୍ଭ ହୋଇଛି ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଭିନ୍ନ ବିଷୟରେ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ କରିବାକୁ ଓଡିଶା ଲୋକସେବା ଆୟୋଗକୁ ସୂଚନା ଦିଆଯାଇଛି। ୨୩ ଗୋଟି ଭିନ୍ନ ଭିନ୍ନ ବିଷୟ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଏହି ନିଯୁକ୍ତି କରାଯିବ।

ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତାକୁ ସୁଦୃଢ କରିବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ଏହି କ୍ରମରେ ଭିତ୍ତିଭୂମିର ଉନ୍ନତିକରଣ ଏବଂ ଶିକ୍ଷକ ନିଯୁକ୍ତି ଉପରେ ପ୍ରାଧାନ୍ୟ ଦେଇଛନ୍ତି। ଏହି ନିଯୁକ୍ତି ଦ୍ଵାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପୂରଣ ହେବା ସହିତ ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟ ଭିତ୍ତିକ ପାଠ୍ୟକ୍ରମକୁ ସଠିକ୍ ଭାବେ ଅଧ୍ୟୟନ କରିବାର ସୁଯୋଗ ପାଇବେ।

ପୂର୍ବରୁ ୫୦ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟରୁ ଉନ୍ନୀତ ହୋଇଥିବା ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏହି ନିଯୁକ୍ତି କରାଯିବ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏହି ଚୟନ ଶେଷ ହେବା ପରେ ଉଚ୍ଚ ଶିକ୍ଷା ବିଭାଗରୁ ଆସି ଶିକ୍ଷାଦାନ କରୁଥିବା ଅତିଥି ଅଧ୍ୟାପକମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗକୁ ଫେରାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ନିଯୁକ୍ତି ହେବେ ୨୦ ହଜାର ପ୍ରାଥମିକ ଶିକ୍ଷକ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ବର: ସ୍କୁଲ ଓ ଗଣଶିକ୍ଷା ବିଭାଗ ରାଜ୍ୟର ଶିକ୍ଷକ ଅଭାବ ପୂରଣ ପାଇଁ ନେଇଛି ଏକ ବଡ ପଦକ୍ଷେପ। ସେହି ଅନୁସାରେ ରାଜ୍ୟରେ ଏକାଥରେ ନିଯୁକ୍ତ ହେବେ ୨୦ ହଜାର ପ୍ରାଥମିକ ଶିକ୍ଷକ। ସେ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଆସନ୍ତା ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୧୦, ଆବେଦନ କରିବାର ଶେଷ ତାରିଖ ରଖାଯାଇଛି।

ଏ ସଂପର୍କରେ ଓସେପା ୱେବସାଇଟ୍‌ https://osepa.odisha.gov.in ରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ କିପରି ଆବେଦନ କରାଯିବ ତାହାର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି। ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍‌ରେ କରାଯିବ। କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ପ୍ରାର୍ଥୀ ଚୟନ କରାଯିବ।

ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଓସେପା ୱେବସାଇଟ୍‌ରେ ନିଯୁକ୍ତି ସମ୍ବନ୍ଧୀତ ସମସ୍ତ ତଥ୍ୟ ପ୍ରଦାନ କରାଯିବ। ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟାରେ ସମସ୍ୟା ହେଲେ ହେଲ୍ପଡେସ୍କ୍‌ ନମ୍ବର ୭୩୫୩୯୨୭୭୭୯ ରେ ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଯୋଗାଯୋଗ କରିପାରିବେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୧୨୦ଟି ଶିକ୍ଷକ ପଦବୀ ପୂରଣ ପାଇଁ ବାହାରିଲା ନିଯୁକ୍ତି

ଭୁବନେଶ୍ୱର: ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୧୨୦ଟି ଶିକ୍ଷକ ପ୍ରଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁମୋଦନ କରିଛନ୍ତି। ଏଥିପାଇଁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ କମିଶନ ଡିସେମ୍ବର ୧୨ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ସେହି ବିଜ୍ଞପ୍ତି ଅନୁସାରେ ଡିସେମ୍ବର ୨୦ ତାରିଖରେ ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ ହୋଇଛି ଓ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହିଁ ପଞ୍ଜୀକରଣ କରାଯିବ। ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏ ସଂପର୍କରେ ଅଧିକ ତଥ୍ୟ www.ossc.gov.in କୁ କ୍ଲିକ କଲେ ଜାଣିପାରିବେ।

ଏଥିରେ ତିନୋଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ପ୍ରାଥମିକ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାର୍ଟିଫିକେଟ୍‌ ଯାଞ୍ଚ, ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପରୀକ୍ଷା କରାଯିବ। କେବଳ ଇଂରାଜୀ ବିଷୟ ବ୍ୟତୀତ ପରୀକ୍ଷା ସମ୍ବନ୍ଧୀୟ ସଂପୂର୍ଣ୍ଣ ତଥ୍ୟ ପରେ ପ୍ରକାଶ କରାଯିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦଶମ ପାଶ୍ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ପୁଣି ଥରେ ସରକାର ବଢାଇଲେ ନାମଲେଖା ସମୟ

ଭୁବନେଶ୍ବର: ପୁଣି ଥରେ ରାଜ୍ୟ ସରକାର ଦଶମ ପାଶ ଛାତ୍ରଛାତ୍ରୀଙ୍କ ନାମଲେଖା ସମୟ ବୃଦ୍ଧି କରିଛନ୍ତି। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ସେହି ଅନୁସାରେ ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇ ପାରି ନାହିଁନ୍ତି, ସେମାନେ ଏହି ନାମଲେଖାରେ ଭାଗ ନେଇପାରିବେ।

ଏହି ଛାତ୍ରଛାତ୍ରୀମାନେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୦ରୁ ୨୭ ତାରିଖ ଭିତରେ ଅନଲାଇନରେ ଆବେଦନ କରିପାରିବେ। ସେଥିପାଇଁ ଛାତ୍ରଛାତ୍ରୀ ବା ଅଭିବାବକମାନେ ଲଗଅନ କରି ଏହି ଆବେଦନ କରିପାରିବେ। ଲଗଅନ ଆଇଡି ହେଲା www.samsodisha.gov.in । ମୁଖ୍ୟତଃ ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ କୌଣସି କାରଣରୁ ନାମ ଲେଖାଇପାରିଲେ ନାହିଁ, ସେମାନଙ୍କୁ ଆଉ ଏକ ସୁଯୋଗ ପ୍ରଦାନ କରାଯାଉଛି।