ଭୁବନେଶ୍ବର: ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ଏବଂ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ମୋଟ ୬୭ଟି ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉନ୍ନୀତ କରିବା ପାଇଁ ଅନୁମୋଦନ ମିଳିଛି।



ଆବଶ୍ୟକୀୟ ମାନଦଣ୍ଡ ଏବଂ ନିୟମାବଳୀ ଅନୁଯାୟୀ ଏହି ବିଦ୍ୟାଳୟଗୁଡ଼ିକ ଉନ୍ନୀତ ହେବା ସହିତ ଏହାର ସମ୍ପୂର୍ଣ୍ଣ ତାଲିକା ମଧ୍ୟ ପ୍ରକାଶ କରାଯାଇଛି। ଲୋକଙ୍କ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଅଞ୍ଚଳର ଶିକ୍ଷାର୍ଥୀମାନେ ଏବେ ନିଜ ନିକଟସ୍ଥ ବିଦ୍ୟାଳୟରେ ବିନା କୌଣସି ଅସୁବିଧାରେ ଉଚ୍ଚ ପ୍ରାଥମିକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ।


