Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର୍ ଘଟଣା: ନାକଟିଦେଉଳରୁ ଧରିଲା ପୋଲିସ୍

କନ୍ଦର୍ପ ବେହେରା
ରେଢାଖୋଲ: ଗତ୧୬ ତାରିଖ ରାତିରେ ରେଢାଖୋଲ ଥାନା ରଥତଇଲା ଗ୍ରାମରେ ନିଜ ପତ୍ନୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରି ସ୍ୱାମୀ ଫେରାର୍ ହୋଇଯାଇଥିଲା। ଆଜି ରେଢାଖୋଲ ପୋଲିସ୍ ନାକଟିଦେଉଳରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ୍ କହିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ରଥତଇଲା ଗ୍ରାମରେ ବସନ୍ତ ବେହେରାଙ୍କ ଘରେ ରହି ପଶ୍ଚିମବଙ୍ଗ ରାଜ୍ୟର ଅବଦୁଲ୍ ଖାନ୍ ଇଟା କାରଖାନାରେ କାମ କରୁଥିଲା। ରେଢାଖୋଲ ଅଂଚଳର ସାଲମି ମିଞ୍ଜକୁ ସେ ଦ୍ୱିତୀୟ ବିବାହ କରିଥିବା ବେଳେ ସାଲିମି ମିଞ ମଧ୍ୟ ଦ୍ୱିତୀୟ ବିବାହ କରିଥିଲେ ଅବଦୁଲ୍ କୁ। କୈାଣସି କାରଣରୁ ଗତ କାଲି ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସେ ଏକ ଠେଙ୍ଗାରେ ସ୍ତ୍ରୀ ସାଲମୀ କୁ ପିଟିପଟି ହତ୍ୟା କରି ସକାଳେ ନାକଟିଦେଉଳ ପଟେ ଫେରାର୍ ମାରିଥିଲା। ମୃତକ ମହିଳାର ଦେଢ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ରହିଛି। ସେ ପତ୍ନୀକୁ ହତ୍ୟା କରି ଡିମିରିକୁଦା ନିକଟରୁ ଏକ ଘରୋଇ ବସ୍‌ରେ ନାକଟିଦେଉଳ ପଟେ ଫେରାର୍ ହୋଇଯାଇଥରଲା। ସଙ୍ଗରେ ଦେଢ ବର୍ଷର ଶିଶୁ ପୁତ୍ର ଥିବାରୁ ସେ ବେଶି ଦୂର ପର୍ଯ୍ୟନ୍ତ ଯାଇ ପାରି ନ ଥିଲା।

ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଆଜି ନାକଟିଦେଉଳରୁ ଗିରଫ କରିଥିଲା। ଦେଢ ବର୍ଷର ଶିଶୁ ପୁତ୍ରକୁ ମଧ୍ୟ ପୋଲିସ୍ ଆଣି ସମ୍ବଲପୁରର ଏକ ସ୍ୱେଚ୍ଛାସେବୀ ସଂଗଠନକୁ ହସ୍ତାନ୍ତର କରିଛି। ହତ୍ୟାକାରୀକୁ ଆଜି କୋର୍ଟ ଚାଲାଣ କରିଥିବା ବେଳେ ତା ନାମରେ ରେଢାଖୋଲ କେସ୍ ନଂ ୧୪୩ ତା ୧୭/୬/୨୦୨୩ ୟୁ/ଏସ୍ ୪୯୮ –ଏ/୩୦-୨ ଆଇପିସି ଧାରାରେ ମାମଲା ରୁଜୁ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁତ୍ର ସନ୍ତାନ ଜନ୍ମ ପରେ ସ୍ତ୍ରୀ ଉପରେ ସଂଦେହ ଅଭିଯୋଗ: କିରୋସିନି ଢ଼ାଳି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଝିଅ ଜନ୍ମ ହେବା ଯୋଗୁଁ ପ୍ରଥମେ ନିର୍ଯ୍ୟାତନା। ତା’ପରେ ପୁଅ ଜନ୍ମ ଯୋଗୁଁ ସ୍ତ୍ରୀ ଉପରେ ସଂଦେହ। ଶେଷରେ ସାତଜନ୍ମକୁ ସାଥୀ ହୋଇ ବିବାହ କରିଥିବା ସ୍ତ୍ରୀକୁ କିରୋସିନି ଢ଼ାଳି ଜିଅନ୍ତା ପୋଡ଼ି ମାରିଦେବା ଭଳି ଏକ ଘଟଣା ଘଟିଛି ମୋହନା ଥାନା ଅନ୍ତର୍ଗତ ଗୋଠକେଳି ଗ୍ରାମରେ।

୨୦୧୬ ମସିହାରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ନାରାୟଣ ନାୟକଙ୍କ ଝିଅ ମାନିନିକୁ ମୋହନା ଥାନା ଅର୍ନ୍ତଗତ ଗୋଠକୋଳି ଗ୍ରାମର ମଧୁସୂଦନ ବେହେରା ବିବାହ କରିଥିଲେ। ୨୦୧୭ରେ ଏକ କନ୍ୟା ସନ୍ତାନ ଯାତ ହେବା ପରେ କୈଳାସ, ମାନିନି ଉପରେ ଝିଅ ଜନ୍ମ ନେଇ ଶାରୀରିକ ଓ ମାନସିକ ଅତ୍ୟାଚାର ଆରମ୍ଭ କରିଥିଲେ। ୨୦୧୯ ମସିହାରେ ମଧୁସୂଦନଙ୍କ ଔରସରୁ ଏକ ପୁତ୍ରସନ୍ତାନ ଜନ୍ମ ହୋଇଥିଲା। ପୁତ୍ର ସନ୍ତାନ ଜନ୍ମ ପରେ ସ୍ତ୍ରୀ ଉପରେ ସଂଦେହ କରି ଏହା ମୋର ପୁଅ ନୁହେଁ ବୋଲି କହି ଆସୁଥିଲେ ମଧୁସୂଦନ।

ଏହାସହ ମଧୁସୂଦନଙ୍କ ପରିବାରର ବାପା କୈଳାସ ବେହେରା, ମା’ ରତନୀ ବେହେରା, ଯା’ ସୁନା ବେହେରା, ଦେଢ଼ଶୁର ଲୋଚନ ବେହେରା, ଦିଅର ଜାରା ବେହେରା, ନଣନ୍ଦ ଜ୍ୟୋତ୍ସ୍ନା ମାଳି ବେହେରା ପ୍ରତ୍ୟେକ ଦିନ ମାନିନିକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ। ପୂର୍ବରୁ ମାନିନି ଏନେଇ ମା’ ଘରକୁ ଜଣାଇବା ସହ ଉଭୟ ପରିବାର ମଧ୍ୟରେ ମନାନ୍ତର ରହିଥିଲା।

ଗତ ୧୩.୩.୨୦୨୧ ତାରିଖରେ ମାନିନିର ହାତଗୋଡ଼ ବାନ୍ଧି ମଧୁସୂଦନ ଏବଂ ତାଙ୍କ ପରିବାର ଲୋକେ କିରୋସିନି ଢ଼ାଳି ନିଆଁରେ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ। ମାନିନିଙ୍କ ଶାରୀରର ୮୦ ଭାଗ ପୋଡ଼ି ଯାଇଥିଲା। ସେ ବ୍ରହ୍ମପୁରରେ ରହି ଚିକିତ୍ସିତ ହେବା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସୋମ ହସ୍‌ପିଟାଲ୍ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏନେଇ ଭୁବନେଶ୍ୱର ଭରତପୁର ଥାନାରେ ୫୨/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଖବର ଜାଣିବାପରେ ମାନିନିର ଭାଇ କୁମୁଦ ଭଉଣୀକୁ ପୋଡ଼ି ମାରିଦେଇଥିବା ଅଭିଯୋଗରେ କରି ମୋହନା ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କୁମୁଦ ଥାନାରେ ଅକୁଳ ନିବେଦନ କରିଛନ୍ତି।

ସୂଚନାଥାଉକି ମୃତ ମାନିନିର ଏକ ୫ ବର୍ଷର ଝିଅ ଏବଂ ଦେଢ଼ବର୍ଷର ପୁଅ ଅଛନ୍ତି। ଉଭୟ ବର୍ତ୍ତମାନ ମା’ ଛେଉଣ୍ଡ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର ନରେନ୍ଦ୍ରପୁରରେ ଅଭାବନୀୟ କାଣ୍ଡ: ସ୍ତ୍ରୀକୁ ହତ୍ୟା କରି ଥାନାରେ ପହଞ୍ଚିଲା ସ୍ବାମୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ବୁଲା ପ୍ରଧାନ ବାଣପୁର ଥାନାରେ ଆତ୍ମସମର୍ପଣ କରିଛି। ମୃତ ସ୍ତ୍ରୀଜଣକ ହେଉଛନ୍ତି ରୋଜାଲିନ୍‌ ପ୍ରଧାନ।

ମିିଳିଥିବା ସୂଚନା ଅନୁସାରେ, ନରେନ୍ଦ୍ରପୁର ଗ୍ରାମର ଚିତ୍ତରଞ୍ଜନ ପ୍ରଧାନଙ୍କ ପୁଅ ବୁଲା ପ୍ରଧାନଙ୍କୁ ୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ରୋଜାଲିନ୍। ରୋଜାଲିନ୍‌ଙ୍କ  ବାପ ଘର ଭୀମପୁର ସ୍ଥିତ ବାଘୁଆପଦର। ପୂର୍ବରୁ ରୋଜାଲିନ୍ ତାଙ୍କ ସ୍ୱାମୀଙ୍କ ସହ ସୁଦୂର ହାଇଦ୍ରାବାଦରେ ଅବସ୍ଥାପନ କରୁଥିଲେ। ତେବେ କିଛି ଦିନ ପୂର୍ବେ ଉଭୟେ ନିଜ ଗ୍ରାମକୁ ଫେରି ସରକାରଙ୍କ ନିୟମ ଅନୁଯାୟୀ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହି ନିକଟରେ ନିଜ ଘରକୁ ଫେରିଥିଲେ।

ଘରକୁ ଫେରିବା ଦିନଠାରୁ ବୁଲା ପ୍ରଧାନ ତାଙ୍କ ପତ୍ନୀଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେବାସହ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ରୋଜାଲିନଙ୍କ ସମ୍ପର୍କୀୟ ପିଉସୀ ଶାନ୍ତିଲତା ଦଳେଇ। ଏପରିକି ବୁଲା ପ୍ରଧାନ  ରୋଜାଲିନ୍‌ଙ୍କୁ ମାରି ତାଙ୍କ ଶାଳୀକୁ ବିବାହ କରି ତାଙ୍କ ଘରର ସମସ୍ତ ସମ୍ପତ୍ତି ହଡପ କରିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଶାନ୍ତିଲତା ଦଳେଇ। ଏହି ଘଟଣାକୁ ନେଇ ରୋଜାଲିନ ପୂର୍ବରୁ ବହୁଥର ନିଜ ପରିବାର ଲୋକଙ୍କୁ ଏବଂ ବାଣପୁର ଥାନାରେ ଅଭିଯୋଗ କରିଆସୁଥଲେ। ପୁନଶ୍ଚ ଗତକାଲି ଉଭୟେ ବାଣପୁର ଥାନାଧିକାରୀଙ୍କୁ ଲିଖିତ ଆକାରରେ ମିଳିମିଶି ଚଳିବା ପାଇଁ ସହମତି ପ୍ରକାଶ କରି ସନ୍ଧ୍ୟାରେ ଦୁଇଜଣ ନିଜ ଘରକୁ ଫେରିଥିଲେ।

ଗତକାଲି ରାତିରେ ସ୍ୱାମୀ ବୁଲା ପ୍ରଧାନ ତାଙ୍କ ସ୍ତ୍ରୀ ରୋଜାଲିନ ପ୍ରଧାନଙ୍କୁ ଗାମୁଛାରେ ତଣ୍ଟିକୁ ଚିପି ମାରିଦେବାପରେ ଆଜି ସକାଳେ ବାଣପୁର ଥାନାରେ ନିଜେ ହତ୍ୟାକୁ ସ୍ୱୀକାର କରି ପୋଲିସ ନିକଟରେ ଆତ୍ମସମର୍ପଣ କରଛନ୍ତି। ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠି, ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ ସଦଳବଳେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।