Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଡ଼ାକ୍ତରଙ୍କୁ ଆଜୀବନ କାରାଦଣ୍ଡ ଆଦେଶ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟାକାଣ୍ଡ ଶୁଣାଣି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ୍ ରାଜ କୁମାର ଦାସଙ୍କ ଅଦାଲତରେ ସମାପ୍ତ ହୋଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ମାନ୍ୟବର ଅଦାଲତ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏତଦବ୍ୟତୀତ ୧୦ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।

ସେହିପରି ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବା ପାଇଁ ସହଯୋଗ କରିଥିବା ବିଧାନ ସେଠୀ ଓ ଗଙ୍ଗା ବେହେରାକୁ ଦୁଇ ବର୍ଷ ଲେଖାଏଁ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି।

ପ୍ରକାଶ ଥାଉକି ଛତ୍ରପୁର ଉପଖଣ୍ଡ ଡ଼ାକ୍ତରଖାନାର ତତ୍କାଳୀନ ବରିଷ୍ଠ ଡାକ୍ତର ଡ଼ଃ ତ୍ରିପାଠୀ ବ୍ରହ୍ମପୁର ଧୁଆଁ ବସଷ୍ଟାଣ୍ଡ ନିକଟସ୍ଥ ନିଜ ଘରେ ଗାୟତ୍ରୀ କ୍ଲିନିକ୍ ନାମରେ ଏକ ନର୍ସିଂ ହୋମ୍ ଚଳାଇଥିଲେ। ଉକ୍ତ ନର୍ସିଂ ହୋମ୍ ରେ ଜଣେ ମହିଳା ନର୍ସ୍ ଭାବେ କାର୍ଯ୍ୟ କରୁଥିବା ବେଳେ ଖଲିକୋଟ ଥାନା ଅନ୍ତର୍ଗତ ବାଉଁଶିଆ ଗ୍ରାମର ବିଷ୍ଣୁ ଗୌଡ଼ ନାମରେ ଜଣେ ବ୍ୟାଙ୍କ ଏଜେଣ୍ଟ୍ ଉଭୟ ଡାକ୍ତର ଓ ନର୍ସ୍ ଙ୍କ ପରିଚିତ ହୋଇଥିଲେ।

କିନ୍ତୁ ଉକ୍ତ ଏଜେଣ୍ଟ୍ ଓ ବିବାହିତ ଡାକ୍ତର ହୃଷିକେଶ ତ୍ରିପାଠୀ ଉଭୟେ ମହିଳା ନର୍ସ୍ କୁ ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ଡାକ୍ତର ତ୍ରିପାଠୀ ଜାଣିବା ପରେ ଦିବଂଗତ ଏଜେଣ୍ଟଙ୍କୁ ଏହି ପ୍ରେମ ସମ୍ପର୍କରୁ ଦୁରେଇ ରହିବା ପାଇଁ ତାଗିଦ୍ କରିଥିଲେ। କିନ୍ତୁ ବିଷ୍ଣୁ ଗୌଡ଼ ଡାକ୍ତରଙ୍କ ନଶୁଣିବାରୁ ତାକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରି ସୁଯୋଗ ଦେଖି ବିଷ୍ଣୁଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଅଚେତ ଅବସ୍ଥାରେ ତାକୁ କଟୁରୀ ଜରିଆରେ ହତ୍ୟା କରି ତାର ଅଙ୍ଗପ୍ରତ୍ୟଙ୍ଗ ସବୁ ଅଲଗା ଅଲଗା କରି ଏକ ଜରି ଅଖାରେ ଭର୍ତ୍ତି କରି ନିଜ କ୍ଲିନିକ୍ କର୍ମଚାରୀ ଗଙ୍ଗା ବେହେରା ଓ ବିଧାନ ସେଠୀ ଜରିଆରେ ବଡଡୁମୁଳା ସ୍ଥିତ ଏକ ପରିତ୍ୟକ୍ତ କୁଅଁରେ ନେଇ ପକାଇ ଦେଇଥିଲେ।

ଏହି ଘଟଣା ପରେ ଡାକ୍ତର ତ୍ରିପାଠୀଙ୍କ ଗାଡ଼ି ଚାଲକ ମୃତ ବିଷ୍ଣୁଙ୍କ ପତ୍ନୀଙ୍କୁ ଜଣାଇବା ପରେ ପତ୍ନୀଙ୍କ ଅଭିଯୋଗକୁ ଗ୍ରହଣ କରି ଏକ ଅପହରଣ ମାମଲା ରୁଜୁ କରି ପୋଲିସ ଗତ ୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ବିଷ୍ଣୁଙ୍କ ଖଣ୍ଡବିଖଣ୍ଡିତ ଶବକୁ ଉକ୍ତ କୁଅ ମଧ୍ୟରୁ ବାହାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ଏବଂ ଡ଼ଃ ତ୍ରିପାଠୀକୁ ବାରମ୍ବାର ଥାନାକୁ ନେଇ ଜେରା କରିବା ପରେ ସେ ନିଜେ ହତ୍ୟାକାରୀ ବୋଲି ସ୍ଵୀକାର କରିଥିଲେ। ପୋଲିସ ସେହିଦିନଠାରୁ ତାଙ୍କୁ ଗିରଫ କରି ହତ୍ୟା ମାମଲାରେ କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାରେ ମୋଟ ୨୩ ଜଣଙ୍କ ସାକ୍ଷୀ ବୟାନ୍ ଗ୍ରହଣ କରି ମାନ୍ୟବର ଅଦାଲତ ଉକ୍ତ ରାୟ ଶୁଣାଇଛନ୍ତି। ଏହି ଭଳି ରାୟ ଶୁଣିବା ପରେ ମୃତ ବିଷ୍ଣୁଙ୍କ ପତ୍ନୀ ନର୍ମଦା ଗୌଡ଼ ସନ୍ତୋଷ ପ୍ରକାଶ କରିବା ସହ ଡ଼ଃ ତ୍ରିପାଠୀଙ୍କ ମୃତ୍ୟୁ ପରେ ହିଁ ସେ ଖୁସି ହେବେ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଆଦେଶ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ୨୦୨୧ ଜୁଲାଇ ମାସରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାର ଶୁଣାଣି କରି ମାନ୍ୟବର ଜିଲ୍ଲା ଦୌରାଜଜ୍ ରୁପଶ୍ରୀ ଚୌଧୁରୀ ସାକ୍ଷ୍ୟ ପ୍ରମାଣ କୁ ଆଧାର କରି ଅଭିଯୁକ୍ତ ବିନୋଦ ଦାସ କୁ ଆଜୀବନ କାରାଦଣ୍ଡ ଆଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ହରିଜନ ସାହିର ବିନୋଦ ଦାସ ଓ ଦିଲ୍ଲୀ ଦାସଙ୍କ ମଧ୍ୟରେ ଟଙ୍କା ଚୋରିକୁ ମନୋମାଳିନ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ଘଟଣା ଉଗ୍ରରୂପ ଧାରଣ କରି ଦିଲ୍ଲୀ ଦାସ କୁ ବିନୋଦ ଦାସ ଏକ ଲୁହା ଛଡରେ ମୁଣ୍ଡକୁ ପିଟି ଦେବାରୁ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିଲେ। ଏ ସଂକ୍ରାନ୍ତରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ୮ ଜଣ ସାକ୍ଷୀଙ୍କ ବୟାନକୁ ନେଇ ମାନ୍ୟବର ଅଦାଲତ ଉକ୍ତ ରାୟ ଶୁଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାବାସ ଓ ୫୦ ହଜାର ଅର୍ଥ ଦଣ୍ଡ

କନ୍ଦର୍ପ ବେହେରା

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ସ୍ଥାନୀୟ ସିଭିଲ କୋର୍ଟର ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାବାସ ସହିତ ୫୦ ହଜାର ଟଙ୍କା ଅର୍ଥ ଦଣ୍ଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶୁଣାଣୀ କରିଛନ୍ତି। ସୂଚନା ଯୋଗ୍ୟ ଯେ ୨୦୨୦ ମସିହାରେ କିସିଣ୍ଡା ଥାନା କେଶ ନଂ ୨୨/୨୦ ରେ ଖଣ୍ଡିବାହାଳ ଗ୍ରାମର ଗୌତମ ମାଝି (୪୦) ହତ୍ୟା ଅଭିଯୋଗରେ ଗିରଫ ହୋଇଥିଲେ। ଗୌତମଙ୍କ ନିଜ ସ୍ତ୍ରୀ ସହିତ ଜଣେ ଯୁବକ ପରକ୍ରୀୟା ପ୍ରୀତି ସନ୍ଦେହରେ ଯୁବକ ଭୀମସେନ ସ୍ୱାଇଁ (୩୦) ଙ୍କୁ ହତ୍ୟା କରିଥିଲେ।

ଏହି ହତ୍ୟା ଅଭିଯୋଗରେ ସମସ୍ତ ସାକ୍ଷୀ ଓ ପୋଲିସ୍ ବୟାନକୁ ଭତ୍ତିକରି ଦୌରା ଜଜ୍ ଆଜୀବନ କାରାବାସ ସହିତ ୫୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅର୍ଥ ପୈଠ ନ କଲେ ଆଉ ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଯାଇଛି। ଏଥିରେ ସରକାରୀ ଓକିଲ ଭାବରେ ନାରାୟଣ ତ୍ରିପାଠୀ ନିଯୁକ୍ତି ହୋଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୮ ବର୍ଷ ପରେ ଧରାପଡ଼ିଲା ହତ୍ୟା ଅଭିଯୁକ୍ତ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୀର୍ଘ ୧୮ ବର୍ଷ ପରେ ଜଣେ ହତ୍ୟା ଅଭିଯୁକ୍ତକୁ ପୁରୁଷୋତ୍ତମପୁର ପୋଲିସ୍ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶର୍ଗୁଣାପଲ୍ଲୀ ଗ୍ରାମର ଛଇଳ ନାହାକ।

ଘଟଣାରୁ ପ୍ରକାଶ ଯେ ଗତ ୨୧.୪.୨୦୦୨ ମସିହାରେ ଜମିଜମାକୁ କେନ୍ଦ୍ର କରି ଛଇଳ ନାହାକ ଏବଂ ଅନ୍ୟ ତିନିଜଣ ଅଭିଯୁକ୍ତ ଗ୍ରାମର ଶଙ୍କର ନାହାକ ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରିଥିଲେ। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଗିରଫ ହୋଇଯାଇଥିବାବେଳେ ଚଇଳ ସେହି ଦିନଠାରୁ ଫେରାର୍ ହୋଇଯାଇଥିଲା। ବହୁସ୍ଥଳରେ ଖୋଜାଖୋଜି କରିବା ପରେ ମଧ୍ୟ ତାହାର କୌଣସି ପତ୍ତା ମିଳିନଥିବାବେଳେ କୌଣସି ସୂତ୍ରରୁ ସେ ଗ୍ରାମରେ ଥିବା ପୋଲିସ୍ ଖବରପାଇ ଛଇଳକୁ ଗିରଫ କରିଛି।

ଥାନା କେସ ନଂ ୫୧/୨୧.୨.୨୦୦୨, ୟୁ/ଏସ୍ ୧୧୪/୩୨୩/୩୦୨/୩୪ ଆଇପିସିରେ କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ଜଗନ୍ନାଥ ମଲିକ ସୂଚନା ଦେଇଛନ୍ତି।