୧୮ ବର୍ଷ ପରେ ଧରାପଡ଼ିଲା ହତ୍ୟା ଅଭିଯୁକ୍ତ

Published: Mar 14, 2021, 10:08 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୀର୍ଘ ୧୮ ବର୍ଷ ପରେ ଜଣେ ହତ୍ୟା ଅଭିଯୁକ୍ତକୁ ପୁରୁଷୋତ୍ତମପୁର ପୋଲିସ୍ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶର୍ଗୁଣାପଲ୍ଲୀ ଗ୍ରାମର ଛଇଳ ନାହାକ।

ଘଟଣାରୁ ପ୍ରକାଶ ଯେ ଗତ ୨୧.୪.୨୦୦୨ ମସିହାରେ ଜମିଜମାକୁ କେନ୍ଦ୍ର କରି ଛଇଳ ନାହାକ ଏବଂ ଅନ୍ୟ ତିନିଜଣ ଅଭିଯୁକ୍ତ ଗ୍ରାମର ଶଙ୍କର ନାହାକ ନାମକ ଜଣେ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରିଥିଲେ। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଗିରଫ ହୋଇଯାଇଥିବାବେଳେ ଚଇଳ ସେହି ଦିନଠାରୁ ଫେରାର୍ ହୋଇଯାଇଥିଲା। ବହୁସ୍ଥଳରେ ଖୋଜାଖୋଜି କରିବା ପରେ ମଧ୍ୟ ତାହାର କୌଣସି ପତ୍ତା ମିଳିନଥିବାବେଳେ କୌଣସି ସୂତ୍ରରୁ ସେ ଗ୍ରାମରେ ଥିବା ପୋଲିସ୍ ଖବରପାଇ ଛଇଳକୁ ଗିରଫ କରିଛି।

ଥାନା କେସ ନଂ ୫୧/୨୧.୨.୨୦୦୨, ୟୁ/ଏସ୍ ୧୧୪/୩୨୩/୩୦୨/୩୪ ଆଇପିସିରେ କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ଜଗନ୍ନାଥ ମଲିକ ସୂଚନା ଦେଇଛନ୍ତି।

Related posts