Categories
ଆଜିର ଖବର ରାଜ୍ୟ ଖବର

ଗ୍ୟାସ ସିଲିଣ୍ଡର ଫାଟି ମହିଳା ଜୀବନ୍ତ ଦଗ୍ଧ, ସ୍ବାମୀ ଗୁରୁତର

ନୟାଗଡ଼, ଆଜି ସକାଳେ ରୋଷେଇ କରୁଥିବା ସମୟରେ ହଠାତ ସିଲିଣ୍ଡରରେ ନିଆଁ ଲାଗିଯାଇ ବିସ୍ପୋରଣ ଘଟିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ନିଆଁ ଏତେ ଜୋର ଥିଲା ଯେ ରୋଷେଇ ଘର ଭିତରେ ହିଁ ମହିଳାଙ୍କ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

ଘଟଣାଟି ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ରାଣୀପଡା ପଞ୍ଚାୟତ ର ବିରିଡ଼ିହ ଗ୍ରାମରେ ଘଟିଛି। ମହିଳାଙ୍କ ନାମ ହରପ୍ରିୟା ଜେନା । ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମକରି ମହିଳାଙ୍କ ସ୍ୱାମୀ ସିଲୁ ଜେନା ମଧ୍ୟ ଗୁରୁତର ଭାବେ ନିଆଁରେ ପୋଡ଼ି ଆହତ ହୋଇଛନ୍ତି।

ବିସ୍ପୋରଣ ଏତେ ଭୟଙ୍କର ହୋଇଥିଲା ଘରଟି ସମ୍ପୁଣ୍ଣ ଜାଳି ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଙ୍କୁ ଆୟତ୍ତ କରିଛନ୍ତି। ଖଣ୍ଡପଡା ଥାନା ପୋଲିସ ପହଂଛି ତଦନ୍ତ ଆରମ୍ବ କରିଛି।