Categories
ଆଜିର ଖବର ରାଜ୍ୟ ଖବର

ହରିଡ଼ାମୂଳ ବଡ଼ଘାଟି ନିକଟରେ ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର: ୨ କିମି ଯାଏଁ ରାସ୍ତାକୁ ସିଲ୍ କଲା ପୋଲିସ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ୧୬ ହରିଡ଼ାମୂଳ ବଡ଼ଘାଟି ନିକଟରେ ଗ୍ୟାସ୍‌ ଟ୍ୟାଙ୍କର ଓଲଟିପଡିଥିବା ସୂଚନା ମିଳିଛି। ଯେଉଁଥିରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇଥିବା ବେଳେ ୨ କିମି ଯାଏଁ ରାସ୍ତାକୁ ପୋଲିସ ସିଲ୍ କରିଛି।

ସୂଚନା ଅନୁଯାୟୀ, ବିଶାଖାପାଟଣାରୁ ଖୋର୍ଦ୍ଧା ଅଭିମୁଖେ ଗ୍ୟାସ ଟ୍ୟାଙ୍କର ଆସୁଥିଲା। କିନ୍ତୁ ହରିଡ଼ାମୂଳ ବଡ଼ଘାଟି ନିକଟରେ ଭାରସମ୍ୟ ହରାଇ ଓଲଟିପଡିଥିଲା। ଖବର ପାଇ ଖଲିକୋଟ ଥାନା ପୋଲିସ, ଛତ୍ରପୁର ଏସ୍ ଡି ପି ଓ ଗୌରହରି ସାହୁ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିଛନ୍ତି ଓ ଟ୍ୟାଙ୍କର ରୁ ଗ୍ୟାସ ଲିକ୍ ଯୋଗୁଁ ପ୍ରତି ୧୫ ମିନିଟ ଥରେ ଗ୍ୟାସ ଟ୍ୟାଙ୍କରକୁ ପାଣି ପକାଯାଉଛି।

ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଗୁରୁତର ଆହତ ଡ଼୍ରାଇଭରକୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲିକୋଟ ଡାକ୍ତରଖାନାକୁ ପଠାଇଯାଇଛି ଓ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି ଓ ଆଜି ବୈଷୟିକ ଟିମ୍ ଆସିବା ପରେ ଟ୍ୟାଙ୍କର ଉଦ୍ଧାର କାର୍ଯକ୍ରମ ଚାଲିଛି।