Categories
ଆଜିର ଖବର ଜାତୀୟ ଖବର

ନାଗରିକମାନଙ୍କୁ ତିରଙ୍ଗା ସହ ଫଟୋ ଅପଲୋଡ କରିବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ harghartiranga.com ରେ ତ୍ରିରଙ୍ଗା ସହ ଫଟୋ ଅପଲୋଡ କରିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ଏକାଧିକ ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘‘ହର ଘର ତିରଙ୍ଗା’’ ଅଭିଯାନ ଆଜାଦୀ କା ଅମୃତ ମହୋତ୍ସବରେ ଏକ ନୂଆ ଶକ୍ତି ଭରିଛି। ଦେଶବାସୀମାନଙ୍କୁ ଚଳିତବର୍ଷ ଏହି ଅଭିଯାନକୁ ଏକ ନୂଆ ଉଚ୍ଚତାକୁ ନେଇଯିବାର ଅଛି। ଆସନ୍ତୁ, ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ଦେଶର ଗର୍ବ ଓ ଗୌରବର ପ୍ରତୀକ ଜାତୀୟ ପତାକାକୁ ଉଡ଼ାଇବା। ତ୍ରିରଙ୍ଗା ସହିତ harghartiranga.com ରେ ନିଜ ସେଲଫି ମଧ୍ୟ ନିଶ୍ଚିତ ଅପଲୋଡ କରିବା’’।

‘‘ସ୍ୱାଧୀନତା ଓ ରାଷ୍ଟ୍ରୀୟ ଏକତା ଉତ୍ସାହର ପ୍ରତୀକ ହେଉଛି ତ୍ରିରଙ୍ଗା। ତ୍ରିରଙ୍ଗା ସହିତ ପ୍ରତ୍ୟେକ ଭାରତୀୟଙ୍କର ଆବେଗିକ ସମ୍ପର୍କ ରହିଛି ଏବଂ ଏହା ଜାତୀୟ ପ୍ରଗତିକୁ ଆହୁରି ସମୃୃଦ୍ଧ କରିବାପାଇଁ କଠିନ ପରିଶ୍ରମ କରିବାକୁ ଆମକୁ ପ୍ରେରଣା ଦେଉଛି। ଏହି ପରିପ୍ରେକ୍ଷୀରେ ମୁଁ ଆପଣମାନଙ୍କୁ ‘ହର ଘର ତିରଙ୍ଗା’ ଅଭିଯାନରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଅଂଶଗ୍ରହଣ ନିମନ୍ତେ ଆହ୍ୱାନ ଜଣାଉଛି। ତ୍ରିରଙ୍ଗା ସହିତ ଆପଣମାନେ ନିଜ ଫଟୋକୁ harghartiranga.com ରେ ଅପଲୋଡ କରନ୍ତୁ।’’

Categories
ଆଜିର ଖବର ରାଜ୍ୟ ଖବର

ଆଇଏନଏସ ଚିଲିକା ପାଳନ କଲା ସ୍ୱାଧୀନତା ଦିବସର ୭୫ ତମ ବାର୍ଷିକୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଭାରତୀୟ ନୌସେନାର ପ୍ରାଥମିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇଏନଏସ ଚିଲିକା ଆଜି ସ୍ୱାଧୀନତା ଦିବସର ୭୫ ତମ ବାର୍ଷିକୀକୁ ଉତ୍ସାହ ଏବଂ ଦେଶପ୍ରେମ ସହକାରେ ପାଳନ କରିଛି। ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ ଆନୁଷ୍ଠାନିକ ପରେଡର ସମୀକ୍ଷା ପୂର୍ବରୁ ଯୁଦ୍ଧ ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆଇଏନଏସ ଚିଲିକାର ଦଶ ଜଣ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଦକ୍ଷତା ପ୍ରମାଣପତ୍ର ପ୍ରଦାନ କରିଥିଲେ। ଷ୍ଟେସନ କମାଣ୍ଡର ତାଙ୍କ ଅଭିଭାଷଣରେ ଆଇଏନଏସ ଚିଲିକାର କର୍ମକର୍ତ୍ତାଙ୍କୁ ଦେଶର ସେବାରେ ନିଜକୁ ସମର୍ପଣ କରିବାକୁ ଅନୁରୋଧ କରିଥିଲେ।

କମାଣ୍ଡିଂ ଅଫିସର ମଧ୍ୟ ନାଭାଲ ଶିଶୁ ବିଦ୍ୟାଳୟ ଏବଂ କେନ୍ଦ୍ରିୟ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଯାହାକି ସେମାନଙ୍କର ସାମୂହିକ ଜାତୀୟତା ତଥା ଦେଶପ୍ରେମର ଭାବନା ପ୍ରଦର୍ଶନ କରିଥିଲା। ‘ହର ଘର ତିରଙ୍ଗା ଅଭିଯାନ’ର ଏକ ଅଂଶବିଶେଷ ଭାବରେ, ସମସ୍ତ ନାଭାଲ୍ ଅଧିକାରୀ ଏବଂ ସେମାନଙ୍କ ପରିବାରବର୍ଗ ନିଜ ନିଜ କାର୍ଯ୍ୟାଳୟ ଏବଂ ବାସଗୃହରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।