ଆଇଏନଏସ ଚିଲିକା ପାଳନ କଲା ସ୍ୱାଧୀନତା ଦିବସର ୭୫ ତମ ବାର୍ଷିକୀ

Published: Aug 15, 2022, 9:21 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଭାରତୀୟ ନୌସେନାର ପ୍ରାଥମିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇଏନଏସ ଚିଲିକା ଆଜି ସ୍ୱାଧୀନତା ଦିବସର ୭୫ ତମ ବାର୍ଷିକୀକୁ ଉତ୍ସାହ ଏବଂ ଦେଶପ୍ରେମ ସହକାରେ ପାଳନ କରିଛି। ନାଭାଲ ଅଫିସର ଇନଚାର୍ଜ (ଓଡିଶା) ଓ ଆଇଏନଏସ ଚିଲିକା କମାଣ୍ଡିଂ ଅଫିସର କୋମୋଡର ଏନ.ପି ପ୍ରଦୀପ ଆନୁଷ୍ଠାନିକ ପରେଡର ସମୀକ୍ଷା ପୂର୍ବରୁ ଯୁଦ୍ଧ ମେମୋରିଆଲରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆଇଏନଏସ ଚିଲିକାର ଦଶ ଜଣ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ଦକ୍ଷତା ପ୍ରମାଣପତ୍ର ପ୍ରଦାନ କରିଥିଲେ। ଷ୍ଟେସନ କମାଣ୍ଡର ତାଙ୍କ ଅଭିଭାଷଣରେ ଆଇଏନଏସ ଚିଲିକାର କର୍ମକର୍ତ୍ତାଙ୍କୁ ଦେଶର ସେବାରେ ନିଜକୁ ସମର୍ପଣ କରିବାକୁ ଅନୁରୋଧ କରିଥିଲେ।

କମାଣ୍ଡିଂ ଅଫିସର ମଧ୍ୟ ନାଭାଲ ଶିଶୁ ବିଦ୍ୟାଳୟ ଏବଂ କେନ୍ଦ୍ରିୟ ବିଦ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ଯାହାକି ସେମାନଙ୍କର ସାମୂହିକ ଜାତୀୟତା ତଥା ଦେଶପ୍ରେମର ଭାବନା ପ୍ରଦର୍ଶନ କରିଥିଲା। ‘ହର ଘର ତିରଙ୍ଗା ଅଭିଯାନ’ର ଏକ ଅଂଶବିଶେଷ ଭାବରେ, ସମସ୍ତ ନାଭାଲ୍ ଅଧିକାରୀ ଏବଂ ସେମାନଙ୍କ ପରିବାରବର୍ଗ ନିଜ ନିଜ କାର୍ଯ୍ୟାଳୟ ଏବଂ ବାସଗୃହରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

Related posts