Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ହସପିଟାଲରୁ ଡିସଚାର୍ଯ୍ୟ ହେବା ବେଳେ ଆସିଲା ନବୀନ ପଟ୍ଟନାୟକଙ୍କ ଭିଡିଓ, କର୍ମଚାରୀଙ୍କୁ ଦେଉଛନ୍ତି ଧନ୍ୟବାଦ

ଭୁବନେଶ୍ବର: ଆଜି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ହସପିଟାଲରୁ ଡିସଚାର୍ଯ୍ୟ ହୋଇଛନ୍ତି। ସେ ଗତମାସ 20 ତାରିଖରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅପରେସନ ପାଇଁ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଗତ 22 ତାରିଖରେ ତାଙ୍କର ଅପରେସନ କରାଯାଇଥିଲା। ଏହାପରେ ସେ ଧୀରେ ଧିରେ ସୁସ୍ଥ ହେବା ପରେ ଆଜି ଡାକ୍ତରଖାନାରୁ ଡିସଚାର୍ଯ୍ୟ ହୋଇଛନ୍ତି।

ତେବେ ଡିସଚାର୍ଯ୍ୟ ହେବା ବେଳେ ଧୀରୁଭାଇ ଆମ୍ବାନୀ ହସପିଟାଲର ଡାକ୍ତର ଓ ସେବିକା ଗଣ ତାଙ୍କୁ ବିଦାୟ ଦେଇଥିଲେ। ସମସ୍ତେ ଧାଡି ବାନ୍ଧି ଛିଡା ହୋଇଥିବା ବେଳେ ନବୀନ ସମସ୍ତଙ୍କ ସହିତ ହ୍ୟାଣ୍ଡସେକ କରି ଧନ୍ୟବାଦ ଦେଉଥିଲେ।

ନବୀନ ହସପିଟାଲରୁ ଡିସଚାର୍ଯ୍ୟ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ଓଡିଶା ଆସିପାରିବେ ନାହିଁ। କାରଣ ଗୋଟିଏ ସପ୍ତାହ ଧରି ତାଙ୍କର ସେଠାରେ ଫିଜିଓଥେରାପି କରାଯିବ। ସପ୍ତାହ ପରେ ସେ ଓଡିଶା ଫେରିବାର କାର୍ଯ୍ୟକ୍ରମ ରହିଛି।