Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ଆଗରେ ହାଇଡ୍ରାମା : ଦମ୍ପତିଙ୍କ ଆତ୍ମାହୂତି ଉଦ୍ୟମ

ଭୁବନେଶ୍ୱର: ବିଧାନସଭାରେ ଆଗରେ ଦେଖିବାକୁ ମିଳିଛି ହାଇ ଡ୍ରାମା। ବିଧାନସଭା ଆଗରେ ନୟାଗଡ଼ର ଏକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ନିଜ ଦେହରେ ଡିଜେଲ୍ ଢ଼ାଳି ଏହି ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆତ୍ମହତ୍ୟା ଉଦ୍ୟମବେଳେ ଦମ୍ପତିକୁ କାବୁ କରିବାରେ ପୋଲିସ୍‌ ସଫଳ ହୋଇଛି । 5 ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ନ ପାଇ ଆତ୍ମାହୂତି ଉଦ୍ୟମ କରିଛନ୍ତି ଦମ୍ପତି । ତାଙ୍କ କଥା କେହି ଶୁଣୁ ନାହାନ୍ତି କି ବୁଝୁନାହାନ୍ତି ବୋଲି ଦମ୍ପତି ଅଭିଯୋଗ କରିଛନ୍ତି । ସେମାନେ ନ୍ୟାୟ ଦାବିରେ ଏପରି ନିଷ୍ପତ୍ତି ନେଉଥିଲେ ବୋଲି କହିଛନ୍ତି ଦମ୍ପତି  ।

ନିକଟରେ ମଧ୍ୟ ବିଧାନସଭା ନିକଟରେ ଜଣେ ପୁଅ ତା’ ମାଆର ବେକରେ ଛୁରୀ ଲଗାଇ ଧମକ ଦେଇଥିଲେ । ତେବେ ପୋଲିସ୍‌ ଯୁବକକୁ କାବୁ କରିନେଇଥିଲା ।ଏବେ ଦମ୍ପତିଙ୍କ ଏଭଳି ଆତ୍ମହତ୍ୟା ଉଦ୍ୟମ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହାପରେ କମିଶନରେଟ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ସାମ୍ନାରେ ଯୁବକଙ୍କ ହାଇଡ୍ରାମା : ମହିଳାଙ୍କ ବେକରେ ଛୁରୀ ଲଗାଇ ଦେଲେ ଧମକ

ଭୁବନେଶ୍ବର : ବିଧାନସଭା ଚାଲିଥିବାବେଳେ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ବିଧାନସଭା ସାମ୍ନା ପିଏମ୍‌ଜିରେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି ।  ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇ ଜଣେ ଯୁବକ ଧମକ ଦେଇଥିବାର ସୂଚନା ମିଳିଛି । ବେକରେ ଛୁରୀ ଲଗାଇ କିଛି ମନ୍ତ୍ରୀଙ୍କ ନାଁ ନେବା ସହିତ ପାଗଳ ଭଳି ପ୍ରଳାପ କରିଥିବାର ଦେଖିବାକୁ ମିଳିଥିଲା । ବହୁ କଷ୍ଟରେ ଯୁବକଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ୍‌ । ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରିବାସହ ଯୁବକଙ୍କୁ ନିଜ ହେପାଜତକୁ ନେଇଛି ପୋଲିସ୍‌ । ଅପରପକ୍ଷରେ ହାଇସିକ୍ୟୁରିଟି ଜୋନ୍‌କୁ ଜଣେ ଯୁବକ ଛୁରୀ ନେଇ କିଭଳି ଗଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।