ବିଧାନସଭା ସାମ୍ନାରେ ଯୁବକଙ୍କ ହାଇଡ୍ରାମା : ମହିଳାଙ୍କ ବେକରେ ଛୁରୀ ଲଗାଇ ଦେଲେ ଧମକ

Published: Oct 1, 2020, 12:22 pm IST

ଭୁବନେଶ୍ବର : ବିଧାନସଭା ଚାଲିଥିବାବେଳେ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ବିଧାନସଭା ସାମ୍ନା ପିଏମ୍‌ଜିରେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି ।  ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇ ଜଣେ ଯୁବକ ଧମକ ଦେଇଥିବାର ସୂଚନା ମିଳିଛି । ବେକରେ ଛୁରୀ ଲଗାଇ କିଛି ମନ୍ତ୍ରୀଙ୍କ ନାଁ ନେବା ସହିତ ପାଗଳ ଭଳି ପ୍ରଳାପ କରିଥିବାର ଦେଖିବାକୁ ମିଳିଥିଲା । ବହୁ କଷ୍ଟରେ ଯୁବକଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ୍‌ । ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରିବାସହ ଯୁବକଙ୍କୁ ନିଜ ହେପାଜତକୁ ନେଇଛି ପୋଲିସ୍‌ । ଅପରପକ୍ଷରେ ହାଇସିକ୍ୟୁରିଟି ଜୋନ୍‌କୁ ଜଣେ ଯୁବକ ଛୁରୀ ନେଇ କିଭଳି ଗଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

Related posts