Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୁଣି ଏକ ହାତୀର ହେଲା ମୃତ୍ୟୁ, ପାଖରେ ଜଗି ରହିଛନ୍ତି ହାତୀପଲ

ଭୁବନେଶ୍ବର: ଆଜି ଆଉ ଏକ ହାତୀର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଦେଓଗଡ ରାଇମାଳ ରେଂଜ ଜଙ୍ଗଲରେ ଏହି ମାଈ ହାତୀର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କାରଣ କଣ ଜଣା ନ ପଡିଥିଲେ ମଧ୍ୟ ତାହା ବିଦ୍ୟୁତ ଆଘାତ ଯୋଗୁଁ ହୋଇଥିବାର ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଁଚି ମୃତ ହାତୀକୁ ଜବତ କରିଛନ୍ତି।

ଘଟଣାରୁ ଜଣାପଡିଛି ଯେ, ରାଇମାଳ ରେଂଜ ଜଙ୍ଗଲରୁ ହାତୀପଲ ଖାଇବା ପାଇଁ ସହର ନିକଟଆଡକୁ ଆସୁଥିଲେ। ଏଥିରେ ପ୍ରାୟ 17ଟି ହାତୀ ଥିବାର ଅନୁମାନ କରାଯାଇଛି। ସେମାନେ ନିକଟରେ ଥିବା ଚାଷ ଜମିରେ ପଶି ଖାଦ୍ୟ ଖାଉଥିବା ବେଳେ ଏହି ହାତୀଟି ମୃତ୍ୟୁ ବରଣ କରିଥିଲା। ତେବେ ସେହି ସ୍ଥାନରେ ଅନ୍ୟ ହାତୀମାନେ ଜଗି ରହିଲେ। ପରବର୍ତ୍ତି ସମୟରେ ବନବିଭାଗ ଅନ୍ୟହାତୀକୁ ଘଉଡାଇବା ପରେ ମୃତ ହାତୀକୁ ଜବତ କରିଛନ୍ତି।