Categories
ଆଜିର ଖବର ରାଜ୍ୟ ଖବର

ଭୁଷଣ୍ଡପୁର ରେଲୱେ ଷ୍ଟେସନ ନିକଟରେ ଅଘଟଣ: ହାତୀକୁ ପିଟିଲା ଟ୍ରେନ୍

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଂଜ୍ ଭୁଷଣ୍ଡ ପୁର ରେଲୱେ ଷ୍ଟେସନ ନିକଟରେ ଅଘଟଣ ଘଟିଛି। ଭୁଷଣ୍ଡ ପୁର ଉଗ୍ରତାରା ରେଳ ଫାଟକ ନିକଟରେ ଦନ୍ତାକୁ ଟ୍ରେନ ଧକ୍କା ଦେଇଛି। ଫଳରେ ହାତୀଟି ଗୁରୁତର ଆହାତ ହୋଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ରେଂଜ୍ ର ଭୁଷଣ୍ଡ ପୁର ଡିପିଏଫ୍ ଉଗ୍ରତାରା ରେଳ ଫାଟକ ନିକଟରେ ହାତୀ ପଲ ରେଳ ଟ୍ରାକ ଅତିକ୍ରମ କରୁଥିଲେ। ୧୯ ଟିକିଆ ହାତୀ ପଲ ମଧ୍ୟରୁ ୬ ଦନ୍ତା, ୫ ଛୁଆ ହାତୀ ଏବଂ ୮ ଟି ମାଇ ହାତୀ ଥିବା ଜଣା ପଡିଛି। ଉକ୍ତ ହାତୀ ପଲ ରାତିରେ ଗାଁ ମୁହାଁ ହୋଇ ଧାନ ଫସଲ ଖାଇବା ପାଇଁ ଚାଷ କ୍ଷେତକୁ ଯାଉଥିଲେ। ଆଜି ରାତିରେ ୧୯ ଟିକିଆ ହାତୀ ପଲ ଉଗ୍ରତାରା ଛକ ନିକଟ କନ୍ତଳ ବାଇ ନିକଟରେ ରେଳ ଧାରଣା ପାର୍ ହୋଇ ଚାଷ କ୍ଷେତକୁ ଧାନ ଖାଇବାକୁ ଯାଉଥିବା ବେଳେ କନ୍ତଳ ବାଇ ରେଳ ଫାଟକ ନିକଟରେ ଏକ ଦନ୍ତାକୁ ଧକ୍କା ଦେଇଥିଲା ମାଲ ବାହୀ ଟ୍ରେନ୍।

ଫଳରେ ଦନ୍ତାର ପଛ ଭାଗରେ ଗୁରୁତର ଆଘାତ ଲାଗିଥିଲା। ବର୍ତ୍ତମାନ ସେହି ହାତୀଟି ଚାଲିବା ପାଇଁ ଅକ୍ଷମ ବୋଲି ସୂଚନା ରହିଛି। ଖବର ପାଇ ଟାଙ୍ଗୀ ବନ ବିଭାଗ ରେଂଜର ରବିନ୍ଦ୍ର ନାଥ ପଣ୍ଡାଙ୍କ ନେତ୍ରୁତ୍ୱରେ ଏକ ଦଳ ବାହାରି ଗୁରୁତର ଆହତ ଦନ୍ତାକୁ ଠାବ କରିବା ପାଇଁ ଯାଇଥିବା ସୂଚନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ହାତୀ ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର

ବାରିପଦା : ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ମୃତାହତମାନେ ରାସଗୋବିନ୍ଦପୁର ରେଞ୍ଜ ତୁକ ପଳାସିଆ ଗାଁର ବୋଲି ସୂଚନା ରହିଛି । ରବିବାର ଦିନ ମଧ୍ୟ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ଜଣଙ୍କୁ ହାତୀ ଦଳି ମାରିଦେଇଥିଲା। ଜିଲ୍ଲାର କରଞ୍ଜିଆ ବ୍ଲକ ଅଞ୍ଚଳରେ ମଧ୍ୟ ହାତୀପଲ ଧାନକ୍ଷେତ ନଷ୍ଟ କରିଛନ୍ତି।

Categories
ଆଜିର ଖବର

ହାତୀ ପାଇଁ ସ୍କୁଲ ଛୁଟି

ସମୀକ୍ଷା ବ୍ୟୁରୋ

ଯାଜପୁର : ଆଜି ଯାଜପୁର କୋରେଇ ବ୍ଲକର ସମସ୍ତ ସ୍କୁଲ ଛୁଟି ଦିଆଯାଇଛି।  ହାତୀ ଭୟରେ ସ୍କୁଲ୍ ଛୁଟି ଘୋଷଣା କରିଛି ଯାଜପୁର ଜିଲ୍ଲା ପ୍ରଶାସନ। କୋରେଇ ଓ ବ୍ୟାସନଗର ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାରୁ ଆଜି ଏହି ଅଞ୍ଚଳର ସମସ୍ତ ପ୍ରାଇମେରୀ ଓ ହାଇସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗତ ୪ ଦିନ ହେବ ପଛିକୋଟ ଜଙ୍ଗଲରୁ ଆସିଥିବା ହାତୀ ଆହତ ଅବସ୍ଥାରେ ବ୍ୟାସନଗର ଅଞ୍ଚଳକୁ ପଶି ଆସିଥିଲା। ୩ ଦିନ ପୂର୍ବେ ହାତୀଟି ଜଣଙ୍କୁ ମାରିଥିବା ବେଳେ ଗତକାଲି ଗୋଡ଼ିପାଟଣା ଓ ରାଧାପାଟଣା ଗାଁର ୨ ଜଣଙ୍କୁ ଦଳି ମାରିଛି।  ହାତୀ ଆକ୍ରମଣରେ ବନ ବିଭାଗ କର୍ମଚାରୀଙ୍କ ସମେତ ୩ଜଣ ଗୁରୁତର ଆହତ ହୋଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି। (ଏଜେନ୍ସି)