ହାତୀ ପାଇଁ ସ୍କୁଲ ଛୁଟି

Published: Jan 24, 2020, 9:58 am IST

ସମୀକ୍ଷା ବ୍ୟୁରୋ

ଯାଜପୁର : ଆଜି ଯାଜପୁର କୋରେଇ ବ୍ଲକର ସମସ୍ତ ସ୍କୁଲ ଛୁଟି ଦିଆଯାଇଛି।  ହାତୀ ଭୟରେ ସ୍କୁଲ୍ ଛୁଟି ଘୋଷଣା କରିଛି ଯାଜପୁର ଜିଲ୍ଲା ପ୍ରଶାସନ। କୋରେଇ ଓ ବ୍ୟାସନଗର ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାରୁ ଆଜି ଏହି ଅଞ୍ଚଳର ସମସ୍ତ ପ୍ରାଇମେରୀ ଓ ହାଇସ୍କୁଲ୍ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଗତ ୪ ଦିନ ହେବ ପଛିକୋଟ ଜଙ୍ଗଲରୁ ଆସିଥିବା ହାତୀ ଆହତ ଅବସ୍ଥାରେ ବ୍ୟାସନଗର ଅଞ୍ଚଳକୁ ପଶି ଆସିଥିଲା। ୩ ଦିନ ପୂର୍ବେ ହାତୀଟି ଜଣଙ୍କୁ ମାରିଥିବା ବେଳେ ଗତକାଲି ଗୋଡ଼ିପାଟଣା ଓ ରାଧାପାଟଣା ଗାଁର ୨ ଜଣଙ୍କୁ ଦଳି ମାରିଛି।  ହାତୀ ଆକ୍ରମଣରେ ବନ ବିଭାଗ କର୍ମଚାରୀଙ୍କ ସମେତ ୩ଜଣ ଗୁରୁତର ଆହତ ହୋଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି। (ଏଜେନ୍ସି)

Related posts