Categories
ଆଜିର ଖବର ରାଜ୍ୟ ଖବର

ହୀରାକୁଦ ଡ୍ୟାମ୍‌ର ଆଉ 4ଟି ଗେଟ୍‌ ଖୋଲିଲା : 28ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର : ହୀରାକୁଦ ଡ୍ୟାମ୍‌ର ଆଉ 4ଟି ଗେଟ୍‌ ଖୋଲାଗଲା । ଏବେ ସର୍ବମୋଟ 28ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦକୁ 6ଲକ୍ଷ 56 ହଜାର 6 କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ  ନିଷ୍କାସିତ ହେଉଛି 3 ଲକ୍ଷ 35 ହଜାର 658 କ୍ୟୁସେକ ଜଳ । ହୀରାକୁଦ ଡ୍ୟାମ୍‌ ଗେଟ୍‌ ଖୋଲିବା ଦ୍ବାରା ଫୁଲୁଛି ମହାନଦୀ ।

ପୂର୍ବରୁ ହୀରାକୁଦ ଡ୍ୟାମରୁ 24ଟି ଗେଟ୍‌ ଖୋଲାଯାଇଥିଲା । ଛତିଶଗଡ଼ରେ ବର୍ଷା ହେବା ଫଳରେ ହୀରାକୁଦ ଡ୍ୟାମକୁ ପ୍ରଚୁର ଜଳରାଶି ପ୍ରବେଶ କରୁଛି । ହୀରାକୁଦ ଡ୍ୟାମର ତଳପଟରେ ମଧ୍ୟ ପ୍ରବଳ ମାତ୍ରାରେ ଜଳ ପ୍ରବାହିତ ହେଉଛି । କାରଣ ମହାନଦୀର ଉପନଦୀଗୁଡ଼ିକରେ ବନ୍ୟା ଜଳ ଆସିଛି । ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀ ଓ ଉପନଦୀଗୁଡ଼ିକ ମହାନଦୀ ସହିତ ସଂଲଗ୍ନ ହୋଇଥିବାରୁ ବନ୍ୟା ଜଳ ଅଧିକ ପ୍ରବାହିତ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ଖୋଲିଲା ହୀରାକୁଦ ଡ୍ୟାମର ଗେଟ

ସମ୍ବଲପୁର: ଆଜି ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ସମସ୍ତ ପ୍ରକ୍ରିୟା ସମ୍ପନ୍ନ ପରେ ପାରମ୍ପାରିକ ପୂଜାର୍ଚ୍ଚନା କରାଯାଇ ଅନ୍ୟ ବର୍ଷ ଭଳି ପ୍ରଥମେ ସାଙ୍କେତିକ ଭାବେ 7 ନମ୍ବର ସ୍ଲୁଇସ ଗେଟ ଖୋଲାଯାଇଛି । ଆଜି ହୀରାକୁଦ ଡ୍ୟାମର 7 ନମ୍ବର ଗେଟ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଏବେ 6ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ପରବର୍ତ୍ତୀ ସମୟରେ ଆଉ ଗେଟ୍‌ ଖୋଲାଯିବ ନେଇ ସୂଚନା ରହିଛି । ହୀରାକୁଦ ଜଳଭଣ୍ଡାରରେ ଜଳଧାରଣ କ୍ଷମତା 630 ଫୁଟ ଥିବାବେଳେ 616 ଫୁଟ ଜଳ ରହିଛି। ତେବେ ହୀରାକୁଦର ଗେଟ୍‌ ଖୋଲାଯିବା ପରେ ଡାକବାଜି ଯନ୍ତ୍ର ଏବଂ ସତର୍କ ସାଇରନ ମାଧ୍ୟମରେ  ମହାନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କ ସୁରକ୍ଷା ପାଇଁ ସଚେତନ କରାଯାଉଛି।