Categories
ଜାତୀୟ ଖବର ବିଶେଷ ଖବର

ନିଜ ମା’ଙ୍କ ଶେଷକୃତ୍ୟ ଶେଷ କରି ଭାରତ ମାଆର ସେବା ଆରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଥିଲା ଏକ କଠିନ ଦିନ। କାରଣ ଗୋଟିଏ ପଟେ ନିଜ ମାଆ ହୀରାବେନଙ୍କ ଦେହାନ୍ତ ଅନ୍ୟପଟେ ଭାରତ ମାଆଙ୍କର ଉନ୍ନୟନ କାମ। ଏହି ଦୁଇଟି ଘଟଣାକୁ ଆଜି କରି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସକାଳୁ ସେ ମାଆ ହୀରାବେନଙ୍କ ଶେଷକୃତ୍ୟରେ ଯୋଗ ଦେଇଥିଲେ। ସେଠାରେ ସେ ମାଆଙ୍କୁ ମୁଖାଗ୍ନି ଦେଇ ଶବ ଶତ୍କାର କଲେ।

ଏହାପରେ ପ୍ରଧାନମନ୍ତ୍ରୀ କିଛି ସମୟ ପରେ ଗୁଜୁରାଟ ରାଜଭବନକୁ ଆସି ପୂର୍ବ ନିର୍ଦ୍ଧାରିତ ହୋଇଥିବା ଭାରତ ମାତାର କାମ ଆରମ୍ଭ କରିଥିଲେ। ଆଜି ପ୍ରଧାନମନ୍ତ୍ରୀ କୋଲକତା ଯାଇ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା। ସେ ନୂଆଦିଲ୍ଲୀରୁ କୋଲକତା ଯିବା ପାଇଁ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ହେଲେ ଗତକାଲି ବିଳମ୍ବିତ ରାତିରେ ମାଆଙ୍କ ମୃତ୍ୟୁ ଖବର ମିଳିବା ପରେ ମୋଦୀ ନୂଆଦିଲ୍ଲୀରୁ ସିଧା ଅହମ୍ମଦାବାଦ ଯାଇଥିଲେ। ସେଠାରେ ସେ ମାଆଙ୍କୁ ହସପିଟାଲରୁ ଘରକୁ ଆଣି ଗାନ୍ଧୀନଗରରେ ହୋଇଥିବା ଶେଷକୃତ୍ୟରେ ମୁଖାଗ୍ନି ପ୍ରଦାନ କରିଥିଲେ। ଡାକ୍ତରଖାନାରୁ ମାଆଙ୍କ ଶବ ଆଣିବା ବେଳେ ଖୋଦ ପ୍ରଧାନମନ୍ତ୍ରୀ ମାଆଙ୍କ ଶବ ଥିବା ଆମ୍ବୁଲାନସରେ ନିଜେ ବସିଥିଲେ।

ସେହି ଭିତରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଘୋଷଣା କରାଯାଇଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ ହେବ ନାହିଁ। ତେବେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ନ ଯାଇ ଭିଡିଓ କନଫ୍ରେନସିଂ ଜରିଆରେ ସେ ସବୁ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ଦିଆଯାଇଥିଲା।

ସେହି ଅନୁସାରେ ପ୍ରଧାନମନ୍ତ୍ରୀ ମାଆଙ୍କୁ ମୁଖାଗ୍ନି ଦେବା ପରେ ସେ ଗୁଜୁରାଟ ରାଜବଭନ ଆସି ପଶ୍ଚିମବଂଗରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗ ଦେଇଥିଲେ। ସେ ତାଙ୍କର ଭାଷଣରେ ପ୍ରଥମେ ସମସ୍ତଙ୍କୁ ସମ୍ବୋଧୀତ କରିଥିଲେ। ଏହାପରେ ସେ କହିଥିଲେ ଯେ, ଆଜି ମୁଁ କୋଲକତା ଯିବାର ଥିଲା। ହେଲେ କେତେକ କାରଣ ପାଇଁ ନିଜେ ଯାଇ ନ ପାରି ଭିଡିଓ କନପ୍ରେସିଂ ମାଧ୍ୟମରେ ଯୋଗଦେଲି। ସେଥିପାଇଁ ମୁଁ ଦୁଃଖିତ। ମୋଦୀଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହନରେ ସ୍ବାଗତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୋଦୀଙ୍କ ମାଆଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆଙ୍କ ମୃତ୍ୟୁ ଖବର ଶୁଣି ମୁଁ ଦୁଃଖିତ। ଏହିପରି ଏକ ସମୟରେ ତାଙ୍କ ପରିବାରଙ୍କୁ ସାହାସ ମିଳୁ ମୋର ପ୍ରାର୍ଥନା।

ଆଜି ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ ମୋଦୀ ସକାଳ ୩.୩୦ ମିନିଟ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଅସୁସ୍ଥତା ଯୋଗୁଁ ବୁଧବାର ସକାଳେ ତାଙ୍କୁ ‘ୟୁଏନ ମେହେତ୍ତା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର’ରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସେ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଧାନସଭା ନିର୍ବାଚନର ବିପୁଳ ବିଜୟ ପରେ ନିଜ ମାଆଙ୍କୁ ଭେଟିଲେ ମୋଦି, ଏକାଠି ଖାଇଲେ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଦୁଇଦିନିଆ ଗୁଜୁରାଟ ଗସ୍ତ ବେଳେ ତାଙ୍କ ମାଆ ହୀରାବେନ ମୋଦିଙ୍କୁ ସାକ୍ଷାତ କରିଛନ୍ତି। ମୋଦି ଗାନ୍ଧୀନଗରରେ ଥିବା ନିଜ ବାସଭବନକୁ ଯାଇ ପ୍ରଥମେ ମାଆଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ। ଏଥିସହିତ ସେ କିଛି ସମୟ ମାଆଙ୍କ ପାଖରେ ବସିଥିଲେ। ଏହାପରେ ଉଭୟ ଭୋଜନ ମଧ୍ୟ କରିଥିଲେ।

ନିକଟରେ ପାଞ୍ଚୋଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଚାରୋଟି ରାଜ୍ୟରେ ବିପୁଳ ବିଜୟ ହାସଲ କରିଛି। ଏହି ବିଜୟ ପରେ ମୋଦି ଗୁଜୁରାଟ ଗସ୍ତ କରିଛନ୍ତି। ଚଳିତ ବର୍ଷ ଡିସେମ୍ବର ମାସରେ ଗୁଜୁରାଟ ବିଧାନସଭା ନିର୍ବାଚନ ହେବ। ତା ପୂର୍ବରୁ ମୋଦିଙ୍କର ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି।